< Proverbs 3 >
1 Ọmọ mi, má ṣe gbàgbé ẹ̀kọ́ mi. Ṣùgbọ́n pa òfin mi mọ́ sí ọkàn rẹ.
ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।
2 Nítorí ọjọ́ gígùn, ẹ̀mí gígùn, àti àlàáfíà, ni wọn yóò fi kùn un fún ọ.
ଯେହେତୁ ତଦ୍ଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ।
3 Má ṣe jẹ́ kí ìfẹ́ àti òtítọ́ ṣíṣe fi ọ́ sílẹ̀ láéláé so wọ́n mọ́ ọrùn rẹ, kọ wọ́n sí wàláà àyà rẹ.
ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ।
4 Nígbà náà ni ìwọ yóò rí ojúrere àti orúkọ rere ní ojú Ọlọ́run àti lójú ènìyàn.
ତାହା କଲେ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ।
5 Gbẹ́kẹ̀lé Olúwa pẹ̀lú gbogbo ọkàn rẹ má ṣe sinmi lé òye ara à rẹ.
ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।
6 Mọ̀ ọ́n ní gbogbo ọ̀nà rẹ òun yóò sì máa tọ́ ipa ọ̀nà rẹ.
ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ।
7 Má ṣe jẹ́ ọlọ́gbọ́n lójú ara à rẹ bẹ̀rù Olúwa kí o sì kórìíra ibi.
ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।
8 Èyí yóò mú ìlera fún ara rẹ àti okun fún àwọn egungun rẹ.
ତାହା ତୁମ୍ଭ ନାଭିଦେଶର ସ୍ୱାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ।
9 Fi ọrọ̀ rẹ bọ̀wọ̀ fún Olúwa, pẹ̀lú àkọ́so oko rẹ,
ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।
10 nígbà náà ni àká rẹ yóò kún àkúnya àgbá rẹ yóò kún àkúnwọ́sílẹ̀ fún wáìnì tuntun.
ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
11 Ọmọ mi, má ṣe kẹ́gàn ìbáwí Olúwa má sì ṣe bínú nígbà tí ó bá ń bá ọ wí,
ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ।
12 nítorí Olúwa a máa bá àwọn tí ó fẹ́ràn wí bí baba ti í bá ọmọ tí ó bá nínú dídùn sí wí.
କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଅନୁଶାସନ କରନ୍ତି।
13 Ìbùkún ni fún ẹni tí ó ní ìmọ̀, ẹni tí ó tún ní òye sí i,
ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ।
14 nítorí ó ṣe èrè ju fàdákà lọ ó sì ní èrè lórí ju wúrà lọ.
ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ।
15 Ó ṣe iyebíye ju iyùn lọ; kò sí ohunkóhun tí a lè fiwé e nínú ohun gbogbo tí ìwọ fẹ́.
ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।
16 Ẹ̀mí gígùn ń bẹ ní ọwọ́ ọ̀tún rẹ̀; ní ọwọ́ òsì rẹ sì ni ọrọ̀ àti ọlá.
ତାହାର ଡାହାଣ ହସ୍ତରେ ଦୀର୍ଘାୟୁ, ତାହାର ବାମ ହସ୍ତରେ ଧନ ଓ ସମ୍ମାନ ଥାଏ।
17 Àwọn ọ̀nà rẹ jẹ́ ọ̀nà ìtura, òpópónà rẹ sì jẹ́ ti àlàáfíà.
ତାହାର ପଥସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ।
18 Igi ìyè ni ó jẹ́ fún gbogbo ẹni tí ó bá gbà á; àwọn tí ó bá sì dìímú yóò rí ìbùkún gbà.
ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ; ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ।
19 Nípa ọgbọ́n, Olúwa fi ìpìlẹ̀ ilẹ̀ ayé sọlẹ̀; nípa òye, ó fi àwọn ọ̀run sí ipò wọn;
ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ।
20 nípa ìmọ̀ rẹ̀ ó pín ibú omi ní yà, àwọsánmọ̀ sì ń sẹ ìrì.
ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଚ୍ଛୁଳି ଉଠେ, ପୁଣି, ମେଘରୁ କାକର ଟୋପା ଟୋପା ପଡ଼େ।
21 Ọmọ mi, pa ọgbọ́n tí ó yè kooro àti ìmòye mọ́, má jẹ́ kí wọn lọ kúrò ní ibi tí ojú rẹ ti le tó wọn.
ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର।
22 Wọn yóò jẹ́ ìyè fún ọ, àti ẹ̀ṣọ́ fún ọrùn rẹ.
ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ।
23 Nígbà náà ni ìwọ yóò bá ọ̀nà rẹ lọ ní àìléwu, ìwọ kì yóò sì kọsẹ̀.
ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି, ତୁମ୍ଭର ଚରଣ ଝୁଣ୍ଟିବ ନାହିଁ।
24 Nígbà tí ìwọ bá dùbúlẹ̀, ìwọ kì yóò bẹ̀rù, nígbà tí ìwọ bá dùbúlẹ̀, oorun rẹ yóò jẹ́ oorun ayọ̀.
ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ, ହଁ, ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ।
25 Má ṣe bẹ̀rù ìdààmú òjijì, tàbí ti ìparun tí ó ń dé bá àwọn ènìyàn búburú.
ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିଅବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ।
26 Nítorí Olúwa yóò jẹ́ ìgbẹ́kẹ̀lé rẹ, kì yóò sì jẹ́ kí ẹsẹ̀ rẹ bọ́ sínú pàkúté.
ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ।
27 Má ṣe fa ọwọ́ ìre sẹ́yìn kúrò lọ́dọ̀ àwọn tí ṣe tìrẹ, nígbà tí ó bá wà ní ìkápá rẹ láti ṣe ohun kan.
ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ।
28 Má ṣe wí fún aládùúgbò rẹ pé, “Padà wá nígbà tó ṣe díẹ̀; èmi yóò fi fún ọ ní ọ̀la,” nígbà tí o ní i pẹ̀lú rẹ nísinsin yìí.
ଆପଣା ନିକଟରେ ଦ୍ରବ୍ୟ ଥିଲେ, ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା ଏହା ତୁମ୍ଭ ପ୍ରତିବାସୀକୁ କୁହ ନାହିଁ।
29 Má ṣe pète ohun búburú fún aládùúgbò rẹ, ti o gbé nítòsí rẹ, tí ó sì fọkàn tán ọ.
ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ।
30 Má ṣe fẹ̀sùn kan ènìyàn láìnídìí, nígbà tí kò ṣe ọ́ ní ibi kankan rárá.
ମନୁଷ୍ୟ ତୁମ୍ଭର କ୍ଷତି ନ କଲେ, ଅକାରଣରେ ତାହା ସହିତ ବିରୋଧ କର ନାହିଁ।
31 Má ṣe ṣe ìlara ènìyàn jàgídíjàgan tàbí kí o yàn láti rìn ní ọ̀nà rẹ̀.
ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ, ପୁଣି, ତାହାର କୌଣସି ପଥ ମନୋନୀତ କର ନାହିଁ।
32 Nítorí Olúwa kórìíra ènìyàn aláyídáyidà ṣùgbọ́n a máa fọkàn tán ẹni dídúró ṣinṣin.
କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ।
33 Ègún Olúwa ń bẹ lórí ilé ènìyàn búburú, ṣùgbọ́n ó bùkún fún ilé olódodo.
ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି।
34 Ó fi àwọn ẹlẹ́yà ṣe yẹ̀yẹ́, ṣùgbọ́n ó fi oore-ọ̀fẹ́ fún onírẹ̀lẹ̀.
ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।
35 Ọlọ́gbọ́n jogún iyì, ṣùgbọ́n àwọn aṣiwèrè ni yóò ru ìtìjú wọn.
ଜ୍ଞାନବାନ ଲୋକେ ସମ୍ମାନର ଅଧିକାରୀ ହେବେ, ମାତ୍ର ଲଜ୍ଜା ଅଜ୍ଞାନମାନଙ୍କ ଉନ୍ନତି ହେବ।