< Psalms 56 >

1 Fún adarí orin. Ti ohùn “Àdàbà lórí Óákù òkè réré.” Ti Dafidi. Miktamu. Nígbà tí àwọn ará Filistini ka mọ́ ní Gati. Ṣàánú fún mi, Ọlọ́run, nítorí àwọn ènìyàn ń fi ìgbónára lépa mi; ní gbogbo ọjọ́ ni wọn ń kọjú ìjà sí mi, wọn ń ni mi lára.
ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍‍-ଏଲମ୍‍ ରହୋକୀମ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ପଲେଷ୍ଟୀୟମାନେ ତାଙ୍କୁ ଗାଥ୍‍ ନଗରରେ ଧରିବା ସମୟରେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; କାରଣ ମୋହର ଶତ୍ରୁ ମୋତେ ଗ୍ରାସ କରିବାକୁ ଉଦ୍ୟତ; ସେ ସାରାଦିନ ଯୁଦ୍ଧ କରି ମୋʼ ପ୍ରତି ଉପଦ୍ରବ କରଇ।
2 Àwọn ọ̀tá mi ń lé mi ní gbogbo ọjọ́, àwọn ènìyàn ń kọjú ìjà sí mi nínú ìgbéraga wọn.
ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ ଉଦ୍ୟତ; କାରଣ ଦର୍ପରେ ମୋʼ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ।
3 Nígbà tí ẹ̀rù bà ń bà mí, èmi o gbẹ́kẹ̀lé ọ.
ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି।
4 Nínú Ọlọ́run èmi yóò máa yìn ọ̀rọ̀ rẹ, nínú Ọlọ́run ni ìgbẹ́kẹ̀lé mi; ẹ̀rù kì yóò bà mí kí ni ẹran-ara lè ṣe sí mi?
ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି; ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋର କଅଣ କରି ପାରିବ?
5 Wọn ń yí ọ̀rọ̀ mí ní gbogbo ọjọ́, wọn ń gbèrò nígbà gbogbo láti ṣe mí níbi.
ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି; ମୋʼ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ।
6 Wọn kó ara wọn jọ, wọ́n ba. Wọ́n ń ṣọ́ ìgbésẹ̀ mi wọn ń làkàkà láti gba ẹ̀mí mi.
ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ ସେମାନେ ମୋʼ ପ୍ରାଣର ଅପେକ୍ଷା କରିଅଛନ୍ତି।
7 San ẹ̀san iṣẹ́ búburú wọ́n fún wọn; ní ìbínú rẹ, Ọlọ́run, wọ́ àwọn ènìyàn náà bọ́ sílẹ̀.
ସେମାନେ କʼଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।
8 Kọ ẹkún mi sílẹ̀; kó omijé mi sí ìgò rẹ, wọ́n kò ha sí nínú ìkọ̀sílẹ̀ rẹ bí?
ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ; ତାହାସବୁ କʼଣ ତୁମ୍ଭ ପୁସ୍ତକରେ ନାହିଁ?
9 Nígbà náà ni àwọn ọ̀tá mi yóò pẹ̀yìndà nígbà tí mo bá pè fún ìrànlọ́wọ́ nípa èyí ni mo mọ̀ pé Ọlọ́run ń bẹ fún mi.
ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋʼ ଶତ୍ରୁଗଣ ଫେରିଯିବେ; ମୁଁ ଏହା ଜାଣେ ଯେ, ପରମେଶ୍ୱର ମୋହର ସପକ୍ଷ।
10 Nínú Ọlọ́run, ẹni tí mo yìn ọ̀rọ̀ rẹ̀ nínú Olúwa, ẹni tí mo yin ọ̀rọ̀ rẹ̀,
ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି। ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି।
11 nínú Ọlọ́run ni ìgbẹ́kẹ̀lé mi: ẹ̀rù kì yóò bà mí. Kí ni ènìyàn lè ṣe sí mi?
ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋହର କʼଣ କରି ପାରିବ?
12 Mo jẹ́ ẹ̀jẹ́ lábẹ́ rẹ Ọlọ́run: èmi o mú ìyìn mi wá fún ọ.
ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି।
13 Nítorí ìwọ tí gbà mí lọ́wọ́ ikú àti ẹsẹ̀ mi lọ́wọ́ ìṣubú, kí èmí lè máa rìn níwájú Ọlọ́run ní ìmọ́lẹ̀ àwọn alààyè.
କାରଣ ତୁମ୍ଭେ ମୃତ୍ୟୁୁରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ; ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିବି; ଏଥିପାଇଁ ତୁମ୍ଭେ କʼଣ ପତନରୁ ମୋʼ ଚରଣକୁ ଉଦ୍ଧାର କରିବ ନାହିଁ?

< Psalms 56 >