< Psalms 55 >

1 Fún adarí orin. Pẹ̀lú ohun èlò orin olókùn. Maskili ti Dafidi. Fi etí sí àdúrà mi, Ọlọ́run, má ṣe fi ojú pa ẹ̀bẹ̀ mi rẹ́:
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। ହେ ପରମେଶ୍ୱର, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର; ମୋʼ ବିନତିରୁ ଆପଣାକୁ ଲୁଚାଅ ନାହିଁ।
2 gbọ́ mi kí o sì dá mi lóhùn. Èrò mi ń dà mí láàmú, èmi sì ń pariwo.
ମୋʼ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ; ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ;
3 Sí ohùn àwọn ọ̀tá ni, nítorí igbe àwọn ènìyàn búburú; nítorí wọ́n mú ìjìyà wá sórí mi, wọ́n sì kẹ́gàn mi nínú ìbínú wọn.
କାରଣ ସେମାନେ ମୋʼ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ଘୃଣା କରନ୍ତି।
4 Ọkàn mi wà nínú ìrora pẹ̀lú; ẹ̀rù ikú kọjú ìjà sí mi.
ମୋʼ ଅନ୍ତରରେ ମୋʼ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଅଛି ଓ ମୋʼ ଉପରେ ମୃତ୍ୟୁର ତ୍ରାସ ପଡ଼ିଅଛି।
5 Ìbẹ̀rù àti ìwárìrì wa sí ara mi; ìbẹ̀rù ti bò mí mọ́lẹ̀.
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି, ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 Èmi sọ pé, “Èmi ìbá ní ìyẹ́ bí àdàbà! Èmi ìbá fò lọ kí n sì sinmi.
“ଯଦି କପୋତ ପରି ମୋହର ପକ୍ଷ ଥାʼନ୍ତା! ଏଣୁ ମୁଁ କହିଲି, ଆଃ, ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି।
7 Èmi ìbá sálọ, jìnnà réré, kí ń sì dúró sí aginjù;
ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି, ମୁଁ ପ୍ରାନ୍ତରରେ ବାସ କରନ୍ତି। (ସେଲା)
8 èmi ìbá yára lọ́ si ibùgbé mi ní ibi ààbò, jìnnà kúrò nínú ìjì àti ẹ̀fúùfù líle.”
ମୁଁ ପ୍ରବଳ ବାୟୁ ଓ ତୋଫାନରୁ ଆଶ୍ରୟ ନେବା ପାଇଁ ପଳାୟନ କରନ୍ତି।”
9 Da àwọn ẹni búburú láàmú, Olúwa, da ahọ́n wọn rú, nítorí èmi rí ìwà agbára àti ìjà ní ìlú náà.
ହେ ପ୍ରଭୋ, ବିନାଶ କର ଓ ସେମାନଙ୍କର ଅନେକ ଜିହ୍ୱା ଜନ୍ମାଅ; କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।
10 Ọ̀sán àti òru ni wọ́n fi ń rìn gbogbo odi kiri; ìwà ìkà àti èébú wà láàrín rẹ̀.
ଶତ୍ରୁମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ କରନ୍ତି; ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି।
11 Ìwà búburú ń bẹ ní àárín rẹ̀; ẹ̀tàn àti èké kò kúrò ní ìgboro rẹ̀.
ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ, ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ।
12 Tí ọ̀tá bá tàbùkù mi, èmi yóò fi ara mọ́ ọn; tí ọ̀tá bá gbé ara rẹ̀ ga sí mi, èmi ìbá sá pamọ́ fún un.
କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ; କଲେ ତାହା ମୁଁ ସହ୍ୟ କରିପାରନ୍ତି; କିଅବା ମୋହର ଘୃଣାକାରୀ ମୋʼ ବିରୁଦ୍ଧରେ ଦର୍ପ କଲା ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;
13 Ṣùgbọ́n tí ó bá ṣe ìwọ, ọkùnrin bí ẹgbẹ́ mi, ẹlẹgbẹ́ mi, àti ọ̀rẹ́ tí ó súnmọ́ mi,
ମାତ୍ର ମୋʼ ପରି ମନୁଷ୍ୟ, ମୋହର ସଙ୍ଗୀ ଓ ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ।
14 pẹ̀lú ẹni tí èmi ti jẹ ìgbádùn adùn ìdàpọ̀, bí a ṣe ń rìn pẹ̀lú àwùjọ ní ilé Ọlọ́run.
ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ, ଜନତା ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଗମନାଗମନ କଲୁ।
15 Kí ikú kí ó dé bá wọn, kí wọn ó lọ láààyè sí isà òkú, jẹ́ kí wọn ó sọ̀kalẹ̀ sí ibojì pẹ̀lú ìpayà, nítorí tí ìwà búburú ń bẹ ní ibùjókòó wọn, àti nínú wọn. (Sheol h7585)
ମୃତ୍ୟୁୁ ସେମାନଙ୍କୁ ହଠାତ୍‍ ଆକ୍ରମଣ କରୁ, ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ, କାରଣ ସେମାନଙ୍କ ବାସ ସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି। (Sheol h7585)
16 Ṣùgbọ́n èmi pe Ọlọ́run; Olúwa yóò sì gbà mí.
ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି; ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ।
17 Ní alẹ́, ní òwúrọ̀ àti ní ọ̀sán èmi sọkún jáde nínú ìpọ́njú, o sì gbọ́ ohùn mi.
ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ପ୍ରାର୍ଥନା କରି ରୋଦନ କରିବି; ଆଉ, ସେ ମୋʼ ରବ ଶୁଣିବେ।
18 Ó rà mí padà láìléwu kúrò nínú ogun tí ó dìde sí mi, nítorí ọ̀pọ̀lọpọ̀ ni ó dìde sí mi.
ସେ ମୋʼ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋʼ ପ୍ରାଣ ମୁକ୍ତ କରିଅଛନ୍ତି; କାରଣ ମୋʼ ସଙ୍ଗେ ବିରୋଧକାରୀ ଅନେକ ଥିଲେ।
19 Ọlọ́run yóò gbọ́, yóò sì pọ́n wọn lójú àní, ẹni tí ó ti jókòó láti ìgbàanì (Sela) nítorí tí wọn kò ní àyípadà, tí wọn kò sì bẹ̀rù Ọlọ́run.
ପରମେଶ୍ୱର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ, ସେ ଚିରକାଳ ବିଦ୍ୟମାନ, (ସେଲା) ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ, ପୁଣି, ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ।
20 Ọ̀rẹ́ mi yìí ti dalẹ̀ èmi ọ̀rẹ́ rẹ̀; ó ti ba májẹ̀mú rẹ̀ jẹ́.
ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ ବିରୁଦ୍ଧରେ ହାତ ଉଠାଇଅଛି; ସେ ଆପଣା ନିୟମ ଲଙ୍ଘନ କରିଅଛି।
21 Ọ̀rọ̀ ẹnu rẹ̀ kúnná ju òrí-àmọ́, ṣùgbọ́n ogun wà ni àyà rẹ̀; ọ̀rọ̀ rẹ̀ fẹ́lẹ́ ju òróró lọ, ṣùgbọ́n idà fífàyọ ní wọn.
ତାହାର ମୁଖ ଲବଣୀ ତୁଲ୍ୟ ଚିକ୍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ କୋମଳ, ତଥାପି ତାହାସବୁ ନିଷ୍କୋଷ ଖଡ୍ଗ ତୁଲ୍ୟ।
22 Gbé ẹrù rẹ lọ sí ọ̀dọ̀ Olúwa yóò sì mú ọ dúró; òun kò ní jẹ́ kí olódodo ṣubú.
ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
23 Ṣùgbọ́n ìwọ, Ọlọ́run, ni yóò mu àwọn ọ̀tá mi wá sí ihò ìparun; àwọn ẹni tí òǹgbẹ ẹ̀jẹ̀ ń gbẹ àti ẹni ẹ̀tàn, kì yóò gbé ààbọ̀ ọjọ́ wọn. Ṣùgbọ́n fún èmi, èmi gbẹ́kẹ̀lé ọ.
ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ; ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ; ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।

< Psalms 55 >