< Malachi 2 >
1 “Ǹjẹ́ nísinsin yìí, ẹ̀yin àlùfáà, òfin yìí ní fún yín.
“ଏବେ ହେ ଯାଜକଗଣ, ତୁମ୍ଭମାନଙ୍କ ପ୍ରତି ଏହି ଆଜ୍ଞା।
2 Bí ẹ̀yin kò bá ni gbọ́, bí ẹ̀yin kò bá ní fi í sí àyà láti fi ọ̀wọ̀ fún orúkọ mi,” ni Olúwa àwọn ọmọ-ogun wí; èmi yóò sì ran ègún sí orí yín, èmi yóò sì fi ìbùkún yín ré. Nítòótọ́ mó ti fi ré ná, nítorí pé, ẹ̀yin kò fi sí ọkàn yín láti bu ọlá fún mi.
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯଦି ତୁମ୍ଭେମାନେ ନ ଶୁଣିବ ଓ ଆମ୍ଭ ନାମକୁ ଗୌରବ ଦେବା ନିମନ୍ତେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ଉପରେ ଅଭିଶାପ ପ୍ରେରଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ଆଶୀର୍ବାଦସକଳକୁ ଅଭିଶାପ ଦେବା; ହଁ, ସେହି ସବୁକୁ ଅଭିଶାପ ଦେଇ ସାରିଅଛୁ, କାରଣ ତୁମ୍ଭେମାନେ ତହିଁରେ ମନୋଯୋଗ କରୁ ନାହଁ।
3 “Nítorí tiyín èmí yóò ba àwọn ọmọ yín wí, èmi ó sì fi ìgbẹ́ rẹ́ yín lójú, àní àwọn ìgbẹ́ ọrẹ ọwọ́ yín wọ̀nyí, a ó sì kó yín lọ pẹ̀lú rẹ̀.
ଦେଖ, ଆମ୍ଭେ ତୁମ୍ଭମାନଙ୍କ ସନ୍ତାନଗଣଙ୍କୁ ଧମକାଇବା ଓ ତୁମ୍ଭମାନଙ୍କ ମୁଖରେ ମଳ, ଅର୍ଥାତ୍, ତୁମ୍ଭମାନଙ୍କ ବଳିସକଳର ମଳ ପ୍ରସାରିବା; ଆଉ, ତୁମ୍ଭେମାନେ ତହିଁ ସଙ୍ଗେ ନୀତ ହେବ।
4 Ẹ̀yin ó sì mọ̀ pé, èmi ni ó ti rán òfin yìí sí yín, kí májẹ̀mú mi pẹ̀lú Lefi lè tẹ̀síwájú,” ní Olúwa àwọn ọmọ-ogun wí.
ତହିଁରେ ଲେବୀ ସହିତ ଆମ୍ଭର ନିୟମ ଯେପରି ହେବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଯେ ଏହି ଆଜ୍ଞା ପ୍ରେରଣ କରିଅଛୁ, ଏହା ତୁମ୍ଭେମାନେ ଜାଣିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
5 “Májẹ̀mú mi wà pẹ̀lú rẹ̀, májẹ̀mú ti ìyè àti àlàáfíà wà pẹ̀lú rẹ̀; mo sì fi wọn fún un, nítorí bíbẹ̀rù tí ó bẹ̀rù mi, tí ẹ̀rù orúkọ mi sì bà á.
ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଥିଲା, ତାହା ଜୀବନ ଓ ଶାନ୍ତିକର ଥିଲା; ଆଉ, ସେ ଯେପରି ଆମ୍ଭକୁ ଭୟ କରିବ, ଏଥିପାଇଁ ଆମ୍ଭେ ତାହାକୁ ତାହା ଦେଲୁ, ପୁଣି ସେ ଆମ୍ଭକୁ ଭୟ କଲା ଓ ଆମ୍ଭ ନାମର ସମ୍ଭ୍ରମ କଲା।
6 Òfin òtítọ́ wà ni ẹnu rẹ̀, a kò sì rí irọ́ ni ètè rẹ̀: ó ba mi rìn ní àlàáfíà àti ni ìdúró ṣinṣin, ó sì yí ọ̀pọ̀lọpọ̀ kúrò nínú ẹ̀ṣẹ̀.
ତାହାର ମୁଖରେ ସତ୍ୟର ବ୍ୟବସ୍ଥା ଥିଲା, ତାହାର ଓଷ୍ଠାଧରରେ ଅନ୍ୟାୟ ଦେଖାଗଲା ନାହିଁ; ସେ ଶାନ୍ତିରେ ଓ ସରଳତାରେ ଆମ୍ଭ ସଙ୍ଗେ ଗମନାଗମନ କଲା ଓ ଅନେକଙ୍କୁ ଅଧର୍ମରୁ ଫେରାଇଲା।
7 “Nítorí ètè àlùfáà ní òye láti máa pa ìmọ̀ mọ́, kí àwọn ènìyàn lè máa wá ìtọ́ni ni ẹnu rẹ̀: nítorí òun ni ìránṣẹ́ Olúwa àwọn ọmọ-ogun.
କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ।
8 Ṣùgbọ́n ẹ̀yin ti yapa kúrò ní ọ̀nà náà; ẹ̀yin sì ti fi ìkọ́ni yín mú ọ̀pọ̀lọpọ̀ kọsẹ̀; ẹ̀yin ti ba májẹ̀mú tí mo da pẹ̀lú Lefi jẹ́,” ni Olúwa àwọn ọmọ-ogun wí.
ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ବିପଥଗମନ କରିଅଛ ଓ ଅନେକଙ୍କୁ ବ୍ୟବସ୍ଥା ପଥରେ ଝୁଣ୍ଟାଇ ଅଛ; ତୁମ୍ଭେମାନେ ଲେବୀର ନିୟମ ଭ୍ରଷ୍ଟ କରିଅଛ।
9 “Nítorí náà ni èmi pẹ̀lú ṣe sọ yín di ẹ̀gàn, àti ẹni àìkàsí níwájú gbogbo ènìyàn, nítorí ẹ̀yin kò tẹ̀lé ọ̀nà mi, ṣùgbọ́n ẹ̀yin ń ṣe ojúsàájú nínú òfin.”
ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ଶିକ୍ଷାରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।”
10 Baba kan náà kí gbogbo wa ha ní? Ọlọ́run kan náà kọ́ ni ó dá wa bí? Nítorí kín ni àwa ha ṣe sọ májẹ̀mú àwọn baba wa di aláìmọ nípa híhu ìwà àrékérekè olúkúlùkù sí arákùnrin rẹ̀?
ଆମ୍ଭ ସମସ୍ତଙ୍କର କି ଏକ ପିତା ନାହାନ୍ତି? ଏକ ପରମେଶ୍ୱର କି ଆମ୍ଭମାନଙ୍କୁ ସୃଷ୍ଟି କରି ନାହାନ୍ତି? ଆମ୍ଭେମାନେ ଆପଣାମାନଙ୍କ ପିତାଙ୍କର ନିୟମ ଅପବିତ୍ର କରି ପ୍ରତ୍ୟେକ ଲୋକ କାହିଁକି ଆପଣା ଆପଣା ଭ୍ରାତା ପ୍ରତି ବିଶ୍ୱାସଘାତକତା କରୁଅଛୁ?
11 Juda ti ń hùwà àrékérekè, a sì ti hùwà ìríra ní Israẹli àti ni Jerusalẹmu: nítorí Juda tí sọ ìwà mímọ́ Olúwa di aláìmọ́, èyí tí ó fẹ́, nípa gbígbé ọmọbìnrin ọlọ́run àjèjì ni ìyàwó.
ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟ କ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।
12 Ní ti ẹni tí ó ṣe èyí, ẹni tí ó wù kí ó jẹ, kí Olúwa kí ó gé e kúrò nínú àgọ́ Jakọbu, bí ó tilẹ̀ mú ẹbọ ọrẹ wá fún Olúwa àwọn ọmọ-ogun.
ଯେଉଁ ଜନ ଏହି କର୍ମ କରେ, ସଦାପ୍ରଭୁ ଯାକୁବର ତମ୍ବୁସକଳରୁ ତାହାର ସମ୍ପର୍କୀୟ, ଯେକେହି ହୁଅନ୍ତୁ ଓ ଏପରିକି ଯେକେହି ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ନୈବେଦ୍ୟ ଉତ୍ସର୍ଗ କରୁ, ତାହାକୁ ମଧ୍ୟ ଉଚ୍ଛିନ୍ନ କରିବେ।
13 Èyí ni ohun mìíràn tí ẹ̀yin sì túnṣe. Ẹ̀yin fi omijé bo pẹpẹ Olúwa mọ́lẹ̀. Ẹ̀yin sọkún, ẹ̀yin sì ba ara jẹ́ nítorí tì Òun kò ka ọrẹ yín sí mọ́, tàbí kí ó fi inú dídùn gba nǹkan yìí lọ́wọ́ yín.
ତୁମ୍ଭେମାନେ ମଧ୍ୟ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ଏପରି ଆଚ୍ଛନ୍ନ କରୁଅଛ, କାରଣ ସେ ଆଉ ତୁମ୍ଭର ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ।
14 Ṣùgbọ́n ẹ̀yin wí pé, “Nítorí kín ní?” Nítorí Olúwa ti ṣe ẹlẹ́rìí láàrín ìwọ àti láàrín aya èwe rẹ, ẹni tí ìwọ ti ń hùwà ẹ̀tàn sí i: bẹ́ẹ̀ ni ẹnìkejì rẹ ni òun jẹ́, àti aya májẹ̀mú rẹ.
ତଥାପି ତୁମ୍ଭେମାନେ କହୁଅଛ, “ଏଥିର କାରଣ କଅଣ?” ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ।
15 Ọlọ́run kò ha ti ṣe wọ́n ní ọ̀kan? Ni ara àti ni ẹ̀mí tirẹ̀ ni. Èéṣe tí Ọlọ́run da yín lọ́kàn? Kí òun bá à lè wá irú-ọmọ bí ti Ọlọ́run. Nítorí náà, ẹ tọ́jú ẹ̀mí yín, ẹ má sì ṣe hùwà ẹ̀tàn sí aya èwe yín.
ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ୍ନ କରିବା ନିମନ୍ତେ ଚେଷ୍ଟା କଲେ। ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ।
16 “Ọkùnrin tí ó bá kórìíra, tí ó sì kọ ìyàwó rẹ̀,” se ìwà ipá sí ẹni tí ó yẹ kí ó dá ààbò bò, ni Olúwa Ọlọ́run Israẹli wí, Ọlọ́run àwọn ọmọ-ogun. Nítorí náà, ẹ ṣọ́ ẹ̀mí yín, kí ẹ má ṣe hùwà ẹ̀tàn.
“କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ଓ ଯେ ଆପଣା ବସ୍ତ୍ରକୁ ଦୌରାତ୍ମ୍ୟରେ ଆଚ୍ଛାଦିତ କରେ, ତାହାକୁ ଆମ୍ଭେ ଘୃଣା କରୁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଏହେତୁ ତୁମ୍ଭେମାନେ ଯେପରି ବିଶ୍ୱାସଘାତକତା ନ କର, ଏଥିପାଇଁ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ।”
17 Ẹ̀yin ti fi ọ̀rọ̀ yín dá Olúwa ní agara. Ṣùgbọ́n ẹ̀yin béèrè pé, “Nínú kín ni àwa fi dá a ní agara?” Nígbà tí ẹ̀yìn wí pé, “Gbogbo ẹni tí ó ṣe ibi, rere ni níwájú Olúwa, inú rẹ̀ sì dùn sí wọn,” tàbí “Níbo ni Ọlọ́run ìdájọ́ gbé wà?”
ତୁମ୍ଭେମାନେ ଆପଣାମାନଙ୍କର ବାକ୍ୟ ଦ୍ୱାରା ସଦାପ୍ରଭୁଙ୍କୁ କ୍ଳାନ୍ତ କରିଅଛ। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତାହାଙ୍କୁ କ୍ଳାନ୍ତ କରିଅଛୁ? ପ୍ରତ୍ୟେକ ଲୋକ ଯେ କୁକର୍ମ କରେ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଓ ସେମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି, ନୋହିଲେ ବିଚାରକର୍ତ୍ତା ପରମେଶ୍ୱର କାହାନ୍ତି?” ଏପରି କହି କ୍ଳାନ୍ତ କରୁଅଛ।