< Lamentations 4 >

1 Báwo ni wúrà ṣe sọ ògo dídán rẹ̀ nù, wúrà dídára di àìdán! Òkúta ibi mímọ́ wá túká sí oríta gbogbo òpópó.
ହାୟ, ସୁବର୍ଣ୍ଣ କିପରି ମଳିନ ହୋଇଅଛି! ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି! ପବିତ୍ର ସ୍ଥାନର ପ୍ରସ୍ତରସବୁ ପ୍ରତ୍ୟେକ ଦାଣ୍ଡର ମୁଣ୍ଡରେ ନିକ୍ଷିପ୍ତ ହୋଇଅଛି।
2 Báwo ni àwọn ọ̀dọ́mọkùnrin Sioni tí ó ṣe iyebíye, tí wọ́n fi wúrà dídára ṣe wá dàbí ìkòkò amọ̀ lásán iṣẹ́ ọwọ́ amọ̀kòkò!
ହାୟ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାରର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି!
3 Àwọn ajáko pèsè ọmú wọn fún ìtọ́jú àwọn ọmọ wọn, ṣùgbọ́n àwọn ènìyàn mi wá láì lọ́kàn bí ògòǹgò ní aginjù.
ଶୃଗାଳମାନେ ହିଁ ସ୍ତନ ଦିଅନ୍ତି, ସେମାନେ ଆପଣା ଆପଣା ଛୁଆମାନଙ୍କୁ ଦୁଗ୍ଧ ପାନ କରାନ୍ତି; ମୋʼ ଲୋକଙ୍କର କନ୍ୟା ପ୍ରାନ୍ତରସ୍ଥ ଉଷ୍ଟ୍ରପକ୍ଷୀ ପରି ନିଷ୍ଠୁରା ହୋଇଅଛି।
4 Nítorí òǹgbẹ, ahọ́n àwọn ọmọ ọwọ́ lẹ̀ mọ́ òkè ẹnu wọn; àwọn ọmọdé bẹ̀bẹ̀ fún oúnjẹ, ṣùgbọ́n kò sí ẹni tí ó fi fún wọn.
ତୃଷା ହେତୁରୁ ସ୍ତନ୍ୟପାୟୀ ଶିଶୁର ଜିହ୍ୱା ତାଳୁରେ ଲାଗି ଯାଉଅଛି; ବାଳକ ବାଳିକାମାନେ ରୁଟି ମାଗନ୍ତି ଓ କେହି ସେମାନଙ୍କୁ ତାହା ଭାଙ୍ଗି ଦିଏ ନାହିଁ।
5 Àwọn tí ó ń jẹ ohun dáradára di òtòṣì ní òpópó. Àwọn tí a fi aṣọ dáradára wọ̀ ni wọ́n sùn ní orí òkìtì eérú.
ଯେଉଁମାନେ ସୁଖାଦ୍ୟ ଭୋଜନ କଲେ, ସେମାନେ ଦାଣ୍ଡରେ ଅନାଥ ହୋଇଅଛନ୍ତି; ଯେଉଁମାନେ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହେଲେ, ସେମାନେ ଖତରାଶି ଅବଲମ୍ବନ କରନ୍ତି।
6 Ìjìyà àwọn ènìyàn mi tóbi ju ti Sodomu lọ, tí a sí ní ipò ní òjijì láìsí ọwọ́ láti ràn án lọ́wọ́.
କାରଣ ଯେ ଏକ ନିମିଷ ମଧ୍ୟରେ ଉତ୍ପାଟିତ ହେଲା ଓ ଯାହାକୁ କାହାରି ହସ୍ତ ଆକ୍ରମଣ ନ କଲା, ଏପରି ଯେ ସଦୋମ, ତାହାର ପାପ ଅପେକ୍ଷା ମୋʼ ଲୋକଙ୍କ କନ୍ୟାର ଅଧର୍ମ ଅଧିକ ଅଟେ।
7 Ọmọ ọba ọkùnrin wọn mọ́ ju òjò-dídì, wọ́n sì funfun ju wàrà lọ wọ́n ni ìtọ́jú bí iyùn pupa, ìrísí wọn dàbí safire.
ତାହାର କୁଳୀନ ଲୋକମାନେ ହିମ ଅପେକ୍ଷା ନିର୍ମଳ, ସେମାନେ ଦୁଗ୍ଧ ଅପେକ୍ଷା ଶୁକ୍ଳ ଥିଲେ, ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ, ସେମାନଙ୍କର କାନ୍ତି ନୀଳକାନ୍ତମଣି ତୁଲ୍ୟ ଥିଲା।
8 Ṣùgbọ́n nísinsin yìí wọ́n dúdú ju èédú; wọn kò sì dá wọn mọ̀ ní òpópó. Ara wọn hun mọ́ egungun; ó sì gbẹ bí igi gbígbẹ.
ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯାʼନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,
9 Àwọn tí ó kù nípasẹ̀ idà sàn ju àwọn tí ìyàn pa; tí ó wọ àkísà ebi, tí ó ń ṣòfò fún àìní oúnjẹ láti inú pápá.
କ୍ଷୁଧାରେ ହତ ହେବା ଲୋକମାନଙ୍କ ଅପେକ୍ଷା ଖଡ୍ଗରେ ହତ ହେବା ଲୋକମାନେ ଭଲ; କାରଣ ଏମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟର ଅଭାବରୂପ ଶୂଳରେ ବିଦ୍ଧ ହୋଇ କ୍ଷୟ ପାଆନ୍ତି।
10 Pẹ̀lú ọwọ́ àwọn obìnrin aláàánú ni wọ́n ṣe ọmọ wọn jẹ tí ó di oúnjẹ fún wọn nígbà tí a pa àwọn ènìyàn mi run.
ସ୍ନେହବତୀ ସ୍ତ୍ରୀଗଣର ହସ୍ତ ଆପଣା ଆପଣା ପିଲାମାନଙ୍କୁ ରାନ୍ଧିଅଛି; ମୋʼ ଲୋକଙ୍କ କନ୍ୟାର ବିନାଶ ସମୟରେ ଶିଶୁମାନେ ସେମାନଙ୍କର ଆହାର ହେଲେ।
11 Olúwa ti fi ihò kíkún fún ìbínú rẹ̀; ó sì tú ìbínú gbígbóná rẹ̀ jáde. Ó da iná ní Sioni tí ó jó ìpìlẹ̀ rẹ̀ run.
ସଦାପ୍ରଭୁ ଆପଣା କୋପ ସଫଳ କରିଅଛନ୍ତି, ସେ ଆପଣା ପ୍ରଚଣ୍ଡ କ୍ରୋଧ ଢାଳି ଦେଇଅଛନ୍ତି; ପୁଣି, ସେ ସିୟୋନରେ ଅଗ୍ନି ଜ୍ୱଳାଇ ଅଛନ୍ତି ତାହା ତାହାର ଭିତ୍ତିମୂଳ ଗ୍ରାସ କରିଅଛି।
12 Àwọn ọba ayé kò gbàgbọ́, tàbí àwọn ènìyàn ayé, wí pé àwọn ọ̀tá àti aninilára le wọ odi ìlú Jerusalẹmu.
ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୂଶାଲମର ଦ୍ୱାରସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜାଗଣ କିଅବା ଜଗନ୍ନିବାସୀ ସମସ୍ତେ ବିଶ୍ୱାସ କଲେ ନାହିଁ।
13 Èyí ṣẹlẹ̀ nítorí ẹ̀ṣẹ̀ àwọn wòlíì àti àìṣedéédéé àwọn olórí àlùfáà, tí ó ta ẹ̀jẹ̀ àwọn olódodo sílẹ̀ láàrín rẹ̀.
ତହିଁ ମଧ୍ୟରେ ଯେଉଁମାନେ ଧାର୍ମିକଗଣର ରକ୍ତପାତ କରିଅଛନ୍ତି, ସେହି ଭବିଷ୍ୟଦ୍‍ବକ୍ତାଗଣର ପାପ ଓ ଯାଜକଗଣର ଅଧର୍ମ ସକାଶୁ ଏହା ହୋଇଅଛି।
14 Nísinsin yìí wọ́n ń rìn kiri ní òpópó bí ọkùnrin tí ó fọ́jú. Ẹ̀jẹ̀ ara wọn sọ wọ́n di àbàwọ́n tí kò sẹ́ni tó láyà láti fọwọ́ kan aṣọ wọn.
ସେମାନେ ଅନ୍ଧ ଲୋକମାନଙ୍କ ପରି ଦାଣ୍ଡରେ ଭ୍ରମଣ କରନ୍ତି, ସେମାନେ ରକ୍ତରେ ଅଶୁଚି ହୋଇଅଛନ୍ତି, ଏଣୁ ଲୋକେ ସେମାନଙ୍କର ବସ୍ତ୍ର ସ୍ପର୍ଶ କରି ନ ପାରନ୍ତି।
15 “Lọ kúrò! Ẹ̀yin di aláìmọ́!” ni àwọn ènìyàn ń kígbe sí wọn. “Ẹ lọ! Ẹ lọ! Ẹ má ṣe fọwọ́ kàn wá!” Àwọn ènìyàn láàrín orílẹ̀-èdè wí pé, “Wọn kì yóò tẹ̀dó síbí mọ́.”
ଲୋକେ ସେମାନଙ୍କୁ ଡାକି କହିଲେ, “ହେ ଅଶୁଚି ଲୋକମାନେ, ଦୂର ହୁଅ! ଦୂର ହୁଅ, ଦୂର ହୁଅ, ସ୍ପର୍ଶ କର ନାହିଁ!” ସେମାନେ ପଳାଇ ଭ୍ରମଣ କଲା ବେଳେ ନାନା ଗୋଷ୍ଠୀ ମଧ୍ୟରୁ ଲୋକେ କହିଲେ, “ସେମାନେ ଆଉ ଏଠାରେ ପ୍ରବାସ କରିବେ ନାହିଁ।”
16 Olúwa ti tú wọn ká fúnra rẹ̀; kò sí bojútó wọn mọ́. Kò sí ọ̀wọ̀ fún olórí àlùfáà mọ́, àti àánú fún àwọn àgbàgbà.
ସଦାପ୍ରଭୁଙ୍କ କ୍ରୋଧ ସେମାନଙ୍କୁ ଛିନ୍ନଭିନ୍ନ କରିଅଛି; ସେ ସେମାନଙ୍କ ପ୍ରତି ଆଉ ଦୃଷ୍ଟିପାତ କରିବେ ନାହିଁ; ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ, ସେମାନେ ପ୍ରାଚୀନଗଣକୁ ଅନୁଗ୍ରହ କଲେ ନାହିଁ।
17 Síwájú sí i, ojú wa kùnà fún wíwo ìrànlọ́wọ́ asán; láti orí ìṣọ́ wa ni à ń wò fún orílẹ̀-èdè tí kò le gbà wá là.
ଏବେ ହେଁ ମିଥ୍ୟା ସାହାଯ୍ୟର ଅପେକ୍ଷାରେ ଆମ୍ଭମାନଙ୍କର ଚକ୍ଷୁ କ୍ଷୀଣ ହୁଅଇ; ଆମ୍ଭେମାନେ ଅପେକ୍ଷାରେ ରହି ରହି ଉଦ୍ଧାର କରିବାକୁ ଅସମର୍ଥ ଗୋଷ୍ଠୀର ଅପେକ୍ଷା କରିଅଛୁ।
18 Wọ́n ń ṣọ́ wa kiri, àwa kò sì le rìn ní òpópó wa mọ́. Òpin wa ti súnmọ́, ọjọ́ wa sì níye nítorí òpin wa ti dé.
ସେମାନେ ଆମ୍ଭମାନଙ୍କର ପାଦବିକ୍ଷେପ ଛକି ରହିଅଛନ୍ତି, ଆମ୍ଭେମାନେ ଆପଣା ଦାଣ୍ଡରେ ବୁଲି ନ ପାରୁ; ଆମ୍ଭମାନଙ୍କର ଶେଷ ନିକଟ, ଆମ୍ଭମାନଙ୍କର ଆୟୁ ସମ୍ପୂର୍ଣ୍ଣ ହେଲା; କାରଣ ଆମ୍ଭମାନଙ୍କର ଶେଷ କାଳ ଉପସ୍ଥିତ;
19 Àwọn tí ń lé wa yára ju idì ojú ọ̀run lọ; wọ́n lé wa ní gbogbo orí òkè wọ́n sì gẹ̀gùn dè wá ní aginjù.
ଆମ୍ଭମାନଙ୍କୁ ଗୋଡ଼ାଇବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ବେଗଗାମୀ; ସେମାନେ ପର୍ବତରେ ଆମ୍ଭମାନଙ୍କୁ ଗୋଡ଼ାଇଲେ, ସେମାନେ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଛକି ବସିଲେ।
20 Ẹni àmì òróró Olúwa, èémí ìyè wa, ni wọ́n fi tàkúté wọn mú. Àwa rò pé lábẹ́ òjìji rẹ̀ ni àwa yóò máa gbé láàrín orílẹ̀-èdè gbogbo.
ଆମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ତାହାର ଛାୟା ତଳେ ବଞ୍ଚିବା ବୋଲି ଯାହାର ବିଷୟରେ କହିଲୁ, ଆମ୍ଭମାନଙ୍କ ନାସାର ନିଃଶ୍ୱାସ ସ୍ୱରୂପ, ସଦାପ୍ରଭୁଙ୍କର ସେହି ଅଭିଷିକ୍ତ ଲୋକ ସେମାନଙ୍କ ଗର୍ତ୍ତରେ ଧରାଗଲା।
21 Ẹ yọ̀ kí inú yín sì dùn, ẹ̀yin ọmọbìnrin Edomu, ẹ̀yin tó ń gbé ní ilẹ̀ Usi. Ṣùgbọ́n, a ó gbé ago náà kọjá sọ́dọ̀ rẹ pẹ̀lú; ìwọ yóò yó bí ọ̀mùtí, ìwọ yóò sì rìn ní ìhòhò.
ହେ ଊଷ ଦେଶ ନିବାସିନୀ ଇଦୋମର କନ୍ୟେ, ତୁମ୍ଭେ ଆନନ୍ଦ କର ଓ ପୁଲକିତା ହୁଅ; ସେହି ପାନପାତ୍ର ତୁମ୍ଭ ନିକଟକୁ ହିଁ ଯିବ; ତୁମ୍ଭେ ମତ୍ତା ହେବ ଓ ଆପଣାକୁ ଉଲଙ୍ଗିନୀ କରିବ।
22 Ìwọ ọmọbìnrin Sioni, ìjìyà rẹ yóò dópin; kò ní mú ìgbèkùn rẹ pẹ́ mọ́. Ṣùgbọ́n, ìwọ ọmọbìnrin Edomu, yóò jẹ ẹ̀ṣẹ̀ rẹ ní yà yóò sì fi àìṣedéédéé rẹ hàn kedere.
ହେ ସିୟୋନର କନ୍ୟେ, ତୁମ୍ଭ ଅଧର୍ମର ଦଣ୍ଡ ସମ୍ପୂର୍ଣ୍ଣ ହୋଇଅଛି; ସେ ତୁମ୍ଭକୁ ବନ୍ଦୀତ୍ୱ ସ୍ଥାନକୁ ଆଉ ନେଇଯିବେ ନାହିଁ; ହେ ଇଦୋମର କନ୍ୟେ, ସେ ତୁମ୍ଭ ଅଧର୍ମର ପ୍ରତିଫଳ ଦେବେ; ସେ ତୁମ୍ଭର ପାପସବୁ ଅନାବୃତ କରିବେ।

< Lamentations 4 >