< Psalms 104 >

1 Yin Olúwa, ìwọ ọkàn mi. Olúwa Ọlọ́run mi, ìwọ tóbi jọjọ; ọlá àti ọláńlá ni ìwọ wọ̀ ní aṣọ.
ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 Ìwọ fi ìmọ́lẹ̀ bo ara rẹ gẹ́gẹ́ bí aṣọ; ó tẹ ọ̀run bí títẹ́ ẹní,
ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ìwọ tí ó fi omi ṣe ìtì igi àjà ìyẹ̀wù rẹ. Ìwọ tí o ṣe àwọsánmọ̀ ní kẹ̀kẹ́ ogun rẹ ìwọ tí ó ń rìn lórí apá ìyẹ́ afẹ́fẹ́.
ତୁମ୍ଭେ ଜଳରାଶି ଉପରେ ଆପଣା କୋଠରିର କଡ଼ିକାଠ ପକାଇଅଛ; ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ।
4 Ó fi ẹ̀fúùfù ṣe àwọn ìránṣẹ́ rẹ, ọ̀wọ́-iná ni àwọn olùránṣẹ́ rẹ.
ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅଗ୍ନିଶିଖାକୁ ଆପଣାର ପରିଚାରକ କର।
5 O fi ayé gúnlẹ̀ lórí àwọn ìpìlẹ̀; tí a kò le è mì láéláé.
ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, ତାହା କଦାପି ବିଚଳିତ ହେବ ନାହିଁ।
6 Ìwọ fi ibú omi bò ó mọ́lẹ̀ bí aṣọ; àwọn omi sì dúró lórí àwọn òkè ńlá.
ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ; ପର୍ବତଗଣ ଉପରେ ଜଳରାଶି ଠିଆ ହେଲା।
7 Ṣùgbọ́n nípa ìbáwí rẹ ni àwọn omi lọ, nípa ohùn àrá rẹ ni wọ́n sálọ.
ତୁମ୍ଭ ଧମକରେ ସେସବୁ ପଳାଇଲେ; ତୁମ୍ଭ ବଜ୍ରଧ୍ୱନିରେ ସେସବୁ ଶୀଘ୍ର ଚାଲିଗଲେ;
8 wọ́n sàn kọjá lórí àwọn òkè, wọ́n sọ̀kalẹ̀ lọ sí àwọn pẹ̀tẹ́lẹ̀, sí ibi tí ìwọ ti yàn fún wọn.
ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ ଓହ୍ଲାଇ ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ।
9 Ìwọ gbé òpin tí wọn kò lè kọjá rẹ̀ kálẹ̀; láéláé ni wọ́n kò ní lè bo ayé mọ́lẹ̀ lẹ́ẹ̀kan sí i.
ସେମାନେ ଯେପରି ସୀମା ଲଙ୍ଘନ ନ କରିବେ ଓ ପୃଥିବୀକୁ ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି ନ ଆସିବେ, ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ।
10 Ìwọ mú kí ìsun da omi sí àwọn àfonífojì; tí ó ń sàn láàrín àwọn òkè.
ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି; ତାହା ପର୍ବତଗଣ ମଧ୍ୟରେ ଧାଏଁ;
11 Wọ́n fún gbogbo àwọn ẹranko igbó ní omi àwọn kẹ́tẹ́kẹ́tẹ́ ń pa òǹgbẹ wọn.
ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ, ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି।
12 Àwọn ẹyẹ ojú òfúrufú tẹ́ ìtẹ́ wọn lẹ́gbẹ̀ẹ́ omi wọ́n ń kọrin láàrín àwọn ẹ̀ka.
ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, ସେମାନେ ଡାଳ ମଧ୍ୟରେ ଗାନ କରନ୍ତି।
13 Ó bu omi rin àwọn òkè láti ìyẹ̀wù rẹ̀ wá; a tẹ́ ayé lọ́rùn nípa èso iṣẹ́ ọwọ́ rẹ.
ସେ ଆପଣା ସ୍ବର୍ଗରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି; ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ।
14 Ó mú kí koríko hù jáde fún àwọn ẹranko láti jẹ àti àwọn ewébẹ̀ fún ènìyàn láti lò, kí ó lè mú oúnjẹ jáde láti ilẹ̀ wá.
ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
15 Ọtí wáìnì tí ó ń mú ọkàn ènìyàn yọ̀, òróró láti mú ojú rẹ̀ tan, àti àkàrà láti ra ọkàn rẹ̀ padà.
ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ-ଚିକ୍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
16 Àwọn igi Olúwa ni a bu omi rin dáradára, kedari ti Lebanoni tí ó gbìn.
ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ; ଲିବାନୋନରେ ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ;
17 Níbẹ̀ ní àwọn ẹyẹ ṣe ìtẹ́ wọn bí ó ṣe tí àkọ̀ ni, orí igi gíga ni ilé rẹ̀.
ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି; ଦେବଦାରୁ ବୃକ୍ଷ ଚରଳର ଗୃହ।
18 Àwọn òkè gíga ni ààbò fún àwọn ewúrẹ́ igbó; àti àwọn àlàpà jẹ́ ààbò fún àwọn ehoro.
ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ, ଶୈଳସବୁ ଶାଫନ୍‍ର ଆଶ୍ରୟ।
19 Òṣùpá jẹ́ àmì fún àkókò oòrùn sì mọ ìgbà tí yóò wọ̀.
ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି; ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 Ìwọ mú òkùnkùn wá, ó sì di òru, nínú èyí tí gbogbo ẹranko igbó ń rìn kiri.
ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ; ତହିଁରେ ସକଳ ବନ-ପଶୁ ବାହାରି ଭ୍ରମଣ କରନ୍ତି।
21 Kìnnìún ń bú ramúramù fún ohun ọdẹ wọn wọ́n sì ń wá oúnjẹ wọn láti ọ̀dọ̀ Ọlọ́run.
ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି ଓ ପରମେଶ୍ୱରଙ୍କଠାରୁ ଆହାର ଚାହାନ୍ତି।
22 Oòrùn ràn, wọ́n sì kó ara wọn jọ, wọn padà lọ dùbúlẹ̀ sí ihò wọn.
ସୂର୍ଯ୍ୟୋଦୟ ହେଲେ ସେମାନେ ଚାଲିଯାʼନ୍ତି ଓ ଆପଣା ଆପଣା ଗୁମ୍ଫାରେ ଶୟନ କରନ୍ତି।
23 Ọkùnrin jáde lọ sí iṣẹ́ wọn, àti sí làálàá rẹ̀ títí di àṣálẹ́.
ମନୁଷ୍ୟ ଆପଣା କାର୍ଯ୍ୟକୁ ଓ ସନ୍ଧ୍ୟାକାଳ ପର୍ଯ୍ୟନ୍ତ ଆପଣା ପରିଶ୍ରମକୁ ବାହାରେ।
24 Iṣẹ́ rẹ ti pọ̀ tó, Olúwa! Nínú ọgbọ́n ni ìwọ ṣe gbogbo wọn: ayé kún fún àwọn ìṣẹ̀dá á rẹ.
ହେ ସଦାପ୍ରଭୋ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ।
25 Bẹ́ẹ̀ ni Òkun yìí tí ó tóbi, tí ó sì ni ìbú, tí ó kún fún àwọn ẹ̀dá alààyè ní ìsàlẹ̀ láìníye ohun alààyè tí tóbi àti kékeré.
ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, ତହିଁ ମଧ୍ୟରେ ଜଳଚର, କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି।
26 Níbẹ̀ ni ọkọ̀ ń lọ síwá sẹ́yìn, àti Lefitani, tí ìwọ dá láti ṣe àríyá nínú rẹ̀.
ତହିଁରେ ଜାହାଜ ଗତାୟାତ କରେ; ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ ଥାଏ।
27 Àwọn wọ̀nyí ń wò ọ́ láti fún wọn ní oúnjẹ wọn lákòókò rẹ̀.
ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି।
28 Nígbà tí ìwọ bá fi fún wọn, wọn yóò kó jọ; nígbà tí ìwọ bá la ọwọ́ rẹ̀, a tẹ́ wọn lọ́rùn pẹ̀lú ohun rere.
ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ ସାଉଣ୍ଟନ୍ତି। ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି।
29 Nígbà tí ìwọ bá pa ojú rẹ mọ́ ara kò rọ̀ wọ́n nígbà tí ìwọ bá mú ẹ̀mí wọn lọ, wọn ó kú, wọn ó sì padà sí erùpẹ̀.
ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି; ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ, ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯାʼନ୍ତି।
30 Nígbà tí ìwọ rán ẹ̀mí rẹ, ni a dá wọn, ìwọ sì tún ojú ayé ṣe.
ତୁମ୍ଭେ ଆପଣା ଆତ୍ମା ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି; ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ।
31 Jẹ́ kí ògo Olúwa wà pẹ́ títí láé; kí inú Olúwa kí ó dùn ní ti iṣẹ́ rẹ̀,
ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ।
32 ẹni tí ó wo ayé, tí ó sì wárìrì, ẹni tí ó fọwọ́ tọ́ àwọn òkè, tí wọ́n yọ èéfín.
ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ, ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍ଗାର କରନ୍ତି।
33 Ní gbogbo ayé mi ní n ó kọrin sí Olúwa: èmi ó kọrin ìyìn sí Olúwa níwọ̀n ìgbà tí mo wà láààyè.
ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
34 Jẹ́ kí ẹ̀kọ́ mi kí ó tẹ́ ọ lọ́rùn bí mo ti ń yọ̀ nínú Olúwa.
ତାହାଙ୍କ ପ୍ରତି ମୋʼ ଧ୍ୟାନ ସୁମିଷ୍ଟ ହେଉ; ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।
35 Ṣùgbọ́n kí ẹlẹ́ṣẹ̀ kúrò láyé kí ènìyàn búburú má sì sí mọ́. Yin Olúwa, ìwọ ọkàn mi. Yin Olúwa.
ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

< Psalms 104 >