< Psalms 10 >
1 Èéha ti ṣe, Olúwa, tí ìwọ fi dúró ní òkè réré? Èéha ti ṣe, tí ìwọ fi ara rẹ pamọ́ ní ìgbà ìpọ́njú?
ହେ ସଦାପ୍ରଭୋ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ? ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ?
2 Nínú àrékérekè ni ènìyàn búburú tí mu aláìlera, ẹni ti ó mú nínú ìdẹ̀kùn àrékérekè rẹ̀.
ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ; ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ।
3 Nítorí ènìyàn búburú ń ṣògo ìfẹ́ inú ọkàn rẹ̀; Ó bùkún olójúkòkòrò, ó sì ń kẹ́gàn Olúwa.
କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।
4 Ènìyàn búburú kò lè rí nínú ìgbéraga rẹ̀; kò sí ààyè fún Ọlọ́run nínú gbogbo èrò rẹ̀.
ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ, ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର।
5 Ọ̀nà rẹ̀ ń gún régé nígbà gbogbo; òun ń gbéraga, òfin rẹ̀ sì jìnnà sí i; òun kẹ́gàn àwọn ọ̀tá rẹ̀.
ତାହାର ସମସ୍ତ ଗତି ସର୍ବଦା ଦୃଢ଼; ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।
6 O wí fún ara rẹ̀, “Kò sí ohun tí ó lè mì mí. Inú mi yóò máa dùn nígbà gbogbo, èmi kò sì ní ní wàhálà.”
ସେ ଆପଣା ମନେ ମନେ କହେ, “ମୋʼ ପ୍ରତି କିଛି ବିପଦ ଘଟିବ ନାହିଁ; ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି।”
7 Ẹnu rẹ̀ kún fún ègún àti irọ́ àti ìtànjẹ; wàhálà àti ohun búburú wà lábẹ́ ahọ́n rẹ̀.
ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ; ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ।
8 Ó lúgọ ní bùba nítòsí ìletò. Ò gọ níbi ìkọ̀kọ̀ láti pa aláìṣẹ̀. Ojú rẹ̀ ń ṣọ́ àwọn tálákà ní ìkọ̀kọ̀.
ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ; ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ; ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ।
9 Ó ba ní ní bùba bí i kìnnìún nínú pàǹtí; Ó ba ní bùba láti mú àwọn aláìní ìrànwọ́; ó mú àwọn aláìlólùrànlọ́wọ́, ó sì wọ́ wọn lọ sínú àwọ̀n rẹ̀.
ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ, ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ; ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ।
10 Ó ba, ó rẹ ara rẹ̀ sílẹ̀; kí tálákà ba à le bọ́ sí ọwọ́ agbára rẹ̀.
ସେ ଛକି ବସେ, ସେ ନଇଁ ପଡ଼େ, ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି।
11 Ó wí fún ara rẹ̀, “Ọlọ́run ti gbàgbé; Ó pa ojú rẹ̀ mọ́, òun kì yóò rí i láéláé.”
ସେ ଆପଣା ମନେ ମନେ କହେ, “ପରମେଶ୍ୱର ପାସୋରି ଯାଇଅଛନ୍ତି; ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ।”
12 Dìde, Olúwa! Gbé ọwọ́ rẹ sókè, Ọlọ́run. Má ṣe gbàgbé àwọn olùpọ́njú.
ହେ ସଦାପ୍ରଭୋ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ; ଦୁଃଖୀମାନଙ୍କୁ ପାସୋର ନାହିଁ।
13 Èéṣe tí ènìyàn búburú ṣe ń kẹ́gàn Ọlọ́run? Èéṣe tí o fi wí nínú ọkàn ara rẹ̀, “Kò ní pè mí láti ṣe ìṣirò”?
ଦୁଷ୍ଟ ଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ ଓ “ତୁମ୍ଭେ ଅନୁସନ୍ଧାନ କରିବ ନାହିଁ” ବୋଲି ସେ ଆପଣା ମନେ ମନେ କହେ?
14 Ṣùgbọ́n ìwọ, Ọlọ́run, ni ó rí wàhálà àti ìrora; Ìwọ rò láti fi sí ọwọ́ rẹ. Tálákà fi ara rẹ̀ jì fún ọ; Ìwọ ni olùrànlọ́wọ́ àwọn aláìní baba.
ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ।
15 Ṣẹ́ apá àwọn ènìyàn búburú àti ènìyàn ibi; pè é láti wá ṣírò fún ìwà ìkà rẹ̀ tí a kò le è rí.
ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗିଦିଅ; ଆଉ, ତୁମ୍ଭେ ମନ୍ଦ ଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।
16 Olúwa ń jẹ ọba láé àti láéláé; àwọn orílẹ̀-èdè yóò ṣègbé lórí ilé rẹ.
ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।
17 Ìwọ́ gbọ́, Olúwa, ìfẹ́ àwọn tí a ni lára; Ìwọ gbà wọ́n níyànjú, ó sì gbọ́ igbe wọn,
ହେ ସଦାପ୍ରଭୋ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ; ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;
18 láti ṣe ìdájọ́ àwọn aláìní baba àti àwọn ti a ni lára, kí ọkùnrin, tí ó wà ní ayé, kí ó má ṣe dẹ́rùbà ni mọ́.
ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ, ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ।