< Psalms 11 >

1 Fún adarí orin. Ti Dafidi. Ìgbẹ́kẹ̀lé mi wà nínú Olúwa. Báwo ní ẹ̀yin ó ṣe sọ fún ọkàn mi pé, “Fò gẹ́gẹ́ bi ẹyẹ lọ si orí òkè rẹ.
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; ତୁମ୍ଭେମାନେ କିପରି ମୋʼ ପ୍ରାଣକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
2 Wò ó nítorí náà, ènìyàn búburú fa ọfà rẹ̀; wọn ti fi ọfà wọn sí ojú okùn láti tafà níbi òjìji sí àyà ẹni ìdúró ṣinṣin.
କାରଣ ଦେଖ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି, ସେମାନେ ଗୁଣରେ ତୀରଯୁକ୍ତ କରନ୍ତି।
3 Nígbà tí ìpìlẹ̀ bá bàjẹ́ kí ni olódodo yóò ṣe?”
ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କʼଣ କରି ପାରିବ?
4 Olúwa ń bẹ nínú tẹmpili mímọ́ rẹ̀; Olúwa ń bẹ lórí ìtẹ́ rẹ̀ ní ọ̀run. Ó ń wo àwọn ọmọ ènìyàn; ojú rẹ̀ ń yẹ̀ wọ́n wò.
ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ।
5 Olúwa ń yẹ olódodo wò, ṣùgbọ́n ènìyàn búburú àti àwọn tí o fẹ́ ìwà ipá ni ọkàn rẹ̀ kórìíra.
ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।
6 Sí orí àwọn ènìyàn búburú ni yóò rọ̀jò ẹ̀yín iná àti imí-ọjọ́ tí ń jó; àti ìjì gbígbóná ní yóò jẹ ìpín wọn.
ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ; ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ।
7 Nítorí, olódodo ní Olúwa, o fẹ́ràn òdodo; ẹni ìdúró ṣinṣin yóò sì rí i.
କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।

< Psalms 11 >