< Psalms 43 >

1 Dá mi láre, Ọlọ́run mi, kí o sì gba ọ̀rọ̀ mi rò lọ́dọ̀ àwọn aláìláàánú orílẹ̀-èdè: yọ mí kúrò lọ́wọ́ ẹlẹ́tàn àti àwọn ènìyàn búburú.
ହେ ପରମେଶ୍ୱର, ମୋହର ବିଚାର କର ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର ଗୁହାରି ନିଷ୍ପତ୍ତି କର; ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର କର।
2 Ìwọ ni Ọlọ́run ibi agbára mi. Èéṣe tí ìwọ fi kọ̀ mi sílẹ̀? Èéṣe tí èmi yóò máa rìn nínú ìbìnújẹ́, nítorí ìnilára lọ́dọ̀ àwọn ọ̀tá?
କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର ଅଟ; ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି?
3 Rán ìmọ́lẹ̀ àti òtítọ́ rẹ jáde, jẹ́ kí wọn ó máa dáàbò bò mí; jẹ́ kí wọn mú mi wá sí òkè mímọ́ rẹ, sí ibi tí ìwọ ń gbé.
ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ; ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ।
4 Nígbà náà ni èmi ó lọ sí ibi pẹpẹ Ọlọ́run, sí Ọlọ́run ayọ̀ mi àti ìdùnnú mi, èmi yóò yìn ọ́ pẹ̀lú dùùrù, ìwọ Ọlọ́run, Ọlọ́run mi.
ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣା ଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
5 Èéṣe tí o fi ń rẹ̀wẹ̀sì, ìwọ ọkàn mí? Èéṣe tí ó fi ń ru sókè nínú mi? Fi ìrètí rẹ sínú Ọlọ́run, nítorí èmi yóò máa yìn ín, Òun ni Olùgbàlà mi àti Ọlọ́run mi.
ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ଓ ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।

< Psalms 43 >