< Psalms 119 >

1 Ìbùkún ni fún àwọn ẹni tí ọ̀nà wọn wà láìlẹ́ṣẹ̀, ẹni tí í rìn ní ìbámu pẹ̀lú òfin Olúwa.
ଆଲେଫ୍‍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।
2 Ìbùkún ni fún àwọn ẹni tí ń pa òfin rẹ̀ mọ́ tí wọn sì ń wá a pẹ̀lú gbogbo ọkàn wọn.
ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।
3 Wọn kò ṣe ohun tí kò dára; wọ́n rìn ní ọ̀nà rẹ̀.
ସେମାନେ କୌଣସି ଅଧର୍ମ କରନ୍ତି ନାହିଁ; ସେମାନେ ତାହାଙ୍କ ପଥରେ ଗମନ କରନ୍ତି।
4 Ìwọ ti la ìlànà rẹ̀ sílẹ̀ kí a sì pa wọ́n mọ́ gidigidi.
ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ ପାଳନ କରିବା, ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ।
5 Ọ̀nà mi ìbá dúró ṣinṣin láti máa pa òfin rẹ̀ mọ́!
ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି ମୋହର ଗତି ସୁସ୍ଥିର ହୁଅନ୍ତା!
6 Nígbà náà, ojú kò ní tì mí nígbà tí mo bá ń kíyèsi àṣẹ rẹ̀ gbogbo.
ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ ଲଜ୍ଜିତ ହେବି ନାହିଁ।
7 Èmi yóò yìn ọ́ pẹ̀lú ọkàn ìdúró ṣinṣin bí èmi bá ti kọ́ òfin òdodo rẹ̀.
ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।
8 Èmi yóò gbọ́rọ̀ sí àṣẹ rẹ̀, má ṣe kọ̀ mí sílẹ̀ pátápátá.
ମୁଁ ତୁମ୍ଭର ବିଧିସବୁ ପାଳନ କରିବି; ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ। ବୈତ୍‍।
9 Báwo ni àwọn ọ̀dọ́ yóò ti ṣe pa ọ̀nà rẹ̀ mọ́? Láti máa gbé ní ìbámu sí ọ̀rọ̀ rẹ.
ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।
10 Èmi wá ọ pẹ̀lú gbogbo ọkàn mi má ṣe jẹ́ kí èmi yapa kúrò nínú àṣẹ rẹ.
ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ।
11 Èmi ti pa ọ̀rọ̀ rẹ mọ́ ní ọkàn mi kí èmi má ba à ṣẹ̀ sí ọ.
ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।
12 Ìyìn ni fún Olúwa; kọ́ mi ní àṣẹ rẹ.
ହେ ସଦାପ୍ରଭୋ, ତୁମ୍ଭେ ଧନ୍ୟ; ତୁମ୍ଭର ବିଧିସବୁ ମୋତେ ଶିଖାଅ।
13 Pẹ̀lú ètè mi èmi tún ṣírò gbogbo òfin tí ó wá láti ẹnu rẹ.
ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି।
14 Èmi ń yọ̀ ní ọ̀nà ẹ̀rí rẹ, bí ènìyàn ṣe ń yọ̀ nínú ọláńlá.
ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୂପ ପଥରେ ଆମୋଦ କରିଅଛି।
15 Èmi ń ṣe àṣàrò nínú ìlànà rẹ èmi sì kíyèsi ọ̀nà rẹ.
ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି।
16 Inú mi dùn sí àṣẹ rẹ; èmi kì yóò gbàgbé ọ̀nà rẹ.
ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି; ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ। ଗିମେଲ୍‍।
17 Ṣe rere sí ìránṣẹ́ rẹ, èmi yóò sì wà láààyè; èmi yóò ṣe ìgbọ́ràn sí ọ̀rọ̀ rẹ.
ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର; ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି।
18 La ojú mi kí èmi lè ríran rí ohun ìyanu tí ó wà nínú òfin rẹ.
ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 Àlejò ní èmi jẹ́ láyé, má ṣe pa àṣẹ rẹ mọ́ fún mi.
ମୁଁ ପୃଥିବୀରେ ପ୍ରବାସୀ; ତୁମ୍ଭର ଆଜ୍ଞାସବୁ ମୋʼ ଠାରୁ ଲୁଚାଅ ନାହିଁ।
20 Ọkàn mi pòruurù pẹ̀lú ìfojúsọ́nà nítorí òfin rẹ nígbà gbogbo.
ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ ମୋʼ ପ୍ରାଣ କ୍ଷୀଣ ହୁଏ।
21 Ìwọ fi àwọn agbéraga bú, àwọn tí a fi gégùn ún tí ó ṣìnà kúrò nínú àṣẹ rẹ.
ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି, ତୁମ୍ଭେ ସେମାନଙ୍କୁ ଧମକାଇଅଛ।
22 Mú ẹ̀gàn àti àbùkù kúrò lára mi, nítorí èmi pa òfin rẹ mọ́.
ମୋʼ ଠାରୁ ନିନ୍ଦା ଓ ଅପମାନ ଦୂର କର; କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି।
23 Bí ó tilẹ̀ jẹ́ pé àwọn alákòóso kójọpọ̀, wọ́n ń sọ̀rọ̀ ìbàjẹ́ sí mi, ṣùgbọ́n ìránṣẹ́ rẹ ń ṣe àṣàrò nínú àṣẹ rẹ.
ଅଧିପତିମାନେ ମଧ୍ୟ ବସି ମୋʼ ବିରୁଦ୍ଧରେ କଥା କହିଲେ; ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା।
24 Òfin rẹ ni dídùn inú mi; àwọn ní olùbádámọ̀ràn mi.
ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ। ଦାଲତ୍‍।
25 Ọkàn mí lẹ̀ mọ́ erùpẹ̀; ìwọ sọ mí di ààyè gẹ́gẹ́ bí ọ̀rọ̀ rẹ.
ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।
26 Èmi tún ọ̀nà mi ṣírò ìwọ sì dá mi lóhùn; kọ́ mi ní àṣẹ rẹ.
ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ; ତୁମ୍ଭର ବିଧିସବୁ ମୋତେ ଶିଖାଅ।
27 Jẹ́ kí n mọ ẹ̀kọ́ ìlànà rẹ: nígbà náà ni èmi yóò ṣe àṣàrò iṣẹ́ ìyanu rẹ.
ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ; ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ ଧ୍ୟାନ କରିବି।
28 Ọkàn mi ń ṣe àárẹ̀ pẹ̀lú ìbànújẹ́; fi agbára fún mi gẹ́gẹ́ bí ọ̀rọ̀ rẹ.
ଶୋକ ସକାଶୁ ମୋʼ ପ୍ରାଣ ତରଳି ଯାଏ; ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।
29 Pa mí mọ́ kúrò nínú ọ̀nà ẹ̀tàn fún mi ní oore-ọ̀fẹ́ nípa òfin rẹ.
ମୋʼ ଠାରୁ ମିଥ୍ୟାମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର।
30 Èmi ti yan ọ̀nà òtítọ́ èmi ti gbé ọkàn mi lé òfin rẹ.
ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।
31 Èmi yára di òfin rẹ mú. Olúwa má ṣe jẹ́ kí ojú kí ó tì mí.
ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ; ହେ ସଦାପ୍ରଭୋ, ମୋତେ ଲଜ୍ଜିତ କର ନାହିଁ।
32 Èmi sáré ní ipa ọ̀nà àṣẹ rẹ, nítorí ìwọ, ti tú ọkàn mi sílẹ̀.
ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି। ହେ।
33 Kọ́ mi, Olúwa, láti tẹ̀lé àṣẹ rẹ; nígbà náà ni èmi yóò pa wọ́n mọ́ dé òpin.
ହେ ସଦାପ୍ରଭୋ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ; ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।
34 Fún mi ní òye, èmi yóò sì pa òfin rẹ mọ́ èmi yóò sì máa kíyèsi i pẹ̀lú ọkàn mi.
ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।
35 Fi ipa ọ̀nà àṣẹ rẹ hàn mí, nítorí nínú rẹ̀ ni èmi rí inú dídùn.
ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; କାରଣ ତହିଁରେ ମୁଁ ଆନନ୍ଦ କରେ।
36 Yí ọkàn mi padà sí òfin rẹ kí ó má ṣe sí ojúkòkòrò mọ́.
ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ ପ୍ରତି ମୋʼ ଚିତ୍ତର ସ୍ନେହ ଜନ୍ମାଅ।
37 Yí ojú mi padà kúrò láti máa wo ohun asán: pa ọ̀nà mi mọ́ gẹ́gẹ́ bí ọ̀rọ̀ rẹ.
ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର।
38 Mú ìlérí rẹ sẹ sí ìránṣẹ́ rẹ, nítorí òfin rẹ dára.
ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର, ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ।
39 Yí ẹ̀gàn mi padà tí mo bẹ̀rù nítorí tí ìdájọ́ rẹ dára.
ମୋହର ଭୟଜନକ ନିନ୍ଦା ଦୂର କର; କାରଣ ତୁମ୍ଭର ଶାସନସକଳ ଉତ୍ତମ।
40 Kíyèsi i, ọkàn mi ti fà sí ẹ̀kọ́ rẹ! Pa ayé mi mọ́ nínú òdodo rẹ.
ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି; ତୁମ୍ଭ ଧର୍ମରେ ମୋତେ ସଚେତ କର। ବୌ।
41 Jẹ́ kí ìfẹ́ rẹ tí kì í kùnà wá bá mi, Olúwa, ìgbàlà rẹ gẹ́gẹ́ bí ìpinnu rẹ.
ହେ ସଦାପ୍ରଭୋ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋʼ ପ୍ରତି ବର୍ତ୍ତୁ।
42 Nígbà náà ni èmi yóò dá ẹni tí ń sọ̀rọ̀ ẹ̀gàn sí mi lóhùn, nítorí èmi gbẹ́kẹ̀lé ọ̀rọ̀ rẹ.
ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି; କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ।
43 Má ṣe gba ọ̀rọ̀ òtítọ́ láti ẹnu mi nítorí èmi ti gbé ìrètí mi sínú àṣẹ rẹ.
ପୁଣି, ମୋʼ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ; କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି।
44 Èmi yóò máa gbọ́rọ̀ sí òfin rẹ nígbà gbogbo láé àti láéláé.
ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି।
45 Èmi yóò máa rìn káàkiri ní òmìnira, nítorí èmi ti kígbe ẹ̀kọ́ rẹ jáde.
ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।
46 Èmi yóò sọ̀rọ̀ òfin rẹ níwájú àwọn ọba ojú kì yóò sì tì mí,
ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।
47 nítorí èmi ní inú dídùn nínú àṣẹ rẹ nítorí èmi ní ìfẹ́ wọn.
ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
48 Èmi gbé ọwọ́ mi sókè nítorí àṣẹ rẹ, èyí tí èmi fẹ́ràn, èmi sì ń ṣe àṣàrò òfin rẹ̀.
ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି। ସୟିନ୍‍।
49 Rántí ọ̀rọ̀ rẹ sí ìránṣẹ́ rẹ, nítorí ìwọ ti fún mi ní ìrètí.
ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।
50 Ìtùnú mi nínú ìpọ́njú mi ni èyí: ìpinnu rẹ pa ayé mi mọ́.
ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
51 Àwọn agbéraga fi mí ṣe ẹlẹ́yà láì dádúró, ṣùgbọ́n èmi kò padà nínú òfin rẹ.
ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।
52 Èmi rántí àwọn òfin rẹ ìgbàanì, Olúwa, èmi sì rí ìtùnú nínú wọn.
ହେ ସଦାପ୍ରଭୋ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।
53 Ìbínú dì mímú ṣinṣin nítorí àwọn ẹni búburú, tí wọ́n ti kọ òfin rẹ sílẹ̀.
ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।
54 Òfin rẹ ni ọ̀rọ̀ ìpìlẹ̀ orin mi níbikíbi tí èmi ń gbé.
ମୋʼ ପ୍ରବାସ-ଗୃହରେ ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।
55 Ní òru èmi rántí orúkọ rẹ, Olúwa, èmi yóò sì pa òfin rẹ mọ́
ହେ ସଦାପ୍ରଭୋ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।
56 nítorí tí mo gba ẹ̀kọ́ rẹ gbọ́.
ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି। ହେତ୍।
57 Ìwọ ni ìpín mi, Olúwa: èmi ti pinnu láti tẹríba sí ọ̀rọ̀ rẹ.
ସଦାପ୍ରଭୁ ମୋହର ଅଂଶ; ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।
58 Èmi ti wá ojú rẹ pẹ̀lú gbogbo ọkàn mi: fún mi ní oore-ọ̀fẹ́ gẹ́gẹ́ bí ìpinnu rẹ.
ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; ଆପଣା ବାକ୍ୟାନୁସାରେ ମୋʼ ପ୍ରତି ଦୟାଳୁ ହୁଅ।
59 Èmi ti kíyèsi ọ̀nà mi èmi sì ti gbé ìgbésẹ̀ mi sí òfin rẹ.
ମୁଁ ଆପଣା ଗତିସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।
60 Èmi yóò yára, ń kò ni lọ́ra láti gbọ́rọ̀ sí àṣẹ rẹ.
ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।
61 Bí ó tilẹ̀ jẹ́ pé àwọn ẹni búburú dì mí pẹ̀lú okùn, èmi kò ní gbàgbé òfin rẹ.
ଦୁଷ୍ଟମାନଙ୍କର ରଜ୍ଜୁ ମୋʼ ଚାରିଆଡ଼େ ଜଡ଼ିତ ହେଲା; ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।
62 Ní àárín ọ̀gànjọ́ òru èmi dìde láti fi ọpẹ́ fún ọ nítorí òfin òdodo rẹ.
ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।
63 Èmi jẹ́ ọ̀rẹ́ sí gbogbo àwọn tí ó bẹ̀rù rẹ, sí gbogbo àwọn tí ń tẹ̀lé ẹ̀kọ́ rẹ.
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।
64 Ayé kún fún ìfẹ́ rẹ, Olúwa, kọ́ mi ní òfin rẹ.
ହେ ସଦାପ୍ରଭୋ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ; ତୁମ୍ଭ ବିଧିସବୁ ମୋତେ ଶିଖାଅ। ଟେଟ୍‍।
65 Ṣe rere sí ìránṣẹ́ rẹ gẹ́gẹ́ bí ọ̀rọ̀ rẹ, Olúwa.
ହେ ସଦାପ୍ରଭୋ, ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ।
66 Kọ́ mi ní ìmọ̀ àti ìdájọ́ rere, nítorí mo gbàgbọ́ nínú àṣẹ rẹ.
ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ। କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି।
67 Kí a tó pọ́n mi lójú èmi ti ṣìnà, ṣùgbọ́n ni ìsinsin yìí èmi gbọ́rọ̀ sí ọ̀rọ̀ rẹ.
ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
68 Ìwọ dára, ohun tí ìwọ sì ń ṣe rere ni; kọ́ mi ní ìlànà rẹ.
ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ; ମୋତେ ତୁମ୍ଭ ବିଧିସବୁ ଶିଖାଅ।
69 Bí ó tilẹ̀ jẹ́ pé àwọn agbéraga ti gbìmọ̀ èké sí mí, èmi pa ẹ̀kọ́ rẹ mọ́ pẹ̀lú gbogbo ọkàn mi.
ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି; ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।
70 Ọkàn wọn yigbì kò sì ní àánú, ṣùgbọ́n èmi ní inú dídùn nínú òfin rẹ.
ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।
71 Ó dára fún mi kí a pọ́n mi lójú nítorí kí èmi lè kọ́ òfin rẹ.
ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋʼ ପକ୍ଷରେ ଭଲ ହେଲା।
72 Òfin tí ó jáde láti ẹnu rẹ ju iyebíye sí mi lọ ó ju ẹgbẹ̀rún ẹyọ fàdákà àti wúrà lọ.
ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋʼ ପ୍ରତି ଉତ୍ତମ। ଇୟୂଦ୍‍।
73 Ọwọ́ rẹ ni ó dá mi tí ó sì mọ mí; fún mi ní òye láti kọ́ àṣẹ rẹ.
ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।
74 Jẹ́ kí gbogbo àwọn tí ó bẹ̀rù rẹ máa yọ̀ nígbà tí wọ́n bá rí mi, nítorí èmi ti mú ìrètí mi sínú ọ̀rọ̀ rẹ.
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ; କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।
75 Èmi mọ, Olúwa, nítorí òfin rẹ òdodo ni, àti ní òtítọ́ ni ìwọ pọ́n mi lójú.
ହେ ସଦାପ୍ରଭୋ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।
76 Kí ìfẹ́ rẹ tí kì í kùnà jẹ́ ìtùnú mi, gẹ́gẹ́ bí ìpinnu rẹ sí ìránṣẹ́ rẹ.
ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।
77 Jẹ́ kí àánú rẹ kí ó tọ̀ mí wá, kí èmi kí ó lè yè, nítorí òfin rẹ jẹ́ ìdùnnú mi.
ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋʼ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।
78 Kí ojú kí ó ti àwọn agbéraga nítorí wọn pa mí lára láìnídìí ṣùgbọ́n èmi yóò máa ṣe àṣàrò nínú ẹ̀kọ́ rẹ.
ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ; କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି; ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି।
79 Kí àwọn tí ó bẹ̀rù rẹ yí padà sí mi, àwọn tí ó ní òye òfin rẹ.
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋʼ କତିକି ଫେରନ୍ତୁ, ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ।
80 Jẹ́ kí ọkàn mi wà láìlẹ́bi sí òfin rẹ, kí ojú kí ó má ṣe tì mí.
ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ ବିଧିସବୁରେ ମୋʼ ଅନ୍ତଃକରଣ ସିଦ୍ଧ ହେଉ। କଫ୍‍।
81 Ọkàn mi ń fojú ṣọ́nà nítorí ìgbàlà rẹ, ṣùgbọ́n èmi ti fi ìrètí mi sínú ọ̀rọ̀ rẹ.
ତୁମ୍ଭ ପରିତ୍ରାଣ ପାଇଁ ମୋʼ ପ୍ରାଣ କ୍ଷୀଣ ହୁଏ; ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।
82 Ojú mi kùnà, pẹ̀lú wíwo ìpinnu rẹ; èmi wí pé, “Nígbà wo ni ìwọ yóò tù mí nínú?”
ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ? ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ।
83 Bí ó tilẹ̀ jẹ́ pé èmi dàbí awọ-wáìnì lójú èéfín, èmi kò gbàgbé ìlànà rẹ.
କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି। ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ।
84 Báwo ni ìránṣẹ́ rẹ̀ yóò ṣe dúró pẹ́ tó? Nígbà wo ni ìwọ yóò bá àwọn tí ń ṣe inúnibíni sí mi wí?
ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେ କେବେ ମୋʼ ତାଡ଼ନାକାରୀମାନଙ୍କର ବିଚାର କରିବ?
85 Àwọn agbéraga wa ihò ìṣubú fún mi, tí ó lòdì sí òfin rẹ.
ଅହଙ୍କାରୀମାନେ ମୋʼ ପାଇଁ ଗର୍ତ୍ତ ଖୋଳିଅଛନ୍ତି, ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହନ୍ତି।
86 Gbogbo àṣẹ rẹ yẹ ní ìgbẹ́kẹ̀lé; ràn mí lọ́wọ́, nítorí ènìyàn ń ṣe inúnibíni sí mi láìnídìí.
ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ; ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର।
87 Wọ́n fẹ́rẹ pa mí rẹ́ kúrò nínú ayé, ṣùgbọ́n èmi kò kọ ẹ̀kọ́ rẹ.
ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ; ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ।
88 Pa ayé mi mọ́ gẹ́gẹ́ bí ìfẹ́ rẹ, èmi yóò sì gba ẹ̀rí ẹnu rẹ̀ gbọ́.
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ଜୀବନକୁ ରକ୍ଷା କର; ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି। ଲାମଦ୍‍।
89 Ọ̀rọ̀ rẹ, Olúwa, títí láé ni; ó dúró ṣinṣin ní ọ̀run.
ହେ ସଦାପ୍ରଭୋ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 Òtítọ́ rẹ̀ ń lọ dé gbogbo ìran dé ìran; ìwọ ti dá ayé, ó sì dúró ṣinṣin.
ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।
91 Òfin rẹ dúró di òní nítorí ohun gbogbo ń sìn ọ́.
ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; କାରଣ ସମସ୍ତେ ତୁମ୍ଭର ଦାସ।
92 Bí òfin rẹ̀ kò bá jẹ́ dídùn inú mi, èmi ìbá ti ṣègbé nínú ìpọ́njú mi.
ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥାʼନ୍ତି।
93 Èmi kì yóò gbàgbé ẹ̀kọ́ rẹ láé, nítorí nípa wọn ni ìwọ ti pa ayé mi mọ́.
ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
94 Gbà mí, nítorí èmi jẹ́ tìrẹ èmi ti wá ẹ̀kọ́ rẹ.
ମୋତେ ତ୍ରାଣ କର, ମୁଁ ତୁମ୍ଭର; କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।
95 Àwọn ẹni búburú dúró láti pa mí run, ṣùgbọ́n èmi yóò kíyèsi ẹ̀rí rẹ.
ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।
96 Sí ohun pípé gbogbo èmi ti rí òpin; ṣùgbọ́n àṣẹ rẹ aláìlópin ni.
ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ। ମେମ୍‍।
97 Báwo ni èmi ti fẹ́ òfin rẹ tó! Èmi ń ṣe àṣàrò nínú rẹ̀ ní gbogbo ọjọ́ pípẹ́ wá.
ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।
98 Àṣẹ rẹ mú mi gbọ́n ju àwọn ọ̀tá mi lọ, nítorí wọ́n wà pẹ̀lú mi láé.
ତୁମ୍ଭ ଆଜ୍ଞାସବୁ ମୋତେ ମୋʼ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; କାରଣ ତାହାସବୁ ନିରନ୍ତର ମୋʼ ସଙ୍ଗେ ଥାଏ।
99 Èmi ní iyè inú ju gbogbo olùkọ́ mi lọ, nítorí èmi ń ṣe àṣàrò nínú òfin rẹ.
ମୋହର ସମସ୍ତ ଗୁରୁ ଅପେକ୍ଷା ମୋʼ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
100 Èmi ni òye ju àwọn àgbà lọ, nítorí mo gba ẹ̀kọ́ rẹ.
ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
101 Èmi ti pa ẹsẹ̀ mi mọ́ nínú gbogbo ọ̀nà ibi nítorí kí èmi lè gba ọ̀rọ̀ rẹ.
ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
102 Èmi kò yà kúrò nínú òfin rẹ, nítorí ìwọ fúnra rẹ̀ ni ó kọ́ mi.
ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
103 Báwo ni ọ̀rọ̀ rẹ̀ ṣe dùn mọ́ mi lẹ́nu tó, ó dùn ju oyin lọ ní ẹnu mi!
ମୋʼ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର! ହଁ, ମୋʼ ମୁଖକୁ ତାହା ମଧୁ ଅପେକ୍ଷା ମଧୁର!
104 Èmi rí òye gbà nínú ẹ̀kọ́ rẹ; nítorí náà èmi kórìíra gbogbo ọ̀nà tí kò tọ́.
ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ନୂନ୍‍।
105 Ọ̀rọ̀ rẹ ni fìtílà sí ẹsẹ̀ mi àti ìmọ́lẹ̀ sí ipa ọ̀nà mi.
ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ।
106 Èmi ti ṣe ìbúra èmi sì ti tẹnumọ́ ọn wí pé èmi yóò máa tẹ̀lé òfin òdodo rẹ.
ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
107 A pọ́n mi lójú gidigidi; Olúwa, sọ mi di ààyè, gẹ́gẹ́ bi ọ̀rọ̀ rẹ
ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୋ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
108 Olúwa, gba ìyìn àtinúwá ẹnu mi, kí o sì kọ́ mi ní òfin rẹ̀.
ହେ ସଦାପ୍ରଭୋ, ନିବେଦନ କରୁଅଛି, ମୋʼ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
109 Bí ó tilẹ̀ jẹ́ pé ayé mi wà ni ọwọ́ mi nígbà gbogbo, èmi kò ní gbàgbé òfin rẹ.
ମୋʼ ପ୍ରାଣ ନିରନ୍ତର ବିପଦରେ ଥାଏ; ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।
110 Àwọn ẹni búburú ti dẹ okùn sílẹ̀ fún mi, ṣùgbọ́n èmi kò ṣìnà kúrò nínú ẹ̀kọ́ rẹ.
ଦୁଷ୍ଟମାନେ ମୋʼ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
111 Òfin rẹ ni ogún mi láéláé; àwọn ni ayọ̀ ọkàn mi.
ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋʼ ଚିତ୍ତର ଆହ୍ଲାଦଜନକ।
112 Ọkàn mi ti lé pípa òfin rẹ mọ́ láé dé òpin.
ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି। ସାମକ୍‍।
113 Èmi kórìíra àwọn ọlọ́kàn méjì, ṣùgbọ́n èmi fẹ́ òfin rẹ.
ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।
114 Ìwọ ni ààbò mi àti asà mi; èmi ti mú ìrètí mi sínú ọ̀rọ̀ rẹ.
ତୁମ୍ଭେ ମୋʼ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
115 Ẹ kúrò lọ́dọ̀ mi, ẹ̀yin olùṣe búburú, kí èmi lè pa àṣẹ Ọlọ́run mi mọ́!
ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋʼ ନିକଟରୁ ଦୂର ହୁଅ।
116 Gbé mi sókè gẹ́gẹ́ bí ọ̀rọ̀ rẹ, kí èmi kí ó lè yè Má sì jẹ́ kí ojú ìrètí mi kí ó tì mí.
ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋʼ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
117 Gbé mi sókè, èmí yóò sì wa láìléwu; nígbà gbogbo ni èmi yóò máa júbà òfin rẹ.
ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।
118 Ìwọ kọ gbogbo àwọn tí ó ṣìnà kúrò nínú òfin rẹ, nítorí ẹ̀tàn wọn asán ni.
ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।
119 Gbogbo àwọn ẹni búburú ní ayé ni ìwọ yọ kúrò bí i ìdàrọ́; nítorí náà, èmi fẹ́ òfin rẹ̀.
ତୁମ୍ଭେ ପୃଥିବୀସ୍ଥ ସମସ୍ତ ଦୁଷ୍ଟଙ୍କୁ ଧାତୁର ଖାଦ ପରି ଦୂର କରିଥାଅ; ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।
120 Ara mi wárìrì ní ìbẹ̀rù nítorí rẹ̀: èmi dúró ní ìbẹ̀rù òfin rẹ.
ତୁମ୍ଭ ଭୟ ସକାଶୁ ମୋʼ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ। ଅଇନ୍‍।
121 Èmi ti ṣe ohun tí i ṣe òdodo àti ẹ̀tọ́: má ṣe fi mí sílẹ̀ fún àwọn tó ń ni mí lára.
ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; ମୋʼ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 Mú kí àlàáfíà ìránṣẹ́ rẹ dájú: má ṣe jẹ́ kí àwọn agbéraga ni mi lára.
ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; ଅହଙ୍କାରୀମାନଙ୍କୁ ମୋʼ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।
123 Ojú mi kùnà, fún wíwo ìgbàlà rẹ, fún wíwo ìpinnu òdodo rẹ.
ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି।
124 Ṣe pẹ̀lú ìránṣẹ́ rẹ gẹ́gẹ́ bí dídúró ṣinṣin ìfẹ́ rẹ kí o sì kọ́ mi ní àṣẹ rẹ.
ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମୋତେ ଶିଖାଅ।
125 Èmi ni ìránṣẹ́ rẹ; ẹ fún mi ní òye kí èmi lè ní òye òfin rẹ
ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ।
126 Ó tó àsìkò fún ọ láti ṣe iṣẹ́, Olúwa; nítorí òfin rẹ ti fọ́.
ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।
127 Nítorí èmi fẹ́ràn àṣẹ rẹ ju wúrà, àní ju wúrà dídára lọ,
ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ।
128 nítorí èmi kíyèsi gbogbo ẹ̀kọ́ òtítọ́ rẹ̀, èmi kórìíra gbogbo ipa ọ̀nà búburú.
ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ପେ।
129 Òfin rẹ̀ ìyanu ni: nítorí náà èmi gbà wọ́n gbọ́.
ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; ଏଥିପାଇଁ ମୋʼ ପ୍ରାଣ ତାହାସବୁ ପାଳନ କରେ।
130 Ìṣípayá ọ̀rọ̀ rẹ̀ mú ìmọ́lẹ̀ wá; ó fi òye fún àwọn òpè.
ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ; ତାହା ନିର୍ବୋଧକୁ ବୋଧ ଦିଏ।
131 Èmi ya ẹnu mi mo sì mí hẹlẹ, nítorí èmi fojú ṣọ́nà sí àṣẹ rẹ.
ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ ଆପଣା ମୁଖ ଫର୍ଚ୍ଚା କରି ଫିଟାଇ ପକାଇଲି।
132 Yí padà sí mi kí o sì ṣàánú fún mi, bí ìwọ ṣe máa ń ṣe nígbà gbogbo sí àwọn tí ó fẹ́ràn orúkọ rẹ.
ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି ଯେପରି କରିଥାଅ, ସେପରି ମୋʼ ପ୍ରତି ଫେର ଓ ମୋତେ ଦୟା କର।
133 Fi ìṣísẹ̀ mi múlẹ̀ nínú ọ̀rọ̀ rẹ, má ṣe jẹ́ kí ẹ̀ṣẹ̀ borí mi.
ତୁମ୍ଭ ବାକ୍ୟାନୁସାରେ ମୋʼ ପାଦଗତି ସଜାଡ଼ ଓ ମୋʼ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ।
134 Rà mí padà lọ́wọ́ aninilára ènìyàn, kí èmi lè gbọ́ ẹ̀kọ́ rẹ.
ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର; ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି।
135 Jẹ́ kí ojú rẹ kí ó tàn sí ìránṣẹ́ rẹ lára kí ó sì kọ́ mi ní àṣẹ rẹ.
ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ।
136 Omijé sàn jáde ní ojú mi, nítorí wọn kò gba pé òfin rẹ̀ jẹ́ òtítọ́.
ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋʼ ଚକ୍ଷୁରୁ ଜଳଧାରା ବହୁଅଛି। ସାଦେ।
137 Olódodo ni ìwọ Olúwa ìdájọ́ rẹ sì dúró ṣinṣin.
ହେ ସଦାପ୍ରଭୋ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନସକଳ ସରଳ।
138 Òfin ti ìwọ gbé kalẹ̀ jẹ́ òdodo: wọ́n yẹ ni ìgbẹ́kẹ̀lé.
ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ।
139 Ìtara mi ti pa mí run, nítorí àwọn ọ̀tá mi fi ojú fo ọ̀rọ̀ rẹ dá.
ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରିଅଛନ୍ତି।
140 Wọ́n ti dán ìpinnu rẹ wò pátápátá ìránṣẹ́ rẹ sì fẹ́ràn wọ́n.
ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ; ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ।
141 Bí ó tilẹ̀ jẹ́ pé èmi jẹ́ onírẹ̀lẹ̀ àti ẹni ẹ̀gàn èmi kò ni gbàgbé ẹ̀kọ́ rẹ.
ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।
142 Òdodo rẹ wà títí láé òtítọ́ ni òfin rẹ̀.
ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।
143 Ìyọnu àti ìpọ́njú wá sórí mi, ṣùgbọ́n àṣẹ rẹ ni inú dídùn mi.
କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।
144 Òfin rẹ jẹ́ òtítọ́ láé; fún mi ní òye kí èmi lè yè.
ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି। କଫ।
145 Èmi kígbe pẹ̀lú gbogbo ọkàn mi: dá mi lóhùn Olúwa, èmi yóò sì gbọ́rọ̀ sí àṣẹ rẹ.
ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ; ମୁଁ ତୁମ୍ଭର ବିଧି ପାଳନ କରିବି।
146 Èmi kígbe pè ọ́; gbà mí èmi yóò sì pa òfin rẹ mọ́.
ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର, ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।
147 Èmi dìde ṣáájú àfẹ̀mọ́júmọ́ èmi ké fún ìrànlọ́wọ́; èmi ti mú ìrètí mi sínú ọ̀rọ̀ rẹ.
ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।
148 Ojú mi ṣáájú ìṣọ́ òru, nítorí kí èmi lè ṣe àṣàrò nínú ọ̀rọ̀ rẹ.
ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।
149 Gbọ́ ohùn mi ní ìṣọ̀kan pẹ̀lú ìfẹ́ rẹ: pa ayé mi mọ́, Olúwa, gẹ́gẹ́ bí òfin rẹ.
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ; ହେ ସଦାପ୍ରଭୋ, ଆପଣା ଶାସନାନୁସାରେ ମୋତେ ସଚେତ କର।
150 Àwọn tí ń gbìmọ̀ ìlànà búburú wà ní tòsí, ṣùgbọ́n wọ́n jìnnà sí òfin rẹ.
ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି; ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ।
151 Síbẹ̀ ìwọ wà ní tòsí, Olúwa, àti gbogbo àṣẹ rẹ jẹ́ òtítọ́.
ହେ ସଦାପ୍ରଭୋ, ତୁମ୍ଭେ ନିକଟବର୍ତ୍ତୀ ଓ ତୁମ୍ଭ ଆଜ୍ଞାସକଳ ସତ୍ୟ।
152 Láti ọjọ́ pípẹ́ wá èmi ti kọ́ nínú òfin rẹ tí ìwọ ti fi ìdí wọn múlẹ̀ láéláé.
ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ, ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ। ରେଶ୍‍।
153 Wo ìpọ́njú mi kí o sì gbà mí, nítorí èmi kò gbàgbé òfin rẹ.
ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର; କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ।
154 Gba ẹjọ́ mi rò kí o sì rà mí padà; pa ayé mi mọ́ gẹ́gẹ́ bí ìpinnu rẹ.
ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର; ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
155 Ìgbàlà jìnnà sí àwọn ẹni búburú nítorí wọn kò wá àṣẹ rẹ.
ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ; କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ।
156 Ìyọ́nú rẹ̀ tóbi, Olúwa; pa ayé mi mọ́ gẹ́gẹ́ bí òfin rẹ.
ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ; ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।
157 Ọ̀pọ̀lọpọ̀ ni àwọn ọ̀tá tí wọ́n ń ṣe inúnibíni sí mi, ṣùgbọ́n èmi kò tí ì yípadà kúrò nínú òfin rẹ.
ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ; ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ।
158 Èmi wo àwọn ẹlẹ́tàn, inú mi sì bàjẹ́ nítorí wọn kò gba ọ̀rọ̀ rẹ gbọ́.
ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି; କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
159 Wo bí èmi ṣe fẹ́ràn ẹ̀kọ́ rẹ; pa ayé mi mọ́, Olúwa, gẹ́gẹ́ bí ìfẹ́ rẹ.
ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ, ଏହା ବିବେଚନା କର; ହେ ସଦାପ୍ରଭୋ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର।
160 Òtítọ́ ni gbogbo ọ̀rọ̀ rẹ; gbogbo òfin òdodo rẹ láéláé ni.
ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ। ଶିନ୍‍।
161 Àwọn alákòóso ṣe inúnibíni sí mi láìnídìí, ṣùgbọ́n ọkàn mi wárìrì sí ọ̀rọ̀ rẹ.
ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି; ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।
162 Èmi yọ̀ nínú ìpinnu rẹ bí ẹni tí ó rí ìkógun púpọ̀.
କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।
163 Èmi kórìíra mo sì kọ èké ṣíṣe ṣùgbọ́n mo fẹ́ràn òfin rẹ.
ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।
164 Èmi yìn ọ́ ní ìgbà méje lójúmọ́ nítorí òfin òdodo rẹ.
ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।
165 Àlàáfíà púpọ̀ wà fún àwọn tí ó ní ìfẹ́ sí òfin rẹ, kò sì ṣí ohun tí ó lè mú wọn kọsẹ̀.
ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି; ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ।
166 Èmi yóò dúró de ìgbàlà rẹ, Olúwa, èmi yóò sì tẹ̀lé àṣẹ rẹ.
ହେ ସଦାପ୍ରଭୋ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି, ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି।
167 Èmi gba òfin rẹ gbọ́, nítorí mo fẹ́ràn wọn púpọ̀púpọ̀.
ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ।
168 Èmi ṣe ìgbọ́ràn sí ẹ̀kọ́ rẹ àti òfin rẹ, nítorí ìwọ mọ gbogbo ọ̀nà mi.
ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି। କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି। ତୌ।
169 Jẹ́ kí igbe mi wá sí iwájú rẹ, Olúwa; fún mi ní òye gẹ́gẹ́ bí ọ̀rọ̀ rẹ.
ହେ ସଦାପ୍ରଭୋ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର।
170 Jẹ́ kí ẹ̀bẹ̀ mi wá sí iwájú rẹ; gbà mí gẹ́gẹ́ bí ìpinnu rẹ.
ମୋʼ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର।
171 Ètè mi yóò sọ ìyìn jáde, nítorí ìwọ kọ́ mi ní ìlànà rẹ.
ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।
172 Jẹ́ kí ahọ́n mi kọ orin ọ̀rọ̀ rẹ, nítorí gbogbo àṣẹ rẹ jẹ́ òdodo.
ମୋʼ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ।
173 Jẹ́ kí ọwọ́ rẹ ṣetán láti ràn mí lọ́wọ́, nítorí èmi ti yan ẹ̀kọ́ rẹ.
ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି।
174 Èmi wo ọ̀nà fún ìgbàlà rẹ, Olúwa, àti òfin rẹ jẹ́ dídùn inú mi.
ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।
175 Jẹ́ kí èmi wà láààyè ki èmi lè yìn ọ́, kí o sì jẹ́ kí òfin rẹ mú mi dúró.
ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ।
176 Èmí ti ṣìnà bí àgùntàn tí ó sọnù. Wá ìránṣẹ́ rẹ, nítorí èmi kò gbàgbé àṣẹ rẹ.
ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; ଆପଣା ଦାସକୁ ଖୋଜ; କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ।

< Psalms 119 >