< Psalms 102 >

1 Àdúrà olùpọ́njú tí àárẹ̀ mú, tí ó sí ọkàn rẹ̀ payá níwájú Olúwa. Gbọ́ àdúrà mi, Olúwa, jẹ́ kí igbe ẹ̀bẹ̀ mi kí ó wá sí ọ̀dọ̀ rẹ.
ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।
2 Má ṣe pa ojú rẹ mọ́ kúrò lọ́dọ̀ mi ní ọjọ́ tí èmi wà nínú ìpọ́njú. Dẹ etí rẹ sí mi; nígbà tí mo bá pè, dá mi lóhùn kíákíá.
ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।
3 Nítorí tí ọjọ́ mi run bí èéfín; egungun mi sì jóná bí ààrò.
କାରଣ ମୋʼ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।
4 Àyà mi lù, ó sì rọ bí i koríko; mo gbàgbé láti jẹ oúnjẹ mi.
ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।
5 Nítorí ohùn ìkérora mi, egungun mi lẹ̀ mọ́ ẹran-ara mi.
ମୋହର ହାହାକାର ଶବ୍ଦ ସକାଶୁ ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ।
6 Èmi dàbí ẹyẹ igún ní ijù: èmi dàbí òwìwí ibi ahoro.
ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ; ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।
7 Èmi dìde; èmi dàbí ẹyẹ lórí ilé.
ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;
8 Ní ọjọ́ gbogbo, àwọn ọ̀tá ológoṣẹ́ mi ń gàn mí; àwọn tí ń ṣe ìkanra sí mi ń fi orúkọ mi bú.
ମୋʼ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି; ମୋʼ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋʼ ନାମ ନେଇ ଅଭିଶାପ ଦିଅନ୍ତି।
9 Èmi jẹ eérú gẹ́gẹ́ bí oúnjẹ mi, èmi sì da ohun mímu mi pọ̀ pẹ̀lú omijé.
କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।
10 Nítorí ìbínú ríru rẹ, nítorí ìwọ ti gbé mi sókè, ìwọ sì gbé mi ṣánlẹ̀.
ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।
11 Ọjọ́ mi dàbí òjìji àṣálẹ́ èmi sì rọ bí koríko.
ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।
12 Ṣùgbọ́n ìwọ, Olúwa, ni yóò dúró láéláé; ìrántí rẹ láti ìran dé ìran.
ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।
13 Ìwọ ó dìde ìwọ ó sì ṣàánú fún Sioni, nítorí ìgbà àti ṣe ojúrere sí i; àkókò náà ti dé.
ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ।
14 Nítorí tí àwọn òkúta jẹ́ inú dídùn sí àwọn ìránṣẹ́ rẹ; wọ́n sì káàánú erùpẹ̀ rẹ.
ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।
15 Àwọn kèfèrí yóò bẹ̀rù orúkọ Olúwa, gbogbo ọba ayé yóò máa bẹ̀rù ògo rẹ.
ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।
16 Torí tí Olúwa yóò gbé Sioni ró, yóò farahàn nínú ògo rẹ̀.
କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;
17 Yóò dáhùn àdúrà àwọn aláìní; kì yóò sì gan ẹ̀bẹ̀ wọn.
ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।
18 Jẹ́ kí a kọ èyí fún ìran tí ń bọ̀, àwọn ènìyàn tí a kò tí ì dá yóò yin Olúwa:
ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।
19 “Olúwa wo ilẹ̀ láti òkè mímọ́ rẹ̀ wá láti ọ̀run wá ni ó bojú wo ayé,
କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;
20 láti gbọ́ ìrora ará túbú, láti tú àwọn tí a yàn sí ikú sílẹ̀.”
ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;
21 Kí a lè sọ orúkọ Olúwa ní Sioni àti ìyìn rẹ̀ ní Jerusalẹmu.
ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,
22 Ní ìgbà tí a kó àwọn ènìyàn àti ìjọba pọ̀ láti máa sìn Olúwa.
ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;
23 Ní ipa ọ̀nà mi, ó rẹ agbára mi sílẹ̀, ó gé ọjọ́ mi kúrú.
ସଦାପ୍ରଭୁ ଜୀବନର ପଥ ମଧ୍ୟରେ ମୋର ବଳ ହ୍ରାସ କଲେ, ସେ ମୋହର ଆୟୁ ଊଣା କଲେ।
24 Èmi sì wí pé: “Ọlọ́run mi, má ṣe mú mi kúrò ní agbede-méjì ọjọ́ mi; ọdún rẹ̀ ń lọ láti ìran dé ìran.
ମୁଁ କହିଲି, “ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ; ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।”
25 Ní ìbẹ̀rẹ̀ ní ìwọ fi ìpìlẹ̀ ayé sọlẹ̀, ọ̀run sì jẹ́ iṣẹ́ ọwọ́ rẹ.
ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।
26 Wọn yóò ṣègbé, wọn yóò parun, ṣùgbọ́n ìwọ yóò wà; gbogbo wọn ni yóò gbó bí aṣọ. Bí ẹ̀wù ni ìwọ yóò pààrọ̀ wọn wọn yóò sì di àpatì.
ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।
27 Ṣùgbọ́n ìwọ wà digbí síbẹ̀, ọdún rẹ kò sì ní òpin.
ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।
28 Àwọn ọmọ ìránṣẹ́ rẹ̀ yóò dúró ní iwájú rẹ pẹ́; a ó sì fi ẹsẹ̀ irú-ọmọ wọn sọlẹ̀ ní iwájú rẹ.”
ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।

< Psalms 102 >