< Numbers 33 >

1 Wọ̀nyí ni ìrìnàjò àwọn ọmọ Israẹli ní ẹsẹẹsẹ, nígbà tí wọ́n tí ilẹ̀ Ejibiti jáde wá pẹ̀lú àwọn ogun wọn, nípa ọwọ́ Mose àti Aaroni.
ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।
2 Mose sì kọ̀wé ìjáde lọ wọn ní ẹsẹẹsẹ gẹ́gẹ́ bí ìrìnàjò wọn, nípa àṣẹ Olúwa, wọ̀nyí sì ni ìrìnàjò wọn gẹ́gẹ́ bí ìjáde lọ wọn.
ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି।
3 Àwọn ọmọ Israẹli jáde kúrò láti Ramesesi ní ọjọ́ kẹ́ẹ̀dógún oṣù kìn-ín-ní, ọjọ́ kan lẹ́yìn àjọ ìrékọjá. Wọ́n yan jáde pẹ̀lú ìgboyà níwájú gbogbo àwọn ará Ejibiti.
ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍‍ଠାରୁ ଯାତ୍ରା କଲେ;
4 Tí wọ́n sì ń sin gbogbo àkọ́bí wọn, ẹni tí Olúwa ti gbé lulẹ̀ láàrín wọn; nítorí tí Olúwa ti mú ẹ̀san wá sórí àwọn òrìṣà wọn.
ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ-ସନ୍ତାନଗଣ ମିସରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।
5 Àwọn ọmọ Israẹli kúrò ní Ramesesi wọ́n sì pàgọ́ sí Sukkoti.
ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍‍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ।
6 Wọ́n kúrò ní Sukkoti, wọ́n sì pàgọ́ sí Etamu, ní ẹ̀bá aginjù.
ପୁଣି, ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ।
7 Wọ́n kúrò ní Etamu, wọ́n padà sí Pi-Hahirotu sí ìlà-oòrùn Baali-Ṣefoni, wọ́n sì pàgọ́ sí ẹ̀bá Migdoli.
ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲ-ସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ଓ ମିଗ୍‍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।
8 Wọ́n sì dìde láti lọ kúrò ní iwájú Pi-Hahirotu, wọ́n sì la àárín òkun kọjá lọ sí aginjù. Wọ́n sì rin ìrìn ọjọ́ mẹ́ta ní aginjù Etamu, wọ́n sì pàgọ́ sí Mara.
ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ।
9 Wọ́n kúrò ní Mara wọ́n sì lọ sí Elimu, níbi tí orísun omi méjìlá àti igi ọ̀pẹ àádọ́rin gbé wà, wọ́n sì pàgọ́ níbẹ̀.
ପୁଣି, ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ।
10 Wọ́n kúrò ní Elimu wọ́n sì pàgọ́ sí ẹ̀bá Òkun Pupa.
ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସାଗର ନିକଟରେ ଛାଉଣି ସ୍ଥାପନ କଲେ।
11 Wọ́n kúrò ní ẹ̀bá Òkun Pupa wọ́n sì pàgọ́ sínú aginjù Sini.
ପୁଣି, ସେମାନେ ସୂଫ ସାଗର ନିକଟରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ।
12 Wọ́n kúrò nínú aginjù Sini wọ́n sì pàgọ́ sí aginjù Dofka.
ପୁଣି, ସେମାନେ ସୀନ୍‍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ।
13 Wọ́n kúrò ní Dofka wọ́n sì pàgọ́ ní Aluṣi.
ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ।
14 Wọ́n kúrò ní Aluṣi wọ́n sì pàgọ́ ní Refidimu níbi tí kò sí omi fún àwọn ènìyàn náà láti mu.
ପୁଣି, ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା।
15 Wọ́n kúrò ní Refidimu wọ́n sì pàgọ́ ní aginjù Sinai.
ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
16 Wọ́n kúrò ní aginjù Sinai wọ́n sì pàgọ́ ní Kibirotu-Hattaafa.
ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍‍-ହତ୍ତାବାରେ ଛାଉଣି ସ୍ଥାପନ କଲେ।
17 Wọ́n kúrò ní Kibirotu-Hattaafa wọ́n sì pàgọ́ ní Haserotu.
ପୁଣି, ସେମାନେ କିବ୍ରୋତ୍‍-ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ।
18 Wọ́n kúrò ní Haserotu wọ́n sì pàgọ́ ní Ritma.
ପୁଣି, ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ
19 Wọ́n kúrò ní Ritma wọ́n sì pàgọ́ ní Rimoni-Peresi.
ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ୍‍-ପେରସରେ ଛାଉଣି ସ୍ଥାପନ କଲେ।
20 Wọ́n kúrò ní Rimoni-Peresi wọ́n sì pàgọ́ ní Libina.
ପୁଣି, ସେମାନେ ରିମ୍ମୋନ୍‍-ପେରସରୁ ଯାତ୍ରା କରି ଲିବ୍‍ନାରେ ଛାଉଣି ସ୍ଥାପନ କଲେ।
21 Wọ́n kúrò ní Libina wọ́n sì pàgọ́ ní Rissa.
ପୁଣି, ସେମାନେ ଲିବ୍‍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ।
22 Wọ́n kúrò ní Rissa wọ́n sì pàgọ́ ní Kehelata.
ପୁଣି, ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
23 Wọ́n kúrò ní Kehelata wọ́n sì pàgọ́ ní orí òkè Ṣeferi.
ଓ ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ
24 Wọ́n kúrò lórí òkè Ṣeferi wọ́n sì pàgọ́ ní Harada.
ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
25 Wọ́n kúrò ní Harada wọ́n sì pàgọ́ ní Makhelotu.
ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
26 Wọ́n kúrò ní Makhelotu wọ́n sì pàgọ́ ní Tahati.
ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ।
27 Wọ́n kúrò ní Tahati wọ́n sì pàgọ́ ní Tẹra.
ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
28 Wọ́n kúrò ní Tẹra wọ́n sì pàgọ́ ní Mitka.
ଓ ସେମାନେ ତେରହରୁ ଯାତ୍ରା କରି ମିତ୍‍କାରେ ଛାଉଣି ସ୍ଥାପନ କଲେ
29 Wọ́n kúrò ní Mitka wọ́n pàgọ́ ní Haṣmona.
ଓ ସେମାନେ ମିତ୍‍କାରୁ ଯାତ୍ରା କରି ହଶ୍‍ମୋନାରେ ଛାଉଣି ସ୍ଥାପନ କଲେ,
30 Wọ́n kúrò ní Haṣmona wọ́n sì pàgọ́ ní Moserotu.
ଓ ସେମାନେ ହଶ୍‍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ।
31 Wọ́n kúrò ní Moserotu wọ́n sì pàgọ́ ní Bene-Jaakani.
ପୁଣି, ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
32 Wọ́n kúrò ní Bene-Jaakani wọ́n sì pàgọ́ ní Hori-Haggidgadi.
ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍‍ଗଦରେ ଛାଉଣି ସ୍ଥାପନ କଲେ
33 Wọ́n kúrò ní Hori-Haggidgadi wọ́n sí pàgọ́ ní Jotbata.
ଓ ସେମାନେ ହୋର୍ହଗିଦ୍‍ଗଦରୁ ଯାତ୍ରା କରି ଯଟ୍‍ବାଥାରେ ଛାଉଣି ସ୍ଥାପନ କଲେ,
34 Wọ́n kúrò ní Jotbata wọ́n sì pàgọ́ ní Abrona.
ଓ ସେମାନେ ଯଟ୍‍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ।
35 Wọ́n kúrò ní Abrona wọ́n sì pàgọ́ ní Esioni-Geberi.
ପୁଣି, ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍‍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ।
36 Wọ́n kúrò ní Esioni-Geberi wọ́n sì pàgọ́ ní Kadeṣi nínú aginjù Sini.
ପୁଣି, ସେମାନେ ଇତ୍‍ସିୟୋନ-ଗେବରରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
37 Wọ́n kúrò ní Kadeṣi wọ́n sì pàgọ́ ní orí òkè Hori, lẹ́bàá Edomu.
ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତରସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ।
38 Nípa àṣẹ Olúwa, Aaroni àlùfáà gùn orí òkè Hori, níbẹ̀ ni ó kú. Ní ọjọ́ kìn-ín-ní oṣù karùn-ún, ọdún ogójì, lẹ́yìn tí àwọn ọmọ Israẹli ti ilẹ̀ Ejibiti jáde wá.
ଏଥିଉତ୍ତାରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ।
39 Aaroni jẹ́ ẹni ọgọ́fà ọdún ó lé mẹ́ta ní ìgbà tí ó kú sí orí òkè Hori.
ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା।
40 Àwọn ará Kenaani, ọba Aradi, tí ń gbé ìhà gúúsù ní ilẹ̀ Kenaani gbọ́ pé àwọn ọmọ Israẹli ń bọ̀.
ଏଥିଉତ୍ତାରେ କିଣାନର ଦକ୍ଷିଣ ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ।
41 Wọ́n kúrò ní orí òkè Hori, wọ́n sì pàgọ́ ní Salmona.
ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍‍ମୋନାରେ ଛାଉଣି ସ୍ଥାପନ କଲେ,
42 Wọ́n kúrò ní Salmona wọ́n sì pàgọ́ ní Punoni.
ଓ ସେମାନେ ସଲ୍‍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
43 Wọ́n kúrò ní Punoni wọ́n sì pàgọ́ ní Obotu.
ଓ ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
44 Wọ́n kúrò ní Obotu wọ́n sì pàgọ́ ní Iye-Abarimu, ní agbègbè Moabu.
ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ,
45 Wọ́n kúrò ní Iyimu, wọ́n sì pàgọ́ ní Diboni-Gadi.
ଓ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍‍-ଗାଦ୍‍ରେ ଛାଉଣି ସ୍ଥାପନ କଲେ,
46 Wọ́n kúrò ní Diboni-Gadi wọ́n sì pàgọ́ ní Alimon-Diblataimu.
ଓ ସେମାନେ ଦୀବୋନ୍‍-ଗାଦ୍‍ରୁ ଯାତ୍ରା କରି ଅଲମୋନ-ଦିବ୍‍ଲାଥୟିମରେ ଛାଉଣି ସ୍ଥାପନ କଲେ।
47 Wọ́n kúrò ní Alimon-Diblataimu wọ́n sì pàgọ́ sí orí òkè Abarimu lẹ́bàá Nebo.
ତହୁଁ ସେମାନେ ଅଲମୋନ-ଦିବ୍‍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ୍ ପର୍ବତରେ ଛାଉଣି ସ୍ଥାପନ କଲେ।
48 Wọ́n kúrò ní orí òkè Abarimu wọ́n sì pàgọ́ ní pẹ̀tẹ́lẹ̀ Moabu lẹ́bàá Jordani ní ìkọjá Jeriko.
ପୁଣି, ସେମାନେ ଅବାରୀମ୍ ପର୍ବତରୁ ଯାତ୍ରା କରି ଯିରୀହୋ ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
49 Níbí ní pẹ̀tẹ́lẹ̀ Moabu wọ́n pàgọ́ lẹ́gbẹ́ Jordani láti Beti-Jeṣimoti títí dé Abeli-Ṣittimu.
ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବେଥ୍-ଯିଶିମୋତଠାରୁ ଆବେଲ୍-ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ।
50 Ní pẹ̀tẹ́lẹ̀ Moabu, lẹ́bàá Jordani, létí Jeriko, Olúwa sọ fún Mose pé,
ଏଥିଉତ୍ତାରେ ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
51 “Sọ fún àwọn ọmọ Israẹli kí o sì wí fún wọn pé, ‘Ní ìgbà tí ẹ̀yin bá ń rékọjá odò Jordani lọ sí Kenaani,
“ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
52 lé gbogbo àwọn ará ilẹ̀ náà kúrò níwájú yín. Run gbogbo àwòrán ère wọn àti gbogbo ère dídá wọn, kí ẹ sì wó gbogbo ibi gíga wọn palẹ̀.
ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।
53 Ẹ gba ilẹ̀ náà, kí ẹ̀yin sì máa gbé inú rẹ̀, nítorí èmi ti fi ilẹ̀ náà fún yín gẹ́gẹ́ bí ìní yín.
ପୁଣି, ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ।
54 Ẹ̀yin pín ilẹ̀ náà pẹ̀lú kèké, gẹ́gẹ́ bí ìdílé yín. Fún ọ̀pọ̀ ni kí ẹ̀yin ó fi ilẹ̀ ìní púpọ̀ fún, àti fún díẹ̀, ni kí ẹ̀yin kí ó fi ilẹ̀ ìní díẹ̀ fún. Ohunkóhun tí ó bá bọ́ sí ọ̀dọ̀ wọn nípa kèké yóò jẹ́ tiwọn. Pín wọn gẹ́gẹ́ bí ẹ̀yà ìran wọn.
ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ।
55 “‘Ṣùgbọ́n bí ẹ kò bá lé àwọn ará ilẹ̀ náà kúrò níwájú yín, àwọn tí ẹ bá jẹ́ kí ó kù yóò di ọfà nínú ojú yín, àti ẹ̀gún ní ìhà yín. Wọn yóò fún yín ní wàhálà ní ilẹ̀ náà tí ẹ̀yin yóò gbé.
ମାତ୍ର ଯଦି ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ୱରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ।
56 Nígbà náà, èmi yóò ṣe sí yín, ohun tí mo ti rò láti ṣe sí wọn.’”
ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।”

< Numbers 33 >