< Leviticus 2 >
1 “‘Bí ẹnìkan bá mú ọrẹ ẹbọ ohun jíjẹ wá fún Olúwa ọrẹ rẹ̀ gbọdọ̀ jẹ́ ìyẹ̀fun dáradára, kí ó da òróró sí i, kí o sì fi tùràrí sí i,
ଆଉ, କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁ ଦେବ;
2 kí ó sì gbé lọ fún àwọn ọmọ Aaroni tí í ṣe àlùfáà. Àlùfáà yóò bu ẹ̀kúnwọ́ kan nínú ìyẹ̀fun àti òróró náà, pẹ̀lú gbogbo tùràrí kí ó sì sun ún gẹ́gẹ́ bí ẹbọ ìrántí lórí pẹpẹ, ọrẹ tí a fi iná ṣe, àní òórùn dídùn sí Olúwa.
ପୁଣି ତାହା ହାରୋଣର ପୁତ୍ର ଯାଜକମାନଙ୍କ ନିକଟକୁ ଆଣିବ; ତହିଁରେ ଯାଜକ ତହିଁରୁ ମୁଠାଏ ସରୁ ମଇଦା ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ନେବ; ପୁଣି ଯାଜକ ସ୍ମରଣାର୍ଥକ ଅଂଶ ରୂପେ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
3 Ìyókù nínú ọrẹ ohun jíjẹ náà jẹ́ ti Aaroni àti àwọn ọmọ rẹ̀, ó jẹ́ ìpín tí ó mọ́ jùlọ nínú ọrẹ tí a fi iná sun sí Olúwa.
ଏହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।
4 “‘Bí ẹ bá mú ọrẹ ohun jíjẹ, èyí tí a yan lórí ààrò iná, kí ó jẹ́ ìyẹ̀fun kíkúnná dáradára, àkàrà tí a ṣe láìní ìwúkàrà, tí a sì fi òróró pò àti àkàrà fẹ́lẹ́fẹ́lẹ́ tí a ṣe láìní ìwúkàrà èyí tí a fi òróró pò.
ଆଉ ଯଦି ତୁମ୍ଭେ ଭକ୍ଷ୍ୟ ନୈବେଦ୍ୟ ରୂପେ ତନ୍ଦୁରରେ ରନ୍ଧନ ହୋଇଥିବା ଦ୍ରବ୍ୟ ଦିଅ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ଅବା ତୈଳାକ୍ତ ସରୁ ଚକୁଳି ହେବ।
5 Bí ọrẹ ẹbọ rẹ bá jẹ́ inú àwo pẹẹrẹ ni o ti ṣe ohun jíjẹ rẹ, kí ó jẹ́ ìyẹ̀fun dáradára tí a fi òróró pò, kò sì gbọdọ̀ ní ìwúkàrà.
ଆଉ ଯଦି ପଲମରେ ଭଜା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ହେବ।
6 Rún un kí o sì da òróró sí i lórí, ọrẹ ohun jíjẹ ni.
ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ ନୈବେଦ୍ୟ।
7 Bí ọrẹ ẹbọ rẹ bá jẹ́ ẹbọ ohun jíjẹ, tí a yan nínú apẹ, ìyẹ̀fun dáradára ni kí o fi ṣè é pẹ̀lú òróró.
ଆଉ ଯଦି କରେଇରେ ରନ୍ଧନ ହୋଇଥିବା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳରେ ରନ୍ଧନ ହୋଇଥିବା ସରୁ ମଇଦାର ହେବ।
8 Mú ọrẹ ohun jíjẹ tí a fi àwọn nǹkan wọ̀nyí ṣe wá fún Olúwa gbé e fún àlùfáà, ẹni tí yóò gbe e lọ sí ibi pẹpẹ.
ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ।
9 Àlùfáà yóò sì mú ẹbọ ìrántí nínú ọrẹ ohun jíjẹ yìí, yóò sì sun ún lórí pẹpẹ gẹ́gẹ́ bí ọrẹ tí a fi iná sun, àní òórùn dídùn sí Olúwa.
ପୁଣି, ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
10 Ìyókù nínú ọrẹ ohun jíjẹ yìí jẹ́ ti Aaroni àti àwọn ọmọ rẹ̀, ó jẹ́ èyí tí ó mọ́ jùlọ nínú ọrẹ tí a fi iná sun sí Olúwa.
ପୁଣି ସେହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।
11 “‘Gbogbo ọrẹ ohun jíjẹ tí ẹ bá mú wá fún Olúwa kò gbọdọ̀ ní ìwúkàrà nínú, nítorí pé ẹ kò gbọdọ̀ sun ohun wíwú tàbí oyin nínú ọrẹ tí ẹ fi iná sun sí Olúwa.
ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଧ କରିବ ନାହିଁ।
12 Ẹ lè mú wọn wá fún Olúwa gẹ́gẹ́ bí ọrẹ àkọ́so ṣùgbọ́n ẹ kò gbọdọ̀ mú wọn wá sórí pẹpẹ gẹ́gẹ́ bí òórùn dídùn.
ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ, ମାତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ତାହା ବେଦି ଉପରକୁ ଆସିବ ନାହିଁ।
13 Ẹ fi iyọ̀ dun gbogbo ọrẹ ohun jíjẹ yín. Ẹ má ṣe aláìfi iyọ̀ májẹ̀mú Ọlọ́run yín sínú àwọn ọrẹ ohun jíjẹ yín, ẹ fi iyọ̀ sí gbogbo ọrẹ yín.
ଆଉ ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟକୁ ତୁମ୍ଭ ପରମେଶ୍ୱରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ।
14 “‘Bí ẹ bá mú ọrẹ ohun jíjẹ ti àkọ́so oko yín wá fún Olúwa kí ẹ mú ọkà tuntun tí a fi iná yan.
ପୁଣି ଯଦି ତୁମ୍ଭେ ଆପଣା ପ୍ରଥମ ଫଳର ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ଅଗ୍ନିରେ ଭଜା ଶିଷା, ଅର୍ଥାତ୍, ମର୍ଦ୍ଦିତ କୋମଳ ଶିଷା ଉତ୍ସର୍ଗ କରିବ।
15 Kí ẹ da òróró lé e lórí, kí ẹ sì fi tùràrí sí i, ó jẹ́ ọrẹ ohun jíjẹ.
ପୁଣି ତହିଁ ଉପରେ ତୈଳ ଦେବ ଓ କୁନ୍ଦୁରୁ ରଖିବ; ତାହା ଭକ୍ଷ୍ୟ ନୈବେଦ୍ୟ।
16 Àlùfáà yóò sun ẹbọ ìrántí lára ọkà àti òróró náà, pẹ̀lú gbogbo tùràrí gẹ́gẹ́ bí ọrẹ tí a fi iná sun sí Olúwa.
ତହୁଁ ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ କୁନ୍ଦୁରୁ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।