< Proverbs 30 >

1 Àwọn ọ̀rọ̀ Aguri ọmọ Jake, ọ̀rọ̀ ìsọtẹ́lẹ̀ tí ọkùnrin yìí sọ fún Itieli. Sí Itieli àti sí Ukali.
ଯାକିର ପୁତ୍ର ଆଗୁରର କଥା: ଅର୍ଥ ଭାରୋକ୍ତି। ସେ ମନୁଷ୍ୟ ଈଥୀୟେଲକୁ, ଅର୍ଥାତ୍‍, ଈଥୀୟେଲ ଓ ଉକଲକୁ କହେ:
2 “Èmi ni aláìmòye ju nínú àwọn ènìyàn; n kò ní òye ènìyàn.
ଅବଶ୍ୟ ମୁଁ ମନୁଷ୍ୟ ଅପେକ୍ଷା ପଶୁବତ୍‍, ପୁଣି, ମୋʼ ଠାରେ ମନୁଷ୍ୟର ବିବେଚନା ନାହିଁ।
3 Èmi kò tilẹ̀ kọ́ ọgbọ́n tàbí ní ìmọ̀ ẹni mímọ́ nì.
ମୁଁ ଜ୍ଞାନ ଶିଖି ନାହିଁ, ଅବା ଧର୍ମସ୍ୱରୂପଙ୍କ ବିଷୟକ ବିଦ୍ୟା ମୋʼ ଠାରେ ନାହିଁ।
4 Ta ni ó ti gòkè lọ sí ọ̀run tí ó sì padà sọ̀kalẹ̀? Ta ni ó ti kó afẹ́fẹ́ jọ sí ihò àtẹ́lẹwọ́ rẹ̀? Ta ni ó ti ta kókó omi sétí aṣọ? Ta ni ó fi gbogbo ìpìlẹ̀ ayé lélẹ̀? Kí ni orúkọ rẹ̀, àti orúkọ ọmọ rẹ̀? Sọ fún mi bí o bá mọ̀.
କିଏ ସ୍ୱର୍ଗାରୋହଣ କରି ସେଠାରୁ ଅବରୋହଣ କରିଅଛି? କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି? କିଏ ଆପଣା ବସ୍ତ୍ରରେ ଜଳସମୂହକୁ ବାନ୍ଧିଅଛି? କିଏ ପୃଥିବୀର ସବୁ ସୀମା ନିରୂପଣ କରିଅଛି? ତାହାଙ୍କର ନାମ କଅଣ? ତାହାଙ୍କ ପୁତ୍ରର ନାମ କଅଣ? ଏହା ଯେବେ ଜାଣ, ତେବେ କୁହ।
5 “Gbogbo ọ̀rọ̀ Ọlọ́run jẹ́ aláìlábùkù; òun ni ààbò fún gbogbo ẹni fi í ṣe ibi ìpamọ́ wọn.
ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ; ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ।
6 Má ṣe fi kún ọ̀rọ̀ rẹ̀, àìṣe bẹ́ẹ̀ yóò bá ọ wí yóò sì sọ ọ́ di òpùrọ́.
ତାହାଙ୍କ ବାକ୍ୟରେ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଅନୁଯୋଗ କରିବେ, ପୁଣି, ତୁମ୍ଭେ ମିଥ୍ୟାବାଦୀ ଜଣା ପଡ଼ିବ।
7 “Ohun méjì ni mo ń béèrè lọ́wọ́ rẹ, Olúwa; má ṣe fi wọ́n dù mí kí ń tó kú.
ମୁଁ ତୁମ୍ଭ ନିକଟରେ ଏ ଦୁଇ ବର ମାଗିଅଛି, ମୁଁ ମରିବା ପୂର୍ବରୁ ତାହା ମୋତେ ଦେବାକୁ ଅସମ୍ମତ ହୁଅ ନାହିଁ।
8 Mú èké ṣíṣe àti irọ́ jìnnà sí mi; má ṣe fún mi ní òsì tàbí ọrọ̀, ṣùgbọ́n fún mi ní oúnjẹ òòjọ́ mi nìkan.
ଅସାରତା ଓ ମିଥ୍ୟା କଥା ମୋʼ ଠାରୁ ଦୂର କର; ମୋତେ ଦରିଦ୍ରତା କି ଧନ ଦିଅ ନାହିଁ; ମୋʼ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର।
9 Àìṣe bẹ́ẹ̀, mo lè ní àníjù kí n sì gbàgbé rẹ kí ń sì wí pé, ‘Ta ni Olúwa?’ Tàbí kí ń di òtòṣì kí ń sì jalè kí ń sì ṣe àìbọ̀wọ̀ fún orúkọ Ọlọ́run mi.
ନୋହିଲେ ମୁଁ ପରିତୃପ୍ତ ହୋଇ ତୁମ୍ଭକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? କିଅବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି।
10 “Má ṣe ba ìránṣẹ́ lórúkọ jẹ́ lọ́dọ̀ ọ̀gá rẹ̀, kí ó má ba fi ọ́ bú, kí ìwọ má ba jẹ̀bi.
ଦାସର ପ୍ରଭୁ ନିକଟରେ ତାହାର ଅପବାଦ କର ନାହିଁ, କଲେ ସେ ତୁମ୍ଭକୁ ଅଭିଶାପ ଦେବ ଓ ତୁମ୍ଭେ ଅପରାଧୀ ଗଣିତ ହେବ।
11 “Àwọn kan wá ṣépè fún àwọn baba wọn tí wọn kò sì súre fún àwọn ìyá wọn.
ଯେଉଁମାନେ ଆପଣା ପିତାକୁ ଶାପ ଦିଅନ୍ତି, ପୁଣି, ଆପଣା ମାତାକୁ ଆଶୀର୍ବାଦ କରନ୍ତି ନାହିଁ, ଏପରି ଏକ ବଂଶ ଅଛି।
12 Àwọn tí ó mọ́ ní ojú ara wọn síbẹ̀ tí wọn kò sì mọ́ kúrò nínú èérí wọn;
ଆପଣା ଦୃଷ୍ଟିରେ ନିର୍ମଳ, ଏପରି ଏକ ବଂଶ ଅଛି, ତଥାପି ସେମାନେ ଆପଣା ମଳିନତାରୁ ଧୌତ ହୋଇ ନାହାନ୍ତି।
13 àwọn ẹni tí ojú wọn gbéga nígbà gbogbo, tí ìwolẹ̀ wọn sì kún fún ìgbéraga.
ଏକ ବଂଶ ଅଛି, ଆଃ, ସେମାନଙ୍କ ଦୃଷ୍ଟି କିପରି ଉଚ୍ଚ! ସେମାନଙ୍କ ଚକ୍ଷୁର ପତା ଉତ୍ଥିତ ହୋଇଅଛି।
14 Àwọn ẹni tí eyín wọn jẹ́ idà àwọn tí èrìgì wọn kún fún ọ̀bẹ láti jẹ àwọn tálákà run kúrò ní ilẹ̀ ayé àwọn aláìní kúrò láàrín àwọn ọmọ ènìyàn.
ପୃଥିବୀରୁ ଦୁଃଖୀମାନଙ୍କୁ ଓ ମନୁଷ୍ୟଗଣ ମଧ୍ୟରୁ ଦରିଦ୍ରମାନଙ୍କୁ ଗ୍ରାସ କରିବା ପାଇଁ ଯେଉଁମାନଙ୍କର ଦନ୍ତ ଖଡ୍ଗ ପରି ଓ କଳଦନ୍ତ ଛୁରୀ ପରି, ଏପରି ଏକ ବଂଶ ଅଛି।
15 “Eṣúṣú ni ọmọbìnrin méjì. ‘Mú wá! Mú wá!’ ní wọn ń ké. “Àwọn nǹkan mẹ́ta kan wà tí kò ní ìtẹ́lọ́rùn láéláé, mẹ́rin tí kò jẹ́ wí láéláé pé, ‘Ó tó!’:
ଜୋକର ଦୁଇ କନ୍ୟା ଅଛନ୍ତି, ଯେଉଁମାନେ କହନ୍ତି “ଦିଅ, ଦିଅ।” ତିନୋଟି ବସ୍ତୁ ଅଛି, ଯାହା କେବେ ତୃପ୍ତ ନୁହେଁ, ପୁଣି, ଚାରି ବସ୍ତୁ କେବେ କହେ ନାହିଁ, “ଯଥେଷ୍ଟ ହେଲା।”
16 Ibojì, inú tí ó yàgàn, ilẹ̀ tí omi kì í tẹ́lọ́rùn láéláé, àti iná, tí kì í wí láéláé pé, ‘Ó tó!’ (Sheol h7585)
ପାତାଳ ଓ ବନ୍ଧ୍ୟା-ଗର୍ଭ; ଜଳରେ ଅତୃପ୍ତ ଭୂମି, ଓ ଅଗ୍ନି ଯେ କହେ ନାହିଁ, ଯଥେଷ୍ଟ ହେଲା। (Sheol h7585)
17 “Ojú tí ń fi baba ṣẹ̀fẹ̀, tí ó kẹ́gàn ìgbọ́ràn sí ìyá, ẹyẹ ìwò ẹ̀bá odò ni yóò yọ ọ́, igún yóò mú un jẹ.
ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମରା କାଉମାନେ କାଢ଼ି ପକାଇବେ, ପୁଣି, ଉତ୍କ୍ରୋଶ ପକ୍ଷୀର ଛୁଆମାନେ ତାହା ଖାଇବେ।
18 “Àwọn nǹkan mẹ́ta wà tí ó jẹ́ ìyàlẹ́nu fún mi, mẹ́rin tí kò yé mi,
ତିନି କଥା ମୋହର ବୋଧାଗମ୍ୟ, ପୁଣି, ଚାରି କଥା ମୁଁ ଜାଣୁ ନାହିଁ।
19 ipa ẹyẹ idì ní òfúrufú ipa ejò lórí àpáta ipa ọkọ̀ ojú omi lójú agbami Òkun àti ipa ọ̀nà ọkùnrin tí ó mú wúńdíá lọ́wọ́.
ଆକାଶରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।
20 “Èyí ni ọ̀nà alágbèrè obìnrin ó jẹun ó sì nu ẹnu rẹ̀ ó sì wí pé, ‘N kò ṣe ohunkóhun tí kò tọ́.’
ସେହି ପ୍ରକାର ବ୍ୟଭିଚାରିଣୀ ସ୍ତ୍ରୀର ଗତି, ସେ ଖାଇ ମୁହଁ ପୋଛି ଦିଏ ଓ କହେ, ଆମ୍ଭେ କିଛି ଅଧର୍ମ କରି ନାହୁଁ।
21 “Lábẹ́ nǹkan mẹ́ta ni ilé ayé ti ń wárìrì lábẹ́ ohun mẹ́rin ni kò ti lè mí fín ín.
ତିନି କଥାର ଭାରରେ ପୃଥିବୀ କମ୍ପିତ ହୁଏ, ପୁଣି ଚାରି କଥାର ଭାରରେ ମଧ୍ୟ, ତାହା ସେ ସହିପାରେ ନାହିଁ;
22 Ìránṣẹ́ tí ó di ọba aláìgbọ́n tí ó ní ọ̀pọ̀lọpọ̀ oúnjẹ,
ରାଜତ୍ୱପ୍ରାପ୍ତ ଦାସର ଭାର ଓ ଆହାରରେ ପରିତୃପ୍ତ ମୂଢ଼ର ଭାର; ବିବାହ ହେବା ଘୃଣ୍ୟ ସ୍ତ୍ରୀର ଭାର;
23 obìnrin tí gbogbo ènìyàn kórìíra tí ó sì wá lọ́kọ ìránṣẹ́bìnrin tí ó gbọkọ mọ́ ọ̀gá rẹ̀ lọ́wọ́.
ପୁଣି, ଆପଣା କର୍ତ୍ତ୍ରୀର ଉତ୍ତରାଧିକାରିଣୀ ଦାସୀର ଭାର।
24 “Àwọn ohun mẹ́rin ló kéré láyé síbẹ̀ wọ́n gbọ́n gidigidi.
ଚାରି ପ୍ରାଣୀ ପୃଥିବୀରେ ସାନ, ମାତ୍ର ଅତିଶୟ ଜ୍ଞାନବାନ,
25 Àwọn èèrà jẹ́ aláìlágbára ẹ̀dá, síbẹ̀ wọ́n kó oúnjẹ wọn pamọ́ ní àsìkò òjò.
ପିମ୍ପୁଡ଼ିଗଣ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମକାଳରେ ଆହାର ସଞ୍ଚୟ କରନ୍ତି।
26 Ehoro jẹ́ aláìlágbára ẹ̀dá; síbẹ̀ wọ́n ń ṣe ihò wọn sí ibi pálapàla àpáta;
ଶାଫନ୍‍ ଜନ୍ତୁଗଣ ଶକ୍ତିହୀନ ଜାତି, ତଥାପି ସେମାନେ ଶୈଳରେ ଆପଣା ଆପଣା ବସା ନିର୍ମାଣ କରନ୍ତି।
27 àwọn eṣú kò ní ọba, síbẹ̀ gbogbo wọ́n ń jáde lọ ní ọ̀wọ̀ọ̀wọ́
ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେସମସ୍ତେ ଦଳବଦ୍ଧ ହୋଇ ଗମନ କରନ୍ତି।
28 Ọmọnílé fi ọwọ́ rẹ̀ dì mú, síbẹ̀ a ń rí i ní ààfin ọba.
ପୁଣି, ଝିଟିପିଟି ହସ୍ତ ଦ୍ୱାରା ଧରାଯାଏ, ତଥାପି ସେ ରାଜାର ଅଟ୍ଟାଳିକାରେ ଥାଏ।
29 “Àwọn ohun mẹ́ta ní ń bẹ tí ń rìn rere, ohun mẹ́rin ni ó dára púpọ̀ ní ìrìn rírìn:
ତିନି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି, ପୁଣି, ଚାରି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି;
30 Kìnnìún, alágbára láàrín ẹranko tí kì í sá fún ohunkóhun
ପଶୁମାନଙ୍କ ମଧ୍ୟରେ ବିକ୍ରମୀ ସିଂହ କାହା ସମ୍ମୁଖରୁ ଫେରେ ନାହିଁ।
31 Ẹsin tí a dì lẹ́gbẹ̀ẹ́; àti òbúkọ, àti ọba láàrín àwọn ènìyàn rẹ̀.
ଯୁଦ୍ଧାଶ୍ୱ; ଛାଗ ଓ ରାଜା, ଯାହା ବିରୁଦ୍ଧରେ କେହି ଉଠେ ନାହିଁ।
32 “Bí ìwọ bá ti hùwà aṣiwèrè nípa gbígbé ara rẹ ga, tàbí tí o bá ti gbèrò ibi, da ọwọ́ rẹ bo ẹnu rẹ!
ଯେବେ ତୁମ୍ଭେ ଆପଣାକୁ ଉଚ୍ଚ କରିବାରେ ମୂଢ଼ର କର୍ମ କରିଥାଅ, କିଅବା ଯେବେ କୁକଳ୍ପନା କରୁଥାଅ, ତେବେ ଆପଣା ମୁଖରେ ହାତ ଦିଅ।
33 Nítorí bí fífún omi ọmú tí í mú wàrà wá, tí fífún imú sì ń mú ẹ̀jẹ̀ jáde, bẹ́ẹ̀ ni rírú ìbínú sókè í mú ìjà wá.”
କାରଣ ଯେପରି ଦୁଗ୍ଧ ମନ୍ଥନରେ ଲବଣୀ ବାହାରେ ଓ ନାସିକା ମନ୍ଥନରେ ରକ୍ତ ବାହାରେ; ତଦ୍ରୂପ କ୍ରୋଧ ମନ୍ଥନରେ ବିବାଦ ବାହାରେ।

< Proverbs 30 >