< Leviticus 25 >
1 Olúwa sọ fún Mose ní orí òkè Sinai pé,
ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ କହିଲେ,
2 “Sọ fún àwọn ọmọ Israẹli, kí o sì wí fún wọn pé, ‘Nígbà tí ẹ bá dé ilẹ̀ náà tí èmi ó fi fún yín, ilẹ̀ náà gbọdọ̀ sinmi fún Olúwa.
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ ଭୋଗ କରିବ।
3 Ọdún mẹ́fà ni ìwọ ó fi gbin oko rẹ, ọdún mẹ́fà ni ìwọ ó fi tọ́jú ọgbà àjàrà rẹ, tí ìwọ ó sì fi kó èso wọn jọ.
ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ।
4 Ṣùgbọ́n ní ọdún keje kí ilẹ̀ náà ní ìsinmi: ìsinmi fún Olúwa. Bẹ́ẹ̀ ni ìwọ kò gbọdọ̀ tọ́jú ọgbà àjàrà rẹ.
ମାତ୍ର ସପ୍ତମ ବର୍ଷରେ ଭୂମିର ମହା ବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ।
5 Ẹ má ṣe kórè ohun tí ó tìkára rẹ̀ hù, ẹ má ṣe kórè èso àjàrà ọgbà tí ẹ ò tọ́jú. Ilẹ̀ náà gbọdọ̀ ní ìsinmi fún ọdún kan.
ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ, ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ; ତାହା ଭୂମିର ମହା ବିଶ୍ରାମ ବର୍ଷ ହେବ।
6 Ohunkóhun tí ilẹ̀ náà bá mú jáde ní ọdún ìsinmi ni yóò jẹ́ oúnjẹ fún yín àní fún ẹ̀yin tìkára yín, àwọn ìránṣẹ́kùnrin àti ìránṣẹ́bìnrin yín, àwọn alágbàṣe àti àwọn tí ń gbé pẹ̀lú yín fún ìgbà díẹ̀.
ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର, ତୁମ୍ଭ ଦାସର, ତୁମ୍ଭ ଦାସୀର, ତୁମ୍ଭ ବେତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;
7 Fún àwọn ohun ọ̀sìn yín, àti àwọn ẹranko búburú ní ilẹ̀ yín. Ohunkóhun tí ilẹ̀ náà bá mú jáde ní ẹ lè jẹ.
ପୁଣି, ତୁମ୍ଭ ପଶୁର ଓ ତୁମ୍ଭ ଦେଶୀୟ ବନ୍ୟପଶୁର ଆହାର ନିମନ୍ତେ ହେବ।
8 “‘Ọdún ìsinmi méje èyí tí í ṣe ọdún mọ́kàndínláàádọ́ta ni kí ẹ kà.
ଆଉ, ତୁମ୍ଭେ ଆପଣା ନିମନ୍ତେ ସାତ ବିଶ୍ରାମ ବର୍ଷ, ଅର୍ଥାତ୍, ସାତ ଗୁଣ ସାତ ବର୍ଷ ଗଣନା କରିବ; ତହିଁରେ ସେହି ସାତ ଗୁଣ ସାତ ବର୍ଷର ଦିନ ତୁମ୍ଭ ପ୍ରତି ଅଣଞ୍ଚାଶ ବର୍ଷ ହେବ।
9 Lẹ́yìn náà, kí ẹ fọn fèrè ní gbogbo ibikíbi ní ọjọ́ kẹwàá oṣù keje ní ọjọ́ ìwẹ̀nùmọ́. Ní ọjọ́ ètùtù yìí, ẹ fọn fèrè yíká gbogbo ilẹ̀ yín.
ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ; ପ୍ରାୟଶ୍ଚିତ୍ତ ଦିନରେ ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଦେଶରେ ତୂରୀ ବଜାଇବ।
10 Ẹ ya àádọ́ta ọdún náà sọ́tọ̀ kí ẹ sì kéde òmìnira fún gbogbo ẹni tí ń gbé ilẹ̀ náà. Yóò jẹ́ ọdún ìdásílẹ̀ fún yín. Kí olúkúlùkù padà sí ilẹ̀ ìní rẹ̀ àti sí ọ̀dọ̀ àwọn ẹbí rẹ̀.
ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୋବେଲ (ମହା ଉଲ୍ଲାସ ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ।
11 Àádọ́ta ọdún ni yóò jẹ́ ọdún ìdásílẹ̀ fún yín. Ẹ má ṣe gbin ohunkóhun, ẹ kò sì gbọdọ̀ kórè ohun tí ó hù fúnra rẹ̀ tàbí kí ẹ kórè ọgbà àjàrà tí ẹ kò dá.
ସେହି ପଚାଶତମ ବର୍ଷ ବ୍ୟାପି ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ; ତୁମ୍ଭେମାନେ ବୁଣିବ ନାହିଁ କିଅବା ଯେଉଁ ଶସ୍ୟ ଆପେ ବଢ଼େ, ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।
12 Torí pé ọdún ìdásílẹ̀ ni ó sì gbọdọ̀ jẹ́ mímọ́ fún yín. Ẹ jẹ ohun tí ẹ mú jáde nínú oko náà.
କାରଣ ତାହା ଯୋବେଲ ବର୍ଷ ଅଟେ; ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ; ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ।
13 “‘Ní ọdún ìdásílẹ̀ yìí, kí olúkúlùkù gbà ohun ìní rẹ̀ padà.
ସେହି ଯୋବେଲ ବର୍ଷରେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ।
14 “‘Bí ẹ bá ta ilẹ̀ fún ọ̀kan nínú àwọn ènìyàn yín tàbí bí ẹ bá ra èyíkéyìí láti ọ̀dọ̀ rẹ̀, ẹ má ṣe rẹ́ ara yín jẹ.
ଯଦି ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ଭୂମ୍ୟାଦି ବିକ୍ରୟ କର, ଅବା ଆପଣା ପ୍ରତିବାସୀ ହସ୍ତରୁ କ୍ରୟ କର, ତେବେ ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ।
15 Kí ẹ ra ilẹ̀ lọ́wọ́ àwọn ènìyàn yín ní gẹ́gẹ́ bí iye owó tí ó kù kí ọdún ìdásílẹ̀ pé, kí òun náà sì ta ilẹ̀ fún yín gẹ́gẹ́ bí iye ọdún rẹ̀ tókù láti kórè.
ତୁମ୍ଭେ ଯୋବେଲ ପରବର୍ଷର ସଂଖ୍ୟାନୁସାରେ ଆପଣା ପ୍ରତିବାସୀଠାରୁ କ୍ରୟ କରିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ସେ ତୁମ୍ଭକୁ ବିକ୍ରୟ କରିବ।
16 Bí iye ọdún rẹ̀ bá gùn, kí iye owó rẹ̀ pọ̀, bí iye ọdún rẹ̀ bá kúrú, kí iye owó rẹ̀ kéré, torí pé ohun tí ó tà gan an ní iye èso rẹ̀.
ତୁମ୍ଭେ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତାନୁସାରେ ମୂଲ୍ୟ ଊଣା କରିବ; କାରଣ ସେ ତୁମ୍ଭକୁ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ଭୂମି ବିକ୍ରୟ କରିବ।
17 Ẹ má ṣe rẹ́ ara yín jẹ, ṣùgbọ́n ẹ bẹ̀rù Ọlọ́run. Èmi ni Olúwa Ọlọ́run yín.
ତୁମ୍ଭେମାନେ ପରସ୍ପରର ଅନ୍ୟାୟ କରିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
18 “‘Ẹ tẹ̀lé àwọn ìlànà mi, kí ẹ sì kíyèsi láti pa òfin mi mọ́, kí ẹ ba à le máa gbé láìléwu ní ilẹ̀ náà.
ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନସକଳ ମାନିବ ଓ ପାଳନ କରିବ; ତହିଁରେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରିବ।
19 Nígbà yìí ni ilẹ̀ náà yóò so èso rẹ̀, ẹ ó sì jẹ àjẹyó, ẹ ó sì máa gbé láìléwu.
ପୁଣି, ଭୂମି ନିଜ ଫଳ ଉତ୍ପନ୍ନ କରିବ, ତହିଁରେ ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ।
20 Ẹ le béèrè pé, “Kí ni àwa ó jẹ ní ọdún keje, bí a kò bá gbin èso tí a kò sì kórè?”
ଆଉ ତୁମ୍ଭେମାନେ ଯଦି କହିବ, ଦେଖ, ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କଅଣ ଖାଇବୁ?
21 Èmi ó pèsè ìbùkún sórí yín tó bẹ́ẹ̀ tí ilẹ̀ yín yóò so èso tó tó fún ọdún mẹ́ta lẹ́yìn rẹ̀.
ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା, ତହିଁରେ ତାହା ତିନି ବର୍ଷର ଫଳ ଉତ୍ପନ୍ନ କରିବ।
22 Bí ẹ bá gbin èso yín ní ọdún kẹjọ, àwọn èso ti tẹ́lẹ̀ ní ẹ ó máa jẹ, títí tí ìkórè ti ọdún kẹsànán yóò fi dé.
ପୁଣି, ଅଷ୍ଟମ ବର୍ଷରେ ତୁମ୍ଭେମାନେ ବୁଣିବ ଓ ପୁରାତନ ଶସ୍ୟ ଖାଇବ; ନବମ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ତୁମ୍ଭେମାନେ ପୁରାତନ ଶସ୍ୟ ଭୋଜନ କରିବ।
23 “‘Ẹ má ṣe ta ilẹ̀ yín ní àtàpa torí pé ẹ̀yin kọ́ lẹ ni ín, ti Ọlọ́run ni, ẹ̀yin jẹ́ àjèjì àti ayálégbé.
ଆଉ, ଭୂମି ସଦାକାଳ ନିମନ୍ତେ ବିକ୍ରୟ କରାଯିବ ନାହିଁ; କାରଣ ଭୂମି ଆମ୍ଭର; ତୁମ୍ଭେମାନେ ଆମ୍ଭ ସହିତ ବିଦେଶୀ ଓ ପ୍ରବାସୀ ଅଟ।
24 Ní gbogbo orílẹ̀-èdè ìní yín, ẹ fi ààyè sílẹ̀ fún ìràpadà ilẹ̀ náà.
ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ।
25 “‘Bí ọ̀kan nínú àwọn ènìyàn yín bá tálákà, dé bi pé ó ta ara àwọn ẹrù rẹ̀, kí ará ilé rẹ̀ tí ó súnmọ́ ọ ra ohun tí ó tà padà.
ଯଦି ତୁମ୍ଭର ଭ୍ରାତା ଦରିଦ୍ର ହୋଇ ଆପଣା ଅଧିକାରରୁ କିଛି ବିକ୍ରୟ କରେ, ତେବେ ତାହାର ମୁକ୍ତିକର୍ତ୍ତା ନିକଟସ୍ଥ ଜ୍ଞାତି ଆସି ଆପଣା ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ।
26 Ẹni tí kò ní ẹni tó lè rà á padà fún un, tí òun fúnra rẹ̀ sì ti lọ́rọ̀, tí ó sì ní ànító láti rà á.
ପୁଣି, ଯଦି ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ,
27 Kí ó mọ iye owó tí ó jẹ fún iye ọdún tí ó tà á, kí ó dá iye tí ó kù padà fún ẹni tí ó tà á fún, lẹ́yìn náà, ó lè padà sí ilẹ̀ ìní rẹ̀.
ତେବେ ସେ ତହିଁର ବିକ୍ରୟ ବର୍ଷ ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ; ତହିଁରେ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
28 Ṣùgbọ́n bí kò bá rí ọ̀nà àti san án padà fún un. Ohun tí ó tà wà ní ìkáwọ́ ẹni tí ó rà á títí di ọdún ìdásílẹ̀. Kí ó dá a padà fún ẹni tí ó ni i ní ọdún ìdásílẹ̀, ẹni tí ó ni í tẹ́lẹ̀ lè tún padà gbà ohun ìní rẹ̀.
ମାତ୍ର ଯଦି ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକ୍ରୟ କରିଅଛି, ତାହା ଯୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୋବେଲ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
29 “‘Bí arákùnrin kan bá ta ilé gbígbé kan ní ìlú olódi, kí ó rà á padà ní ìwọ̀n ọdún kan sí àkókò tí ó tà á, ní ìwọ̀n ọdún kan ni kí ó rà á padà.
ଆଉ, ଯଦି କେହି ପ୍ରାଚୀର-ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ; ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ।
30 Ṣùgbọ́n bí kò bá rà á padà láàrín ọdún náà ilé náà tí ó wà láàrín ìlú ni kí ó yọ̀ǹda pátápátá fún ẹni tí ó rà á, àti àwọn ìdílé rẹ̀. Kí wọ́n má da padà ní ọdún ìdásílẹ̀.
ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀର-ବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ-ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୋବେଲ ସମୟରେ ତାହା ମୁକ୍ତ ହେବ ନାହିଁ।
31 Ṣùgbọ́n àwọn ilé tí ó wà ní abúlé láìní odi ni kí a kà gẹ́gẹ́ bí ilẹ̀ oko, a lè rà wọ́n padà, kí wọ́n sì da padà ní ọdún ìdásílẹ̀.
ମାତ୍ର ପ୍ରାଚୀରହୀନ ଗ୍ରାମର ମଧ୍ୟବର୍ତ୍ତୀ ଗୃହଗୁଡ଼ିକ ଦେଶର କ୍ଷେତ୍ର ମଧ୍ୟରେ ଗଣାଯିବ ତାହା ମୁକ୍ତ ହୋଇପାରେ, ପୁଣି ଯୋବେଲ ସମୟରେ ତାହା ମୁକ୍ତ ହେବ।
32 “‘Àwọn ọmọ Lefi ní ẹ̀tọ́, nígbàkígbà láti ra ilẹ̀ wọn, tí ó jẹ́ ohun ìní wọn ní àwọn ìlú tí ó jẹ́ ti ọmọ Lefi.
ମାତ୍ର ଲେବୀୟମାନଙ୍କର ନଗରସକଳ, ସେମାନଙ୍କ ଅଧିକୃତ ନଗରର ଗୃହସକଳ ମୁକ୍ତ କରିବାର ଅଧିକାର ଲେବୀୟମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ।
33 Torí náà ohun ìní àwọn ọmọ Lefi ni wọ́n rà padà, fún àpẹẹrẹ, èyí ni pé ilẹ̀ tí a bá tà ní ìlúkílùú tí ó jẹ́ tiwọn, ó sì gbọdọ̀ di dídápadà ní ọdún ìdásílẹ̀, torí pé àwọn ilẹ̀ tí ó wà ní ìlú àwọn Lefi ni ìní wọn láàrín àwọn ará Israẹli.
ପୁଣି, ଯଦି କେହି ଲେବୀୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ଯୋବେଲ ସମୟରେ ମୁକ୍ତ ହେବ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଲେବୀୟମାନଙ୍କ ଗୃହସକଳ ସେମାନଙ୍କର ଅଧିକାର।
34 Ṣùgbọ́n ilẹ̀ tí wọ́n ti ń da ẹran tí ó jẹ́ ti ìlú wọn, wọn kò gbọdọ̀ tà wọ́n, ilẹ̀ ìní wọn láéláé ni.
ମାତ୍ର ସେମାନଙ୍କ ନଗରର ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ; କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।
35 “‘Bí arákùnrin yín kan bá tálákà tí kò sì le è pèsè fún àìní ara rẹ̀, ẹ pèsè fún un bí ẹ ti ń ṣe fún àwọn àlejò tàbí àwọn tí ẹ gbà sílé: kí ó ba à le è máa gbé láàrín yín.
ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଯାପନ କରିବ।
36 Ẹ kò gbọdọ̀ gba èlé kankan lọ́wọ́ rẹ̀, ẹ bẹ̀rù Olúwa kí arákùnrin yín le è máa gbé láàrín yín.
ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନ ଯାପନ କରିବ।
37 Ẹ má ṣe gba èlé lórí owó tí ẹ yá a bẹ́ẹ̀ ni ẹ kò gbọdọ̀ jẹ èrè lórí oúnjẹ tí ẹ tà fún un.
ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି (ଦେଢ଼ଗୁଣ ସୁଧହାର) ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ।
38 Èmi ni Olúwa Ọlọ́run yín tí ó mú yín jáde láti ilẹ̀ Ejibiti láti fún yín ní ilẹ̀ Kenaani àti láti jẹ́ Ọlọ́run yín.
ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ପାଇଁ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିସର ଦେଶରୁ ବାହାର କରି ଆଣିଲେ, ତୁମ୍ଭମାନଙ୍କର ପରମେଶ୍ୱର ସେହି ସଦାପ୍ରଭୁ ଆମ୍ଭେ ଅଟୁ।
39 “‘Bí arákùnrin yín kan bá tálákà dé bi pé ó ta ara rẹ̀ fún ọ bí ẹrú. Má ṣe lò ó bí ẹrú.
ଆଉ ଯଦି ତୁମ୍ଭ ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ଆପଣାକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧାଦାସ ପରି ପରିଶ୍ରମ କରାଇବ ନାହିଁ।
40 Jẹ́ kí ó wà lọ́dọ̀ rẹ bí alágbàṣe tàbí àlejò láàrín yín, kí ó máa ṣiṣẹ́ sìn ọ́ títí di ọdún ìdásílẹ̀.
ସେ ବେତନଜୀବୀ ଓ ପ୍ରବାସୀ ନ୍ୟାୟ ତୁମ୍ଭ ସହିତ ବାସ କରିବ; ସେ ଯୋବେଲ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ।
41 Nígbà náà ni kí ó yọ̀ǹda òun àti àwọn ọmọ rẹ̀, kí wọ́n padà sí ìdílé wọn àti sí ilẹ̀ ìní baba wọn.
ତହୁଁ ସେ ଆପଣା ସନ୍ତାନଗଣ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ଆପଣା ବଂଶ ନିକଟକୁ ଓ ତାହାର ପୈତୃକ ଅଧିକାରକୁ ଫେରିଯିବ।
42 Torí pé ìránṣẹ́ mi ni àwọn ará Israẹli jẹ́. Ẹni tí mo mú jáde láti ilẹ̀ Ejibiti wá, torí èyí ẹ kò gbọdọ̀ tà wọ́n lẹ́rú.
କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ସେମାନେ ବନ୍ଧାଦାସ ତୁଲ୍ୟ ବିକ୍ରୀତ ହେବେ ନାହିଁ।
43 Ẹ má ṣe rorò mọ́ wọn: ṣùgbọ́n ẹ bẹ̀rù Ọlọ́run yín.
ତୁମ୍ଭେ ତାହା ଉପରେ କଠିନ କର୍ତ୍ତୃତ୍ୱ କରିବ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କରିବ।
44 “‘Àwọn ẹrúkùnrin àti ẹrúbìnrin yín lè jẹ́ láti orílẹ̀-èdè tí ó yí yín ká, ẹ lè ra àwọn ẹrú wọ̀nyí lọ́wọ́ wọn.
ତୁମ୍ଭର ବନ୍ଧାଦାସ ଓ ବନ୍ଧାଦାସୀ ରଖିବାର ହେଲେ, ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ ବନ୍ଧାଦାସ ଓ ବନ୍ଧାଦାସୀ କ୍ରୟ କରିବ।
45 Bákan náà, ẹ sì le è ra àwọn àlejò tí ń gbé láàrín yín, àti àwọn ìdílé wọn tí a bí sáàrín yín. Wọn yóò sì di ohun ìní yín.
ଆହୁରି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ସନ୍ତାନଗଣଠାରୁ ଓ ତୁମ୍ଭମାନଙ୍କ ଦେଶରେ ସେମାନଙ୍କଠାରୁ ଉତ୍ପନ୍ନ ଯେଉଁ ଯେଉଁ ବଂଶ ତୁମ୍ଭମାନଙ୍କର ସହବର୍ତ୍ତୀ ଥାʼନ୍ତି, ସେମାନଙ୍କଠାରୁ କ୍ରୟ କରିବ, ପୁଣି, ସେମାନେ ତୁମ୍ଭମାନଙ୍କର ଅଧିକାର ହେବେ।
46 Ẹ lè fi wọ́n sílẹ̀ bí ogún fún àwọn ọmọ yín, wọ́n sì lè sọ wọ́n di ẹrú títí láé. Ṣùgbọ́n ẹ kò gbọdọ̀ rorò mọ́ ọmọ Israẹli kankan.
ପୁଣି, ତୁମ୍ଭେମାନେ ଆପଣା ଉତ୍ତାରେ ଆପଣା ଭବିଷ୍ୟତ ସନ୍ତାନଗଣର ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତି ରୂପେ ସେମାନଙ୍କୁ ଦେଇ ପାରିବ; ତୁମ୍ଭେମାନେ ସେମାନଙ୍କୁ ନିତ୍ୟ ଆପଣାମାନଙ୍କର ଦାସ୍ୟକର୍ମ କରାଇ ପାରିବ; ମାତ୍ର ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତା ଇସ୍ରାଏଲ-ସନ୍ତାନଗଣ ଉପରେ ପରସ୍ପର କଠିନ କର୍ତ୍ତୃତ୍ୱ କରିବ ନାହିଁ।
47 “‘Bí àlejò kan láàrín yín tàbí ẹni tí ń gbé àárín yín fún ìgbà díẹ̀ bá lọ́rọ̀ tí ọmọ Israẹli sì tálákà dé bi pé ó ta ara rẹ̀ lẹ́rú fún àlejò tàbí ìdílé àlejò náà.
ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀ କି ପ୍ରବାସୀ ଲୋକର ହସ୍ତ ଧନରେ ବଢ଼େ, ପୁଣି, ତାହାର ନିକଟବର୍ତ୍ତୀ ତୁମ୍ଭର ଭ୍ରାତା ଦରିଦ୍ର ହୋଇଯାଏ ଓ ସେହି ବିଦେଶୀ କି ପ୍ରବାସୀ କିଅବା ସେହି ବିଦେଶୀ ବଂଶରୁ ଉତ୍ପନ୍ନ କାହାରି ନିକଟରେ ଆପଣାକୁ ବିକ୍ରୟ କରେ;
48 Ó lẹ́tọ̀ọ́ si ki a rà á padà lẹ́yìn ìgbà tí ó ti ta ara rẹ̀. Ọ̀kan nínú ìbátan rẹ̀ le è rà á padà.
ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ।
49 Àbúrò baba rẹ̀ ọkùnrin tàbí àbúrò rẹ̀ obìnrin tàbí ẹnikẹ́ni tí ó bá tan nínú ìdílé rẹ̀ le è rà wọ̀n padà. Bí ó bá sì ti lọ́rọ̀, ó lè ra ara rẹ̀ padà.
କିଅବା ତାହାର ପିତୃବ୍ୟ କି ପିତୃବ୍ୟପୁତ୍ର ତାହାକୁ ମୁକ୍ତ କରି ପାରିବ, ଅବା ତାହାର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାହାକୁ ମୁକ୍ତ କରି ପାରିବ; ଅବା ଯଦି ତାହାର ହସ୍ତ ଧନରେ ବୃଦ୍ଧି ପାଏ, ତେବେ ସେ ଆପଣାକୁ ମୁକ୍ତ କରି ପାରିବ।
50 Kí òun àti olówó rẹ̀ ka iye ọdún tí ó ta ara rẹ̀ títí dé ọdún ìdásílẹ̀ kí iye owó ìdásílẹ̀ rẹ̀ jẹ́ iye tí wọ́n ń san lórí alágbàṣe fún iye ọdún náà.
ତହିଁରେ ତାହାର ବିକ୍ରୟ ବର୍ଷଠାରୁ ଯୋବେଲ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟାନୁସାରେ ତାହାର ମୂଲ୍ୟ ହେବ; ବେତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ କାଳ ହେବ।
51 Bí iye ọdún rẹ̀ tí ó ṣẹ́kù bá pọ̀, kí iye owó fún ìràpadà rẹ̀ pọ̀.
ଯଦି ଅନେକ ବର୍ଷ ବାକି ଥାଏ, ତେବେ ତଦନୁସାରେ ସେ କ୍ରୟମୂଲ୍ୟରୁ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।
52 Bí ó bá sì ṣe pé kìkì ọdún díẹ̀ ni ó kù títí di ọdún jubili, kí ó ṣe ìṣirò rẹ̀, kí ó sì san owó náà bí iye ìṣirò rẹ̀ padà.
ଆଉ ଯଦି ଯୋବେଲ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ସେ ତାହା ସହିତ ଗଣନା କରିବ; ସେହି ସେହି ବର୍ଷାନୁସାରେ ସେ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।
53 Bí ẹ ti ń ṣe sí i lọ́dọọdún, ẹ rí i dájú pé olówó rẹ̀ kò korò mọ́ ọ.
ବର୍ଷକୁ ବର୍ଷ ନିଯୁକ୍ତ ଦାସ ତୁଲ୍ୟ ସେ ତାହା ସହିତ ରହିବ; ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠିନ କର୍ତ୍ତୃତ୍ୱ କରିବ ନାହିଁ।
54 “‘Bí a kò bá rà á padà nínú gbogbo ọ̀nà wọ̀nyí, kí ẹ tú òun àti àwọn ọmọ rẹ̀ sílẹ̀ ní ọdún ìdásílẹ̀.
ଆଉ ଯଦି ସେ ଏହିରୂପେ ମୁକ୍ତ ନ ହୁଏ, ତେବେ ସେ ଯୋବେଲ ବର୍ଷରେ ଆପଣା ସନ୍ତାନଗଣ ସହିତ ମୁକ୍ତ ହୋଇ ବାହାରି ଯିବ।
55 Nítorí pé ìránṣẹ́ ni àwọn ọmọ Israẹli jẹ́ fún mi. Ìránṣẹ́ mi ni wọ́n, tí mo mú jáde láti Ejibiti wá. Èmi ni Olúwa Ọlọ́run yín.
କାରଣ ଇସ୍ରାଏଲ-ସନ୍ତାନଗଣ କେବଳ ଆମ୍ଭର ଦାସ, ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”