< Proverbs 1 >
1 Àwọn òwe ti Solomoni, ọmọ Dafidi, ọba Israẹli.
ଦାଉଦଙ୍କ ପୁତ୍ର ଇସ୍ରାଏଲର ରାଜା ଶଲୋମନଙ୍କ ହିତୋପଦେଶ;
2 Láti le ní ọgbọ́n àti ẹ̀kọ́, láti ní òye àwọn ọ̀rọ̀-ìjìnlẹ̀.
ଜ୍ଞାନ ଓ ଉପଦେଶ ବୁଝିବାକୁ; ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ;
3 Láti gba ẹ̀kọ́ ọgbọ́n, òdodo, àti ìdájọ́, àti àìṣègbè;
ସୁଆଚରଣ, ସାଧୁତା ଓ ସୁବିବେଚନା ଏବଂ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ;
4 láti fi òye fún onírẹ̀lẹ̀, ìmọ̀ àti ìṣọ́ra fún àwọn èwe.
ସରଳ ଲୋକଙ୍କୁ ସତର୍କତା ଓ ଯୁବା ଲୋକକୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ;
5 Jẹ́ kí ọlọ́gbọ́n tẹ́tí kí ó sì ní ìmọ̀ kún ìmọ̀, sì jẹ́ kí ẹni òye gba ìtọ́sọ́nà.
ଯେପରି ଜ୍ଞାନବାନ ଲୋକ (ତାହା) ଶୁଣି ପାଣ୍ଡିତ୍ୟରେ ବୃଦ୍ଧି ପାଇବ ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ;
6 Láti mọ ìtumọ̀ òwe àti ìtán-dòwe, àwọn ọ̀rọ̀ àti àlọ́ àwọn ọlọ́gbọ́n.
ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।
7 Ìbẹ̀rù Olúwa ni ìbẹ̀rẹ̀ ìmọ̀, ṣùgbọ́n aláìgbọ́n kẹ́gàn ọgbọ́n àti ẹ̀kọ́.
ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି।
8 Tẹ́tí, ìwọ ọmọ mi sí ẹ̀kọ́ baba rẹ, má ṣe kọ ẹ̀kọ́ màmá rẹ sílẹ̀.
ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।
9 Wọn yóò jẹ́ òdòdó ẹ̀yẹ olóòórùn dídùn lórí rẹ àti ọ̀ṣọ́ tí ó dára yí ọrùn rẹ ká.
ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ ଓ ଗଳଦେଶର ହାର ସ୍ୱରୂପ ହେବ।
10 Ọmọ mi, bí àwọn ẹlẹ́ṣẹ̀ bá ń tàn ọ́, má ṣe gbà fún wọn.
ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ, ତୁମ୍ଭେ ସମ୍ମତ ହୁଅ ନାହିଁ।
11 Bí wọn bá wí pé, “Wá pẹ̀lú wa; jẹ́ kí á ba ní ibùba fún ẹ̀jẹ̀ ẹnìkan, jẹ́ kí á lúgọ ní ìkọ̀kọ̀ de aláìṣẹ̀ ní àìnídìí;
ସେମାନେ ଯଦି କହନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;
12 jẹ́ ká gbé wọn mì láààyè, bí ibojì òkú, àti lódidi, bí àwọn tí ń sọ̀kalẹ̀ lọ sínú kòtò; (Sheol )
ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ; (Sheol )
13 a ó rí ọ̀pọ̀lọpọ̀ nǹkan tó níye lórí a ó sì fi ìkógun kún inú ilé wa,
ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା, ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା,
14 da ìpín rẹ pọ̀ mọ́ àárín wa, a ó sì jọ pawó sínú àpò kan náà,”
ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ; ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ;”
15 ọmọ mi, má ṣe bá wọn lọ, má ṣe rìn ní ojú ọ̀nà wọn.
ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ, ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;
16 Nítorí ẹsẹ̀ wọn ń sáré sí ẹ̀ṣẹ̀, wọ́n yára láti ta ẹ̀jẹ̀ sílẹ̀.
ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼େ ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁ ଯାଏ।
17 Wàhálà asán ni kí ènìyàn máa dẹ àwọ̀n sílẹ̀, ní ojú ẹyẹ!
କୌଣସି ପକ୍ଷୀର ଆଖି ଆଗରେ ଜାଲ ପାତିବା ନିତାନ୍ତ ବ୍ୟର୍ଥ ହୁଏ।
18 Àwọn ọkùnrin wọ̀nyí ń lúgọ fún ẹ̀jẹ̀ ara wọn. Ara wọn ni wọ́n ń dá lọ́nà.
ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି ଓ ଆପଣାମାନଙ୍କ ପ୍ରାଣକୁ (ଧରିବା ପାଇଁ) ଗୁପ୍ତରେ ଲୁଚି ରହନ୍ତି।
19 Báyìí ni ìgbẹ̀yìn gbogbo àwọn tí ń wá èrè àìtọ́; yóò mú ẹ̀mí gbogbo ẹni tí ó rí i lọ.
ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣନାଶ କରେ।
20 Ọgbọ́n kígbe sókè ní pópó ó gbé ohùn rẹ̀ sókè láàrín ọjà;
ଜ୍ଞାନ ରାସ୍ତାରେ ଉଚ୍ଚସ୍ୱରରେ ଡାକେ; ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ;
21 láàrín ọjà ni ó ti kígbe jáde ní ibodè ìlú ni ó ti sọ̀rọ̀ ọ rẹ̀:
ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକେ; ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ନଗର ମଧ୍ୟରେ ଆପଣା ବାକ୍ୟ ଉଚ୍ଚାରଣ କରି କହେ;
22 “Yóò ha ti pẹ́ tó tí ẹ̀yin aláìmọ̀kan yóò fi fẹ́ àìmọ̀kan yín tó? Yóò ha ti pẹ́ tó tí àwọn ẹlẹ́gàn yóò ṣe inú dídùn sí ìpẹ̀gàn tó? Àwọn aláìgbọ́n kórìíra ìmọ̀?
“ହେ ନିର୍ବୋଧ ଲୋକମାନେ, କେତେ କାଳ ମୂର୍ଖତାକୁ ଭଲ ପାଇବ? ହେ ନିନ୍ଦୁକମାନେ, ଆଉ କେତେ କାଳ ନିନ୍ଦାରେ ସନ୍ତୁଷ୍ଟ ଥିବ? ହେ ମୂର୍ଖମାନେ, ଆଉ କେତେ କାଳ ବିଦ୍ୟାକୁ ଘୃଣା କରିବ?
23 Bí ẹ bá ti gbọ́ ìbáwí ì mi ni, ǹ bá ti tú ohun tí ó wà nínú ọkàn mi jáde fún yín kí n sì fi inú mi hàn sí i yín.
ମୋʼ ଅନୁଯୋଗରେ ମନ ଫେରାଅ; ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି, ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।
24 Ṣùgbọ́n níwọ̀n bí ẹ ti kọ ìpè ní ìgbà tí mo pè kò sì sí ẹni tí ó kọ ibi ara sí mi gbà tí mo na ọwọ́ sí wọn,
ଯେହେତୁ ମୁଁ ଡାକିଲି, ପୁଣି, ତୁମ୍ଭେମାନେ ମନା କଲ; ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ;
25 níwọ́n bí ẹ ti kọ gbogbo ìmọ̀ràn mi, tí ẹ̀yin kò sì gba ìbáwí mi,
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ଉପଦେଶ ତୁଚ୍ଛଜ୍ଞାନ କଲ, ପୁଣି ମୋହର କୌଣସି ଅନୁଯୋଗକୁ ଚାହିଁଲ ନାହିଁ;
26 Èmi pẹ̀lú yóò fi ìdààmú yín rẹ́rìn-ín; èmi yóò ṣẹ̀fẹ̀ nígbà tí ìyọnu bá dé bá a yín.
ଏହେତୁ ମୁଁ ମଧ୍ୟ ତୁମ୍ଭମାନଙ୍କ ବିପଦ ବେଳେ ହସିବି, ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି।
27 Nígbà tí ìyọnu bá dé bá a yín bí ìjì líle, nígbà tí ìdààmú bá dé bá ọ bí ààjà, nígbà tí wàhálà àti ìbànújẹ́ ọkàn bá bò ọ́ mọ́lẹ̀.
ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବ ଓ ଘୂର୍ଣ୍ଣିବାୟୁ ପରି ତୁମ୍ଭମାନଙ୍କର ବିପଦ ଆସିବ; ଯେତେବେଳେ କ୍ଳେଶ ଓ ବେଦନା ତୁମ୍ଭମାନଙ୍କ ପ୍ରତି ଘଟିବ;
28 “Nígbà náà ni wọn yóò ké pè mí ṣùgbọ́n, èmi kò ní dáhùn; wọn yóò fi ara balẹ̀ wá mi ṣùgbọ́n wọn kì yóò rí mi.
ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ; ସେମାନେ ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ।
29 Níwọ́n bí wọ́n ti kórìíra ìmọ̀ tí wọ́n sì kọ̀ láti bẹ̀rù Olúwa.
କାରଣ ସେମାନେ ବିଦ୍ୟାକୁ ଘୃଣା କଲେ ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ;
30 Níwọ́n bí wọn kò ti gbà ìmọ̀ràn mi tí wọ́n sì kẹ́gàn ìmọ̀ràn mi,
ସେମାନେ ମୋହର କୌଣସି ଉପଦେଶ ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ।
31 wọn yóò jẹ èrè iṣẹ́ ọwọ́ wọn wọn yóò sì jèrè èso ètè wọn ní kíkún.
ଏଥିପାଇଁ ସେମାନେ ଆପଣା ଆପଣା କର୍ମର ପ୍ରତିଫଳ ଭୋଗିବେ ଓ ଆପଣା ଆପଣା କୁପରାମର୍ଶର ସମ୍ପୂର୍ଣ୍ଣ ଫଳ ଭୋଗ କରିବେ।
32 Nítorí ìrìnkurìn àwọn aláìmọ̀kan ni yóò pa wọ́n ìkáwọ́gbera aláìgbọ́n ni yóò pa á run;
ହଁ, ନିର୍ବୋଧମାନଙ୍କର ବିପଥଗମନ ସେମାନଙ୍କୁ ବିନାଶ କରିବ ଓ ଅଜ୍ଞାନମାନଙ୍କର ଆତ୍ମତୃପ୍ତି ସେମାନଙ୍କୁ ସଂହାର କରିବ।
33 ṣùgbọ́n ẹnìkan tí ó bá fetí sí mi, yóò gbé láìléwu yóò sì wà nínú ìdẹ̀ra, láìsí ìbẹ̀rù ìpalára.”
ମାତ୍ର ଯେଉଁ ଲୋକ ମୋହର କଥା ଶୁଣେ, ସେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ।”