< Psalms 113 >
1 Ẹ máa yin Olúwa. Yìn ín ẹ̀yin ìránṣẹ́ Olúwa, ẹ yin orúkọ Olúwa.
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 Fi ìbùkún fún orúkọ Olúwa láti ìsinsin yìí lọ àti títí láéláé.
ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।
3 Láti ìlà-oòrùn títí dé ìwọ̀ rẹ̀ orúkọ Olúwa ni kí a máa yìn.
ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ।
4 Olúwa ga lórí gbogbo orílẹ̀-èdè, àti ògo rẹ̀ lórí àwọn ọ̀run.
ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। ଯାହାଙ୍କର ଆସନ ଊର୍ଦ୍ଧ୍ୱରେ,
5 Ta ló dàbí Olúwa Ọlọ́run wa, tí ó gbé ní ibi gíga.
ଯେ ଆକାଶ ଓ ପୃଥିବୀକୁ ଦେଖିବା ପାଇଁ ଆପଣାକୁ ନତ କରନ୍ତି,
6 Tí ó rẹ ara rẹ̀ sílẹ̀ láti wò òun tí ó ń bẹ lọ́run, àti nínú ayé!
ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କିଏ?
7 Ó gbé òtòṣì dìde láti inú erùpẹ̀, àti pé ó gbé aláìní sókè láti inú ààtàn wá.
ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ,
8 Kí ó le mú un jókòó pẹ̀lú àwọn ọmọ-aládé àní pẹ̀lú àwọn ọmọ-aládé àwọn ènìyàn rẹ̀.
ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି।
9 Ó mú àgàn obìnrin gbé inú ilé, àti láti jẹ́ aláyọ̀ ìyá fún àwọn ọmọ rẹ̀. Ẹ yin Olúwa.
ସେ ବନ୍ଧ୍ୟା ସ୍ତ୍ରୀକୁ ଗୃହିଣୀ ଓ ସନ୍ତାନଗଣର ଆନନ୍ଦମୟୀ ମାତା କରନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।