< Leviticus 15 >
1 Olúwa sọ fún Mose àti Aaroni pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2 “Ẹ bá àwọn ọmọ Israẹli sọ̀rọ̀, kí ẹ wí fún wọn pé, ‘Bí ìsunjáde bá ń jáde lára ọkùnrin kan lójú ara, ìsunjáde náà jẹ́ àìmọ́.
“ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ଯଦି ପୁରୁଷର ଶରୀରରେ ପ୍ରମେହ ରୋଗ ହୁଏ, ସେ ଆପଣାର ସେହି ପ୍ରମେହ ସକାଶୁ ଅଶୁଚି ହେବ।
3 Yálà ó ń jáde léraléra tàbí ó dúró, èyí yóò sọ ọ́ di aláìmọ́. Báyìí ni ìsunjáde rẹ̀ ṣe le è sọ ọ́ di aláìmọ́:
ପୁଣି ପ୍ରମେହ ସକାଶୁ ତାହାର ଅଶୁଚିତାର ବିଧି ଏହି; ତାହାର ଶରୀରରୁ ପ୍ରମେହ ଝରୁ ଥାଉ ଅବା ଶରୀରରେ ବନ୍ଦ ଥାଉ, ତାହା ତାହାର ଅଶୁଚିତା ଅଟେ।
4 “‘Gbogbo ibùsùn tí irú ẹni tí ó ní ìsunjáde náà bá sùn di àìmọ́.
ପ୍ରମେହୀ ଲୋକ ଯେଉଁ ପ୍ରତ୍ୟେକ ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ ଓ ଯେଉଁ ପ୍ରତ୍ୟେକ ପଦାର୍ଥ ଉପରେ ସେ ବସେ, ତାହା ଅଶୁଚି ହେବ।
5 Bí ẹnikẹ́ni bá fi ara kan ibùsùn rẹ̀, ó gbọdọ̀ fọ aṣọ rẹ̀ kí ó sì wẹ̀. Yóò sì wà ní ipò àìmọ́ títí ìrọ̀lẹ́.
ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
6 Ẹnikẹ́ni tí ó bá jókòó lórí ohunkóhun tí ọkùnrin tí ó ní ìsunjáde bá jókòó le gbọdọ̀ fọ aṣọ rẹ̀, kí ó sì wẹ̀, kí ó sì wà láìmọ́ títí di ìrọ̀lẹ́.
ଆଉ, ଯେକୌଣସି ପଦାର୍ଥ ଉପରେ ପ୍ରମେହୀ ବସେ, ତହିଁ ଉପରେ ଯଦି କେହି ବସେ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
7 “‘Ẹnikẹ́ni tí ó bá fọwọ́ kan ọkùnrin náà tí ó ní ìsunjáde gbọdọ̀ fọ aṣọ rẹ̀, kí ó sì wẹ̀, yóò sì di aláìmọ́ títí di ìrọ̀lẹ́.
ପୁଣି, ଯେକେହି ପ୍ରମେହୀର ଶରୀର ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
8 “‘Bí ẹni tí ó ní ìsunjáde bá tu itọ́ sí ẹni tí ó mọ́ lára, ẹni tí ó mọ́ náà gbọdọ̀ fọ aṣọ rẹ̀ kí ó sì wẹ̀, yóò sì wà ní ipò àìmọ́ títí di ìrọ̀lẹ́.
ଆଉ, ପ୍ରମେହୀ ଯଦି ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
9 “‘Gàárì ẹranko tí ẹni náà bá gùn yóò di àìmọ́.
ପୁଣି, ପ୍ରମେହୀ ଯେଉଁ ବାହନ ଉପରେ ଚଢ଼େ, ତାହା ଅଶୁଚି ହେବ।
10 Ẹnikẹ́ni tí ó bá fọwọ́ kan ohunkóhun tí ó wà lábẹ́ ọkùnrin náà di aláìmọ́ títí di ìrọ̀lẹ́. Ẹnikẹ́ni tí ó bá mú irú nǹkan bẹ́ẹ̀ gbọdọ̀ fọ aṣọ rẹ̀, kí ó wẹ ara rẹ̀. Yóò sì jẹ́ aláìmọ́ títí di ìrọ̀lẹ́.
ଆଉ, ଯେକେହି ତାହାର ତଳସ୍ଥ କୌଣସି ବସ୍ତୁ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ପୁଣି ଯେକେହି ତାହା ବୋହିବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
11 “‘Ẹnikẹ́ni tí ọkùnrin tí ó ní ìsunjáde ní ara rẹ̀ bá fi ara kàn láìfi omi fọ ọwọ́ rẹ̀, gbọdọ̀ fọ aṣọ rẹ̀ kí ó sì wẹ̀. Yóò sì wà ní ipò àìmọ́ títí ìrọ̀lẹ́.
ପୁଣି, ପ୍ରମେହୀ ଆପଣା ହସ୍ତ ଜଳରେ ନ ଧୋଇ ଯାହାକୁ ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
12 “‘Ìkòkò amọ̀ tí ọkùnrin náà bá fọwọ́ kàn ni kí ẹ fọ́, gbogbo ohun èlò igi tí ó fọwọ́ kàn ni kí ẹ fi omi sàn.
ପୁଣି, ପ୍ରମେହୀ ଯେଉଁ ମୃତ୍ତିକା ପାତ୍ର ଛୁଇଁବ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ।
13 “‘Ẹnikẹ́ni tí a bá wẹ̀nù kúrò nínú ìsunjáde rẹ̀ gbọdọ̀ ka ọjọ́ méje fún àwọn ọjọ́ ìwẹ̀nùmọ́: kí ó fọ aṣọ rẹ̀, kí ó sì fi omi wẹ ara rẹ̀, yóò sì di mímọ́.
ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।
14 Ní ọjọ́ kẹjọ kí ó mú àdàbà méjì tàbí ọmọ ẹyẹlé méjì, kí ó sì wá sí ẹnu-ọ̀nà àgọ́ ìpàdé níwájú Olúwa, kí ó sì kó wọn fún àlùfáà.
ପୁଣି, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ।
15 Kí àlùfáà fi wọ́n rú ẹbọ: ọ̀kan fún ọrẹ ẹ̀ṣẹ̀ àti èkejì fún ọrẹ ẹbọ sísun níwájú Olúwa ní ipò ọkùnrin náà nítorí ìsunjáde rẹ̀.
ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
16 “‘Bí nǹkan ọkùnrin kan bá tú jáde, kí ó wẹ gbogbo ara rẹ̀, kí ó wà ní ipò àìmọ́ títí ìrọ̀lẹ́.
ଆଉ, ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
17 Yálà àwọ̀ tàbí aṣọ tí nǹkan ọkùnrin bá dà sí lórí ni kí ẹ fọ̀, yóò sì wà ní ipò àìmọ́ di ìrọ̀lẹ́.
ଆଉ, ଯେଉଁ ପ୍ରତ୍ୟେକ ବସ୍ତ୍ରରେ କି ଚର୍ମରେ ବୀର୍ଯ୍ୟପାତ ହୁଏ, ତାହା ଜଳରେ ଧୋଇବ ଓ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
18 Bí ọkùnrin kan bá bá obìnrin lòpọ̀ tí nǹkan ọkùnrin sì tú jáde lára rẹ̀. Àwọn méjèèjì gbọdọ̀ fi omi wẹ̀, kí wọ́n sì wà ní ipò àìmọ́ títí di ìrọ̀lẹ́.
ମଧ୍ୟ ସେ ସ୍ତ୍ରୀ, ଯାହା ସଙ୍ଗେ ସ୍ଖଳିତ ବୀର୍ଯ୍ୟ ପୁରୁଷ ଶୟନ କରିବ, ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
19 “‘Bí obìnrin bá ń ṣe nǹkan oṣù rẹ̀, obìnrin yìí wà ní àìmọ́ títí di ọjọ́ méje. Ẹnikẹ́ni tí ó bá fọwọ́ kàn án yóò wà ní ipò àìmọ́ títí ìrọ̀lẹ́.
ଆଉ, ଯଦି ସ୍ତ୍ରୀ ରଜସ୍ୱଳା ହୁଏ ଓ ତାହାର ଦେହରୁ ରକ୍ତ ଝରେ, ତେବେ ସେ ସାତ ଦିନ ଆପଣା ଅଶୁଚିତାରେ ରହିବ; ପୁଣି, ଯେକେହି ତାହାକୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
20 “‘Gbogbo ohun tí ó bá sùn lé ní àkókò nǹkan oṣù rẹ̀ di àìmọ́.
ଆଉ ସେ ଆପଣା ସ୍ତ୍ରୀଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ହେବ ଓ ଯହିଁ ଉପରେ ସେ ବସିବ, ତାହା ଅଶୁଚି ହେବ।
21 Ẹnikẹ́ni tí ó bá fọwọ́ kan ibùsùn rẹ̀ gbọdọ̀ fọ aṣọ rẹ̀ kí ó sì wẹ̀, yóò sì wà ní ipò àìmọ́ títí di ìrọ̀lẹ́.
ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
22 Ẹnikẹ́ni tí ó bá fọwọ́ kan ohunkóhun tí ó bá jókòó lé gbọdọ̀ fọ aṣọ rẹ̀, kí ó sì wẹ̀, yóò sì wà ní ipò àìmọ́ títí di ìrọ̀lẹ́.
ପୁଣି, ଯେକେହି ତାହାର ବସିବାର କୌଣସି ଆସନ ଉପରେ ବସେ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
23 Ìbá à ṣe ibùsùn tàbí ohunkóhun tí ó jókòó lé. Ẹnikẹ́ni tí ó bá fọwọ́ kàn án yóò jẹ́ aláìmọ́ títí di ìrọ̀lẹ́.
ଆଉ, ତାହାର ଶଯ୍ୟା କି ଆସନ ଉପରେ କିଛି ଥିଲେ, ଯେକେହି ତାହା ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
24 “‘Bí ọkùnrin kan bá bá a lòpọ̀, tí nǹkan oṣù rẹ̀ sì kàn án lára, yóò jẹ́ aláìmọ́ fún ọjọ́ méje, gbogbo ibùsùn tí ọkùnrin náà bá sùn yóò jẹ́ aláìmọ́.
ଆଉ, ଯେଉଁ ପୁରୁଷ ତାହା ସଙ୍ଗେ ଶୟନ କରେ ଓ ତାହାର ରଜ ତାହାଠାରେ ଲାଗେ, ସେ ସାତ ଦିନ ଅଶୁଚି ରହିବ; ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ।
25 “‘Bí obìnrin bá ní ìsun ẹ̀jẹ̀ fún ọjọ́ púpọ̀ yálà sí àkókò nǹkan oṣù rẹ̀ tàbí tí nǹkan oṣù rẹ̀ bá kọjá ìgbà tí ó yẹ. Gbogbo ìgbà tí ó bá fi ń ní ìsun ẹ̀jẹ̀ náà ni yóò fi wà ní àìmọ́ gẹ́gẹ́ bí àkókò nǹkan oṣù rẹ̀.
ଆଉ, ସ୍ତ୍ରୀର ରଜଧର୍ମ ସମୟ ଛଡ଼ା ଯେବେ କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିଅବା ସ୍ତ୍ରୀର ରଜଧର୍ମ ସମୟ ଉତ୍ତାରେ ଯେବେ ରକ୍ତସ୍ରାବ ହୁଏ; ତେବେ ଯେପରି ସ୍ତ୍ରୀର ରଜଧର୍ମ ସମୟରେ, ସେପରି ଅଶୁଚି ରକ୍ତସ୍ରାବର ସକଳ ଦିନ ହେବ, ସେ ଅଶୁଚି ଅଟେ।
26 Ibùsùn tí ó wù kí ó sùn sí ní gbogbo ìgbà tí ẹ̀jẹ̀ náà ń wá yóò jẹ́ àìmọ́ bí ibùsùn rẹ̀ ṣe jẹ́ ní àkókò nǹkan oṣù rẹ̀. Gbogbo ohun tí ó bá jókòó lé yóò wà ní àìmọ́, gẹ́gẹ́ bí àkókò nǹkan oṣù rẹ̀.
ସେହି ରକ୍ତସ୍ରାବର ସକଳ ଦିନ ଯେକୌଣସି ଶଯ୍ୟାରେ ସେ ଶୟନ କରେ, ତାହା ସ୍ତ୍ରୀଧର୍ମ ସମୟର ଶଯ୍ୟା ସଦୃଶ ଅଶୁଚି ହେବ, ଆଉ ସେ ଯେକୌଣସି ଆସନରେ ବସେ, ତାହା ସ୍ତ୍ରୀର ରଜଧର୍ମ ସମୟର ଅଶୁଚିତା ସଦୃଶ ଅଶୁଚି ହେବ।
27 Ẹnikẹ́ni tí ó bá fọwọ́ kàn wọ́n yóò wà ní àìmọ́. Ó gbọdọ̀ fọ aṣọ rẹ̀, kí ó sì wẹ̀ kí ó sì wà ní àìmọ́ títí di ìrọ̀lẹ́.
ପୁଣି, ଯେକେହି ସେହି ସମସ୍ତ ଛୁଇଁବ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
28 “‘Nígbà tí ó bá di mímọ́ kúrò nínú ìsun rẹ̀, kí ó ka ọjọ́ méje lẹ́yìn náà, a ó kà á sí mímọ́.
ମାତ୍ର ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆପଣା ନିମନ୍ତେ ସାତ ଦିନ ଗଣନା କରିବ, ତହିଁ ଉତ୍ତାରେ ସେ ଶୁଚି ହେବ।
29 Ní ọjọ́ kẹjọ kí ó mú àdàbà méjì àti ọmọ ẹyẹlé wá síwájú àlùfáà ní ẹnu-ọ̀nà àgọ́ ìpàdé.
ପୁଣି, ଅଷ୍ଟମ ଦିନରେ ସେ ଆପଣା ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବ।
30 Kí àlùfáà fi ọ̀kan rú ẹbọ ẹ̀ṣẹ̀ àti èkejì fún ẹbọ sísun. Báyìí ni yóò ṣe ètùtù fún un, níwájú Olúwa fún àìmọ́ ìsun ẹ̀jẹ̀ rẹ̀.
ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ଆଉ, ଯାଜକ ତାହାର ରକ୍ତସ୍ରାବର ଅଶୁଚିତା ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
31 “‘Ẹ ya ará Israẹli sọ́tọ̀ kúrò nínú ohun tí ó ń sọ wọ́n di aláìmọ́, kí wọ́n má bá a kú nínú àìmọ́ wọn nípa bíba ibùgbé mímọ́ mi jẹ́, èyí tí ó wà láàrín wọn.’”
ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କର ମଧ୍ୟବର୍ତ୍ତୀ ଆମ୍ଭର ଆବାସ ଅଶୁଚି କଲେ, ଯେପରି ସେମାନେ ଆପଣାମାନଙ୍କ ଅଶୁଚିତାରେ ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ଅଶୁଚିତାରୁ ପୃଥକ କରିବ।”
32 Ìwọ̀nyí ni àwọn òfin fún ọkùnrin tí ó ni ìsunjáde fún ẹnikẹ́ni tí a sọ di àìmọ́ nípa ìsunjáde nǹkan ọkùnrin rẹ̀.
ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,
33 Fún obìnrin ní nǹkan oṣù rẹ̀, fún ọkùnrin tàbí obìnrin tí ó ní ìsunjáde, àti fún ọkùnrin tí ó ní ìbálòpọ̀ pẹ̀lú obìnrin tí ó jẹ́ aláìmọ́.
ପୁଣି ରଜସ୍ୱଳା ସ୍ତ୍ରୀର ଓ ପ୍ରମେହୀ ପୁରୁଷ ଓ ସ୍ତ୍ରୀର, ଆଉ, ସ୍ତ୍ରୀର ଅଶୁଚିତା ସମୟରେ ତାହା ସହିତ ଶୟନକାରୀ ପୁରୁଷର, ଏହି ବ୍ୟବସ୍ଥା।