< Psalms 12 >
1 Fún adarí orin. Gẹ́gẹ́ bí ti ṣeminiti. Saamu ti Dafidi. Ràn wá lọ́wọ́, Olúwa, nítorí ẹni ìwà-bí-Ọlọ́run kò sí mọ́; olóòtítọ́ tí pòórá kúrò láàrín àwọn ènìyàn.
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ। ସଦାପ୍ରଭୋ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।
2 Olúkúlùkù ń parọ́ fún aládùúgbò rẹ̀; ètè èké wọn ń sọ ẹ̀tàn.
ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି। ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି।
3 Kí Olúwa kí ó gé ètè èké wọn àti gbogbo ahọ́n ìfọ́nnu
ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ;
4 tí ó wí pé, “Àwa ó borí pẹ̀lú ahọ́n wa; àwa ní ètè wa, ta ni ọ̀gá wa?”
ସେମାନେ କହନ୍ତି, “ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?”
5 “Nítorí ìnilára àwọn aláìlágbára àti ìkérora àwọn aláìní, Èmi yóò dìde nísinsin yìí,” ni Olúwa wí. “Èmi yóò dáàbò bò wọ́n lọ́wọ́ àwọn tí ń ṣe àrankàn wọn.”
ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।”
6 Ọ̀rọ̀ Olúwa sì jẹ aláìlábùkù, gẹ́gẹ́ bí fàdákà tí a yọ́ nínú ìléru amọ̀, tí a sọ di mímọ́ nígbà méje.
ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।
7 Olúwa, ìwọ yóò pa wá mọ́ kí o sì gbà wá lọ́wọ́ àwọn ènìyàn wọ̀nyí títí láé.
ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।
8 Àwọn ènìyàn búburú ń rin ìrìn fáàrí kiri nígbà tí wọn ń bọ̀wọ̀ fún òsì láàrín àwọn ènìyàn.
ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।