< Proverbs 27 >
1 Má ṣe yangàn nítorí ọ̀la nítorí o kò mọ ohun tí ọjọ́ kan le è mú wáyé.
ତୁମ୍ଭେ କାଲିର ବିଷୟରେ ଦର୍ପ କଥା କୁହ ନାହିଁ; ଯେହେତୁ ଏକ ଦିନ କଅଣ ଉତ୍ପାଦନ କରିବ, ତାହା ତୁମ୍ଭକୁ ଜଣା ନାହିଁ।
2 Jẹ́ kí ẹlòmíràn yìn ọ́ dípò ẹnu ara rẹ, àní àlejò, kí ó má sì ṣe ètè ìwọ fúnra rẹ̀.
ଅନ୍ୟ ଲୋକ ତୁମ୍ଭର ପ୍ରଶଂସା କରୁ, ମାତ୍ର ତୁମ୍ଭର ନିଜ ମୁଖ ତାହା ନ କରୁ; ଅପର ଲୋକ କରୁ, ମାତ୍ର ତୁମ୍ଭ ନିଜ ଓଷ୍ଠ ତାହା ନ କରୁ।
3 Òkúta wúwo, erùpẹ̀ sì wúwo ṣùgbọ́n ìbínú aṣiwèrè wúwo ju méjèèjì lọ.
ଭାରୀ ପଥର ଓ ଗୁରୁ ବାଲି; ମାତ୍ର ଅଜ୍ଞାନର ବିରକ୍ତି, ସେ ଦୁଇରୁ ଭାରୀ।
4 Ìbínú ni ìkà, ìrunú sì burú púpọ̀ ṣùgbọ́n ta ni ó le è dúró níwájú owú?
କୋପ ନିଷ୍ଠୁର ଓ କ୍ରୋଧ ପ୍ରଳୟକାରୀ; ମାତ୍ର ଅନ୍ତର୍ଜ୍ୱାଳା ଆଗରେ କିଏ ଠିଆ ହୋଇପାରେ?
5 Ìbániwí gbangba sàn ju ìfẹ́ ìkọ̀kọ̀ lọ.
ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।
6 Òtítọ́ ni ọgbẹ́ ọ̀rẹ́, ṣùgbọ́n ìfẹnukonu ọ̀tá ni ẹ̀tàn.
ପ୍ରେମକାରୀର କ୍ଷତ ବିଶ୍ୱାସନୀୟ; ମାତ୍ର ଶତ୍ରୁର ଚୁମ୍ବନ ବହୁଳ।
7 Kódà oyin kò dùn lẹ́nu ẹni tí ó ti yó ṣùgbọ́n òróǹró gan an dùn lẹ́nu ẹni tí ebi ń pa.
ତୃପ୍ତ ପ୍ରାଣୀ ମହୁଚାକକୁ ଘୃଣା କରେ; ମାତ୍ର କ୍ଷୁଧାର୍ତ୍ତ ପ୍ରାଣୀକୁ ତିକ୍ତ ଦ୍ରବ୍ୟସବୁ ମିଷ୍ଟ।
8 Bí ẹyẹ tí ó ṣáko lọ kúrò níbi ìtẹ́ rẹ̀ ni ènìyàn tí ó ṣáko lọ kúrò ní ilé rẹ̀.
ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାରୁ ଭ୍ରମଣକାରୀ ପକ୍ଷୀର ତୁଲ୍ୟ।
9 Ìpara olóòórùn dídùn àti tùràrí ń mú ayọ̀ wá sínú ọkàn bẹ́ẹ̀ ni inú dídùn láti ọ̀dọ̀ ọ̀rẹ́ ń wá láti inú ìmọ̀ràn tí ó ṣàkóso.
ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ, ମନର ମନ୍ତ୍ରଣାରୁ ଜାତ ମିତ୍ରର ମିଷ୍ଟତା ତଦ୍ରୂପ କରେ।
10 Má ṣe kọ ọ̀rẹ́ rẹ àti ọ̀rẹ́ baba rẹ sílẹ̀, má sì ṣe lọ sílé arákùnrin rẹ nígbà tí ìdààmú dé bá ọ ó sàn kí o jẹ́ aládùúgbò tí ó súnmọ́ ni ju arákùnrin tí ó jìnnà sí ni.
ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ; ପୁଣି, ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ; ଦୂରସ୍ଥ ଭାଇଠାରୁ ନିକଟସ୍ଥ ପ୍ରତିବାସୀ ଭଲ।
11 Gbọ́n, ọmọ mi, kí o sì mú ayọ̀ wá sínú ọkàn mi nígbà náà ni mo le dá gbogbo ẹni tí ó bá kẹ́gàn mi.
ହେ ମୋହର ପୁତ୍ର, ଜ୍ଞାନବାନ ହୁଅ ଓ ମୋʼ ମନକୁ ଆହ୍ଲାଦିତ କର; ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି।
12 Ọlọ́gbọ́n rí ewu, ó sì fi ara pamọ́ ṣùgbọ́n aláìgbọ́n rí, kàkà kí ó dúró ó tẹ̀síwájú, ó sì jìyà rẹ̀.
ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
13 Gba aṣọ ẹni tí ó ṣe onídùúró fún àjèjì fi ṣe ẹ̀rí ìdúró bí o bá ṣe onídùúró fún obìnrin oníṣekúṣe.
ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ; ପୁଣି, ଯେ ପରସ୍ତ୍ରୀ ପାଇଁ ଜାମିନ୍ ହୁଏ, ତାହାକୁ ବନ୍ଧକ ରଖ।
14 Bí ènìyàn kan ń kígbe súre fún aládùúgbò rẹ ní òwúrọ̀ a ó kà á sí bí èpè.
ଯେଉଁ ଲୋକ ଅତି ପ୍ରଭାତରେ ଉଠି ଆପଣା ମିତ୍ରକୁ ଉଚ୍ଚ ରବରେ ଆଶୀର୍ବାଦ କରେ, ତାହାର ସେହି କର୍ମ ତାହା ପ୍ରତି ଅଭିଶାପ ରୂପେ ଗଣିତ ହେବ।
15 Àyà tí ó máa ń jà dàbí ọ̀wààrà òjò ní ọjọ́ tí òjò ń rọ̀;
ଭାରୀ ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ, ଏ ଦୁଇ ଏକ ସମାନ ଅଟନ୍ତି।
16 dídá a lẹ́kun dàbí ìgbà tí ènìyàn ń dá afẹ́fẹ́ lẹ́kun tàbí bí ẹni tí ó gbá òróró.
ଯେ ତାକୁ ଅଟକାଏ, ସେ ବାୟୁକୁ ଅଟକାଏ ଓ ତାହାର ଦକ୍ଷିଣ ହସ୍ତ ତୈଳ ଉପରେ ପଡ଼େ।
17 Bí irin tí ń pọ́n irin mú bẹ́ẹ̀ ni ènìyàn kan ń pọ́n ẹlòmíràn mú.
ଯେପରି ଲୁହା ଲୁହାକୁ ସତେଜ କରେ, ସେପରି ମନୁଷ୍ୟ ଆପଣା ବନ୍ଧୁର ମୁଖ ସତେଜ କରେ।
18 Ẹni tí ó tọ́jú igi ọ̀pọ̀tọ́ yóò jẹ èso rẹ̀ ẹni tí ó sì fojú tó ọ̀gá rẹ̀ yóò gba ọlá.
ଯେକେହି ଡିମ୍ବିରିବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ; ପୁଣି, ଯେ ଆପଣା ପ୍ରଭୁ ପ୍ରତି ମନୋଯୋଗୀ ଥାଏ, ସେ ସମ୍ମାନ ପାଏ।
19 Bí omi tí ń ṣe àfihàn ojú, nígbà tí a bá wò ó bẹ́ẹ̀ ni ọkàn ènìyàn ń ṣe àfihàn ènìyàn.
ଯେପରି ଜଳ ମୁଖକୁ ମୁଖ ଦେଖାଏ, ସେପରି ହୃଦୟ ମନୁଷ୍ୟକୁ ମନୁଷ୍ୟ ଦେଖାଏ।
20 Kò tẹ́ ikú àti ìparun lọ́rùn rí bẹ́ẹ̀ pẹ̀lú ni ojú ènìyàn kò rí ìtẹ́lọ́rùn rí. (Sheol )
ଯେପରି ପାତାଳ ଓ ବିନାଶ ସ୍ଥାନ କେତେବେଳେ ତୃପ୍ତ ନୁହେଁ, ସେପରି ମନୁଷ୍ୟର ଇଚ୍ଛାସକଳ କେତେବେଳେ ତୃପ୍ତ ନୁହେଁ। (Sheol )
21 Iná fún fàdákà iná ìléru fún wúrà, ṣùgbọ́n a ń dán ènìyàn wò nípa ìyìn tí ó ń gbà.
କୋୟିରେ ରୂପା, ଉହ୍ମାଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ।
22 Bí a tilẹ̀ gún aláìgbọ́n nínú odó, fi ọmọ odó gún un bí èlùbọ́ ìwọ kì yóò le è yọ ìwà òmùgọ̀ rẹ̀ kúrò ní inú rẹ̀.
ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢିଙ୍କିରେ କୁଟିଲେ ହେଁ ତାହାର ଅଜ୍ଞାନତା ଛାଡ଼ିଯିବ ନାହିଁ।
23 Rí i dájú pé o mọ ipò tí àwọn agbo àgùntàn rẹ wà bojútó àwọn agbo màlúù rẹ dáradára;
ତୁମ୍ଭେ ଆପଣା ମେଷପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ ହୁଅ, ପୁଣି ଆପଣା ପଶୁପଲ ବିଷୟରେ ଉତ୍ତମ ରୂପେ ମନୋଯୋଗ କର।
24 nítorí ọrọ̀ kì í pẹ́ lọ títí adé kì í sì í wà lórí títí láéláé.
କାରଣ ସମ୍ପତ୍ତି ଅନନ୍ତକାଳସ୍ଥାୟୀ ନୁହେଁ ଓ ମୁକୁଟ କʼଣ ପୁରୁଷାନୁକ୍ରମରେ ଥାଏ?
25 Nígbà tí a bá kó koríko, ewéko tuntun yóò sì hù jáde, a ó sì kó koríko àwọn orí òkè wọlé
ଘାସ କଟା ହେଲେ କଅଁଳ ଘାସ ପ୍ରକାଶ ପାଏ, ଆଉ ପର୍ବତମାନର ତୃଣ ସଂଗୃହୀତ ହୁଏ।
26 àwọn àgùntàn yóò pèsè aṣọ fún ọ, àti ewúrẹ́ yóò pèsè owó oko.
ମେଷଛୁଆମାନେ ତୁମ୍ଭକୁ ବସ୍ତ୍ର ଦେବେ; ପୁଣି, ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ।
27 Ìwọ yóò ní ọ̀pọ̀lọpọ̀ wàrà ewúrẹ́ láti bọ́ ọ àti ìdílé rẹ àti láti tọ́jú àwọn ìránṣẹ́bìnrin rẹ.
ପୁଣି, ଛେଳିଦୁଧ ତୁମ୍ଭର ଓ ତୁମ୍ଭ ପରିବାରର ଭକ୍ଷ୍ୟ ପାଇଁ ଯଥେଷ୍ଟ ହେବ; ଆଉ, ତୁମ୍ଭ ଦାସୀମାନଙ୍କ ପାଇଁ ଉପଜୀବିକା ହେବ।