< Psalms 2 >

1 Èéṣe tí àwọn orílẹ̀-èdè fi ń dìtẹ̀, àti tí àwọn ènìyàn ń ṣe rìkíṣí asán?
ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡ଼ଯନ୍ତ୍ର କରନ୍ତି?
2 Àwọn ọba ayé péjọpọ̀ àti àwọn ìjòyè gbìmọ̀ pọ̀ sí Olúwa àti sí ẹni àmì òróró rẹ̀.
ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି,
3 Wọ́n sọ pé, “Ẹ jẹ́ kí a fa ẹ̀wọ̀n wọn já, kí a sì ju ṣẹ́kẹ́ṣẹkẹ̀ wọn nù.”
“ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ।”
4 Ẹni tí ó gúnwà lórí ìtẹ́ lọ́run rẹ́rìn-ín; Olúwa fi wọ́n rẹ́rìn-ín ẹlẹ́yà.
ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
5 Nígbà náà ni yóò bá wọn wí ní ìbínú rẹ̀ yóò sì dẹ́rùbà wọ́n ní ìrunú rẹ̀, ó wí pé,
ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ;
6 “Èmi ti fi ọba mi sí ipò lórí Sioni, òkè mímọ́ mi.”
“ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।”
7 Èmi yóò sì kéde ìpinnu Olúwa: Ó sọ fún mi pé, “Ìwọ ni ọmọ mi; lónìí, èmi ti di baba rẹ.
ମୁଁ ସେହି ବିଧାନ ପ୍ରଚାର କରିବି; ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଆମ୍ଭର ପୁତ୍ର; ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।
8 Béèrè lọ́wọ́ mi, Èmi yóò jẹ́ kí orílẹ̀-èdè di ìní rẹ, òpin ilé ayé yóò sì jẹ́ ogún rẹ.
ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।
9 Ìwọ yóò fi ọ̀pá irin ṣe àkóso wọn ìwọ yóò sì rún wọn wómúwómú bí ìkòkò amọ̀.”
ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ; ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ।”
10 Nítorí náà, ẹ̀yin ọba, ẹ jẹ́ ọlọ́gbọ́n; ẹ gbọ́ ìkìlọ̀ ẹ̀yin alákòóso ayé.
ଏହି କାରଣରୁ, ହେ ରାଜାଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର।
11 Ẹ sin Olúwa pẹ̀lú ìbẹ̀rù ẹ sì máa yọ̀ pẹ̀lú ìwárìrì.
ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର।
12 Fi ẹnu ko ọmọ náà ní ẹnu, kí ó má ba à bínú, kí ó má ba à pa yín run ní ọ̀nà yín, nítorí ìbínú rẹ̀ lè ru sókè ní ẹ̀ẹ̀kan. Ìbùkún ni fún gbogbo àwọn tí ó fi í ṣe ibi ìsádi wọn.
ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେସମସ୍ତେ ଧନ୍ୟ।

< Psalms 2 >