< Psalms 111 >
1 Ẹ máa yin Olúwa. Èmi yóò máa yin Olúwa pẹ̀lú gbogbo ọkàn mi, ní àwùjọ àwọn olóòtítọ́, àti ní ìjọ ènìyàn.
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 Iṣẹ́ Olúwa tóbi, àwọn tí ó ní inú dídùn, ń ṣe àṣàrò nínú rẹ̀.
ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି।
3 Iṣẹ́ rẹ̀ ni ọláńlá àti ògo: àti òdodo rẹ̀ dúró láéláé.
ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ।
4 Ó ti ṣe iṣẹ́ ìyanu rẹ̀, láti máa rántí: Olúwa ni olóore-ọ̀fẹ́ àti pé ó kún fún àánú.
ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ।
5 Ó ti fi oúnjẹ fún àwọn tí ó bẹ̀rù rẹ̀: òun ń rántí májẹ̀mú rẹ̀.
ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ।
6 Ó ti fihan àwọn ènìyàn rẹ̀ agbára iṣẹ́ rẹ̀ láti fún wọn ní ilẹ̀ ìlérí ní ìní.
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି।
7 Iṣẹ́ ọwọ́ rẹ̀ jẹ́ òtítọ́ àti ìdájọ́; gbogbo òfin rẹ̀ sì dájú.
ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ।
8 Wọ́n dúró láé àti láé, ní òtítọ́ àti òdodo ni a ṣe wọ́n.
ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ ସତ୍ୟତା ଓ ସରଳତାରେ ସାଧିତ।
9 Ó rán ìràpadà sí àwọn ènìyàn rẹ̀: ó pàṣẹ májẹ̀mú rẹ̀ títí láé, mímọ́ àti ọ̀wọ̀ ni orúkọ rẹ̀.
ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇଅଛନ୍ତି; ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି; ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ।
10 Ìbẹ̀rù Olúwa ni ìpilẹ̀ṣẹ̀ ọgbọ́n: òye dáradára ni yóò máa ṣe òfin rẹ̀, ìyìn rẹ̀ dúró láé.
ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।