< Psalms 131 >

1 Orin fún ìgòkè. Ti Dafidi. Olúwa àyà mi kò gbéga, bẹ́ẹ̀ ni ojú mi kò gbé sókè: bẹ́ẹ̀ ni èmi kò fi ọwọ́ mi lé ọ̀ràn ńlá, tàbí lé ohun tí ó ga jù mí lọ.
ଆରୋହଣ ଗୀତ; ଦାଉଦଙ୍କ ରଚିତ। ହେ ସଦାପ୍ରଭୋ, ମୋʼ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋʼ ଦୃଷ୍ଟି ଗର୍ବୀ ନୁହେଁ; କିଅବା ମୁଁ ମହତ୍ ମହତ୍ ବ୍ୟାପାରରେ, ଅଥବା ମୋʼ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ ନାହିଁ।
2 Nítòótọ́ èmi mú ọkàn mi sinmi, mo sì mú un dákẹ́ jẹ́ẹ́, bí ọmọ tí a ti ọwọ́ ìyá rẹ̀ gbà ní ẹnu ọmú: ọkàn mi rí gẹ́gẹ́ bí ọmọ tí a já ní ẹnu ọmú.
ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି, ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି; ମୋʼ ପ୍ରାଣ ମୋʼ ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି ଅଛି।
3 Israẹli, ìwọ ní ìrètí ní ti Olúwa láti ìsinsin yìí lọ àti láéláé.
ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କଠାରେ ଭରସା ରଖ।

< Psalms 131 >