< Proverbs 4 >

1 Tẹ́tí, ẹ̀yin ọmọ mi, sí ẹ̀kọ́ baba; fetísílẹ̀ kí o sì ní òye sí i.
ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର।
2 Mo fún ọ ní ẹ̀kọ́ tí ó yè kooro, nítorí náà, má ṣe kọ ẹ̀kọ́ mi sílẹ̀.
ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, ମୋହର ଆଦେଶ ପରିତ୍ୟାଗ କର ନାହିଁ।
3 Nígbà tí mo jẹ́ ọ̀dọ́mọkùnrin ní ilé baba à mí, mo jẹ́ èwe, tí mo sì jẹ́ ọ̀kan ṣoṣo lọ́wọ́ ìyá mi.
ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।
4 Ó kọ́ mi ó sì wí pé, “Jẹ́ kí àyà rẹ kí ó gba ọ̀rọ̀ mi dúró, pa òfin mi mọ́, kí ìwọ kí ó sì yè.
ପିତା ମୋତେ ଶିକ୍ଷା ଦେଇ କହିଲେ, “ତୁମ୍ଭ ମନରେ ମୋହର କଥାସବୁ ରଖ, ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।
5 Gba ọgbọ́n, gba òye, má ṣe gbàgbé ọ̀rọ̀ mi tàbí kí o yẹsẹ̀ kúrò nínú rẹ̀.
ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
6 Má ṣe kọ ọgbọ́n sílẹ̀, yóò sì dáàbò bò ọ́, fẹ́ràn rẹ̀, yóò sì bojútó ọ.
ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ।
7 Ọgbọ́n ni ó ga jù; nítorí náà gba ọgbọ́n. Bí ó tilẹ̀ ná gbogbo ohun tí o ní, gba òye.
ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର।
8 Gbé e ga, yóò sì gbé ọ ga dìrọ̀ mọ́ ọn, yóò sì bu iyì fún ọ.
ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ; ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ।
9 Yóò fi òdòdó ọ̀ṣọ́ ẹwà sí orí rẹ yóò sì fi adé ẹlẹ́wà fún ọ.”
ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”
10 Tẹ́tí, ọmọ mi, gba ohun tí mo sọ, ọjọ́ ayé è rẹ yóò sì gùn.
ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ; ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ।
11 Mo tọ́ ọ ṣọ́nà ní ọ̀nà ti ọgbọ́n mo sì mú ọ lọ ní ọ̀nà ti tààrà.
ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି।
12 Nígbà tí o rìn, ìgbésẹ̀ rẹ kò ní ní ìdíwọ́ nígbà tí o bá sáré, ìwọ kì yóò kọsẹ̀.
ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ; ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ।
13 Di ẹ̀kọ́ mú, má ṣe jẹ́ kí ó lọ; tọ́jú u rẹ̀ dáradára nítorí òun ni ìyè rẹ.
ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ିଦିଅ ନାହିଁ; ତାକୁ ରଖ; କାରଣ ତାହା ତୁମ୍ଭର ଜୀବନ।
14 Má ṣe gbé ẹsẹ̀ rẹ sí ojú ọnà àwọn ènìyàn búburú tàbí kí o rìn ní ọ̀nà àwọn ẹni ibi.
କୁକର୍ମୀମାନଙ୍କ ପଥ ମଧ୍ୟରେ ପ୍ରବେଶ କର ନାହିଁ ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ।
15 Yẹra fún un, má ṣe rìn níbẹ̀; yàgò fún un kí o sì bá ọ̀nà tìrẹ lọ.
ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ; ତହିଁରୁ ବିମୁଖ ହୋଇ ଚାଲିଯାଅ।
16 Nítorí wọn kò le sùn àyàfi tí wọ́n bá ṣe ibi, wọn kò ní tòògbé àyàfi tí wọ́n bá gbé ẹlòmíràn ṣubú.
ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ।
17 Wọ́n ń jẹ oúnjẹ ìwà búburú wọ́n sì ń mu wáìnì ìwà ìkà.
ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି; ପୁଣି, ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି।
18 Ipa ọ̀nà olódodo dàbí àṣẹ̀ṣẹ̀yọ oòrùn tí ń tànmọ́lẹ̀ sí i títí ọjọ́ fi kanrí
ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ।
19 ṣùgbọ́n ọ̀nà ènìyàn búburú dàbí òkùnkùn biribiri; wọn kò mọ ohun tí ó ń mú wọn kọsẹ̀.
ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ; ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ।
20 Ọmọ mi, tẹ́tí sí ohun tí mo sọ; fetísílẹ̀ dáradára sí ọ̀rọ̀ mi.
ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର; ମୋʼ ବାକ୍ୟରେ କର୍ଣ୍ଣ ଡେର।
21 Má ṣe jẹ́ kí wọ́n rá mọ́ ọ lójú pa wọ́n mọ́ sínú ọkàn rẹ,
ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ।
22 nítorí ìyè ni wọ́n jẹ́ fún gbogbo ẹni tí ó rí wọn àti ìlera fún gbogbo ara ènìyàn.
ଯେହେତୁ ତାହା ଯେଉଁମାନେ ପାଆନ୍ତି, ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ।
23 Ju gbogbo nǹkan tókù lọ, pa ọkàn rẹ mọ́, nítorí òun ni orísun ìyè.
ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।
24 Mú àrékérekè kúrò ní ẹnu rẹ; sì jẹ́ kí ọ̀rọ̀ ìsọkúsọ jìnnà réré sí ẹnu rẹ.
ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ।
25 Jẹ́ kí ojú rẹ máa wo iwájú, jẹ́ kí ìwo ojú rẹ máa wo ọ̀kánkán iwájú rẹ sá á.
ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ।
26 Kíyèsi ìrìn ẹsẹ̀ rẹ sì rìn ní àwọn ọ̀nà tí ó dára nìkan.
ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ।
27 Má ṣe yà sọ́tùn ún tàbí sósì; pa ẹsẹ̀ rẹ mọ́ kúrò nínú ibi.
ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।

< Proverbs 4 >