< Numbers 12 >
1 Miriamu àti Aaroni sọ̀rọ̀-òdì sí Mose nítorí pé ó fẹ́ obìnrin ará Etiopia.
ମୋଶା ଏକ କୂଶୀୟା ସ୍ତ୍ରୀକୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।
2 Wọ́n sì wí pé, “Nípa Mose nìkan ni Olúwa ti sọ̀rọ̀ bí, kò ha ti ipa wa sọ̀rọ̀ bí?” Olúwa sì gbọ́ èyí.
ସେମାନେ କହିଲେ, “ସଦାପ୍ରଭୁ କି କେବଳ ମୋଶାଙ୍କ ସହିତ କଥା କହିଅଛନ୍ତି? ସେ କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହି ନାହାନ୍ତି?” ମାତ୍ର ଏ କଥା ସଦାପ୍ରଭୁ ଶୁଣିଲେ।
3 (Mose sì jẹ́ ọlọ́kàn tútù ju gbogbo ènìyàn tó wà lórí ilẹ̀ ayé lọ).
ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ।
4 Lẹ́ẹ̀kan náà ni Olúwa sọ fún Mose, Aaroni àti Miriamu pé, “Ẹ̀yin mẹ́tẹ̀ẹ̀ta, jáde wá sínú àgọ́ ìpàdé.” Àwọn mẹ́tẹ̀ẹ̀ta sì jáde síta.
ଏଥିଉତ୍ତାରେ ସଦାପ୍ରଭୁ ଅକସ୍ମାତ୍ ମୋଶାଙ୍କୁ ଓ ହାରୋଣଙ୍କୁ ଓ ମରୀୟମକୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ” ତହିଁରେ ସେ ତିନି ଜଣ ବାହାର ହୋଇ ଆସିଲେ;
5 Nígbà náà ni Olúwa sọ̀kalẹ̀ nínú ọ̀wọ́n ìkùùkuu, ó sì dúró ní ẹnu-ọ̀nà àgọ́, ó ké sí Aaroni àti Miriamu. Àwọn méjèèjì sì bọ́ síwájú,
ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋଣ ଓ ମରୀୟମଙ୍କୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ।
6 Ó wí pé, “Ẹ gbọ́ ọ̀rọ̀ mi, “Bí wòlíì Olúwa bá wà láàrín yín, Èmi Olúwa a máa fi ara à mi hàn án ní ojúran, Èmi a máa bá a sọ̀rọ̀ nínú àlá.
ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା।
7 Ṣùgbọ́n èyí kò rí bẹ́ẹ̀ pẹ̀lú Mose ìránṣẹ́ mi; ó jẹ́ olóòtítọ́ nínú gbogbo ilé mi.
ଆମ୍ଭର ସେବକ ମୋଶା ତଦ୍ରୂପ ନୁହେଁ; ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ।
8 Mo sì ń bá a sọ̀rọ̀ ní ojúkojú, ọ̀rọ̀ yékéyéké tí kì í ṣe òwe, ó rí àwòrán Olúwa. Kí ló wá dé tí ẹ̀yin kò ṣe bẹ̀rù láti sọ̀rọ̀-òdì sí Mose ìránṣẹ́ mi?”
ଆମ୍ଭେ ତାହା ସହିତ ଗୂଢ଼ ବାକ୍ୟରେ ନୁହେଁ, ମାତ୍ର ମୁଖାମୁଖୀ ହୋଇ ପ୍ରକାଶ୍ୟ ରୂପେ କଥା କହିବା ଓ ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରିବ; ଏହେତୁ ତୁମ୍ଭେମାନେ ଆମ୍ଭ ସେବକ ମୋଶାଙ୍କ ବିରୁଦ୍ଧରେ କଥା କହିବାକୁ କାହିଁକି ଭୀତ ହେଲ ନାହିଁ?”
9 Ìbínú Olúwa sì ru sókè sí wọn Olúwa sì fi wọ́n sílẹ̀.
ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
10 Nígbà tí ìkùùkuu kúrò lórí àgọ́ lójijì ni Miriamu di adẹ́tẹ̀, ó funfun bí i yìnyín. Aaroni sì padà wo Miriamu ó sì rí i pé ó ti di adẹ́tẹ̀,
ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।
11 Aaroni sì wí fún Mose pé, “Jọ̀wọ́ olúwa mi, má ṣe ka ẹ̀ṣẹ̀, èyí tí a fi ìwà òmùgọ̀ dá sí wa lọ́rùn.
ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।
12 Má ṣe jẹ́ kí ó dàbí òkú ọmọ tí a bí, tí ìdajì ara rẹ̀ ti rà dànù.”
ମାତାର ଗର୍ଭରୁ ନିର୍ଗତ ହେଲା ସମୟରେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ।”
13 Torí èyí Mose sì kígbe sí Olúwa, “Ọlọ́run, jọ̀wọ́, mú un láradá!”
ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”
14 Olúwa sì dá Mose lóhùn, “Bí baba rẹ̀ bá tutọ́ sí i lójú, ojú kò wa ní í tì í fún ọjọ́ méje? Dá a dúró sí ẹ̀yìn ibùdó fún ọjọ́ méje, lẹ́yìn èyí ki a tó ó le mú wọlé.”
ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତାହାର ପିତା ତାହାର ମୁଖରେ କେବଳ ଛେପ ପକାଇଥାʼନ୍ତା, ତେବେ ସେ କି ସାତ ଦିନ ଲଜ୍ଜିତା ହୁଅନ୍ତା ନାହିଁ? ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରୁଦ୍ଧା ହୋଇ ରହୁ; ତହିଁ ଉତ୍ତାରେ ସେ ଭିତରକୁ ଅଣାଯିବ।”
15 Miriamu sì dúró sí ẹ̀yìn ibùdó fún ọjọ́ méje, àwọn ènìyàn kò sì tẹ̀síwájú nínú ìrìnàjò wọn títí tí Miriamu fi wọ inú ibùdó padà.
ତହୁଁ ମରୀୟମ ସାତ ଦିନ ଛାଉଣିର ବାହାରେ ରୁଦ୍ଧା ହେଲା, ଆଉ ମରୀୟମ ପୁନର୍ବାର ଭିତରକୁ ଅଣା ନ ଯିବାଯାଏ ଲୋକମାନେ ଯାତ୍ରା କଲେ ନାହିଁ।
16 Lẹ́yìn èyí, àwọn ènìyàn kúrò ní Haserotu, wọ́n sì pa ibùdó sí aginjù Parani.
ତହିଁ ଉତ୍ତାରେ ଲୋକମାନେ ହତ୍ସେରୋତଠାରୁ ଯାତ୍ରା କରି ପାରଣ ପର୍ବତରେ ଛାଉଣି ସ୍ଥାପନ କଲେ।