< Psalms 138 >

1 Ti Dafidi. Èmi yóò yìn ọ́ tinútinú mi gbogbo; níwájú àwọn òrìṣà ni èmi ó kọrin ìyìn sí ọ.
ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି; ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
2 Èmi ó máa gbàdúrà sí ìhà tẹmpili mímọ́ rẹ̀ èmi ó sì máa yin orúkọ rẹ nítorí ìṣeun ìfẹ́ rẹ àti òtítọ́ rẹ; nítorí ìwọ gbé ọ̀rọ̀ rẹ ga ju orúkọ rẹ lọ.
ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ।
3 Ní ọjọ́ tí mo ké pè é ọ́, ìwọ dá mi lóhùn, ìwọ sì fi ipa mú mi lára le ní ọkàn mi.
ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ, ତୁମ୍ଭେ ମୋʼ ପ୍ରାଣକୁ ବଳ ଦେଇ ସାହସିକ କଲ।
4 Gbogbo àwọn ọba ayé yóò yìn ọ́, Olúwa, ní ìgbà tí wọn bá gbọ́ ọ̀rọ̀ ẹnu rẹ.
ହେ ସଦାପ୍ରଭୋ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର ଧନ୍ୟବାଦ କରିବେ, କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି।
5 Nítòótọ́, wọn ó máa kọrin ní ipa ọ̀nà Olúwa; nítorí pé ńlá ni ògo Olúwa.
ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ; କାରଣ ସଦାପ୍ରଭୁଙ୍କ ଗୌରବ ମହତ୍।
6 Bí Olúwa tilẹ̀ ga, síbẹ̀ ó júbà àwọn onírẹ̀lẹ̀; ṣùgbọ́n agbéraga ni ó mọ̀ ní òkèrè réré.
ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି; ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି।
7 Bí èmi tilẹ̀ ń rìn nínú ìpọ́njú ìwọ ni yóò sọ mi di ààyè; ìwọ ó na ọwọ́ rẹ sí àwọn ọ̀tá mi, ọwọ́ ọ̀tún rẹ yóò sì gbà mí.
ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ ସୁରକ୍ଷିତ ରଖିବ, ତୁମ୍ଭେ ମୋʼ ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା ହସ୍ତ ବିସ୍ତାର କରିବ ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ।
8 Olúwa yóò ṣe ohun tí ń ṣe tèmi láṣepé; Olúwa, àánú rẹ dúró láéláé; má ṣe kọ iṣẹ́ ọwọ́ ara rẹ sílẹ̀.
ସଦାପ୍ରଭୁ ମୋʼ ସମ୍ପର୍କୀୟ ବିଷୟ ସାଧନ କରିବେ; ହେ ସଦାପ୍ରଭୋ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ; ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ।

< Psalms 138 >