< Numbers 1 >

1 Olúwa bá Mose sọ̀rọ̀ ní aginjù Sinai nínú àgọ́ àjọ ní ọjọ́ kìn-ín-ní oṣù kejì ní ọdún kejì tí àwọn ọmọ Israẹli jáde kúrò ní ilẹ̀ Ejibiti, ó wí pé,
ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ,
2 “Ka gbogbo àgbájọ ènìyàn Israẹli nípa ẹbí wọn, àti nípa ìdílé baba wọn, to orúkọ wọn olúkúlùkù ọkùnrin ní ọ̀kọ̀ọ̀kan.
“ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ-ସଂଖ୍ୟାନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର।
3 Ìwọ àti Aaroni ni kí ẹ kà gbogbo ọmọkùnrin Israẹli gẹ́gẹ́ bí ìpín wọn láti ọmọ ogún ọdún sókè, àwọn tí ó tó lọ sójú ogun.
କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରୋଣ ସେମାନଙ୍କୁ ଗଣନା କର।
4 Kí ẹ mú ọkùnrin kọ̀ọ̀kan láti inú olúkúlùkù ẹ̀yà kí ó sì wá pẹ̀lú yín, kí olúkúlùkù jẹ́ olórí ilé àwọn baba rẹ̀.
ପୁଣି, ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍‍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।
5 “Orúkọ àwọn ọkùnrin tí yóò ràn ọ́ lọ́wọ́ nìyí: “Láti ọ̀dọ̀ Reubeni, Elisuri ọmọ Ṣedeuri.
ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି: ଯଥା, ରୁବେନ୍‍ ବଂଶର ଶଦେୟରର ପୁତ୍ର ଇଲୀଷୂର।
6 Láti ọ̀dọ̀ Simeoni, Ṣelumieli ọmọ Suriṣaddai.
ଶିମୀୟୋନ ବଂଶର ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।
7 Láti ọ̀dọ̀ Juda, Nahiṣoni ọmọ Amminadabu.
ଯିହୁଦା ବଂଶର; ଅମ୍ମୀନାଦବର ପୁତ୍ର ନହଶୋନ
8 Láti ọ̀dọ̀ Isakari, Netaneli ọmọ Suari.
ଇଷାଖର ବଂଶର; ସୂୟାରର ପୁତ୍ର ନଥନେଲ।
9 Láti ọ̀dọ̀ Sebuluni, Eliabu ọmọ Heloni.
ସବୂଲୂନ ବଂଶର ହେଲୋନର ପୁତ୍ର ଇଲୀୟାବ୍‍
10 Láti ọ̀dọ̀ àwọn ọmọ Josẹfu: láti ọ̀dọ̀ Efraimu, Eliṣama ọmọ Ammihudu. Láti ọ̀dọ̀ Manase, Gamalieli ọmọ Pedasuri.
ଯୋଷେଫର ପୁତ୍ରଗଣ ମଧ୍ୟରୁ ଇଫ୍ରୟିମ ବଂଶର; ଅମ୍ମୀହୂଦର ପୁତ୍ର ଇଲୀଶାମା; ମନଃଶି ବଂଶର; ପଦାହସୂରର ପୁତ୍ର ଗମଲୀୟେଲ।
11 Láti ọ̀dọ̀ Benjamini, Abidani ọmọ Gideoni.
ବିନ୍ୟାମୀନ୍ ବଂଶର; ଗିଦୀୟୋନର ପୁତ୍ର ଅବୀଦାନ୍‍।
12 Láti ọ̀dọ̀ Dani, Ahieseri ọmọ Ammiṣaddai.
ଦାନ୍ ବଂଶର; ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।
13 Láti ọ̀dọ̀ Aṣeri, Pagieli ọmọ Okanri.
ଆଶେର ବଂଶର; ଅକ୍ରଣର ପୁତ୍ର ପଗୀୟେଲ।
14 Láti ọ̀dọ̀ Gadi, Eliasafu ọmọ Deueli.
ଗାଦ୍‍ ବଂଶର; ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍।
15 Láti ọ̀dọ̀ Naftali, Ahira ọmọ Enani.”
ନପ୍ତାଲି ବଂଶର; ଐନନର ପୁତ୍ର ଅହୀର।”
16 Àwọn wọ̀nyí ni wọ́n yàn nínú àwùjọ ènìyàn, olórí àwọn ẹ̀yà baba wọn. Àwọn ni olórí àwọn ẹbí Israẹli.
ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।
17 Mose àti Aaroni mú àwọn ènìyàn tí a dárúkọ wọ̀nyí
ତେବେ ମୋଶା ଓ ହାରୋଣ ଏହିସବୁ ନାମବିଶିଷ୍ଟ ଲୋକମାନଙ୍କୁ ଗ୍ରହଣ କଲେ।
18 wọ́n sì pe gbogbo àwùjọ ènìyàn Israẹli jọ ní ọjọ́ kìn-ín-ní oṣù kejì. Àwọn ènìyàn sì dárúkọ baba ńlá wọn nípa ẹbí àti ìdílé wọn. Wọ́n sì ṣe àkọsílẹ̀ orúkọ àwọn ọmọkùnrin ní ọ̀kọ̀ọ̀kan láti ọmọ ogún ọdún sókè,
ପୁଣି, ଦ୍ୱିତୀୟ ମାସର ପ୍ରଥମ ଦିନରେ ସମଗ୍ର ମଣ୍ଡଳୀକୁ ଏକତ୍ର କରି ମସ୍ତକ-ସଂଖ୍ୟାରେ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କ ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ସେମାନଙ୍କର ବଂଶାବଳୀ ଲେଖିଲେ।
19 gẹ́gẹ́ bí Olúwa ti pàṣẹ fún Mose. Bẹ́ẹ̀ náà ló ṣe kà wọ́n nínú aginjù Sinai.
ଏହିରୂପେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟ ପ୍ରାନ୍ତରରେ ସେମାନଙ୍କୁ ଗଣନା କଲେ।
20 Láti ìran Reubeni tí í ṣe àkọ́bí Israẹli, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè tí wọ́n lè lọ sójú ogun ni wọ́n to orúkọ wọn, lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍‍, ତାହାର ସନ୍ତାନଗଣର ବଂଶ, ପିତୃଗୃହ, ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
21 Àwọn tí a kà ní ẹ̀yà Reubeni jẹ́ ẹgbàá mẹ́tàlélógún ó lé ẹ̀ẹ́dẹ́gbẹ̀ta.
ରୁବେନ୍‍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ହେଲା।
22 Láti ìran Simeoni, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè, tí wọ́n lè lọ sójú ogun ni wọ́n kà, wọ́n sì to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ବଂଶ ଓ ପିତୃଗୃହ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେଉଁ ପୁରୁଷମାନେ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଗଣାଗଲେ, ସେମାନଙ୍କର ବଂଶାବଳୀ;
23 Iye àwọn tí á kà nínú ẹ̀yà Simeoni jẹ́ ẹgbàá mọ́kàndínlọ́gbọ̀n ó lé ọ̀ọ́dúnrún.
ଶିମୀୟୋନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଊଣଷଠି ହଜାର ତିନି ଶହ ହେଲା।
24 Láti ìran Gadi, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè tí wọ́n lè lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan, gẹ́gẹ́ bí ẹbí àti ìdílé wọn.
ଗାଦ୍‍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
25 Iye àwọn tí a kà nínú ẹ̀yà Gadi jẹ́ ẹgbàá méjìlélógún ó lé àádọ́talélẹ́gbẹ̀jọ.
ଗାଦ୍‍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ହେଲା।
26 Láti ìran Juda, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè, tí wọ́n le lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ଯିହୁଦା-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
27 Iye tí a kà nínú ẹ̀yà Juda jẹ́ ẹgbàá mẹ́tàdínlógójì ó lé ẹgbẹ̀ta.
ଯିହୁଦା ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ ହେଲା।
28 Láti ìran Isakari, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè tí wọ́n le lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan bí àkọsílẹ̀ ẹbí àti ìdílé wọn.
ଇଷାଖର-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
29 Iye tí a kà nínú ẹ̀yà Isakari jẹ́ ẹgbàá mẹ́tàdínlọ́gbọ̀n ó lé irinwó.
ଇଷାଖର ବଂଶର ଗଣିତ ଲୋକ ସଂଖ୍ୟା ଚଉବନ ହଜାର ଚାରି ଶହ ହେଲା।
30 Láti ìran Sebuluni, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè tí wọ́n lè lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ସବୂଲୂନ-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
31 Iye tí a kà nínú ẹ̀yà Sebuluni jẹ́ ẹgbàá méjìdínlọ́gbọ̀n ó lé egbèje.
ସବୂଲୂନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ସତାବନ ହଜାର ଚାରି ଶହ ହେଲା।
32 Láti inú àwọn ọmọ Josẹfu. Láti ìran Efraimu, gbogbo ọmọkùnrin tí ọjọ́ orí wọ́n jẹ́ ogún ọdún sókè tí wọ́n lè lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ଯୋଷେଫ-ସନ୍ତାନଗଣର, ଯଥା, ଇଫ୍ରୟିମ-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
33 Iye tí a kà nínú ẹ̀yà Efraimu jẹ́ ọ̀kẹ́ méjì ó lé ẹ̀ẹ́dẹ́gbẹ̀ta.
ଇଫ୍ରୟିମ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ହେଲା।
34 Láti ìran Manase, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè, tí wọ́n lè lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ମନଃଶି-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
35 Iye tí a kà nínú ẹ̀yà Manase jẹ́ ẹgbàá ẹẹ́rìndínlógún ó lé igba.
ମନଃଶି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବତ୍ରିଶ ହଜାର ଦୁଇ ଶହ ହେଲା।
36 Láti ìran Benjamini, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ବିନ୍ୟାମୀନ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
37 Iye tí a kà nínú ẹ̀yà Benjamini jẹ́ ẹgbàá mẹ́tàdínlógún ó lé egbèje.
ବିନ୍ୟାମୀନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ ହେଲା।
38 Láti ìran Dani, gbogbo ọmọkùnrin tí ọjọ́ orí wọn jẹ́ ọmọ ogún ọdún sókè, tí wọ́n lè lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ଦାନ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
39 Iye tí a kà nínú ẹ̀yà Dani jẹ́ ẹgbàá mọ́kànlélọ́gbọ̀n ó lé ẹ̀ẹ́dẹ́gbẹ̀rin.
ଦାନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବାଷଠି ହଜାର ସାତ ଶହ ହେଲା।
40 Láti ìran Aṣeri, gbogbo ọmọkùnrin tí ọjọ́ orí wọn jẹ́ ogún ọdún sókè, tí wọ́n le lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ଆଶେର-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
41 Iye tí a kà nínú ẹ̀yà Aṣeri jẹ́ ọ̀kẹ́ méjì ó lé ẹ̀ẹ́dẹ́gbẹ̀jọ.
ଆଶେର ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ହେଲା।
42 Láti ìran Naftali, gbogbo ọmọkùnrin tí ọjọ́ orí wọn jẹ́ ogún ọdún ó lé, tí wọ́n lè lọ sójú ogun ni wọ́n to orúkọ wọn lẹ́yọ kọ̀ọ̀kan gẹ́gẹ́ bí àkọsílẹ̀ ẹbí àti ìdílé wọn.
ନପ୍ତାଲି-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
43 Iye àwọn tí a kà nínú ẹ̀yà Naftali jẹ́ ẹgbàá mẹ́rìndínlọ́gbọ̀n ó lé egbèje.
ନପ୍ତାଲି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ତେପନ ହଜାର ଚାରି ଶହ ହେଲା।
44 Wọ̀nyí ni àwọn ènìyàn tí Mose àti Aaroni kà, pẹ̀lú ìrànlọ́wọ́ àwọn olórí méjìlá fún Israẹli, tí ẹnìkọ̀ọ̀kan ṣojú fún ìdílé rẹ̀.
ଏହି ଲୋକମାନେ ଗଣିତ ହେଲେ; ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି, ଅର୍ଥାତ୍‍, ଏକ ଏକ ପିତୃଗୃହ ନିମନ୍ତେ ଏକ ଏକ ଅଧିପତି ସେମାନଙ୍କୁ ଗଣନା କଲେ।
45 Gbogbo ọmọkùnrin Israẹli tó jẹ́ ọmọ ogún ọdún sókè, tó sì lè lọ sójú ogun ni wọ́n kà gẹ́gẹ́ bí ìdílé wọn.
ଏହିରୂପେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ପିତୃଗୃହାନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନେ ଗଣିତ ହେଲେ।
46 Àpapọ̀ iye wọn jẹ́ ọgbọ̀n ọ̀kẹ́ ó lé egbèjìdínlógún dín làádọ́ta.
ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ଜଣ ହେଲା।
47 A kò ka àwọn ìdílé ẹ̀yà Lefi mọ́ àwọn ìyókù.
ମାତ୍ର ଲେବୀୟମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣାଗଲେ ନାହିଁ।
48 Nítorí Olúwa ti sọ fún Mose pé,
କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ,
49 “Ìwọ kò gbọdọ̀ ka ẹ̀yà Lefi, tàbí kí o kà wọ́n mọ́ àwọn ọmọ Israẹli.
“ତୁମ୍ଭେ କେବଳ ଲେବୀୟ ବଂଶର ଗଣନା କରିବ ନାହିଁ, କିଅବା ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କର ସଂଖ୍ୟା ନେବ ନାହିଁ;
50 Dípò èyí yan àwọn ọmọ Lefi láti jẹ́ alábojútó àgọ́ ẹ̀rí, lórí gbogbo ohun èlò àti ohun gbogbo tó jẹ́ ti àgọ́ ẹ̀rí. Àwọn ni yóò máa gbé àgọ́ àti gbogbo ohun èlò rẹ̀, wọn ó máa mójútó o, kí wọn ó sì máa pàgọ́ yí i ká.
ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ, ତହିଁର ସକଳ ଦ୍ରବ୍ୟ ଓ ତତ୍‍ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ।
51 Ìgbàkígbà tí àgọ́ yóò bá tẹ̀síwájú, àwọn ọmọ Lefi ni yóò tú palẹ̀, nígbàkígbà tí a bá sì tún pa àgọ́, àwọn ọmọ Lefi náà ni yóò ṣe é. Àlejò tó bá súnmọ́ tòsí ibẹ̀, pípa ni kí ẹ pa á
ପୁଣି, ଆବାସ ଆଗକୁ ଯିବା ସମୟରେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ସମୟରେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ଡ ହେବ।
52 kí àwọn ọmọ Israẹli pa àgọ́ wọn gẹ́gẹ́ bí ìpín wọn olúkúlùkù ní ibùdó tirẹ̀ lábẹ́ ọ̀págun tirẹ̀.
ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ସୈନ୍ୟାନୁସାରେ ଆପଣା ଆପଣା ଛାଉଣିରେ ଆପଣା ଆପଣା ଧ୍ୱଜା ନିକଟରେ ତମ୍ବୁ ସ୍ଥାପନ କରିବେ।
53 Àwọn ọmọ Lefi yóò jẹ́ alábojútó àti olùtọ́jú àgọ́ ẹ̀rí náà, kí ìbínú má ba à sí lára ìjọ àwọn ọmọ Israẹli; kí àwọn ọmọ Lefi sì máa ṣe ìtọ́jú àgọ́ ẹ̀rí náà.”
ମାତ୍ର ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି, ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ।”
54 Àwọn ọmọ Israẹli sì ṣe ohun gbogbo gẹ́gẹ́ bí Olúwa ti pàṣẹ fún Mose.
ଇସ୍ରାଏଲ-ସନ୍ତାନଗଣ ଏହିରୂପେ କଲେ; ସଦାପ୍ରଭୁ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ କଲେ।

< Numbers 1 >