< Psalms 21 >

1 Fún adarí orin. Saamu ti Dafidi. Háà! Olúwa, ọba yóò yọ̀ nínú agbára rẹ, àti ní ìgbàlà rẹ, yóò ti yọ̀ pẹ́ tó!
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ ତୁମ୍ଭ ପରିତ୍ରାଣରେ ସେ କେଡ଼େ ମହାନନ୍ଦ କରିବେ!
2 Nítorí pé ìwọ ti fi ìfẹ́ ọkàn rẹ̀ fún un, bẹ́ẹ̀ ni ìwọ kò sì dùn ún ní ìbéèrè ẹnu rẹ̀. (Sela)
ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ, ଓ ତାଙ୍କ ମୁଖର ନିବେଦନ ଅସ୍ୱୀକାର କରି ନାହଁ। (ସେଲା)
3 Ìwọ ti fi àwọn ìbùkún oore kò ó ni ọ̀nà ìwọ fi adé wúrà dé e ní orí.
କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ।
4 Ó béèrè fún ìyè, ìwọ sì fi fún un, àní ọjọ́ gígùn títí ayérayé.
ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, ତୁମ୍ଭେ ତାହା ତାଙ୍କୁ ଦେଲ; ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ।
5 Ògo rẹ̀ pọ̀ nípasẹ̀ ìṣẹ́gun tí o fi fún un; ìwọ sì jẹ́ kí iyì ọláńlá rẹ̀ wà lára rẹ.
ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି; ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ;
6 Dájúdájú, ìwọ ti fi ìbùkún ayérayé fún un: ìwọ sì mú inú rẹ̀ dùn pẹ̀lú ayọ̀ ojú u rẹ̀.
କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ।
7 Ọba ní ìgbẹ́kẹ̀lé nínú Olúwa; nípasẹ̀ ìfẹ́ Ọ̀gá-ògo tí kì í kùnà kì yóò sípò padà.
କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି, ପୁଣି, ସର୍ବୋପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୋହିବେ।
8 Ọwọ́ rẹ yóò wá gbogbo àwọn ọ̀tá a rẹ rí; ọwọ́ ọ̀tún rẹ yóò wá àwọn tí o kórìíra rẹ rí.
ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ।
9 Nígbà tí ìwọ bá yọ ìwọ yóò mú wọn dàbí iná ìléru. Olúwa yóò gbé wọn mì nínú ìbínú rẹ̀, àti pé iná rẹ̀ yóò jó wọn run.
ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟି ତୁଲ୍ୟ କରିବ। ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ, ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ।
10 Ìwọ yóò pa ìrandíran wọn run kúrò lórí ilẹ̀, àti irú-ọmọ wọn kúrò láàrín àwọn ọmọ ènìyàn.
ତୁମ୍ଭେ ପୃଥିବୀରୁ ସେମାନଙ୍କର ଫଳ ଓ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ।
11 Bí o tilẹ̀ jẹ́ wí pé wọ́n ro èrò ibi sí ọ wọ́n sì ń pète ìwà ìkà, wọn kì yóò ṣe àṣeyọrí.
କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ; ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରିପାରନ୍ତି ନାହିଁ।
12 Nítorí pé ìwọ yóò mú wọn yí ẹ̀yìn wọn padà nígbà tí o bá pinnu láti ta wọ́n ní ọfà.
ତୁମ୍ଭେ ସେମାନଙ୍କର ପୃଷ୍ଠ ଫେରାଇବ, ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ।
13 Gbígbéga ni ọ́ Olúwa, nínú agbára rẹ; a ó kọrin, a ó yín agbára a rẹ̀.
ହେ ସଦାପ୍ରଭୋ, ନିଜ ବଳରେ ଉନ୍ନତ ହୁଅ; ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା।

< Psalms 21 >