< Proverbs 9 >
1 Ọgbọ́n ti kọ́ ilé rẹ̀, ó ti gbẹ́ òpó o rẹ̀ méjèèjì,
ଜ୍ଞାନ ଆପଣା ଗୃହ ନିର୍ମାଣ କରିଅଛି, ସେ ତାହାର ସପ୍ତସ୍ତମ୍ଭ ଖୋଳିଅଛି;
2 ó ti fi ilé pọn tí, ó ti fọ̀nà rokà. Ó sì ti ṣètò o tábìlì oúnjẹ rẹ̀
ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି।
3 ó ti rán àwọn ìránṣẹ́bìnrin rẹ̀ jáde, ó sì ń pè, láti ibi tí ó ga jù láàrín ìlú.
ସେ ଆପଣା ଦାସୀମାନଙ୍କୁ ପଠାଇଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ,
4 “Jẹ́ kí gbogbo àwọn aláìgbọ́n wọ ibí wá!” Ó ń wí fún àwọn tí kò lọ́gbọ́n pé,
“ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ;” ପୁଣି, ଯେଉଁ ଜନ ନିର୍ବୋଧ, ତାହାକୁ ସେ କହେ,
5 “Wá, ẹ wá jẹ́ oúnjẹ mi sì mu wáìnì tí mo ti pò.
“ଆସ, ମୋହର ଭକ୍ଷ୍ୟ ଭୋଜନ କର ଓ ମୋହର ମିଶ୍ରିତ ଦ୍ରାକ୍ଷାରସ ପାନ କର।
6 Fi ìwà àìmọ̀kan rẹ sílẹ̀ ìwọ yóò sì yè; rìn ní ọ̀nà òye.
ହେ ଅବୋଧ ଲୋକମାନେ, ଅବୋଧମାନଙ୍କର ସଙ୍ଗ ପରିତ୍ୟାଗ କରି ଜୀବନ ରକ୍ଷା କର; ପୁଣି, ସୁବିବେଚନାର ପଥରେ ଚାଲ।”
7 “Ẹnikẹ́ni tí ó bá bá ẹlẹ́gàn wí, kọ lẹ́tà sí àbùkù ẹnikẹ́ni tí ó bá bá ẹni búburú wí kọ lẹ́tà sí èébú.
ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ।
8 Má ṣe bá ẹlẹ́gàn wí, àìṣe bẹ́ẹ̀ yóò kórìíra rẹ. Bá ọlọ́gbọ́n wí yóò sì fẹ́ràn rẹ;
ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ।
9 kọ́ ọlọ́gbọ́n ènìyàn lẹ́kọ̀ọ́, yóò sì gbọ́n sí i kọ́ olódodo ènìyàn lẹ́kọ̀ọ́, yóò sì fi kún ìmọ̀ rẹ̀.
ଜ୍ଞାନୀକୁ ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି, ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ଡିତ୍ୟ ବୃଦ୍ଧି ପାଇବ।
10 “Ìbẹ̀rù Olúwa ni ìbẹ̀rẹ̀ ọgbọ́n, ìmọ̀ nípa Ẹni Mímọ́ ni òye.
ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ।
11 Nítorí nípasẹ̀ mi ọjọ́ rẹ yóò gùn ọ̀pọ̀lọpọ̀ ọdún yóò sì kún ọjọ́ ayé rẹ.
ଯେହେତୁ ମୋʼ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ।
12 Bí ìwọ bá gbọ́n, ọgbọ́n rẹ yóò fún ọ ní èrè: bí ìwọ bá jẹ́ ẹlẹ́gàn, ìwọ nìkan ni yóò jìyà.”
ତୁମ୍ଭେ ଜ୍ଞାନୀ ହେଲେ, ଆପଣା ନିମନ୍ତେ ଜ୍ଞାନୀ ହେବ; ଯଦି ନିନ୍ଦା କର, ଆପେ ତାହା ବୋହିବ।
13 Òmùgọ̀ obìnrin jẹ́ aláriwo; ó jẹ́ aláìlẹ́kọ̀ọ́ àti aláìní ìmọ̀.
ଅଜ୍ଞାନା ସ୍ତ୍ରୀଲୋକ କଳିହୁଡ଼ୀ; ସେ ଅବୋଧ ଓ କିଛି ଜାଣେ ନାହିଁ।
14 Ó jókòó ní ẹnu-ọ̀nà ilé rẹ̀ lórí ìjókòó níbi tí ó ga jù láàrín ìlú,
ସେ ଆପଣା ଗୃହର ଦ୍ୱାର ନିକଟରେ ଓ ନଗରର ଉଚ୍ଚସ୍ଥାନରେ ଆସନ ପାରି ବସେ।
15 ó ń pe àwọn tí ó ń kọjá lọ, tí wọn ń lọ tààrà ní ọ̀nà wọn.
ସେ ନିକଟ ଦେଇ ନିଜ ନିଜ ପଥରେ ସଳଖେ ଯିବାର ପଥିକମାନଙ୍କୁ ଡାକି କହେ,
16 “Jẹ́ kí gbogbo ẹni tí ó jẹ́ aláìlóye súnmọ́ bí!” Ni ó wí fún ẹni tí òye kù díẹ̀ ká à tó fún.
“ଯେ ଅବୋଧ, ସେ ଏଠାକୁ ଆସୁ” ବୁଦ୍ଧିହୀନ ଲୋକକୁ ସେ ଏହି କଥା କହେ,
17 “Omi tí a jí mu dùn oúnjẹ tí a jẹ ní ìkọ̀kọ̀ a máa ládùn!”
“ଚୌର୍ଯ୍ୟଜଳ ମିଷ୍ଟ ଓ ଗୋପନ ଅନ୍ନ ସୁସ୍ୱାଦୁ।”
18 Ṣùgbọ́n wọn ò funra pé àwọn òkú wà níbẹ̀, pé àwọn àlejò rẹ̀ wà ní ìsàlẹ̀ ilẹ̀ isà òkú. (Sheol )
ମାତ୍ର ସେହି ଲୋକ ଜାଣେ ନାହିଁ ଯେ, ମୃତ ଲୋକମାନେ ସେଠାରେ ଥାʼନ୍ତି, ପୁଣି, ତାହାର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି। (Sheol )