< Psalms 135 >
1 Ẹ yin Olúwa. Ẹ yin orúkọ Olúwa; ẹ yìn ín, ẹ̀yin ìránṣẹ́ Olúwa.
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର; ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର।
2 Ẹ̀yin tí ń dúró ní ilé Olúwa, nínú àgbàlá ilé Ọlọ́run wa.
ସଦାପ୍ରଭୁଙ୍କ ଗୃହରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ
3 Ẹ yin Olúwa: nítorí tí Olúwa ṣeun; ẹ kọrin ìyìn sí orúkọ rẹ̀; nítorí tí ó dùn.
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; କାରଣ ତାହା ମନୋହର।
4 Nítorí tí Olúwa ti yan Jakọbu fún ara rẹ̀; àní Israẹli fún ìṣúra ààyò rẹ̀.
ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି।
5 Nítorí tí èmi mọ̀ pé Olúwa tóbi, àti pé Olúwa jù gbogbo òrìṣà lọ.
କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ।
6 Olúwa ṣe ohunkóhun tí ó wù ú, ní ọ̀run àti ní ayé, ní Òkun àti ní ọ̀gbun gbogbo.
ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।
7 Ó mú ìkùùkuu gòkè láti òpin ilẹ̀ wá: ó dá mọ̀nàmọ́ná fún òjò: ó ń mú afẹ́fẹ́ ti inú ilẹ̀ ìṣúra rẹ̀ wá.
ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି; ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
8 Ẹni tí ó kọlu àwọn àkọ́bí Ejibiti, àti ti ènìyàn àti ti ẹranko.
ସେ ମିସରର ପ୍ରଥମଜାତ ମନୁଷ୍ୟ ଓ ପଶୁ ଉଭୟକୁ ସଂହାର କଲେ।
9 Ẹni tí ó rán iṣẹ́ àmì àti iṣẹ́ ìyanu sí àárín rẹ̀, ìwọ Ejibiti, sí ara Farao àti sí ara àwọn ìránṣẹ́ rẹ̀ gbogbo.
ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ।
10 Ẹni tí ó kọlu àwọn orílẹ̀-èdè púpọ̀, tí ó sì pa àwọn alágbára ọba.
ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ, ପରାକ୍ରାନ୍ତ ରାଜାମାନଙ୍କୁ,
11 Sihoni, ọba àwọn ará Amori, àti Ogu, ọba Baṣani, àti gbogbo ìjọba Kenaani:
ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓଗ୍କୁ, ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ।
12 Ó sì fi ilẹ̀ wọn fún ni ní ìní, ìní fún Israẹli, ènìyàn rẹ̀.
ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ, ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ।
13 Olúwa orúkọ rẹ dúró láéláé; ìrántí rẹ Olúwa, láti ìrandíran.
ହେ ସଦାପ୍ରଭୋ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ; ହେ ସଦାପ୍ରଭୋ, ତୁମ୍ଭ ସ୍ମରଣ ପୁରୁଷ-ପରମ୍ପରାରେ ଥାଏ।
14 Nítorí tí Olúwa yóò ṣe ìdájọ́ àwọn ènìyàn rẹ̀, yóò sì ṣe ìyọ́nú sí àwọn ọmọ ọ̀dọ̀ rẹ̀.
ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।
15 Fàdákà òun wúrà ni èrè àwọn aláìkọlà, iṣẹ́ ọwọ́ ènìyàn ni.
ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ।
16 Wọ́n ní ẹnu, ṣùgbọ́n wọn kò le sọ̀rọ̀; wọ́n ní ojú, ṣùgbọ́n wọn kò fi ríran.
ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ, ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ;
17 Wọ́n ní etí, ṣùgbọ́n wọn kò fi gbọ́rọ̀; bẹ́ẹ̀ ni kò si èémí kan ní ẹnu wọn.
ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ।
18 Àwọn tí ń ṣe wọ́n dàbí wọn: gẹ́gẹ́ bẹ́ẹ̀ ni olúkúlùkù ẹni tí ó gbẹ́kẹ̀ rẹ̀ lé wọn.
ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀ ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ।
19 Ẹ̀yin ara ilé Israẹli, ẹ fi ìbùkún fún Olúwa, ẹ̀yin ará ilé Aaroni, fi ìbùkún fún Olúwa.
ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;
20 Ẹ̀yin ará ilé Lefi, fi ìbùkún fún Olúwa; ẹ̀yin tí ó bẹ̀rù Olúwa, fi ìbùkún fún Olúwa.
ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
21 Olùbùkún ni Olúwa, láti Sioni wá, tí ń gbé Jerusalẹmu. Ẹ fi ìyìn fún Olúwa.
ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।