< Micah 1 >

1 Ọ̀rọ̀ Olúwa tí ó tọ Mika ará Moreṣeti wá ní àkókò ìjọba Jotamu, Ahasi, àti Hesekiah, àwọn ọba Juda nìwọ̀nyí, ìran tí ó rí nípa Samaria àti Jerusalẹmu.
ଯିହୁଦା ଦେଶୀୟ ଯୋଥମ୍‍, ଆହସ୍‌ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।
2 Ẹ gbọ́, gbogbo ẹ̀yin ènìyàn, fetísílẹ̀, ìwọ ayé àti gbogbo ohun tó wà níbẹ̀, kí Olúwa Olódùmarè lè ṣe ẹlẹ́rìí sí yín, Olúwa láti inú tẹmpili mímọ́ rẹ̀ wá.
ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ।
3 Wò ó! Olúwa ń bọ̀ wá láti ibùgbé rẹ̀; yóò sọ̀kalẹ̀, yóò sì tẹ ibi gíga ayé mọ́lẹ̀.
କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଲାଇ ଆସି ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ।
4 Àwọn òkè ńlá yóò sí yọ́ lábẹ́ rẹ̀, àwọn àfonífojì yóò sì pínyà, bí idà níwájú iná, bí omi tí ó ń sàn lọ ni ibi gẹ̀rẹ́gẹ̀rẹ́.
ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।
5 Nítorí ìré-òfin-kọjá Jakọbu ni gbogbo èyí, àti nítorí ẹ̀ṣẹ̀ ilé Israẹli. Kí ni ìré-òfin-kọjá Jakọbu? Ǹjẹ́ Samaria ha kọ? Kí ni àwọn ibi gíga Juda? Ǹjẹ́ Jerusalẹmu ha kọ?
କାରଣ ଯାକୁବର ଆଜ୍ଞାଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞାଲଙ୍ଘନ କଅଣ? ତାହା କି ଶମରୀୟା ନୁହେଁ? ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ ସେହି ସବୁ କି ଯିରୂଶାଲମ ନୁହେଁ?
6 “Nítorí náà, èmi yóò ṣe Samaria bí òkìtì lórí pápá, bí ibi ti à ń lò fún gbígbin ọgbà àjàrà. Èmi yóò gbá àwọn òkúta rẹ̀ dànù sínú àfonífojì. Èmi yóò sí tú ìpilẹ̀ṣẹ̀ rẹ̀ palẹ̀.
ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା।
7 Gbogbo àwọn ère fínfín rẹ̀ ni a ó fọ́ sí wẹ́wẹ́ gbogbo àwọn ẹ̀bùn tẹmpili rẹ̀ ni a ó fi iná sun, Èmi yóò sì pa gbogbo àwọn òrìṣà rẹ̀ run. Nítorí tí ó ti kó àwọn ẹ̀bùn rẹ̀ jọ láti inú owó èrè panṣágà, gẹ́gẹ́ bí owó èrè panṣágà, wọn yóò sì tún padà sí owó iṣẹ́ panṣágà.”
ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।
8 Nítorí èyí, èmi yóò sì sọkún, èmi yóò sì pohùnréré ẹkún: èmi yóò máa lọ ní ẹsẹ̀ lásán àti ní ìhòhò. Èmi yóò ké bí akátá, èmi yóò sì máa dárò bí àwọn ọmọ ògòǹgò.
ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା। ଆମ୍ଭେ ଶୃଗାଳ ପରି ବିଳାପ କରିବା ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା।
9 Nítorí tí ọgbẹ́ rẹ̀ jẹ́ aláìlèwòtán; ó sì ti wá sí Juda. Ó sì ti dé ẹnu-bodè àwọn ènìyàn mi, àní sí Jerusalẹmu.
କାରଣ ତାହାର କ୍ଷତ ଅଚିକିତ୍ସ୍ୟ ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି; ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର, ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି।
10 Ẹ má ṣe sọ ní Gati ẹ má ṣe sọkún rárá. Ní ilẹ̀ Beti-Ofra mo yí ara mi nínú eruku.
ଗାଥ୍‍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ।
11 Ẹ kọjá lọ ni ìhòhò àti ni ìtìjú, ìwọ tí ó ń gbé ni Ṣafiri. Àwọn tí ó ń gbé ni Saanani kì yóò sì jáde wá. Beti-Eseli wà nínú ọ̀fọ̀; a ó sì gba ààbò rẹ̀ kúrò lọ́wọ́ yin.
ହେ ଶାଫୀର ନିବାସିନୀ, ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ; ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; ବେଥ୍-ସେଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ।
12 Nítorí àwọn tí ó ń gbé ni Marati ń retí ìre, ṣùgbọ́n ibi sọ̀kalẹ̀ ti ọ̀dọ̀ Olúwa wá sí ẹnu-bodè Jerusalẹmu.
କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।
13 Ìwọ olùgbé Lakiṣi, dì kẹ̀kẹ́ mọ́ ẹranko tí ó yára. Òun sì ni ìbẹ̀rẹ̀ ẹ̀ṣẹ̀ sí àwọn ọmọbìnrin Sioni, nítorí a rí àìṣedéédéé Israẹli nínú rẹ̀.
ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।
14 Nítorí náà ni ìwọ ó ṣe fi ìwé ìkọ̀sílẹ̀ fún Moreṣeti Gati. Àwọn ilé Aksibu yóò jẹ́ ẹlẹ́tàn sí àwọn ọba Israẹli.
ଏଥିପାଇଁ ତୁମ୍ଭେ ମୋରେଷତ୍‍ ଗାଥ୍‍କୁ ବିଦାୟକାଳୀନ ଦାନ ଦେବ ଅକଷୀବ୍‍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ;
15 Èmi yóò sì mú àrólé kan wá sórí rẹ ìwọ olùgbé Meraṣa. Ẹni tí ó jẹ́ ògo Israẹli yóò sì wá sí Adullamu.
ଆହୁରି, ହେ ମାରେଶା ଗ୍ରାମର ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ।
16 Fá irun orí rẹ nínú ọ̀fọ̀ nítorí àwọn ọmọ rẹ aláìlágbára, sọ ra rẹ̀ di apárí bí ẹyẹ igún, nítorí wọn yóò kúrò lọ́dọ̀ rẹ lọ sí ìgbèkùn.
ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ଡନ କର ଓ କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।

< Micah 1 >