< Numbers 2 >
1 Olúwa sọ fún Mose àti Aaroni pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
2 “Kí àwọn ọmọ Israẹli pa àgọ́ wọn yí àgọ́ ìpàdé ká, kí wọ́n jẹ́ kí àgọ́ wọn jìnnà sí i díẹ̀, oníkálùkù lábẹ́ ọ̀págun pẹ̀lú àsíá ìdílé wọn.”
“ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।
3 Ní ìlà-oòrùn, ní ìdojúkọ àtiyọ oòrùn: ni kí ìpín ti Juda pa ibùdó wọn sí lábẹ́ ọ̀págun wọn. Olórí Juda ni Nahiṣoni ọmọ Amminadabu.
ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ୱଜାର ପଶ୍ଚାଦ୍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
4 Iye ìpín rẹ̀ jẹ́ ẹgbàá mẹ́tàdínlógójì ó lé ẹgbẹ̀ta.
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ।
5 Ẹ̀yà Isakari ni yóò pa ibùdó tẹ̀lé wọn. Olórí Isakari ni Netaneli ọmọ Suari.
ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର-ସନ୍ତାନଗଣର ଅଧିପତି ହେବ;
6 Iye ìpín rẹ̀ jẹ́ ẹgbàá mẹ́tàdínlọ́gbọ̀n ó lé irinwó.
ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉବନ ହଜାର ଚାରି ଶହ।
7 Ẹ̀yà Sebuluni ni yóò tẹ̀lé e. Olórí Sebuluni ni Eliabu ọmọ Heloni.
ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ-ସନ୍ତାନଗଣର ଅଧିପତି ହେବ;
8 Iye ìpín rẹ̀ jẹ́ ẹgbàá méjìdínlọ́gbọ̀n ó lé egbèje.
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ।
9 Gbogbo àwọn tí a yàn sí ibùdó Juda, gẹ́gẹ́ bí ìpín wọn àpapọ̀ iye wọn jẹ́ ẹgbàá mẹ́tàléláàdọ́rùn-ún ó lé irinwó. Àwọn ni yóò kọ́kọ́ ṣáájú.
ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ।
10 Ní ìhà gúúsù: ni ìpín ti Reubeni pa ibùdó sí lábẹ́ ọ̀págun wọn. Olórí Reubeni ni Elisuri ọmọ Ṣedeuri.
ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ୍-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ୍-ସନ୍ତାନଗଣର ଅଧିପତି ହେବ;
11 Iye ìpín rẹ̀ jẹ́ ẹgbàá mẹ́tàlélógún ó lé ẹ̀ẹ́dẹ́gbẹ̀ta.
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ।
12 Ẹ̀yà Simeoni ni yóò pa ibùdó tẹ̀lé wọn. Olórí Simoni ni Ṣelumieli ọmọ Suriṣaddai.
ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
13 Iye ìpín rẹ̀ jẹ́ ẹgbàá mọ́kàndínlọ́gbọ̀n ó lé ẹ̀ẹ́dẹ́gbéje.
ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ।
14 Ẹ̀yà Gadi ló tẹ̀lé wọn. Olórí Gadi ni Eliasafu ọmọ Deueli.
ତହୁଁ ଗାଦ୍ର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ୍-ସନ୍ତାନଗଣର ଅଧିପତି ହେବ;
15 Iye ìpín rẹ̀ jẹ́ ẹgbàá méjìlélógún ó lé àádọ́talélẹ́gbẹ̀jọ.
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ।
16 Gbogbo ènìyàn tí a yàn sí ibùdó Reubeni, gẹ́gẹ́ bí ìpín wọn àpapọ̀ iye wọn jẹ́ ẹgbàá márùndínlọ́gọ́rin ó lé àádọ́talélégbèje. Àwọn ni yóò jáde sìkéjì.
ରୁବେନ୍-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।
17 Nígbà náà ni àwọn ọmọ Lefi àti àgọ́ ìpàdé yóò tẹ̀síwájú láàrín ibùdó àwọn ènìyàn, wọn yóò tẹ̀síwájú ní ṣísẹ̀-n-tẹ̀lé gẹ́gẹ́ bí wọn ṣe pa ibùdó, olúkúlùkù láààyè rẹ̀, àti lábẹ́ ọ̀págun rẹ̀.
ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।
18 Ní ìhà ìlà-oòrùn: ni ìpín Efraimu yóò pa ibùdó rẹ̀ sí lábẹ́ ọ̀págun rẹ̀. Olórí Efraimu ni Eliṣama ọmọ Ammihudu.
ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
19 Iye ìpín rẹ̀ jẹ́ ọ̀kẹ́ méjì lé ó lẹ̀ẹ́dẹ́gbẹ̀ta.
ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ।
20 Ẹ̀yà Manase ni yóò tẹ̀lé wọn. Olórí Manase ni Gamalieli ọmọ Pedasuri.
ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
21 Iye ìpín rẹ̀ ni ẹgbàá mẹ́rìndínlógún ó lé igba.
ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ।
22 Ẹ̀yà Benjamini ni yóò tẹ̀lé e. Olórí Benjamini ni Abidani ọmọ Gideoni.
ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
23 Iye ìpín rẹ̀ ni ẹgbàá mẹ́tàdínlógún ó lé egbèje.
ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ।
24 Gbogbo ènìyàn tí a yàn sí ibùdó Efraimu, gẹ́gẹ́ bí ìpín wọn, àpapọ̀ iye wọn jẹ́ ẹgbàá mẹ́rìnléláàádọ́ta ó lé ọgọ́rùn-ún. Àwọn ni yóò jáde sìkẹ́ta.
ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ।
25 Ní ìhà àríwá: ni ìpín Dani yóò pa ibùdó sí lábẹ́ ọ̀págun wọn. Olórí Dani ni Ahieseri ọmọ Ammiṣaddai.
ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ୍-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ୍-ସନ୍ତାନଗଣର ଅଧିପତି ହେବ;
26 Iye ìpín rẹ̀ jẹ́ ẹgbàá mọ́kànlélọ́gbọ̀n ó lé ẹ̀ẹ́dẹ́gbẹ̀rin.
ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ।
27 Ẹ̀yà Aṣeri ni yóò pa ibùdó tẹ̀lé wọn. Olórí Aṣeri ni Pagieli ọmọ Okanri.
ତାହା ପାଖରେ ଆଶେର ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
28 Iye ìpín rẹ̀ jẹ́ ọ̀kẹ́ méjì ó lé ẹ̀ẹ́dẹ́gbẹ̀jọ.
ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ।
29 Ẹ̀yà Naftali ni yóò kàn lẹ́yìn wọn. Olórí Naftali ni Ahira ọmọ Enani.
ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
30 Iye ìpín rẹ̀ jẹ́ ẹgbàá mẹ́rìndínlógún ó lé egbèje.
ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ।
31 Gbogbo ènìyàn tí a yàn sí ibùdó Dani jẹ́ ẹgbàá méjìdínlọ́gọ̀rin ó lé ẹgbẹ̀jọ. Àwọn ni yóò jáde kẹ́yìn lábẹ́ ọ̀págun wọn.
ଦାନ୍-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।”
32 Wọ̀nyí ni àwọn ọmọ Israẹli tí wọ́n kà nípa ìdílé wọn. Gbogbo àwọn tó wà ní ibùdó, gẹ́gẹ́ bí ìpín wọn, wọ́n jẹ́ ọgbọ̀n ọ̀kẹ́ ó lé egbèjìdínlógún dín làádọ́ta.
ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା।
33 Ṣùgbọ́n a kò ka àwọn ọmọ Lefi papọ̀ mọ́ àwọn Israẹli gẹ́gẹ́ bí Olúwa ti pa á láṣẹ fún Mose.
ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
34 Àwọn ọmọ Israẹli ṣe gbogbo ohun tí Olúwa pàṣẹ fún Mose, báyìí ni wọ́n ṣe pa ibùdó lábẹ́ ọ̀págun wọn, bẹ́ẹ̀ náà sì ni wọ́n ṣe jáde, oníkálùkù pẹ̀lú ẹbí àti ìdílé rẹ̀.
ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।