< Psalms 145 >
1 Saamu ìyìn. Ti Dafidi. Èmi yóò gbé ọ ga, Ọlọ́run ọba mi; èmi yóò yin orúkọ rẹ̀ láé àti láéláé.
ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ। ହେ ରାଜନ୍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି,
2 Ní ojoojúmọ́ èmi yóò yìn ọ́ èmi yóò sì pòkìkí orúkọ rẹ láé àti láéláé.
ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 Títóbi ni Olúwa. Òun sì ni ó yẹ láti fi ìyìn fún púpọ̀púpọ̀: kò sí ẹni tí ó lè wọn títóbi rẹ̀.
ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।
4 Ìran kan yóò máa yin iṣẹ́ rẹ dé ìran mìíràn; wọn yóò máa sọ iṣẹ́ agbára rẹ.
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ।
5 Wọn yóò máa sọ ìyìn ọláńlá rẹ tí ó lógo, èmi yóò máa ṣe àṣàrò nínú iṣẹ́ ìyanu rẹ.
ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି।
6 Wọn yóò sọ iṣẹ́ agbára rẹ tí ó ní ẹ̀rù èmi yóò kéde iṣẹ́ ńlá rẹ̀.
ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ; ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି।
7 Wọn yóò ṣe ìrántí ọ̀pọ̀lọpọ̀ ìwà rere rẹ àti orin ayọ̀ òdodo rẹ.
ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।
8 Olóore-ọ̀fẹ́ ni Olúwa àti aláàánú ó lọ́ra láti bínú ó sì ní ìfẹ́ púpọ̀.
ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।
9 Olúwa dára sí ẹni gbogbo; ó ní àánú lórí ohun gbogbo tí ó dá.
ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।
10 Gbogbo ohun tí ìwọ ti dá ni yóò máa yìn ọ́ Olúwa; àwọn ẹni mímọ́ yóò máa pòkìkí rẹ.
ହେ ସଦାପ୍ରଭୋ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; ତୁମ୍ଭର ସଦ୍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ;
11 Wọn yóò sọ ògo ìjọba rẹ wọn yóò sì sọ̀rọ̀ agbára rẹ,
ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି,
12 kí gbogbo ènìyàn le mọ iṣẹ́ agbára rẹ̀ àti ọláńlá ìjọba rẹ tí ó lógo.
ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ।
13 Ìjọba rẹ ìjọba ayérayé ni, àti ìjọba rẹ wà ní gbogbo ìrandíran.
ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।
14 Olúwa mú gbogbo àwọn tí ó ṣubú ró ó sì gbé gbogbo àwọn tí ó tẹríba dìde.
ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି।
15 Ojú gbogbo ènìyàn ń wò ọ́, ó sì fún wọn ní oúnjẹ wọn ní àkókò tí ó yẹ.
ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ।
16 Ìwọ ṣí ọwọ́ rẹ ìwọ sì tẹ́ ìfẹ́ gbogbo ohun alààyè lọ́rùn.
ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।
17 Olúwa jẹ́ olódodo ní gbogbo ọ̀nà rẹ̀ àti ìfẹ́ rẹ̀ sí gbogbo ohun tí o dá.
ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,
18 Olúwa wà ní tòsí gbogbo àwọn tí ń ké pè é, sí gbogbo ẹni tí ń ké pè é ní òtítọ́.
ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।
19 Ó mú ìfẹ́ àwọn tí ó bẹ̀rù rẹ̀ ṣẹ; ó gbọ́ igbe wọn, ó sì gbà wọ́n.
ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ।
20 Olúwa dá gbogbo àwọn tí ó ní ìfẹ́ sẹ sí ṣùgbọ́n gbogbo àwọn ẹni búburú ní yóò parun.
ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।
21 Ẹnu mi yóò sọ̀rọ̀ ìyìn Olúwa. Jẹ́ kí gbogbo ẹ̀dá yín orúkọ rẹ̀ mímọ́ láé àti láéláé.
ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।