< Psalms 20 >
1 Fún adarí orin. Saamu ti Dafidi. Kí Olúwa kí ó gbóhùn rẹ ní ọjọ́ ìpọ́njú; kí orúkọ Ọlọ́run Jakọbu kí ó dáàbò bò ọ́.
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ;
2 Kí ó rán ìrànlọ́wọ́ sí ọ, láti ibi mímọ́ kí ó sì tì ọ́ lẹ́yìn láti Sioni wá.
ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ;
3 Kí ó sì rántí gbogbo ẹbọ rẹ kí ó sì gba ẹbọ sísun rẹ. (Sela)
ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; (ସେଲା)
4 Kí ó fi fún ọ gẹ́gẹ́ bi ti èrò ọkàn rẹ kí ó sì mú gbogbo ìmọ̀ rẹ ṣẹ.
ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ।
5 Àwa yóò hó fún ayọ̀ nígbà tí o bá di aṣẹ́gun àwa yóò gbé àsíá wa sókè ní orúkọ Ọlọ́run wa. Kí Olúwa kí ó mú gbogbo ìbéèrè rẹ̀ ṣẹ.
ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ।
6 Nísinsin yìí, èmi mọ̀ wí pé, Olúwa pa ẹni àmì òróró rẹ̀ mọ́. Yóò gbọ́ láti ọ̀run mímọ́ rẹ̀ wá pẹ̀lú agbára ìgbàlà ọwọ́ ọ̀tún rẹ̀.
ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତଙ୍କୁ ଉଦ୍ଧାର କରନ୍ତି, ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ।
7 Àwọn mìíràn gbẹ́kẹ̀ wọn lé kẹ̀kẹ́, àwọn mìíràn gbẹ́kẹ̀ wọn lé ẹṣin, ṣùgbọ́n àwa gbẹ́kẹ̀lé orúkọ Olúwa Ọlọ́run wa.
କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।
8 Wọ́n wólẹ̀, ní eékún, wọ́n sì ṣubú, ṣùgbọ́n àwa dìde, a sì dúró ṣinṣin.
ସେମାନେ ନତ ହୋଇ ପତିତ ହୋଇଅଛନ୍ତି; ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ।
9 Olúwa, fi ìṣẹ́gun fún ọba! Dá wa lóhùn nígbà tí a bá ń kígbe pè!
ହେ ସଦାପ୍ରଭୋ, ପରିତ୍ରାଣ କର; ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ।