< Psalms 109 >

1 Fún adarí orin. Ti Dafidi. Saamu. Ọlọ́run, ti èmi ń fi ìyìn fún, má ṣe dákẹ́,
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ମୋହର ପ୍ରଶଂସାପାତ୍ର ପରମେଶ୍ୱର, ନୀରବ ହୁଅ ନାହିଁ;
2 nítorí àwọn ènìyàn búburú àti ẹlẹ́tàn ti ya ẹnu wọn sí mi wọ́n ti fi ahọ́n èké sọ̀rọ̀ sí mi.
କାରଣ ଲୋକମାନେ ମୋʼ ବିରୁଦ୍ଧରେ ଦୁଷ୍ଟତାରୂପ ମୁଖ ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି। ସେମାନେ ମିଥ୍ୟାବାଦୀ ଜିହ୍ୱାରେ ମୋʼ ସଙ୍ଗେ କଥା କହିଅଛନ୍ତି।
3 Wọ́n fi ọ̀rọ̀ ìríra yí mi káàkiri; wọ́n bá mi jà láìnídìí
ଆହୁରି, ସେମାନେ ଦ୍ୱେଷ ବାକ୍ୟରେ ମୋତେ ଘେରିଅଛନ୍ତି ଓ ବିନା କାରଣରେ ମୋʼ ସଙ୍ଗେ ଯୁଦ୍ଧ କରିଅଛନ୍ତି।
4 Nípò ìfẹ́ mi, wọn ń ṣe ọ̀tá mi, ṣùgbọ́n èmi ń gba àdúrà.
ମୋʼ ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ ହୋଇଅଛନ୍ତି; ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ।
5 Wọ́n sì fi ibi san ìre fún mi àti ìríra fún ìfẹ́ mi.
ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।
6 Yan àwọn ènìyàn búburú láti dojúkọ jẹ́ kí àwọn olùfisùn dúró ní ọwọ́ ọ̀tún rẹ̀.
ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର; ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ୱରେ ଠିଆ ହେଉ।
7 Kí a dá a lẹ́bi nígbà tí a bá ṣe ìdájọ́ kí àdúrà rẹ̀ kí ó lè di ìkọ̀sílẹ̀.
ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ; ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ।
8 Kí ọjọ́ rẹ̀ kí ó kúrú; kí ẹlòmíràn kí ó rọ́pò iṣẹ́ rẹ̀.
ତାହାର ଆୟୁ ଅଳ୍ପ ହେଉ ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ।
9 Kí àwọn ọmọ rẹ̀ di aláìní baba kí aya rẹ̀ sì di opó.
ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ ଓ ତାହାର ଭାର୍ଯ୍ୟା ବିଧବା ହେଉ।
10 Jẹ́ kí àwọn ọmọ rẹ̀ máa ṣagbe kiri kí wọn máa tọrọ oúnjẹ jìnnà sí ibi ahoro wọn.
ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ୱେଷଣ କରନ୍ତୁ।
11 Jẹ́ kí alọ́nilọ́wọ́gbà kí ó mú ohun gbogbo tí ó ní jẹ́ kí àlejò kí o kó èrè iṣẹ́ rẹ̀ lọ.
ମହାଜନ ତାହାର ସର୍ବସ୍ୱ ଧରୁ; ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
12 Má ṣe jẹ́ kí ẹnìkan ṣe àánú fún un tàbí kí wọn káàánú lórí àwọn ọmọ rẹ̀ aláìní baba.
ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ, କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ ନ ରହୁ।
13 Kí a gé àrọ́mọdọ́mọ rẹ̀ kúrò kí orúkọ wọn kí ó parẹ́ ní ìran tí ń bọ̀.
ତାହାର ବଂଶ ଉଚ୍ଛିନ୍ନ ହେଉ; ଆସନ୍ତା ପୁରୁଷରେ ତାହାଙ୍କ ନାମ ଲୁପ୍ତ ହେଉ।
14 Kí ẹ̀ṣẹ̀ àwọn baba rẹ̀ kí ó wà ní ìrántí ní ọ̀dọ̀ Olúwa. Má ṣe jẹ́ kí a yọ ẹ̀ṣẹ̀ ìyá wọn kúrò.
ତାହାର ପିତୃପୁରୁଷଙ୍କ ଅପରାଧ ସଦାପ୍ରଭୁଙ୍କ ସ୍ମରଣରେ ଥାଉ ଓ ତାହାର ମାତାର ପାପ ଲୁପ୍ତ ନ ହେଉ।
15 Jẹ́ kí ẹ̀ṣẹ̀ wọn kí ó wà ní ìrántí níwájú Olúwa kí ó lè gé ìrántí wọn kúrò lórí ilẹ̀.
ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବେ, ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ ସର୍ବଦା ଥାଉନ୍ତୁ।
16 Nítorí kò rántí láti ṣàánú, ṣùgbọ́n ó ṣe inúnibíni sí ọkùnrin tálákà àti olùpọ́njú, kí ó lè pa oníròbìnújẹ́ ọkàn.
ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ। ମାତ୍ର ଦୁଃଖୀ, ଦୀନହୀନ ଓ ଭଗ୍ନାନ୍ତଃକରଣ ଲୋକଙ୍କୁ ବଧ କରିବା ପାଇଁ ତାଡ଼ନା କଲା।
17 Ó fẹ́ràn láti máa mú ègún wá sí orí rẹ̀: bi inú rẹ̀ kò ti dùn si ìre, bẹ́ẹ̀ ni kí ó jìnnà sí.
ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା ତାହା ପ୍ରତି ଘଟିଲା; ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ ତାହା ତାହାଠାରୁ ଦୂର ହେଲା।
18 Bí ó ti fi ègún wọ ará rẹ̀ láṣọ bí ẹ̀wù bẹ́ẹ̀ ni kí ó wá sí inú rẹ̀ bí omi.
ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, ପୁଣି, ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।
19 Jẹ́ kí ó rí fún un bí aṣọ tí a dà bò ó ní ara, àti fún àmùrè tí ó fi gba ọ̀já nígbà gbogbo.
ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।
20 Èyí ni èrè àwọn ọ̀tá mi láti ọwọ́ Olúwa wá; àti ti àwọn tí ń sọ̀rọ̀ ibi sí ọkàn mi.
ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ।
21 Ṣùgbọ́n ìwọ, ìwọ ṣe fún mi Olúwa Olódùmarè, ṣe rere fún mi nítorí orúkọ rẹ. Nítorí tí àánú rẹ dára, ìwọ gbà mí.
ମାତ୍ର, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ନାମ ସକାଶୁ ମୋʼ ପ୍ରତି ବ୍ୟବହାର କର; ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22 Nítorí pé tálákà àti aláìní ni mí, àyà mi sì gbọgbẹ́ nínú mi.
କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି।
23 Èmi ń kọjá lọ bí òjìji tí àṣálẹ́, mo ń gbọ̀n sókè bí eṣú.
ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ; ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି।
24 Eékún mi di aláìlera nítorí àwẹ̀ gbígbà ẹran-ara mi sì gbẹ nítorí àìlera mi.
ଉପବାସରେ ମୋʼ ଆଣ୍ଠୁ ଦୁର୍ବଳ ଅଛି ଓ ମେଦର ଅଭାବରୁ ମୋʼ ମାଂସ କ୍ଷୀଣ ହୁଏ।
25 Mo dàbí ẹ̀gàn fún àwọn olùfisùn mi; nígbà tí wọn wò mí, wọ́n gbọn orí wọn.
ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର ହୋଇଅଛି; ସେମାନେ ମୋତେ ଦେଖିଲେ ମୁଣ୍ଡ ହଲାନ୍ତି।
26 Ràn mí lọ́wọ́, Olúwa Ọlọ́run mi; gbà mí gẹ́gẹ́ bí ìṣeun ìfẹ́ rẹ.
ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୋହର ସାହାଯ୍ୟ କର; ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର।
27 Jẹ́ kí wọn mọ̀ pé ọwọ́ rẹ ni èyí wí pé ìwọ, Olúwa, ni ó ṣe é.
ତହିଁରେ ଏହି ତୁମ୍ଭର ହସ୍ତ ବୋଲି ଓ ତୁମ୍ଭେ ସଦାପ୍ରଭୁ ଏହା କରିଅଛ ବୋଲି ସେମାନେ ଜାଣିବେ।
28 Wọ́n ó máa gégùn ún, ṣùgbọ́n ìwọ máa súre, nígbà tí wọn bá dìde kí ojú kí ó tì wọ́n, ṣùgbọ́n ìránṣẹ́ rẹ yóò yọ̀.
ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର; ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ।
29 Jẹ́ kí a wọ àwọn ọ̀tá mi ní aṣọ ìtìjú kí á sì fi ìdàrúdàpọ̀ bọ̀ wọ́n lára bí ẹ̀wù.
ମୋʼ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ୱିତ ହେବେ, ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ।
30 Pẹ̀lú ẹnu mi èmi yóò máa yin Olúwa gidigidi ní àárín ọ̀pọ̀ ènìyàn èmi yóò máa yìn ín.
ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି; ପୁଣି, ଲୋକସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି।
31 Nítorí ó dúró ní apá ọ̀tún aláìní láti gbà á lọ́wọ́ àwọn tí ń dá ọkàn rẹ̀ lẹ́bi.
କାରଣ ସେ ଦୀନହୀନକୁ ତାହାର ପ୍ରାଣର ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର ଡାହାଣରେ ଠିଆ ହେବେ।

< Psalms 109 >