< Psalms 116 >
1 Èmi fẹ́ràn Olúwa, nítorí ó gbọ́ ohùn mi; ó gbọ́ ẹkún mi fún àánú.
ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋʼ ରବ ଓ ବିନତି ଶୁଣିଅଛନ୍ତି।
2 Nítorí ó yí etí rẹ̀ padà sí mi, èmi yóò máa pè é ni wọ́n ìgbà tí mo wà láààyè.
ସେ ମୋʼ ପ୍ରତି କର୍ଣ୍ଣପାତ କରିଅଛନ୍ତି, ଏଥିପାଇଁ ମୁଁ ବଞ୍ଚିଥିବା ଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି।
3 Okùn ikú yí mi ká, ìrora isà òkú wá sórí mi; ìyọnu àti ìbànújẹ́ borí mi. (Sheol )
ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି। (Sheol )
4 Nígbà náà ni mo ké pe orúkọ Olúwa: “Olúwa, èmi bẹ̀ ọ́, gba ọkàn mi!”
ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋʼ ପ୍ରାଣକୁ ଉଦ୍ଧାର କର।”
5 Olúwa ní oore-ọ̀fẹ́, ó sì ní òdodo; Ọlọ́run wa kún fún àánú.
ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।
6 Olúwa pa àwọn ọlọ́kàn fífúyẹ́ mọ́ nígbà tí mo wà nínú àìní ńlá, ó gbà mí.
ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।
7 Padà, ìwọ ọkàn mi, sí ibi ìsinmi rẹ, nítorí Olúwa ṣe dáradára sí ọ.
ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି।
8 Nítorí ìwọ, Olúwa, ti gba ọkàn mi kúrò lọ́wọ́ ikú, ojú mi kúrò lọ́wọ́ omijé, àti ẹsẹ̀ mi kúrò lọ́wọ́ ìṣubú,
ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।
9 nítorí èmi yóò máa rìn níwájú Olúwa ní ilẹ̀ alààyè.
ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।
10 Èmi gbàgbọ́; nítorí náà mo wí pé, “èmi rí ìpọ́njú púpọ̀”.
ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି; “ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,”
11 Àti nínú ìdààmú mi mo wí pé, “Èké ni gbogbo ènìyàn”.
ମୁଁ ଚଞ୍ଚଳ ଭାବରେ କହିଲି, “ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।”
12 Kí ni èmi yóò san fún Olúwa nítorí gbogbo rere rẹ̀ sí mi?
ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି?
13 Èmi yóò gbé ago ìgbàlà sókè èmi yóò sì máa ké pe orúkọ Olúwa.
ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
14 Èmi yóò mú ìlérí mi ṣẹ sí Olúwa ní ojú àwọn ènìyàn rẹ̀.
ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।
15 Iyebíye ní ojú Olúwa àti ikú àwọn ẹni mímọ́ rẹ̀.
ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।
16 Olúwa, nítòótọ́ ìránṣẹ́ rẹ ni mo jẹ́; èmi ni ìránṣẹ́ rẹ, ọmọ ìránṣẹ́bìnrin rẹ; ó ti tú mi sílẹ̀ nínú ìdè mi.
ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।
17 Èmi yóò rú ẹbọ ọpẹ́ sí ọ èmi yóò sì ké pe orúkọ Olúwa.
ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
18 Èmi yóò mú ìlérí mi sẹ sí Olúwa ní ojú gbogbo àwọn ènìyàn rẹ̀,
ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,
19 nínú àgbàlá ilé Olúwa ní àárín rẹ̀, ìwọ Jerusalẹmu. Ẹ yin Olúwa.
ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।