< Numbers 6 >

1 Olúwa sọ fún Mose pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Sọ fún àwọn ọmọ Israẹli pé, ‘Bí ọkùnrin tàbí obìnrin kan bá jẹ́ ẹ̀jẹ́ pàtàkì, ẹ̀jẹ́ ìyara-ẹni-sọ́tọ̀ sí Olúwa nípa àìgé irun orí (Nasiri),
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ହେବା ନିମନ୍ତେ ଯଦି ନାସରୀୟ କୌଣସି ବିଶେଷ ବ୍ରତ କରେ,
3 irú ẹni bẹ́ẹ̀ gbọdọ̀ yàgò fún wáìnì tàbí ọtí líle, ọtí wáìnì kíkan àti àwọn ohun mímu mìíràn tó bá kan. Kò gbọdọ̀ mu èso àjàrà tàbí kí ó jẹ èso àjàrà tútù tàbí gbígbẹ.
ତେବେ ସେ ଦ୍ରାକ୍ଷାରସ ଓ ସୁରାରୁ ଆପଣାକୁ ପୃଥକ କରିବ; ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ, କିଅବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।
4 Níwọ́n ìgbà tí ó sì jẹ́ Nasiri, ní kò gbọdọ̀ jẹ ohunkóhun tí a fi èso àjàrà ṣe, ìbá à ṣe kóró tàbí èèpo rẹ̀.
ସେ ତାହାର ପୃଥକ ଥିବା ସମସ୍ତ ଦିନ ଦ୍ରାକ୍ଷାଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କିମ୍ବା ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ।
5 “‘Ní gbogbo ìgbà ẹ̀jẹ́ ìyàsọ́tọ̀ rẹ̀ yìí, kí abẹ kankan má ṣe kàn án ní orí. Ó gbọdọ̀ jẹ́ mímọ́ títí tí àkókò ìyàsọ́tọ̀ rẹ̀ sí Olúwa yóò fi pé; ó gbọdọ̀ jẹ́ kí irun orí rẹ̀ gùn.
ତାହାର ବ୍ରତ ହେତୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।
6 “‘Ní gbogbo àkókò ìyàsọ́tọ̀ rẹ̀ sí Olúwa kò gbọdọ̀ súnmọ́ òkú ènìyàn.
ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ।
7 Ìbá à ṣe òkú baba, àti ìyá rẹ̀, ẹ̀gbọ́n rẹ̀ ọkùnrin tàbí obìnrin tàbí àbúrò rẹ̀, kò gbọdọ̀ sọ ara rẹ̀ di aláìmọ́ nítorí wọn, nítorí pé àmì ìyàsọ́tọ̀ rẹ̀ sí Ọlọ́run wà ní orí rẹ̀.
ଆପଣା ପିତା କିମ୍ବା ମାତା କିମ୍ବା ଭ୍ରାତା କିମ୍ବା ଭଗିନୀ ମଲେ, ସେ ସେମାନଙ୍କ ସକାଶୁ ଆପଣାକୁ ଅଶୁଚି କରିବ ନାହିଁ; କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ ହେବାର ଚିହ୍ନ ତାହାର ମସ୍ତକରେ ଅଛି।
8 Ní gbogbo àsìkò ìyàsọ́tọ̀ rẹ̀ yìí, ó jẹ́ mímọ́ sí Olúwa.
ତାହାର ପୃଥକ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
9 “‘Bí ẹnìkan bá kú ní ọ̀dọ̀ rẹ̀ ní òjijì, tí ó sì ba irun rẹ̀ tó yà sọ́tọ̀ jẹ́; ó gbọdọ̀ gé irun rẹ̀ ní ọjọ́ ìwẹ̀nùmọ́ rẹ̀ èyí tí í ṣe ọjọ́ keje.
ଆଉ ଯଦି କୌଣସି ମନୁଷ୍ୟ ହଠାତ୍‍ ତାହା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ-ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍‍, ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ।
10 Ní ọjọ́ kẹjọ, yóò mú àdàbà méjì àti ọmọ ẹyẹlé méjì wá sọ́dọ̀ àlùfáà ní ẹnu-ọ̀nà àgọ́ ìpàdé.
ପୁଣି, ଅଷ୍ଟମ ଦିନରେ ସେ ଦୁଇ ଘୁଘୁ ଅବା ଦୁଇ କପୋତ ଛୁଆ ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ।
11 Àlùfáà yóò fi ọ̀kan rú ẹbọ ẹ̀ṣẹ̀ àti èkejì fún ẹbọ sísun láti fi ṣe ètùtù fún un nítorí pé ó ti ṣẹ̀ nípa wíwà níbi tí òkú ènìyàn wà. Yóò sì ya orí rẹ̀ sí mímọ́ ní ọjọ́ náà gan an.
ଆଉ ଯାଜକ ତହିଁରୁ ଗୋଟିକୁ ପାପାର୍ଥେ ଓ ଅନ୍ୟଟିକୁ ହୋମାର୍ଥେ ଉତ୍ସର୍ଗ କରିବ ଓ ସେ ଶବ-ଘଟିତ ଯେଉଁ ପାପ କଲା, ତହିଁ ଲାଗି ପ୍ରାୟଶ୍ଚିତ୍ତ କରିବ ଓ ସେ ସେହି ଦିନ ତାହାର ମସ୍ତକ ପବିତ୍ର କରିବ।
12 Ó gbọdọ̀ ya ara rẹ̀ sọ́tọ̀ sí Olúwa fún àkókò ìyàsọ́tọ̀ rẹ̀, ó sì gbọdọ̀ mú akọ ọ̀dọ́-àgùntàn ọlọ́dún kan wá gẹ́gẹ́ bí ọrẹ ẹ̀bi. Kò sì ní í ka àwọn ọjọ́ ìyàsọ́tọ̀ rẹ̀ ti tẹ́lẹ̀ nítorí pé ó tí ba ara rẹ̀ jẹ́ ní àkókò ìyàsọ́tọ̀ rẹ̀.
ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ହୋଇ ରହିବା ଦିନମାନ ପୃଥକ କରିବ, ପୁଣି, ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ; ମାତ୍ର ପୂର୍ବ ଦିନସବୁ ବୃଥା ହେବ, କାରଣ ତାହାର ପୃଥକ‍କରଣ ଅଶୁଚି ହେଲା।
13 “‘Èyí ni òfin fún Nasiri nígbà tí àkókò ìyàsọ́tọ̀ rẹ̀ bá pé. Wọn ó mu wá sí ẹnu-ọ̀nà àgọ́ ìpàdé.
ଆଉ ପୃଥକ ରହିବା ଦିନ ସମ୍ପୂର୍ଣ୍ଣ ହେଲେ, ନାସରୀୟ ବ୍ରତର ଏହି ବ୍ୟବସ୍ଥା ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଅଣାଯିବ।
14 Níbẹ̀ ni yóò ti mú ọrẹ wá fún Olúwa, akọ ọ̀dọ́-àgùntàn ọlọ́dún kan tí kò ní àbùkù fún ẹbọ sísun àti ẹgbọrọ-àgùntàn ọlọ́dún kan, tí kò ní àbùkù fún ẹbọ ẹ̀ṣẹ̀, àgbò kan tí kò ní àbùkù fún ọrẹ àlàáfíà,
ପୁଣି, ସେ ହୋମାର୍ଥେ ଏକ ବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ପାପାର୍ଥେ ଏକ ବର୍ଷୀୟ ନିଖୁନ୍ତ ଏକ ମେଷବତ୍ସା ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ
15 pẹ̀lú ọrẹ ohun jíjẹ àti ọrẹ ohun mímu, apẹ̀rẹ̀ àkàrà tí a kò fi ìwúkàrà ṣe, àkàrà tí a fi ìyẹ̀fun dáradára pò mọ́ òróró àti àkàrà fẹ́lẹ́fẹ́lẹ́ tí a fi òróró sọjọ̀ lé lórí.
ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
16 “‘Àlùfáà yóò gbé gbogbo rẹ̀ wá síwájú Olúwa, yóò sì rú ẹbọ ẹ̀ṣẹ̀ àti ẹbọ sísun.
ତହୁଁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ।
17 Àlùfáà yóò fi àgbò náà rú ẹbọ àlàáfíà sí Olúwa, pẹ̀lú apẹ̀rẹ̀ àkàrà tí kò ní ìwúkàrà; yóò rú ẹbọ ohun jíjẹ àti ọrẹ ohun mímu.
ତହିଁ ଉତ୍ତାରେ ସେ ତାଡ଼ିଶୂନ୍ୟ ରୁଟିର ଡାଲା ସହିତ ମଙ୍ଗଳାର୍ଥକ ମେଷବଳି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ମଧ୍ୟ ଯାଜକ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବ।
18 “‘Nígbà náà ni Nasiri náà yóò fá irun ìyàsọ́tọ̀ rẹ̀ ní ẹnu-ọ̀nà àgọ́ ìpàdé. Yóò fi irun náà sínú iná tó wà lábẹ́ ẹbọ àlàáfíà.
ତେବେ ନାସରୀୟ ଲୋକ ସମାଗମ-ତମ୍ବୁ ଦ୍ୱାରରେ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କରିବ ଓ ଆପଣା ପ୍ରତିଷ୍ଠିତ ମସ୍ତକର କେଶ ନେଇ ମଙ୍ଗଳାର୍ଥକ ବଳିର ଅଧଃସ୍ଥିତ ଅଗ୍ନିରେ ପକାଇବ।
19 “‘Lẹ́yìn tí Nasiri bá ti fá irun ìyàsọ́tọ̀ rẹ̀ tan, àlùfáà yóò mú apá àgbò bíbọ̀, àkàrà aláìwú kan àti àkàrà fẹ́lẹ́fẹ́lẹ́ tí kò ní ìwúkàrà láti inú apẹ̀rẹ̀ yóò sì kó gbogbo rẹ̀ lé e lọ́wọ́.
ପୁଣି, ନାସରୀୟ ଲୋକ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କଲା ଉତ୍ତାରେ, ଯାଜକ ସେହି ମେଷର ଜଳସିଦ୍ଧ ସ୍କନ୍ଧ, ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତାଡ଼ିଶୂନ୍ୟ ସରୁ ଚକୁଳି ନେଇ ତାହାର ହସ୍ତରେ ଦେବ।
20 Àlùfáà yóò fi gbogbo rẹ̀ níwájú Olúwa gẹ́gẹ́ bí ẹbọ fífì, wọ́n jẹ́ mímọ́, wọ́n sì jẹ́ ti àlùfáà pẹ̀lú igẹ̀ tí a fì àti itan tí wọ́n mú wá. Lẹ́yìn èyí, Nasiri náà lè mu wáìnì.
ଆଉ, ଯାଜକ ଦୋଳନୀୟ ନୈବେଦ୍ୟାର୍ଥେ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ; ତହିଁରେ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ସହିତ ତାହା ଯାଜକର ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁ ଉତ୍ତାରେ ସେହି ନାସରୀୟ ଲୋକ ଦ୍ରାକ୍ଷାରସ ପାନ କରି ପାରିବ।
21 “‘Èyí ni òfin Nasiri tó jẹ́ ẹ̀jẹ́, ọrẹ rẹ̀ sí Olúwa, yóò wà ní ìbámu pẹ̀lú ìyàsọ́tọ̀ rẹ̀ gẹ́gẹ́ bí Nasiri, ní àfikún sí àwọn ohun mìíràn tó lágbára láti mú wá. Ó gbọdọ̀ mú ẹ̀jẹ́ tó jẹ́ ṣe gẹ́gẹ́ bí òfin Nasiri.’”
ନାସରୀୟ ବ୍ରତଧାରୀ ଲୋକ ଯାହା ଦେବାକୁ ସକ୍ଷମ, ତାହା ବ୍ୟତୀତ ଓ ତାହାର ପୃଥକ ରହିବା ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ-ଦାନର ବ୍ୟବସ୍ଥା ଏହି; ସେ ଯେରୂପ ବ୍ରତ କରେ, ପୃଥକ ରହିବା ବ୍ୟବସ୍ଥାନୁସାରେ ତାହା ତାହାକୁ କରିବାକୁ ହେବ।”
22 Olúwa sọ fún Mose pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
23 “Sọ fún Aaroni àti àwọn ọmọ rẹ̀ pé, ‘Báyìí ni kí ẹ ṣe máa súre fún àwọn ọmọ Israẹli. Ẹ sọ fún wọn pé,
“ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣକୁ କୁହ, ‘ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ଏହିରୂପେ ଆଶୀର୍ବାଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ,
24 “‘“Kí Olúwa bùkún un yín, kí ó sì pa yín mọ́.
ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ;
25 Kí Olúwa kí o mú ojú rẹ̀ kí ó mọ́lẹ̀ sí i yín lára. Kí ó sì ṣàánú fún un yín.
ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ;
26 Kí Olúwa bojú wò yín, kí ó sì fún un yín ní àlàáfíà.”’
ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମ୍ଭକୁ ଶାନ୍ତି ଦେଉନ୍ତୁ।’”
27 “Báyìí ni wọn ó ṣe fi orúkọ mi sára àwọn ọmọ Israẹli, Èmi ó sì bùkún wọn.”
ଏହିରୂପେ ସେମାନେ ଇସ୍ରାଏଲ-ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ; ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।

< Numbers 6 >