< Psalms 16 >
1 Miktamu ti Dafidi. Pa mí mọ́, Ọlọ́run, nítorí nínú rẹ ni ààbò mi wà.
ଦାଉଦଙ୍କର ମିକ୍ତାମ୍ (ଗୀତରତ୍ନ।) ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ।
2 Mo sọ fún Olúwa, “Ìwọ ni Olúwa mi, lẹ́yìn rẹ èmi kò ní ìre kan.”
ମୁଁ ସଦାପ୍ରଭୁଙ୍କୁ କହିଅଛି, “ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ।”
3 Sí àwọn ènìyàn tí ó wà ní ayé, àwọn ni ológo nínú èyí tí ayọ̀ mí wà.
ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି, ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ।
4 Ìṣòro àwọn wọ̀n-ọn-nì yóò pọ̀ sí i, àní àwọn tí ń tọ ọlọ́run mìíràn lẹ́yìn. Ẹbọ ohun mímu ẹ̀jẹ̀ wọn ni èmi kì yóò ta sílẹ̀, bẹ́ẹ̀ ni èmi kì yóò dá orúkọ wọn lẹ́nu mi.
ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢ଼ିଯିବ; ସେମାନଙ୍କ ଦତ୍ତ ରକ୍ତର ପେୟ-ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, କିଅବା ମୁଁ ସେମାନଙ୍କ ଦେବତାଗଣର ନାମ ଆପଣା ଓଷ୍ଠାଧରରେ ନେବି ନାହିଁ।
5 Olúwa, ni ìpín ìní mi tí mo yàn àti ago mi, ó ti pa ohun tí í ṣe tèmi mọ́.
ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ।
6 Okùn ààlà ilẹ̀ ti bọ́ sí ọ̀dọ̀ mi ní ibi dídára; nítòótọ́ mo ti ní ogún rere.
ମୋʼ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି; ହଁ, ମୁଁ ଉତ୍ତମ ଅଧିକାର ପାଇଅଛି।
7 Èmi yóò yin Olúwa, ẹni tí ó gbà mí ní ìyànjú; ní òru, ọkàn mí ń bá mi sọ̀rọ̀.
ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ।
8 Mo ti gbé Olúwa síwájú mi ní ìgbà gbogbo. Nítorí tí ó wà ní ọwọ́ ọ̀tún mi, a kì yóò mì mí.
ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ।
9 Nítorí èyí, ọkàn mi yọ̀, ahọ́n mi pẹ̀lú ń fò fáyọ̀; ara mi pẹ̀lú yóò sinmi ní ààbò,
ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋʼ ଶରୀର ମଧ୍ୟ ନିରାପଦରେ ବାସ କରିବ।
10 nítorí ìwọ kò ní fi ọ̀kan sílẹ̀ nínú isà òkú, tàbí kí ìwọ jẹ́ kí ẹni mímọ́ rẹ kí ó rí ìdíbàjẹ́. (Sheol )
କାରଣ ତୁମ୍ଭେ ମୋʼ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। (Sheol )
11 Ìwọ ti fi ipa ọ̀nà ìyè hàn mí; Ìwọ yóò kún mi pẹ̀lú ayọ̀ ní iwájú rẹ, pẹ̀lú ìdùnnú ayérayé ní ọwọ́ ọ̀tún rẹ.
ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।