< Luke 7 >
1 Nígbà tí ó sì parí gbogbo ọ̀rọ̀ rẹ̀ fun àwọn ènìyàn, ó wọ Kapernaumu lọ.
ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସବୁ କଥା ଶେଷ କରି କଫର୍ନାହୂମରେ ପ୍ରବେଶ କଲେ।
2 Ọmọ ọ̀dọ̀ balógun ọ̀rún kan, tí ó ṣọ̀wọ́n fún un, ṣàìsàn, ó sì ń kú lọ.
ସେ ସମୟରେ ଜଣେ ଶତ-ସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।
3 Nígbà tí ó sì gbúròó Jesu, ó rán àwọn àgbàgbà Júù sí i, ó ń bẹ̀ ẹ́ pé kí ó wá mú ọmọ ọ̀dọ̀ òun láradá.
ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାହାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥିନିମନ୍ତେ ତାହାଙ୍କ ପାଖକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ।
4 Nígbà tí wọ́n sì dé ọ̀dọ̀ Jesu, wọ́n fi ìtara bẹ̀ ẹ́, pé, “Ó yẹ ní ẹni tí òun ìbá ṣe èyí fún.
ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;
5 Nítorí tí ó fẹ́ràn orílẹ̀-èdè wa, ó sì ti kọ́ Sinagọgu kan fún wa.”
କାରଣ ସେ ଆମ୍ଭ ଯିହୁଦୀ ଲୋକମାନଙ୍କୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି।
6 Jesu sì ń bá wọn lọ. Nígbà tí kò sì jìn sí etí ilé mọ́, balógun ọ̀rún náà rán àwọn ọ̀rẹ́ sí i, pé, “Olúwa, má ṣe yọ ara rẹ lẹ́nu, nítorí tí èmi kò yẹ tí ìwọ ìbá fi wọ abẹ́ òrùlé mi.
ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ। ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତ-ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;
7 Nítorí náà èmi kò sì rò pé èmi náà yẹ láti tọ̀ ọ́ wá, ṣùgbọ́n sọ ní gbólóhùn kan, a ó sì mú ọmọ ọ̀dọ̀ mi láradá.
ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
8 Nítorí èmi náà pẹ̀lú jẹ́ ẹni tí a fi sí abẹ́ àṣẹ, tí ó ní ọmọ-ogun lẹ́yìn mi, mo sì wí fún ọ̀kan pé, ‘Lọ,’ a sì lọ; àti fún òmíràn pé, ‘Wá,’ a sì wá; àti fún ọmọ ọ̀dọ̀ mi pé, ‘Ṣe èyí,’ a sì ṣe é.”
କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।
9 Nígbà tí Jesu gbọ́ nǹkan wọ̀nyí, ẹnu sì yà, ó sì yípadà sí ìjọ ènìyàn tí ń tọ̀ ọ́ lẹ́yìn, ó wí pé, “Mo wí fún yín pé èmi kò rí irú ìgbàgbọ́ ńlá bí èyí nínú àwọn ènìyàn Israẹli.”
ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।”
10 Nígbà tí àwọn oníṣẹ́ sì padà sí ilé, wọ́n bá ọmọ ọ̀dọ̀ náà tí ń ṣàìsàn, ara rẹ̀ ti dá.
ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ।
11 Ní ọjọ́ kejì, ó lọ sí ìlú kan tí a ń pè ní Naini, àwọn púpọ̀ nínú àwọn ọmọ-ẹ̀yìn rẹ̀ sì ń bá a lọ àti ọ̀pọ̀ ìjọ ènìyàn.
ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।
12 Bí ó sì ti súnmọ́ ẹnu ibodè ìlú náà, sì kíyèsi i, wọ́n ń gbé òkú ọkùnrin kan jáde, ọmọ kan ṣoṣo náà tí ìyá rẹ̀ bí, ó sì jẹ́ opó: ọ̀pọ̀ ìjọ ènìyàn ìlú náà sì wà pẹ̀lú rẹ̀.
ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।
13 Nígbà tí Olúwa sì rí i, àánú rẹ̀ ṣe é, ó sì wí fún un pé, “Má sọkún mọ́.”
ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “ରୋଦନ କର ନାହିଁ।”
14 Ó sì wá, ó sì fi ọwọ́ tọ́ pósí náà: àwọn tí ń rù ú dúró jẹ́. Ó sì wí pé, “Ọ̀dọ́mọkùnrin, mo wí fún ọ, dìde!”
ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।”
15 Ẹni tí ó kú náà sì dìde jókòó, ó bẹ̀rẹ̀ sí i fọhùn. Ó sì fà á lé ìyá rẹ̀ lọ́wọ́.
ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
16 Ẹ̀rù sì ba gbogbo wọn: wọ́n sì yin Ọlọ́run lógo, pé, “Wòlíì ńlá dìde nínú wa,” àti pé, “Ọlọ́run sì wá bẹ àwọn ènìyàn rẹ̀ wò!”
ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।
17 Òkìkí rẹ̀ sì kàn ní gbogbo Judea, àti gbogbo agbègbè tí ó yí i ká.
ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
18 Àwọn ọmọ-ẹ̀yìn Johanu sì sọ gbogbo nǹkan wọ̀nyí fún un.
ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ।
19 Nígbà tí Johanu sì pe àwọn méjì nínú àwọn ọmọ-ẹ̀yìn rẹ̀, ó rán wọn sọ́dọ̀ Olúwa, wí pé, “Ìwọ ni ẹni tí ń bọ̀, tàbí kí a máa retí ẹlòmíràn?”
ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
20 Nígbà tí àwọn ọkùnrin náà sì dé ọ̀dọ̀ rẹ̀, wọ́n wí pé, “Johanu onítẹ̀bọmi rán wa sọ́dọ̀ rẹ, pé, ‘Ìwọ ni ẹni tí ń bọ̀, tàbí kí a máa retí ẹlòmíràn?’”
ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
21 Ní wákàtí náà, ó sì ṣe ìmúláradá ọ̀pọ̀lọpọ̀ ènìyàn nínú àìsàn, àti ààrùn, àti ẹ̀mí búburú; ó sì fi ìríran fún ọ̀pọ̀lọpọ̀ àwọn afọ́jú.
ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ।
22 Jesu sì dáhùn ó wí fún wọn pé, “Ẹ padà lọ, ẹ ròyìn nǹkan tí ẹ̀yin rí, tí ẹ̀yin sì gbọ́ fún Johanu: àwọn afọ́jú ń ríran, àwọn amúnkùn ún rìn, a sọ àwọn adẹ́tẹ̀ di mímọ́, àwọn adití ń gbọ́rọ̀, a ń jí àwọn òkú dìde, àti fún àwọn òtòṣì ni à ń wàásù ìyìnrere.
ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
23 Alábùkún fún sì ni ẹnikẹ́ni tí kò kọsẹ̀ lára mi.”
ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ।
24 Nígbà tí àwọn oníṣẹ́ Johanu padà lọ, ó bẹ̀rẹ̀ sí í sọ fún ìjọ ènìyàn ní ti Johanu pé, “Kí ni ẹ̀yin jáde lọ sí ijù lọ wò? Ewéko tí afẹ́fẹ́ ń mì?
ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
25 Ṣùgbọ́n kín ni ẹ̀yin jáde lọ wò? Ọkùnrin tí a wọ̀ ní aṣọ fẹ́lẹ́fẹ́lẹ́? Wò ó, àwọn tí á wọ̀ ní aṣọ ògo, tí wọ́n sì ń jayé, ń bẹ ní ààfin ọba!
ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
26 Ṣùgbọ́n kí ni ẹ̀yin jáde lọ wò? Wòlíì? Lóòótọ́ ni mo wí fún yín, ó sì ju wòlíì lọ!
ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ।
27 Èyí yìí ni ẹni tí a ti kọ̀wé nítorí rẹ̀ pé: “‘Wò ó, èmi yóò rán oníṣẹ́ mi síwájú rẹ; ẹni tí yóò tún ọ̀nà rẹ ṣe níwájú rẹ.’
ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
28 Mo wí fún yín nínú àwọn tí a bí nínú obìnrin, kò sí wòlíì tí ó pọ̀ ju Johanu Onítẹ̀bọmi lọ, ṣùgbọ́n ẹni tí ó kéré jùlọ ní ìjọba Ọlọ́run, ó pọ̀jù ú lọ.”
ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।”
29 (Gbogbo àwọn ènìyàn tí ó gbọ́ àti àwọn agbowó òde, wọ́n dá Ọlọ́run láre, nítorí tí a fi ìtẹ̀bọmi Johanu tẹ̀ wọn bọ mi.
ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;
30 Ṣùgbọ́n àwọn Farisi àti àwọn amòfin kọ ète Ọlọ́run fún ara wọn, a kò bamitiisi wọn lọ́dọ̀ rẹ̀.)
କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।
31 Jesu sì wí pé, “Kí ni èmi ìbá fi àwọn ènìyàn ìran yìí wé? Kí ni wọ́n sì jọ?
“ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ?
32 Wọ́n dàbí àwọn ọmọ kékeré tí ó jókòó ní ibi ọjà, tí wọ́n sì ń kọ sí ara wọn, tí wọ́n sì ń wí pé, “‘Àwa fọn fèrè fún yín, ẹ̀yin kò jó, àwa sì ṣọ̀fọ̀ fún yín, ẹ̀yin kò sọkún!’
ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ‘ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।’
33 Nítorí Johanu Onítẹ̀bọmi wá, kò jẹ àkàrà, bẹ́ẹ̀ ni kò sì mu ọtí wáìnì, ẹ̀yin sì wí pé, ‘Ó ní ẹ̀mí èṣù?’
କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’
34 Ọmọ ènìyàn dé, ó ń jẹ, ó sì ń mu, ẹ̀yin sì wí pé, ‘Wò ó, ọ̀jẹun, àti ọ̀mùtí, ọ̀rẹ́ àwọn agbowó òde àti àwọn ẹlẹ́ṣẹ̀!’
ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ‘ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।’
35 Ṣùgbọ́n ọgbọ́n ni a dá láre nípasẹ̀ ọmọ rẹ.”
ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନମାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହୋଇଅଛି।”
36 Farisi kan sì rọ̀ ọ́ kí ó wá bá òun jẹun, ó sì wọ ilé Farisi náà lọ ó sì jókòó láti jẹun.
ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
37 Sì kíyèsi i, obìnrin kan wà ní ìlú náà, ẹni tí i ṣe ẹlẹ́ṣẹ̀, nígbà tí ó mọ̀ pé Jesu jókòó, ó ń jẹun ní ilé Farisi, ó mú ṣágo kékeré alabasita òróró ìkunra wá,
ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
38 Ó sì dúró tì í lẹ́bàá ẹsẹ̀ rẹ̀ lẹ́yìn, ó ń sọkún, ó sì bẹ̀rẹ̀ sí i fi omijé wẹ̀ ẹ́ ní ẹsẹ̀, ó sì ń fi irun orí rẹ nù ún nù, ó sì ń fi ẹnu kò ó ní ẹsẹ̀, ó sì ń fi òróró kùn wọ́n.
ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।
39 Nígbà tí Farisi tí ó pè é sì rí i, ó wí nínú ara rẹ̀ pé, “Ọkùnrin yìí ìbá ṣe wòlíì, ìbá mọ ẹni àti irú ẹni tí obìnrin yìí jẹ́ tí ń fi ọwọ́ kàn an, nítorí ẹlẹ́ṣẹ̀ ni.”
ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା।
40 Jesu sì dáhùn, ó wí fún un pé, “Simoni, Mo ní ohun kan sọ fún ọ.” Ó sì dáhùn pé, “Olùkọ́ máa wí.”
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ।
41 “Ayánilówó kan wà tí ó ní ajigbèsè méjì: ọ̀kan jẹ ẹ́ ní ẹ̀ẹ́dẹ́gbẹ̀ta owó idẹ, èkejì sì jẹ ẹ́ ní àádọ́ta.
“ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା।
42 Nígbà tí wọn kò sì ní ohun tí wọn ó san, ó dáríjì àwọn méjèèjì. Wí nínú àwọn méjèèjì, ta ni yóò fẹ́ ẹ jù?”
ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?”
43 Simoni dáhùn wí pé, “Mo ṣe bí ẹni tí ó dáríjì jù ni.” Jesu wí fún un pé, “Ìwọ ti dájọ́ náà dáradára.”
ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।”
44 Ó sì yípadà sí obìnrin náà, ó wí fún Simoni pé, “Wo obìnrin yìí? Èmi wọ ilé rẹ, ìwọ kò fi omi wẹ ẹsẹ̀ fún mi: ṣùgbọ́n, omijé rẹ̀ ni ó fi ń rọ̀jò sí mi lẹ́sẹ̀ irun orí ni ó fi ń nù wọ́n nù.
ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।
45 Ìwọ kò fi ìfẹnukonu fún mi: ṣùgbọ́n òun, nígbà tí mo ti wọ ilé, kò dẹ́kun ẹnu fífi kò mí lẹ́sẹ̀.
ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ।
46 Ìwọ kò fi òróró pa mí lórí, ṣùgbọ́n òun ti fi òróró pa mí lẹ́sẹ̀.
ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା।
47 Ǹjẹ́ mo wí fún ọ, A dárí ẹ̀ṣẹ̀ rẹ̀ tí ó pọ̀ jì í: nítorí tí ó ní ìfẹ́ púpọ̀: ẹni tí a sì dárí díẹ̀ jì, òun náà ni ó ní ìfẹ́ díẹ̀.”
ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।”
48 Ó sì wí fún un pé, “A dárí ẹ̀ṣẹ̀ rẹ jì ọ́!”
ଆଉ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ପାପସବୁ କ୍ଷମା ହୋଇଅଛି।”
49 Àwọn tí ó bá a jókòó jẹun sì bẹ̀rẹ̀ sí í rò nínú ara wọn pé, “Ta ni èyí tí ń dárí ẹ̀ṣẹ̀ ji ni pẹ̀lú?”
ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ?
50 Ó sì dáhùn wí fún obìnrin náà pé, “Ìgbàgbọ́ rẹ gbà ọ́ là, máa lọ ní àlàáfíà.”
କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”