< Numbers 29 >
1 “‘Ní ọjọ́ kìn-ín-ní, oṣù keje, kí ẹ ní àpéjọ mímọ́, ẹ kò gbọdọ̀ ṣe iṣẹ́ kankan. Ọjọ́ ìfùnpè ni ó jẹ́ fún yín.
“ଆଉ ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହି ଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ୱନିର ଦିନ।
2 Gẹ́gẹ́ bí òórùn dídùn sí Olúwa, ẹ pèsè ẹgbọrọ akọ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan aláìlábùkù, kí ẹ fi ẹbọ sísun.
ପୁଣି, ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ;
3 Pẹ̀lú ẹbọ ohun jíjẹ wọn, ìyẹ̀fun kíkúnná tí a fi òróró pò, ìdámẹ́ta nínú mẹ́wàá òsùwọ̀n fún akọ màlúù kan, àti ìdá méjì nínú mẹ́wàá, òsùwọ̀n fún àgbò kan,
ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
4 àti ìdámẹ́wàá òsùwọ̀n fún ọ̀dọ́-àgùntàn kan, àti fún ọ̀dọ́-àgùntàn méje.
ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ;
5 Àti òbúkọ kan fún ẹbọ ẹ̀ṣẹ̀ láti ṣètùtù fún yín.
ପୁଣି, ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ।
6 Pẹ̀lú ẹbọ sísun oṣù àti ẹbọ ohun jíjẹ rẹ̀ àti ẹbọ sísun ìgbà gbogbo àti ẹbọ mímu wọn gẹ́gẹ́ bí ìlànà wọn. Fún òórùn dídùn, ẹbọ tí a fi iná ṣe sí Olúwa.
ଏହି ସମସ୍ତ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି, ବିଧିମତେ ଉଭୟର ପେୟ-ନୈବେଦ୍ୟ, ବ୍ୟତୀତ ଉତ୍ସର୍ଗ କରିବ।
7 “‘Ní ọjọ́ kẹwàá nínú oṣù keje, kí ẹ ṣe àpéjọ mímọ́. Kí ẹ̀yin kí ó sẹ́ ara yín, ẹ kò sì gbọdọ̀ ṣe iṣẹ́ kankan.
ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ;
8 Kí ẹ̀yin kí ó rú ẹbọ sísun olóòórùn dídùn sí Olúwa, ẹgbọrọ akọ màlúù kan, àgbò kan, àti akọ ọ̀dọ́-àgùntàn méje ọlọ́dún kan, kí wọn kí ó sì jẹ́ aláìlábùkù fún yín.
ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ;
9 Pẹ̀lú akọ màlúù, pèsè ọrẹ ìdámẹ́wàá mẹ́ta, òsùwọ̀n ìyẹ̀fun tí a fi òróró pò àti ìdámẹ́wàá méjì òsùwọ̀n fún àgbò kan,
ପୁଣି, ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
10 àti fún ọ̀dọ́-àgùntàn kọ̀ọ̀kan, ìdámẹ́wàá òsùwọ̀n.
ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା;
11 Pẹ̀lú akọ ewúrẹ́ kan fún ẹbọ ẹ̀ṣẹ̀, pẹ̀lú ẹbọ ẹ̀ṣẹ̀ fún ètùtù àti ẹbọ sísun gbogbo ìgbà àti ẹbọ jíjẹ rẹ̀ àti ẹbọ mímu wọn.
ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି, ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
12 “‘Ní ọjọ́ kẹ́ẹ̀dógún oṣù keje, kí ẹ̀yin kí ó ní àpéjọ mímọ́, ẹ̀yin kò sì gbọdọ̀ ṣe iṣẹ́ kankan. Kí ẹ̀yin kí ó sì ṣe àjọyọ̀ fún Olúwa fún ọjọ́ méje.
ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି, ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ।
13 Kí ẹ sì rú ẹbọ sísun kan, ẹbọ tí a fi iná ṣe, tí ó ní òórùn dídùn sí Olúwa, ẹbọ tí ẹgbọrọ akọ màlúù mẹ́tàlá, àgbò méjì àti akọ ọ̀dọ́-àgùntàn mẹ́rìnlá tí ó jẹ́ ọdún kan, tí gbogbo rẹ̀ sì jẹ́ aláìlábùkù.
ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁନ୍ତ ହେବେ।
14 Àti ẹbọ ohun jíjẹ wọn, ìyẹ̀fun tí a fi òróró pò, ìdámẹ́wàá mẹ́ta òsùwọ̀n fún akọ màlúù kan, bẹ́ẹ̀ ni fún akọ màlúù mẹ́tẹ̀ẹ̀tàlá, ìdámẹ́wàá méjì òsùwọ̀n fún àgbò kan, bẹ́ẹ̀ ni fún àgbò méjèèjì,
ପୁଣି, ତହିଁର ଭକ୍ଷ୍ୟ ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ
15 àti fún ọ̀kọ̀ọ̀kan ọ̀dọ́-àgùntàn kan. Bẹ́ẹ̀ ni fún ọ̀dọ́-àgùntàn mẹ́rẹ̀ẹ̀rìnlá.
ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା;
16 Àti akọ ewúrẹ́ kan gẹ́gẹ́ bí ẹbọ ẹ̀ṣẹ̀, pẹ̀lú ẹbọ sísun gbogbo ìgbà ẹbọ ohun jíjẹ àti ẹbọ ohun mímu rẹ̀.
ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
17 “‘Àti ní ọjọ́ kejì ni kí ẹ̀yin kí ó fi ẹgbọrọ akọ màlúù méjìlá, àgbò méjì àti ọ̀dọ́-àgùntàn mẹ́rìnlá ọlọ́dún kan aláìlábùkù rú ẹbọ.
ଆଉ ଦ୍ୱିତୀୟ ଦିନରେ ନିଖୁନ୍ତ ବାର ପୁଂଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
18 Pẹ̀lú fún akọ màlúù, fún àgbò, àti fún ọ̀dọ́-àgùntàn kí ẹ pe ẹbọ ohun jíjẹ, àti ẹbọ ohun mímu, kí ó jẹ́ bí iye wọn, gẹ́gẹ́ bí ìlànà.
ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
19 Àti òbúkọ fún ẹbọ ẹ̀ṣẹ̀ pẹ̀lú ẹbọ sísun gbogbo ìgbà pẹ̀lú ẹbọ jíjẹ àti ẹbọ ohun mímu.
ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
20 “‘Ní ọjọ́ kẹta, pèsè akọ màlúù mọ́kànlá, àgbò méjì, akọ àgùntàn mẹ́rìnlá ti ọdún kan tí kò ní àbùkù.
ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
21 Pẹ̀lú akọ màlúù, àgbò, àti akọ àgùntàn, pèsè ọrẹ ohun jíjẹ àti ohun mímu gẹ́gẹ́ bí iye wọn.
ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
22 Pẹ̀lú akọ ewúrẹ́ kan fún ẹbọ ẹ̀ṣẹ̀, àti ẹbọ sísun ìgbà gbogbo pẹ̀lú ẹbọ jíjẹ àti ẹbọ mímu.
ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
23 “‘Ní ọjọ́ kẹrin, pèsè akọ màlúù mẹ́wàá, àgbò méjì, àti ọ̀dọ́-àgùntàn mẹ́rìnlá ti ọlọ́dún kọ̀ọ̀kan tí kò ní àbùkù.
ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ, ଦୁଇ ମେଷ, ଏକ ବର୍ଷୀୟ ଚଉଦ ମେଷବତ୍ସ,
24 Àti akọ màlúù, àgbò àti àgùntàn, pèsè ẹbọ jíjẹ àti ẹbọ mímu gẹ́gẹ́ bí iye wọn, gẹ́gẹ́ bí ìlànà.
ଗୋବତ୍ସର, ମେଷର, ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
25 Àti akọ ewúrẹ́ kan fún ẹbọ ẹ̀ṣẹ̀ pẹ̀lú ẹbọ sísun gbogbo ìgbà, pẹ̀lú ẹbọ jíjẹ àti ẹbọ ohun mímu.
ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
26 “‘Àti ní ọjọ́ karùn-ún, pèsè akọ màlúù mẹ́sàn-án, àgbò méjì àti akọ ọ̀dọ́-àgùntàn mẹ́rìnlá ti ọlọ́dún kọ̀ọ̀kan, tí gbogbo rẹ̀ kò ní àbùkù.
ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
27 Pẹ̀lú akọ màlúù, àgbò àti ọ̀dọ́-àgùntàn, pèsè ẹbọ ohun jíjẹ àti ẹbọ ohun mímu gẹ́gẹ́ bí iye wọn sí ìlànà.
ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
28 Àti akọ ewúrẹ́ kan gẹ́gẹ́ bí ẹbọ ẹ̀ṣẹ̀ pẹ̀lú ẹbọ sísun ìgbà gbogbo pẹ̀lú ẹbọ ohun jíjẹ àti ẹbọ ohun mímu.
ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
29 “‘Ní ọjọ́ kẹfà, pèsè akọ màlúù mẹ́jọ, àgbò ọlọ́dún kan tí gbogbo rẹ̀ kò ní àbùkù.
ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
30 Pẹ̀lú akọ màlúù, àgbò, àti ọ̀dọ́-àgùntàn, pèsè ẹbọ ohun jíjẹ àti ẹbọ ohun mímu gẹ́gẹ́ bí iye wọn.
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
31 Pẹ̀lú akọ ewúrẹ́ kan gẹ́gẹ́ bí ẹbọ ẹ̀ṣẹ̀, pẹ̀lú ẹbọ sísun gbogbo ìgbà pẹ̀lú ẹbọ ohun jíjẹ àti ẹbọ ohun mímu.
ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
32 “‘Àti ní ọjọ́ keje, pèsè akọ màlúù méje, àgbò méjì, àti akọ ọ̀dọ́-àgùntàn mẹ́rìnlá ti ọlọ́dún kan, tí gbogbo rẹ̀ kò sì ní àbùkù.
ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
33 Pẹ̀lú akọ màlúù, àgbò, àti ọ̀dọ́-àgùntàn, pèsè ẹbọ ohun jíjẹ àti ẹbọ ohun mímu fún wọn gẹ́gẹ́ bí iye wọn.
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
34 Pẹ̀lú akọ ewúrẹ́ kan fún ẹbọ ẹ̀ṣẹ̀, pẹ̀lú ẹbọ sísun gbogbo ìgbà, pẹ̀lú ẹbọ ohun jíjẹ àti ẹbọ ohun mímu.
ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
35 “‘Àti ní ọjọ́ kẹjọ kí ẹ̀yin kó ní àpéjọ, kí ẹ má sì ṣe iṣẹ́ kankan.
ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
36 Kí ẹ̀yin ṣe ìgbékalẹ̀ ẹbọ tí a fi iná ṣe tí ó ní òórùn dídùn sí Olúwa, ẹbọ sísun ti akọ màlúù kan, àgbò ọlọ́dún kan àti ọ̀dọ́-àgùntàn ọlọ́dún kan méje, gbogbo rẹ̀ tí kò ní àbùkù.
ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁନ୍ତ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ,
37 Pẹ̀lú akọ màlúù, àgbò, àti ọ̀dọ́-àgùntàn, pèsè fún wọn ẹbọ ohun jíjẹ àti ẹbọ ohun mímu gẹ́gẹ́ bí iye wọn.
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
38 Àti akọ ewúrẹ́ kan fún ẹbọ ẹ̀ṣẹ̀ pẹ̀lú ẹbọ sísun gbogbo ìgbà àti ẹbọ ohun jíjẹ àti ẹbọ ohun mímu.
ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
39 “‘Pẹ̀lú ẹ̀jẹ́ yín, àti ẹbọ àtinúwá yín, kí ẹ̀yin kí o pèsè fún Olúwa ní àjọ̀dún tí a yàn yín, ẹbọ sísun, ẹbọ ohun jíjẹ, ẹbọ ohun mímu àti ẹbọ ìkẹ́gbẹ́ yín.’”
ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ, ସ୍ୱେଚ୍ଛାଦତ୍ତ ଉପହାର ସମ୍ବନ୍ଧୀୟ ତୁମ୍ଭମାନଙ୍କ ହୋମବଳି, ତୁମ୍ଭମାନଙ୍କ ଭକ୍ଷ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ବ୍ୟତୀତ ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”
40 Mose sì sọ fún àwọn ọmọ Israẹli gbogbo ohun tí Olúwa ti pàṣẹ fún un.
ସଦାପ୍ରଭୁ ମୋଶାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଲେ, ମୋଶା ସେହି ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ।