< Leviticus 10 >

1 Nadabu àti Abihu tí í ṣe ọmọ Aaroni sì mú àwo tùràrí kọ̀ọ̀kan, wọ́n fi iná àti tùràrí sínú rẹ̀, wọ́n sì rú iná àjèjì níwájú Olúwa, èyí tó lòdì sí àṣẹ Olúwa.
ଏଥିଉତ୍ତାରେ ହାରୋଣଙ୍କର ପୁତ୍ର ନାଦବ୍‍ ଓ ଅବୀହୂ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ; ପୁଣି ସଦାପ୍ରଭୁ ଯାହା ଆଜ୍ଞା କରି ନ ଥିଲେ, ଏପରି ଭିନ୍ନ ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ।
2 Torí èyí, iná jáde láti ọ̀dọ̀ Olúwa, ó sì jó wọn pa, wọ́n sì kú níwájú Olúwa.
ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।
3 Mose sì sọ fún Aaroni pé, “Ohun tí Olúwa ń sọ nípa rẹ̀ nìyìí nígbà tó wí pé, “‘Ní àárín àwọn tó súnmọ́ mi, Èmi yóò fi ara mi hàn ní mímọ́ ojú gbogbo ènìyàn Ní a ó ti bu ọlá fún mi.’” Aaroni sì dákẹ́.
ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ‘ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।’” ତହିଁରେ ହାରୋଣ ମୌନ ହେଲେ।
4 Mose pe Miṣaeli àti Elsafani ọmọ Usieli tí í ṣe arákùnrin Aaroni, ó sọ fún wọn pé, “Ẹ wá, kí ẹ sì gbé àwọn arákùnrin yín jáde kúrò níwájú ibi mímọ́ lọ sí ẹ̀yìn ibùdó.”
ଏଥିଉତ୍ତାରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଶାୟେଲକୁ ଓ ଇଲୀଷାଫନ୍‍କୁ ଡାକି କହିଲେ, “ନିକଟକୁ ଆସି ଆପଣା ଭାଇମାନଙ୍କୁ ପବିତ୍ର ସ୍ଥାନର ସମ୍ମୁଖରୁ ଛାଉଣିର ବାହାରକୁ ନେଇଯାଅ।”
5 Wọ́n sì wá gbé wọn, pẹ̀lú ẹ̀wù àwọ̀tẹ́lẹ̀ wọn ní ọrùn wọn lọ sí ẹ̀yìn ibùdó bí Mose ti sọ.
ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ନିକଟକୁ ଯାଇ ସେମାନଙ୍କୁ ପୋଷାକ ସମେତ ଛାଉଣିର ବାହାରକୁ ନେଇଗଲେ।
6 Mose sọ fún Aaroni àti àwọn ọmọ rẹ̀ yòókù, Eleasari àti Itamari pé, “ẹ má ṣe ṣọ̀fọ̀ nípa ṣíṣe aláìtọ́jú irun yín tàbí kí ẹ ṣí orí yín sílẹ̀, ẹ kò sì gbọdọ̀ ya aṣọ, bí ẹ bá ṣe bẹ́ẹ̀, ẹ ó kùú, Olúwa yóò sì bínú sí gbogbo ìjọ ènìyàn. Ṣùgbọ́n àwọn ẹbí yín, àti gbogbo ilé Israẹli le è ṣọ̀fọ̀ lórí àwọn tí Olúwa fi iná parun.
ପୁଣି, ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରକୁ କହିଲେ, “ତୁମ୍ଭେମାନେ ଯେପରି ନ ମର ଓ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁ ଯେପରି କ୍ରୋଧ ନ କରନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମସ୍ତକର କେଶ ମୁକୁଳା ନ ହେଉ, କିଅବା ଆପଣା ଆପଣା ବସ୍ତ୍ର ଚିର ନାହିଁ; ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ତହିଁ ସକାଶୁ ତୁମ୍ଭମାନଙ୍କର ଭ୍ରାତୃବର୍ଗ ସମୁଦାୟ ଇସ୍ରାଏଲ ବଂଶ ରୋଦନ କରନ୍ତୁ।
7 Ẹ má ṣe kúrò ní ẹnu-ọ̀nà àgọ́ ìpàdé, bí ẹ bá kúrò níbẹ̀, ẹ ó kù ú, nítorí pé òróró ìtasórí Olúwa wà lórí yín.” Wọ́n sì ṣe bí Mose ti wí.
ଆଉ ତୁମ୍ଭେମାନେ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ସେହିପରି କଲେ।
8 Olúwa sì sọ fún Aaroni pé.
ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ,
9 “Ìwọ àti àwọn ọmọ rẹ̀ kò gbọdọ̀ mu ọtí wáìnì tàbí ọtí líle mìíràn nígbàkígbà tí ẹ bá n lọ inú àgọ́ ìpàdé, bí ẹ bá ṣe bẹ́ẹ̀, ẹ ó kù ú, èyí jẹ́ ìlànà títí láé fún un yín láti ìrandíran.
“ତୁମ୍ଭମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ଯେଉଁ ସମୟରେ ତୁମ୍ଭେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବ, ସେହି ସମୟରେ ତୁମ୍ଭେ କି ତୁମ୍ଭ ସଙ୍ଗୀ ତୁମ୍ଭର ପୁତ୍ରଗଣ ଦ୍ରାକ୍ଷାରସ ଓ ମଦ୍ୟ ପାନ କରିବ ନାହିଁ; ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ;
10 Ẹ gbọdọ̀ mọ ìyàtọ̀ láàrín mímọ́ àti àìmọ́, láàrín èérí àti àìléèérí.
ତହିଁରେ ତୁମ୍ଭେମାନେ ପବିତ୍ର ଓ ସାମାନ୍ୟ, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ଭିନ୍ନତା ଜାଣି ପାରିବ;
11 Ẹ gbọdọ̀ kọ́ àwọn ara Israẹli ní gbogbo àṣẹ tí Olúwa fún wọn láti ẹnu Mose.”
ପୁଣି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ସକଳ ବିଧି ଦେଇଅଛନ୍ତି, ତାହା ସେମାନଙ୍କୁ ଶିକ୍ଷା ଦେଇ ପାରିବ।”
12 Mose sì sọ fún Aaroni, Eleasari àti Itamari àwọn ọmọ rẹ̀ yòókù pé, “Ẹ mú ẹbọ ohun jíjẹ tó ṣẹ́kù láti inú ẹbọ àfinásun sí Olúwa, kí ẹ jẹ ẹ́ láìní ìwúkàrà nínú, lẹ́gbẹ̀ẹ́ pẹpẹ nítorí ó jẹ́ mímọ́ jùlọ.
ଏଥିଉତ୍ତାରେ ମୋଶା ହାରୋଣଙ୍କୁ, ତାଙ୍କର ଅବଶିଷ୍ଟ ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରର ଅବଶିଷ୍ଟ ଯେଉଁ ଭକ୍ଷ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ବେଦି ନିକଟରେ ତାଡ଼ି ବିନା ଭୋଜନ କର, ଯେହେତୁ ତାହା ମହାପବିତ୍ର;
13 Ẹ jẹ́ ní ibi mímọ́, nítorí pé òun ni ìpín rẹ àti ti àwọn ọmọ rẹ nínú ẹbọ tí a finá sun sí Olúwa nítorí pé bẹ́ẹ̀ ni mo ṣe pa á láṣẹ.
ଏଣୁ ତୁମ୍ଭେମାନେ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କର; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ମଧ୍ୟରୁ ତାହା ହିଁ ତୁମ୍ଭର ଓ ତୁମ୍ଭ ପୁତ୍ରଗଣଙ୍କର ପ୍ରାପ୍ତବ୍ୟ ଅଂଶ; ଯେହେତୁ ଆମ୍ଭେ ଏହି ଆଜ୍ଞା ପାଇଅଛୁ।
14 Ṣùgbọ́n ìwọ àti àwọn ọmọkùnrin àti àwọn ọmọbìnrin rẹ le jẹ igẹ̀ ẹran tí a fì níwájú Olúwa àti itan tí wọ́n gbé síwájú Olúwa, kí ẹ jẹ wọ́n ní ibi tí a kà sí mímọ́, èyí ni a ti fún ìwọ àti àwọn ọmọ rẹ gẹ́gẹ́ bí ìpín yín nínú ẹbọ àlàáfíà àwọn ara Israẹli.
ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।
15 Itan tí wọ́n mú wá àti igẹ̀ ẹran tí ẹ fì ni ẹ gbọdọ̀ mú wá pẹ̀lú ọ̀rá ẹbọ tí a finá sun láti le è fì wọ́n níwájú Olúwa bí ẹbọ fífì. Èyí yóò sì jẹ́ ìpín tìrẹ àti ti àwọn ọmọ rẹ nígbà gbogbo bí Olúwa ṣe pàṣẹ.”
ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”
16 Nígbà tí Mose wádìí nípa ewúrẹ́ ẹbọ ẹ̀ṣẹ̀ tó sì rí i pé wọ́n ti sun ún, ó bínú sí Eleasari àti Itamari, àwọn ọmọ Aaroni yòókù, ó sì béèrè pé,
ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,
17 “Èéṣe tí ẹ kò jẹ ẹbọ ẹ̀ṣẹ̀ náà ní agbègbè ibi mímọ́? Ó jẹ́ mímọ́ jùlọ, a fi fún yín láti lè mú ẹ̀ṣẹ̀ ìjọ ènìyàn kúrò nípa fífi ṣe ètùtù fún wọn níwájú Olúwa.
“ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ତ ମହାପବିତ୍ର, ପୁଣି ମଣ୍ଡଳୀର ଅପରାଧ ବୋହି ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ତାହା ତୁମ୍ଭମାନଙ୍କୁ ଦେଇଅଛନ୍ତି।
18 Níwọ́n ìgbà tí ẹ kò mú ẹ̀jẹ̀ rẹ̀ wá sí Ibi Mímọ́, ẹ̀ bá ti jẹ ewúrẹ́ náà ní agbègbè Ibi Mímọ́ bí mo ṣe pa á láṣẹ.”
ଦେଖ, ପବିତ୍ର ସ୍ଥାନ ଭିତରକୁ ତାହାର ରକ୍ତ ଅଣାଗଲା ନାହିଁ; ଯେପରି ଆମ୍ଭେ ଆଜ୍ଞା ଦେଇଥିଲୁ, ସେପରି ତୁମ୍ଭେମାନେ ପବିତ୍ର ସ୍ଥାନରେ ତାହା ତ ଭୋଜନ କରିଥାʼନ୍ତ।”
19 Aaroni sì dá Mose lóhùn pé, “Lónìí tí wọ́n rú ẹbọ ẹ̀ṣẹ̀ àti ẹbọ sísun wọn níwájú Olúwa ni irú èyí tún ṣẹlẹ̀ sí mi. Ǹjẹ́ inú Olúwa yóò wá dùn bí mo bá jẹ ẹbọ ẹ̀ṣẹ̀ lónìí?”
ତେବେ ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ପାପାର୍ଥକ ବଳି ଓ ଆପଣାମାନଙ୍କର ହୋମାର୍ଥକ ବଳି ଉତ୍ସର୍ଗ କଲେ, ତଥାପି ମୋʼ ପ୍ରତି ଏପରି ଘଟିଲା; ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥାʼନ୍ତି, ତେବେ ତାହା କି ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥାʼନ୍ତା?”
20 Nígbà tí Mose gbọ́ èyí, ọkàn rẹ̀ balẹ̀.
ତହୁଁ ମୋଶା ତାହା ଶୁଣନ୍ତେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା।

< Leviticus 10 >