< Psalms 35 >

1 Ti Dafidi. Olúwa, gbógun ti àwọn tí ń gbóguntì mí; kí o sì kọ ojú ìjà sí àwọn tí ó ń bá mi í jà!
ଦାଉଦଙ୍କର ଗୀତ। ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର। ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ଯୁଦ୍ଧ କର।
2 Di asà àti àpáta mú, kí o sì dìde fún ìrànlọ́wọ́ mi!
ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ।
3 Fa idà àti ọ̀kọ̀ yọ kí o sì dojúkọ àwọn tí ń lé mi. Sọ fún ọkàn mi pé, “Èmi ni ìgbàlà rẹ.”
ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ।
4 Kí wọn kí ó dààmú, kí a sì ti àwọn tí ń lépa ọkàn mi lójú; kí a sì mú wọn padà, kí a sì dààmú àwọn tí ń gbèrò ìpalára mi.
ମୋʼ ପ୍ରାଣର ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟ ଚିନ୍ତକମାନେ ବିମୁଖ ଓ ବିବ୍ରତ ହେଉନ୍ତୁ।
5 Jẹ́ kí wọn dàbí ìyàngbò níwájú afẹ́fẹ́, kí angẹli Olúwa kí ó máa lé wọn kiri.
ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ।
6 Jẹ́ kí ọ̀nà wọn kí ó ṣókùnkùn, kí ó sì máa yọ́, kí angẹli Olúwa kí ó máa lépa wọn!
ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି, ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ।
7 Nítorí pé, ní àìnídìí ni wọ́n dẹ àwọ̀n wọn sílẹ̀ fún mi, ní àìnídìí ni wọ́n wa kòtò sílẹ̀ fún ọkàn mi.
ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳିଅଛନ୍ତି।
8 Kí ìparun kí ó wá sí orí rẹ̀ ní òjijì. Àwọ̀n rẹ̀ tí ó dẹ, kí ó mú òun tìkára rẹ̀; kí wọn ṣubú sínú kòtò sí ìparun ara rẹ̀.
ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ।
9 Nígbà náà ni ọkàn mi yóò yọ̀ nínú Olúwa, àní, yóò sì máa yọ̀ nínú ìgbàlà rẹ̀.
ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ।
10 Gbogbo egungun mi yóò wí pé, “Ta ni ó dàbí ì ìwọ Olúwa? O gba tálákà lọ́wọ́ àwọn tí ó lágbára jù ú lọ, tálákà àti aláìní lọ́wọ́ ẹni tí ń fi ṣe ìkógun?”
ମୋହର ଅସ୍ଥିସକଳ କହିବ, “ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକୁ ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ।”
11 Àwọn ẹlẹ́rìí èké dìde; wọ́n ń bi mi ní ohun tí èmi kò mọ̀.
ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁଅଛନ୍ତି।
12 Wọ́n fi búburú san ìre fún mi; láti sọ ọkàn mi di òfo.
ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ।
13 Ṣùgbọ́n bí ó ṣe ti èmi ni, nígbà tí wọn ń ṣe àìsàn, mo wọ aṣọ ọ̀fọ̀; mo fi àwẹ̀ pọ́n ara mi lójú. Mo gba àdúrà pẹ̀lú ìtẹríba ní oókan àyà mi;
ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି ପୁଣି, ମୋହର ପ୍ରାର୍ଥନାର ଉତ୍ତର ମୋତେ ମିଳିଲା ନାହିଁ।
14 èmí ń lọ kiri bí ẹni ń ṣọ̀fọ̀ bí i ẹni wí pé fún ọ̀rẹ́ tàbí ẹ̀gbọ́n mi ni. Èmí tẹríba nínú ìbànújẹ́ bí ẹni tí ń ṣọ̀fọ̀ ìyà rẹ̀.
ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି।
15 Ṣùgbọ́n nínú ìkọ̀sẹ̀ mi wọ́n sì yọ̀, wọ́n sì kó ara wọn jọ; wọ́n kó ara wọn jọ sí mi; àní àwọn tí èmi kò mọ̀. Wọ́n fà mí ya wọ́n kò sì dákẹ́.
ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷାନ୍ତ ନୋହିଲେ;
16 Bí àwọn àgàbàgebè tí ń ṣe ẹlẹ́yà ní àpèjẹ wọ́n pa eyín wọn keke sí mi.
ଭୋଜରେ ପାଷାଣ୍ଡ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦନ୍ତ ଘର୍ଷଣ କଲେ।
17 Yóò ti pẹ́ tó Olúwa, tí ìwọ yóò máa wò wọ́n lọ? Yọ mí kúrò nínú ìparun wọn, àní ẹ̀mí ì mi kúrò lọ́wọ́ kìnnìún.
ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ୱଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର ଆତ୍ମାକୁ ରକ୍ଷା କର।
18 Nígbà náà ni èmi yóò ṣọpẹ́ fún Ọ nínú àjọ ńlá; èmi yóò máa yìn Ọ́ ní àwùjọ ọ̀pọ̀ ènìyàn.
ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।
19 Má ṣe jẹ́ kí àwọn ọ̀tá mi kí ó yọ̀ lórí ì mi; bẹ́ẹ̀ ni kí o má ṣe àwọn tí ó kórìíra mi ní àìnídìí máa ṣẹ́jú sí mi.
ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ। କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ପରିହାସ କରିବାକୁ ଦିଅ ନାହିଁ।
20 Nítorí pé wọn kò sọ ọ̀rọ̀ àlàáfíà, ṣùgbọ́n wọ́n lóyún ọ̀rọ̀ ẹ̀tàn sí àwọn ènìyàn dídákẹ́ ilẹ̀ náà.
ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତ ଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି।
21 Wọ́n ya ẹnu wọn gbòòrò sí mi; wọ́n wí pé, “Háà! Háà! Ojú wa sì ti rí i.”
ହଁ, ସେମାନେ ମୋʼ ବିରୁଦ୍ଧରେ କଥା କହିଲେ; ସେମାନେ କହିଲେ, “ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି।”
22 Ìwọ́ ti rí i Olúwa; má ṣe dákẹ́! Olúwa má ṣe jìnnà sí mi!
ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।
23 Dìde! ru ara rẹ̀ sókè fún ààbò mi, àti sí ọ̀ràn mi, Ọlọ́run mi àti Olúwa mi!
ହେ ମୋହର ପରମେଶ୍ୱର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ।
24 Ṣe ìdájọ́ mi, Olúwa Ọlọ́run mi, gẹ́gẹ́ bí òdodo rẹ, kí o má sì ṣe jẹ́ kí wọn kí ó yọ̀ lórí mi!
ହେ ସଦାପ୍ରଭୋ, ମୋହର ପରମେଶ୍ୱର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ।
25 Má ṣe jẹ́ kí wọn wí nínú ara wọn pé, “Háà! A ti rí ohun tí ọkàn wa ń fẹ́!” Má ṣe jẹ́ kí wọn kí ó wí pé, “A ti gbé e mì.”
“ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା,” ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; “ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ” ବୋଲି ସେମାନେ ନ କହନ୍ତୁ।
26 Kí ojú kí ó tì wọ́n, kí wọn kí ó sì dààmú pọ̀, àní àwọn tí ń yọ̀ sí ìyọnu mi kí a fi ìtìjú àti àbùkù wọ̀ wọ́n ní aṣọ tí ń gbéraga sí mi.
ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ବିବ୍ରତ ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ।
27 Jẹ́ kí àwọn tí ó fẹ́ ìdáláre mi fò fún ayọ̀ àti ìdùnnú; kí wọn máa sọ ọ́ títí lọ, “Pé gbígbéga ni Olúwa, sí àlàáfíà ìránṣẹ́ rẹ̀.”
ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ୱନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ।
28 Nígbà náà ni ahọ́n mi yóò máa sọ̀rọ̀ òdodo rẹ, àti ìyìn rẹ ní gbogbo ọjọ́.
ପୁଣି, ମୋହର ଜିହ୍ୱା ଦିନସାରା ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ।

< Psalms 35 >