< Numbers 34 >

1 Olúwa sọ fún Mose pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Pàṣẹ fún àwọn ọmọ Israẹli, kí o sì sọ fún wọn pé, ‘Tí ẹ bá wọ Kenaani, ilẹ̀ tí a ó fi fún yín, gẹ́gẹ́ bí ogún yín yóò ní ààlà wọn yí:
“ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ଯେଉଁ କିଣାନ ଦେଶ, ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ, ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ,
3 “‘Ìhà gúúsù yín yóò bọ́ sí ara aginjù Sini lẹ́bàá Edomu, àti ìlà-oòrùn, ààlà ìhà gúúsù yóò bẹ̀rẹ̀ láti òpin Òkun Iyọ̀,
ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍‍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
4 kọjá lọ sí gúúsù Akrabbimu, tẹ̀síwájú lọ si Sini, kó bọ́ si gúúsù Kadeṣi-Barnea, kí o sì dé Hasari-Addari, kí o sì kọjá sí Asmoni.
ପୁଣି, ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍‍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ-ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍‍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ।
5 Kí òpin ilẹ̀ rẹ̀ kí ó sì yíká láti Asmoni lọ dé odò Ejibiti, Òkun Ńlá ni yóò sì jẹ òpin rẹ.
ଏଉତ୍ତାରେ ସେହି ସୀମା ଅସ୍ମୋନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ।
6 Ìhà ìwọ̀-oòrùn yín yóò jẹ́ òpin lórí Òkun Ńlá. Èyí yóò jẹ́ ààlà yín lórí ìhà ìwọ̀-oòrùn.
ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।
7 Fún ààlà ìhà àríwá, fa ìlà láti Òkun Ńlá lọ sí orí òkè Hori,
ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ;
8 àti láti orí òkè Hori sí Lebo-Hamati. Nígbà náà ààlà náà yóò lọ sí Sedadi,
ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ; ପୁଣି, ସେଠାରୁ ସେହି ସୀମା ସଦାଦ୍‍ ନିକଟରେ ଶେଷ ହେବ।
9 tẹ̀síwájú lọ sí Sifroni, kí o sì fò pín si ní Hasari-Enani, èyí yóò jẹ́ ààlà tìrẹ ní ìhà àríwá.
ପୁଣି, ସେହି ସୀମା ସିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍‍ସର-ଐନନ୍‍ରେ ତହିଁର ଶେଷ ହେବ; ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ।
10 Kí ẹ sì sàmì sí ilẹ̀ tiyín ní ìhà ìlà-oòrùn láti Hasari-Enani lọ dé Ṣefamu.
ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍‍ସର-ଐନନ୍‍ଠାରୁ ଶଫାମ୍‍ ପର୍ଯ୍ୟନ୍ତ ଚିହ୍ନିତ କରିବ।
11 Ààlà náà yóò ti Ṣefamu sọ̀kalẹ̀ wá lọ sí Ribla ní ìhà ìlà-oòrùn Aini, kí o sì sọ̀kalẹ̀ lọ dé ìhà Òkun Kinnereti ní ìhà ìlà-oòrùn.
ତହୁଁ ସେହି ସୀମା ଶଫାମ୍‍ଠାରୁ ଐନ୍‍ର ପୂର୍ବଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍‍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ।
12 Nígbà náà, ààlà náà yóò sọ̀kalẹ̀ lọ sí apá Jordani, yóò sì dópin nínú Òkun Iyọ̀. “‘Èyí yóò jẹ́ ilẹ̀ yín, pẹ̀lú ààlà tirẹ̀ ní gbogbo ọ̀nà.’”
ପୁଣି, ସେହି ସୀମା ଯର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ; ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ।’”
13 Mose pa á láṣẹ fún àwọn ọmọ Israẹli pé, “Yan ilẹ̀ yìí pẹ̀lú kèké gẹ́gẹ́ bí ìní ogún: Olúwa ti pàṣẹ láti fi fún ẹ̀yà mẹ́sàn-án, àti ààbọ̀.
ପୁନଶ୍ଚ, ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧ ବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି।
14 Nítorí ará ilẹ̀ ẹ̀yà ti Reubeni, ẹ̀yà Gadi àti ẹ̀yà ààbọ̀ ti Manase ti gba ogún tiwọn.
କାରଣ ରୁବେନ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନଃଶିର ଅର୍ଦ୍ଧ ବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି;
15 Ẹ̀yà méjèèjì àti ààbọ̀ yìí ti gba ogún tiwọn ní ìhà ìhín Jordani létí i Jeriko, ní ìhà ìlà-oòrùn, ní ìdojúkọ Jordani.”
ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”
16 Olúwa sọ fún Mose pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
17 “Èyí ni orúkọ àwọn ọkùnrin náà tí yóò pín ilẹ̀, náà fún yín gẹ́gẹ́ bí ogún: Eleasari àlùfáà àti Joṣua ọmọ Nuni.
“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।
18 Kí o sì yan olórí kan nínú ẹ̀yà kọ̀ọ̀kan láti pín ilẹ̀ náà.
ପୁଣି, ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ।
19 “Èyí ni orúkọ wọn: “Kalebu ọmọ Jefunne, láti ẹ̀yà Juda;
ପୁଣି, ସେହି ଲୋକମାନଙ୍କର ନାମ ଏହି; ଯିହୁଦା ବଂଶୀୟ ଯିଫୁନ୍ନିର ପୁତ୍ର କାଲେବ,
20 Ṣemueli ọmọ Ammihudu, láti ẹ̀yà Simeoni;
ଓ ଶିମୀୟୋନର ସନ୍ତାନମାନଙ୍କ ବଂଶୀୟ ଅମ୍ମୀହୂଦର ପୁତ୍ର ଶେମୂୟେଲ।
21 Elidadi ọmọ Kisloni, láti ẹ̀yà Benjamini;
ବିନ୍ୟାମୀନ୍ ବଂଶୀୟ କିଶଲୋନର ପୁତ୍ର ଇଲୀଦଦ୍‍।
22 Bukki ọmọ Jogli, láti ẹ̀yà olórí àwọn ọmọ Dani;
ଆଉ ଦାନ୍-ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଯଗ୍ଲିର ପୁତ୍ର ବୁକ୍କି।
23 Hannieli ọmọ Efodu, láti ẹ̀yà Manase, olórí àwọn ọmọ Josẹfu,
ଯୋଷେଫ-ସନ୍ତାନଗଣ ମଧ୍ୟରୁ; ମନଃଶି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଏଫୋଦର ପୁତ୍ର ହନ୍ନୀୟେଲ।
24 Kemueli ọmọ Ṣiftani, olórí ẹ̀yà àwọn ọmọ, Efraimu, ọmọ Josẹfu;
ପୁଣି, ଇଫ୍ରୟିମ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶିପ୍ତନର ପୁତ୍ର କମୂୟେଲ।
25 Elisafani ọmọ Parnaki, olórí ẹ̀yà àwọn ọmọ Sebuluni;
ଆଉ ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ପର୍ଣ୍ଣକର ପୁତ୍ର ଇଲୀଶାଫନ୍‍,
26 Paltieli ọmọ Assani, olórí ẹ̀yà àwọn ọmọ Isakari;
ଓ ଇଷାଖର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅସ୍ସନର ପୁତ୍ର ପଲ୍ଟୀୟେଲ,
27 Ahihudu ọmọ Ṣelomi, olórí ẹ̀yà àwọn ọmọ Aṣeri;
ଓ ଆଶେର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶଲୋମିର ପୁତ୍ର ଅହୀହୂଦ୍‍।
28 Pedaheli ọmọ Ammihudu, olórí ẹ̀yà àwọn ọmọ Naftali.”
ନପ୍ତାଲି-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅମ୍ମୀହୂଦର ପୁତ୍ର ପଦହେଲ୍।”
29 Èyí ni àwọn ẹni tí Olúwa yàn láti pín ogún náà fún àwọn ọmọ Israẹli ní ilẹ̀ Kenaani.
କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।

< Numbers 34 >