< Psalms 53 >

1 Fún adarí orin. Gẹ́gẹ́ bí mahalati. Maskili ti Dafidi. Aṣiwèrè wí ní ọkàn rẹ̀ pé, “Ọlọ́run kò sí.” Wọ́n bàjẹ́, gbogbo ọ̀nà wọn sì burú; kò sì ṣí ẹnìkan tí ń ṣe rere.
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ସ୍ୱରରେ ଦାଉଦଙ୍କର ମସ୍କୀଲ୍‍। “ପରମେଶ୍ୱର ନାହାନ୍ତି” ବୋଲି ମୂର୍ଖ ଆପଣା ମନେ ମନେ କହିଅଛି। ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, କେହି ସତ୍କର୍ମ କରେ ନାହିଁ।
2 Ọlọ́run bojú wo ilẹ̀ láti ọ̀run sórí àwọn ọmọ ènìyàn, láti wò bóyá ẹnìkan wà, tí ó ní òye, tí ó sì ń wá Ọlọ́run.
ବିବେଚକ କେହି ଅଛି କି ନାହିଁ, ପରମେଶ୍ୱରଙ୍କର ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ପରମେଶ୍ୱର ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ।
3 Gbogbo ènìyàn tí ó ti yí padà, wọ́n ti parapọ̀ di ìbàjẹ́; kò sí ẹnìkan tí ó ń ṣe rere, kò sí ẹnìkan.
ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି; ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ ହେଁ ନାହିଁ।
4 Ṣé àwọn oníṣẹ́ búburú kò ní ìmọ̀? Àwọn ẹni tí ń jẹ ènìyàn mi, bí ẹni jẹun tí wọn kò sì pe Ọlọ́run?
ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ? ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋʼ ଲୋକମାନଙ୍କୁ ଗ୍ରାସ କରନ୍ତି, ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।
5 Níbẹ̀ ni ìwọ gbé wà ní ìbẹ̀rù ńlá níbi tí ẹ̀rù kò gbé sí, nítorí Ọlọ́run tí fọ́n egungun àwọn tí ó dó tì ọ́ ká; ìwọ tí dójútì wọ́n, nítorí Ọlọ́run ti kẹ́gàn wọn.
ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ ସେମାନଙ୍କୁ ଲଜ୍ଜା ଦେଇଅଛ।
6 Ìgbàlà Israẹli ìbá jáde wá láti Sioni! Nígbà tí Ọlọ́run bá mú ohun ìní àwọn ènìyàn rẹ̀ padà, jẹ́ kí Jakọbu yọ̀ kí inú Israẹli sì máa dùn!
ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା! ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବେ, ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ ହେବେ।

< Psalms 53 >