< Psalms 58 >

1 Fún adarí orin. Tí ohùn “Má ṣe parun.” Ti Dafidi. Miktamu. Ẹ̀yin ha ń sọ òdodo nítòótọ́ ẹ̀yin ìjọ ènìyàn? Ǹjẹ́ ẹ̀yin ń ṣe ìdájọ́ tí ó ṣe títọ́ ẹ̀yìn ọmọ ènìyàn?
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍। ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ? ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ?
2 Bẹ́ẹ̀ kọ́, nínú ọkàn yín ẹ̀yìn ń gbèrò àìṣòdodo, ọwọ́ yín sì tú ìwà ipá jáde ni ayé.
ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ କରୁଅଛ; ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ।
3 Ní inú ìyá wọn wá ni ènìyàn búburú tí ṣìnà, lójúkan náà tí a ti bí wọn, wọn a máa ṣèké.
ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି।
4 Oró wọn dàbí oró ejò, wọn dàbí adití ejò paramọ́lẹ̀ tí ó di ara rẹ̀ ni etí,
ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ; ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ ତୁଲ୍ୟ;
5 tí kò ní gbọ́ ìpè àwọn atunilójú, bí ó ti wù kí ó máa fi ọgbọ́n ṣe ìtujú tó.
ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ।
6 Ká eyín ẹnu wọn, Ọlọ́run; ní ẹnu wọn, ká ọ̀gàn àwọn ọmọ kìnnìún, Olúwa.
ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ; ହେ ସଦାପ୍ରଭୋ, ଯୁବା ସିଂହମାନଙ୍କର କଳଦନ୍ତ ଭାଙ୍ଗି ପକାଅ।
7 Jẹ́ kí wọn parẹ́ bí omi tó ń sàn lọ; nígbà tí ó bá fa ọfà rẹ̀, kí ọ̀kọ̀ wọn kí ó ṣẹ́.
ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ; ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ ଛିନ୍ନ ତୀର ତୁଲ୍ୟ ହେଉ।
8 Jẹ́ kí wọn rí bí ìgbín tí rẹ̀ dànù tí ó sì ṣègbé bí ọmọ tí oṣù rẹ̀ kò pé, kí wọn má ṣe rí oòrùn.
ଯେଉଁ ଶାମୁକା ଯାଉ ଯାଉ ତରଳି ଯାଏ ଓ ସ୍ତ୍ରୀର ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି ପରି ସେମାନେ ହେଉନ୍ତୁ।
9 Kí ìkòkò yín kí ó tó mọ ìgbóná ẹ̀gún; bóyá ní tútù tàbí ní gbígbẹ, yóò fi ìjì gbá wọn lọ.
ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରିବା ପୂର୍ବରୁ ସେ କଞ୍ଚା ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ।
10 Olódodo yóò yọ̀ nígbà a bá ń gbẹ̀san wọn, nígbà tí wọn bá wẹ ẹsẹ̀ wọn nínú ẹ̀jẹ̀ ènìyàn búburú.
ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ; ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ।
11 Àwọn ènìyàn yóò wí pé, “Lóòtítọ́ èrè àwọn ń bẹ fún olódodo; lóòtítọ́ òun ni Ọlọ́run tí ń ṣe ìdájọ́ ní ayé.”
ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି; ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର ଅଛନ୍ତି।

< Psalms 58 >