< Matthew 22 >

1 Jesu tún fi òwe sọ̀rọ̀ fún wọn wí pé:
ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ,
2 “Ìjọba ọ̀run dàbí ọba kan ti ó múra àsè ìgbéyàwó ńlá fún ọmọ rẹ̀ ọkùnrin.
“ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ,
3 Ó rán àwọn ọmọ ọ̀dọ̀ rẹ̀ lọ pe àwọn tí a ti pè tẹ́lẹ̀ sí ibi àsè ìgbéyàwó. Ṣùgbọ́n wọn kò fẹ́ wá.
ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ।
4 “Lẹ́yìn náà ó tún rán àwọn ọmọ ọ̀dọ̀ mìíràn pé, ‘Ẹ sọ fún àwọn tí mo ti pè wí pé, mo ti ṣe àsè náà tán. A pa màlúù àti ẹran àbọ́pa mi, a ti ṣe ohun gbogbo tán, ẹ wa sí ibi àsè ìgbéyàwó.’
ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’
5 “Ṣùgbọ́n àwọn wọ̀n-ọn-nì tí ó ránṣẹ́ lọ pè kò kà á si. Wọ́n ń bá iṣẹ́ wọn lọ, ọ̀kan sí ọ̀nà oko rẹ̀, òmíràn sí ibi òwò rẹ̀.”
କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,
6 Àwọn ìyókù sì mú àwọn ọmọ ọ̀dọ̀ rẹ̀, wọ́n ṣe àbùkù sí wọn, wọ́n lù wọ́n pa.
ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ।
7 Ọba yìí bínú gidigidi, ó sì rán àwọn ọmọ-ogun rẹ̀, ó sì pa àwọn apànìyàn náà run, ó sì jó ìlú wọn.
କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍‍ କଲେ।
8 “Nígbà náà ni ó wí fún àwọn ọmọ ọ̀dọ̀ rẹ̀ pé, ‘Àsè ìgbéyàwó ti ṣe tàn, ṣùgbọ́n àwọn tí a pè kò yẹ fún ọlá náà.
ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ।
9 Ẹ lọ sí ìgboro àti òpópónà kí ẹ sì pe ẹnikẹ́ni tí ẹ bá lè rí wá àsè ìgbéyàwó náà.’
ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର।
10 Nítorí náà, àwọn ọmọ ọ̀dọ̀ náà sì jáde lọ sí òpópónà. Wọ́n sì mú oríṣìíríṣìí ènìyàn tí wọ́n lè rí wá, àwọn tí ò dára àti àwọn tí kò dára, ilé àsè ìyàwó sì kún fún àlejò.
ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା।
11 “Ṣùgbọ́n nígbà tí ọba sì wọlé wá láti wo àwọn àlejò tí a pè, ó sì rí ọkùnrin kan nínú wọn tí kò wọ aṣọ ìgbéyàwó.
କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ-ବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ,
12 Ọba sì bi í pé, ‘Ọ̀rẹ́, báwo ni ìwọ ṣe wà níhìn-ín yìí láìní aṣọ ìgbéyàwó?’ Ṣùgbọ́n ọkùnrin náà kò ní ìdáhùn kankan.
ହେ ବନ୍ଧୁ, ତୁମ୍ଭେ ବିବାହ-ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା।
13 “Nígbà náà ni ọba wí fún àwọn ìránṣẹ́ rẹ̀ pé, ‘Ẹ dì í tọwọ́ tẹsẹ̀, kí ẹ sì sọ ọ́ sínú òkùnkùn lóde níbi tí ẹkún àti ìpayínkeke wà.’
ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।
14 “Nítorí ọ̀pọ̀ ni a pè ṣùgbọ́n díẹ̀ ni a yàn.”
କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ।’”
15 Nígbà náà ni àwọn Farisi péjọpọ̀ láti ronú ọ̀nà tì wọn yóò gbà fi ọ̀rọ̀ ẹnu mú un.
ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ।
16 Wọ́n sì rán àwọn ọmọ-ẹ̀yìn wọn pẹ̀lú àwọn ọmọ-ẹ̀yìn Herodu lọ sọ́dọ̀ rẹ̀ pé, “Olùkọ́, àwa mọ̀ pé olóòtítọ́ ni ìwọ, ìwọ sì ń kọ́ni ní ọ̀nà Ọlọ́run ní òtítọ́. Bẹ́ẹ̀ ni ìwọ kì í wo ojú ẹnikẹ́ni; nítorí tí ìwọ kì í ṣe ojúsàájú ènìyàn.
ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ।
17 Nísinsin yìí sọ fún wa, kí ni èrò rẹ? Ǹjẹ́ ó tọ́ láti san owó orí fún Kesari tàbí kò tọ́?”
ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କଅଣ? କାଇସର ସମ୍ରାଟଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
18 Ṣùgbọ́n Jesu ti mọ èrò búburú inú wọn, ó wí pé, “Ẹ̀yin àgàbàgebè, èéṣe ti ẹ̀yin fi ń dán mi wò?
କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, “ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ?”
19 Ẹ fi owó ẹyọ tí a fi ń san owó orí kan hàn mi.” Wọn mú dínárì kan wá fún un,
“ସେହି କରର ମୁଦ୍ରା ମୋତେ ଦେଖାଅ।” ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣିଲେ।
20 ó sì bi wọ́n pé, “Àwòrán ta ni èyí? Àkọlé tà sì ní?”
ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର?
21 Wọ́n sì dáhùn pé, “Ti Kesari ni.” “Nígbà náà ni ó wí fún wọn pé,” “Ẹ fi èyí tí í ṣe ti Kesari fún Kesari, ẹ sì fi èyí ti ṣe ti Ọlọ́run fún Ọlọ́run.”
ସେମାନେ କହିଲେ, କାଇସରଙ୍କର। ସେଥିରେ ସେ ସେମାନଙ୍କୁ କହିଲେ, “ତେବେ କାଇସର ସମ୍ରାଟଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।”
22 Nígbà tí wọ́n gbọ́ èyí, ẹnu yà wọ́n. Wọ́n fi í sílẹ̀, wọ́n sì bá tiwọn lọ.
ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ।
23 Ṣùgbọ́n ní ọjọ́ kan náà, àwọn Sadusi tí wọ́n sọ pé kò si àjíǹde lẹ́yìn ikú tọ Jesu wá láti bi í ní ìbéèrè,
ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ,
24 wọ́n wí pé, “Olùkọ́, Mose wí fún wa pé, bí ọkùnrin kan bá kú ní àìlọ́mọ, kí arákùnrin rẹ̀ ṣú aya rẹ̀ lópó, kí ó sì bí ọmọ fún un.
ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
25 Bí ó bá jẹ́ bẹ́ẹ̀, láàrín wa níhìn-ín yìí, ìdílé kan wà tí ó ní arákùnrin méje. Èyí èkínní nínú wọn gbéyàwó, lẹ́yìn náà ó kú ní àìlọ́mọ. Nítorí náà ìyàwó rẹ̀ di ìyàwó arákùnrin kejì.
ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି, ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା;
26 Bẹ́ẹ̀ gẹ́gẹ́ arákùnrin èkejì náà sì tún kú láìlọ́mọ. A sì fi ìyàwó rẹ̀ fún arákùnrin tí ó tún tẹ̀lé e. Bẹ́ẹ̀ sì ni títí tí òun fi di ìyàwó ẹni keje.
ଦ୍ୱିତୀୟ, ତୃତୀୟ ଆଦି ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ।
27 Níkẹyìn obìnrin náà pàápàá sì kú.
ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା।
28 Nítorí tí ó ti ṣe ìyàwó àwọn arákùnrin méjèèje, ìyàwó ta ni yóò jẹ́ ní àjíǹde òkú?”
ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାହାକୁ ବିବାହ କରିଥିଲେ।
29 Ṣùgbọ́n Jesu dá wọn lóhùn pé, “Àìmọ̀kan yín ni ó fa irú ìbéèrè báyìí. Nítorí ẹ̀yin kò mọ Ìwé Mímọ́ àti agbára Ọlọ́run.
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ।
30 Nítorí ní àjíǹde kò ní sí ìgbéyàwó, a kò sì ní fi í fún ni ní ìyàwó. Gbogbo ènìyàn yóò sì dàbí àwọn angẹli ní ọ̀run.
କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
31 Ṣùgbọ́n nísinsin yìí, nípa ti àjíǹde òkú, tàbí ẹ̀yin kò mọ̀ pé Ọlọ́run ń bá yín sọ̀rọ̀ nígbà ti ó wí pé:
ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ବର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ?
32 ‘Èmi ni Ọlọ́run Abrahamu, Ọlọ́run Isaaki, àti Ọlọ́run Jakọbu.’ Ọlọ́run kì í ṣe Ọlọ́run òkú, ṣùgbọ́n tí àwọn alààyè.”
‘ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର।’ ସେ ମୃତମାନଙ୍କ ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର।”
33 Nígbà ti àwọn ènìyàn gbọ́ èyí ẹnu yà wọ́n sí ẹ̀kọ́ rẹ.
ଲୋକମାନେ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ।
34 Nígbà ti wọ́n sì gbọ́ pé ó ti pa àwọn Sadusi lẹ́nu mọ́, àwọn Farisi pé ara wọn jọ.
ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,
35 Ọ̀kan nínú wọn tí ṣe amòfin dán an wò pẹ̀lú ìbéèrè yìí.
ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ,
36 Ó wí pé, “Olùkọ́ èwo ni ó ga jùlọ nínú àwọn òfin?”
ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ?
37 Jesu dáhùn pé, “‘Fẹ́ Olúwa Ọlọ́run rẹ pẹ̀lú gbogbo ọkàn rẹ, gbogbo ẹ̀mí rẹ àti gbogbo inú rẹ.’
ସେ ତାହାଙ୍କୁ କହିଲେ, “‘ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର।’
38 Èyí ni òfin àkọ́kọ́ àti èyí tí ó tóbi jùlọ.
ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା।
39 Èkejì tí ó tún dàbí rẹ̀ ní pé, ‘Fẹ́ràn ọmọnìkejì rẹ gẹ́gẹ́ bí ara rẹ.’
ଦ୍ୱିତୀୟଟି ଏହାର ସଦୃଶ, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’
40 Lórí àwọn òfin méjèèjì yìí ni gbogbo òfin àti àwọn wòlíì rọ̀ mọ́.”
ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ।”
41 Bí àwọn Farisi ti kó ara wọn jọ, Jesu béèrè lọ́wọ́ wọn pé,
ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ,
42 “Kí ni ẹ rò nípa Kristi? Ọmọ ta ni òun ń ṣe?” Wọ́n dáhùn pé, “Ọmọ Dafidi.”
“ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କଅଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର।”
43 Ó sì wí fún wọn pé, “Kí lo dé tí Dafidi, tí ẹ̀mí ń darí, pè é ní ‘Olúwa’? Nítorí ó wí pé,
ଯୀଶୁ ସେମାନଙ୍କୁ କହିଲେ, “ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି?
44 “‘Olúwa sọ fún Olúwa mi pé, “Jókòó ní ọwọ́ ọ̀tún mi títí tí èmi yóò fi fi àwọn ọ̀tá rẹ sí abẹ́ ẹsẹ̀ rẹ.”’
‘ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
45 Ǹjẹ́ bí Dafidi bá pè é ni ‘Olúwa,’ báwo ni òun ṣe lè jẹ́ ọmọ rẹ̀?”
ଅତଏବ, ଦାଉଦ ଯଦି ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
46 Kò sí ẹnìkan tí ó lè sọ ọ̀rọ̀ kan ni ìdáhùn, kò tún sí ẹni tí ó tún bí i léèrè ohun kan mọ́ láti ọjọ́ náà mọ́.
ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।

< Matthew 22 >