< Lamentations 2 >
1 Báwo ni Olúwa ṣe bo ọmọbìnrin Sioni pẹ̀lú àwọsánmọ̀ ìbínú rẹ̀! Ó sọ ògo Israẹli kalẹ̀, láti ọ̀run sí ayé; kò rántí àpótí ìtìsẹ̀ rẹ̀ ní ọjọ́ ìbínú rẹ̀.
ପ୍ରଭୁ ଆପଣା କ୍ରୋଧରେ ସିୟୋନ କନ୍ୟାକୁ କିପରି ମେଘାଚ୍ଛନ୍ନ କରିଅଛନ୍ତି! ସେ ଇସ୍ରାଏଲର ଶୋଭା ସ୍ୱର୍ଗରୁ ପୃଥିବୀକୁ ପକାଇ ଦେଇଅଛନ୍ତି, ପୁଣି ଆପଣା କ୍ରୋଧର ଦିନରେ ଆପଣା ପାଦପୀଠ ସ୍ମରଣ କରି ନାହାନ୍ତି।
2 Láìní àánú ni Olúwa gbé ibùgbé Jakọbu mì; nínú ìrunú rẹ̀, ni ó wó ibi gíga ọmọbìnrin Juda lulẹ̀. Ó ti mú ìjọba àti àwọn ọmọ-aládé ọkùnrin lọ sínú ilẹ̀ ní àìlọ́wọ̀.
ପ୍ରଭୁ ଯାକୁବର ସକଳ ବାସସ୍ଥାନ ଗ୍ରାସ କରିଅଛନ୍ତି ଓ ଦୟା କରି ନାହାନ୍ତି, ସେ ଆପଣା କୋପରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗସବୁ ଉତ୍ପାଟନ କରିଅଛନ୍ତି; ସେସବୁକୁ ସେ ଭୂମିସାତ୍ କରିଅଛନ୍ତି ରାଜ୍ୟ ଓ ତହିଁର ଅଧିପତିଗଣକୁ ସେ ଅଶୁଚି କରିଅଛନ୍ତି।
3 Ní ìbínú gbígbóná rẹ̀ ni ó ké gbogbo ìwo Israẹli. Ó ti mú ọwọ́ ọ̀tún rẹ̀ kúrò nígbà tí àwọn ọ̀tá dé. Ó run ní Jakọbu bí ọ̀wọ́-iná ní àgọ́ àwọn ọmọbìnrin Sioni.
ସେ ପ୍ରଚଣ୍ଡ କ୍ରୋଧରେ ଇସ୍ରାଏଲର ଶୃଙ୍ଗସବୁ କାଟି ପକାଇଅଛନ୍ତି; ସେ ଶତ୍ରୁ ସମ୍ମୁଖରୁ ଆପଣା ଦକ୍ଷିଣ ହସ୍ତ ପଛକୁ ଟାଣି ନେଇଅଛନ୍ତି; ଆଉ, ସେ ଅଗ୍ନିଶିଖା ପରି ଯାକୁବକୁ ପ୍ରଜ୍ୱଳିତ କରିଅଛନ୍ତି, ତାହା ଚତୁର୍ଦ୍ଦିଗ ଗ୍ରାସ କରଇ।
4 Ó na ọfà rẹ̀ bí ọ̀tá; ọwọ́ ọ̀tún rẹ̀ sì múra. Bí ti ọ̀tá tí ó ti parun ó tú ìbínú rẹ̀ jáde bí iná sórí àgọ́ ọmọbìnrin Sioni.
ସେ ଶତ୍ରୁ ତୁଲ୍ୟ ଆପଣା ଧନୁରେ ଗୁଣ ଦେଇଅଛନ୍ତି, ସେ ବିପକ୍ଷ ପରି ଆପଣା ଦକ୍ଷିଣ ହସ୍ତ ଟେକି ଠିଆ ହୋଇଅଛନ୍ତି ଓ ଚକ୍ଷୁର ସୁଖଜନକ ସକଳକୁ ବଧ କରିଅଛନ୍ତି; ସେ ସିୟୋନ କନ୍ୟାର ତମ୍ବୁ ମଧ୍ୟରେ ଆପଣା କୋପ ଅଗ୍ନି ପରି ଢାଳି ଦେଇଅଛନ୍ତି।
5 Olúwa dàbí ọ̀tá; ó gbé Israẹli mì. Ó ti gbé gbogbo ààfin rẹ̀ mì ó pa ibi gíga rẹ̀ run. Ó sọ ìmí ẹ̀dùn àti ìbànújẹ́ di púpọ̀ fún àwọn ọmọbìnrin Juda.
ପ୍ରଭୁ ଶତ୍ରୁ ତୁଲ୍ୟ ହୋଇଅଛନ୍ତି, ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି; ସେ ତାହାର ଅଟ୍ଟାଳିକାସକଳ ଗ୍ରାସ କରିଅଛନ୍ତି, ସେ ତାହାର ଦୁର୍ଗସବୁ ଧ୍ୱଂସ କରିଅଛନ୍ତି; ଆଉ, ସେ ଯିହୁଦାର କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।
6 Ó mú ìparun bá ibi mímọ́, ó pa ibi ìpàdé rẹ̀ run. Olúwa ti mú Sioni gbàgbé àjọ̀dún tí a yàn àti ọ̀sẹ̀ tí ó yàn; nínú ìbínú gbígbóná rẹ̀ ni ó run ọba àti olórí àlùfáà.
ସେ ଉଦ୍ୟାନସ୍ଥ ତମ୍ବୁ ପରି ଆପଣା ଆବାସ-ତମ୍ବୁ ବଳପୂର୍ବକ ଦୂର କରିଅଛନ୍ତି; ସେ ଆପଣା ସମାଜ-ସ୍ଥାନ ନଷ୍ଟ କରିଅଛନ୍ତି; ସଦାପ୍ରଭୁ ସିୟୋନରେ ମହାସଭା ଓ ବିଶ୍ରାମବାର ବିସ୍ମୃତ କରାଇଅଛନ୍ତି ଓ ଆପଣା କ୍ରୋଧର ପ୍ରଚଣ୍ଡତାରେ ରାଜା ଓ ଯାଜକକୁ ତୁଚ୍ଛଜ୍ଞାନ କରିଅଛନ୍ତି।
7 Olúwa ti kọ̀ pẹpẹ rẹ̀ sílẹ̀ ó sì ti kọ̀ ibi mímọ́ rẹ̀. Ó sì fi lé ọ̀tá lọ́wọ́ àwọn odi ààfin rẹ̀; wọ́n sì kígbe ní ilé Olúwa gẹ́gẹ́ bí ọjọ́ àpèjẹ tí a yàn.
ପ୍ରଭୁ ଆପଣା ଯଜ୍ଞବେଦି ଦୂର କରିଅଛନ୍ତି, ସେ ଆପଣା ପବିତ୍ର ସ୍ଥାନ ଘୃଣା କରିଅଛନ୍ତି, ସେ ତାହାର ଅଟ୍ଟାଳିକାର ଭିତ୍ତିଗୁଡ଼ିକୁ ଶତ୍ରୁ ହସ୍ତରେ ସମର୍ପଣ କରିଅଛନ୍ତି; ସେମାନେ ସଦାପ୍ରଭୁଙ୍କ ଗୃହ ମଧ୍ୟରେ ମହାସଭାର ଦିନ ତୁଲ୍ୟ ଚହଳ କରିଅଛନ୍ତି।
8 Olúwa pinnu láti fa ògiri tí ó yí ọmọbìnrin Sioni ya. Ó gbé wọn sórí òsùwọ̀n, kò sì fa ọwọ́ rẹ̀ padà kúrò nínú ìparun wọn. Ó mú kí ilé ìṣọ́ àti odi rẹ̀ ṣọ̀fọ̀ wọ́n ṣòfò papọ̀.
ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଅଛନ୍ତି; ସେ ସୂତ୍ର ଟାଣିଅଛନ୍ତି, ସେ ବିନାଶକରଣରୁ ଆପଣା ହସ୍ତ ନିବୃତ୍ତ କରି ନାହାନ୍ତି; ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇଅଛନ୍ତି; ସେମାନେ ଏକ ସମୟରେ ନିସ୍ତେଜ ହୋଇଅଛନ୍ତି।
9 Ẹnu-ọ̀nà rẹ̀ ti wọ inú ilẹ̀; òpó rẹ̀ ni ó wó tí ó sì ti bàjẹ́. Ọba àti ọmọ ọbakùnrin rẹ̀ wà ní ìgbèkùn láàrín àwọn orílẹ̀-èdè, kò sí òfin mọ́, àwọn wòlíì rẹ̀ kò rí ìran láti ọ̀dọ̀ Olúwa mọ́.
ତାହାର ନଗରଦ୍ୱାରସକଳ ଭୂମିରେ ମଗ୍ନ ହୋଇଅଛି; ସେ ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ କରିଅଛନ୍ତି; ଯେଉଁ ଗୋଷ୍ଠୀୟମାନଙ୍କର ବ୍ୟବସ୍ଥା ନାହିଁ, ସେମାନଙ୍କ ମଧ୍ୟରେ ତାହାର ରାଜା ଓ ଅଧିପତିଗଣ ଅଛନ୍ତି; ହଁ, ତାହାର ଭବିଷ୍ୟଦ୍ବକ୍ତାଗଣ ସଦାପ୍ରଭୁଙ୍କଠାରୁ କୌଣସି ଦର୍ଶନ ପାʼନ୍ତି ନାହିଁ।
10 Àwọn àgbàgbà ọmọbìnrin Sioni jókòó sílẹ̀ ní ìdákẹ́rọ́rọ́; wọ́n da eruku sí orí wọn wọ́n sì wọ aṣọ àkísà. Àwọn ọ̀dọ́mọbìnrin Jerusalẹmu ti tẹrí wọn ba sí ilẹ̀.
ସିୟୋନ କନ୍ୟାର ପ୍ରାଚୀନଗଣ ଭୂମିରେ ବସୁଅଛନ୍ତି, ସେମାନେ ନୀରବ ହୋଇ ରହିଅଛନ୍ତି; ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇଅଛନ୍ତି; ସେମାନେ କଟିଦେଶରେ ଚଟ ବାନ୍ଧି ଅଛନ୍ତି; ଯିରୂଶାଲମର କୁମାରୀଗଣ ଭୂମିକୁ ଆପଣା ଆପଣା ମସ୍ତକ ଅବନତ କରିଅଛନ୍ତି।
11 Ojú mi kọ̀ láti sọkún, mo ń jẹ ìrora nínú mi, mo tú ọkàn mi jáde sí ilẹ̀ nítorí a pa àwọn ènìyàn mí run, nítorí àwọn ọmọdé àti ọmọ ọwọ́ ń kú ní òpópó ìlú.
ମୋହର ଚକ୍ଷୁ ଲୋତକରେ କ୍ଷୀଣ ହୁଅଇ, ମୋର ଅନ୍ତ୍ର ବ୍ୟଥିତ ହୁଅଇ, ମୋʼ ଲୋକଙ୍କ କନ୍ୟାର ବିନାଶ ହେତୁ ମୋହର କଲିଜା ଭୂମିରେ ଢଳା ଯାଇଅଛି; କାରଣ ନଗରର ପଥସମୂହରେ ବାଳକ ବାଳିକା ଓ ସ୍ତନ୍ୟପାୟୀ ଶିଶୁମାନେ ମୂର୍ଚ୍ଛାପନ୍ନ ହେଉଅଛନ୍ତି।
12 Wọ́n wí fún àwọn ìyá wọn, “Níbo ni ọkà àti wáìnì wà?” Wò ó bí wọ́n ṣe ń kú lọ bí àwọn ọkùnrin tí a ṣe léṣe ní àwọn òpópónà ìlú, bí ayé wọn ṣe ń ṣòfò láti ọwọ́ ìyá wọn.
ଶସ୍ୟ ଓ ଦ୍ରାକ୍ଷାରସ କାହିଁ? ଏହି କଥା ଆପଣା ଆପଣା ମାତାକୁ କହୁ କହୁ, ସେମାନେ ନଗରର ପଥସମୂହରେ କ୍ଷତବିକ୍ଷତ ଲୋକ ପରି ମୂର୍ଚ୍ଛାପନ୍ନ ହୁଅନ୍ତି, ସେମାନେ ଆପଣା ଆପଣା ମାତାର କୋଳରେ ପ୍ରାଣତ୍ୟାଗ କରନ୍ତି।
13 Kí ni mo le sọ fún ọ? Pẹ̀lú kí ni mo lè fi ọ́ wé, ìwọ ọmọbìnrin Jerusalẹmu? Kí sì ni mo lè fi ọ́ wé, kí n lè tù ọ́ nínú, ìwọ wúńdíá obìnrin Sioni? Ọgbẹ́ rẹ jì bí Òkun. Ta ni yóò wò ọ́ sàn?
ଆଗୋ ଯିରୂଶାଲମର କନ୍ୟେ, ମୁଁ ତୁମ୍ଭକୁ କିପରି ସାନ୍ତ୍ୱନା ଦେବି? ମୁଁ କାହା ସହିତ ତୁମ୍ଭର ଉପମା ଦେବି? ଆଗୋ ସିୟୋନ କୁମାରୀ, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ କାହାର ସମାନ ତୁମ୍ଭକୁ କରିବି? କାରଣ ତୁମ୍ଭର କ୍ଷତ ସମୁଦ୍ର ପରି ବଡ଼; କିଏ ତୁମ୍ଭକୁ ସୁସ୍ଥ କରିପାରେ?
14 Ìran àwọn wòlíì rẹ jẹ́ kìkì ẹ̀tàn láìní ìwọ̀n; wọn kò sì fi ẹ̀ṣẹ̀ rẹ̀ hàn tí yóò mú ìgbèkùn kúrò fún ọ. Àwọn òrìṣà tí wọ́n fún ọ jẹ́ èké àti ìmúniṣìnà.
ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ୱର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଦର୍ଶନ ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି।
15 Àwọn tí ó gba ọ̀nà ọ̀dọ̀ rẹ pàtẹ́wọ́ lé ọ lórí; wọ́n kẹ́gàn wọ́n ju orí wọn sí ọmọbìnrin Jerusalẹmu: “Èyí ha ni ìlú tí à ń pè ní àṣepé ẹwà, ìdùnnú gbogbo ayé?”
ପଥିକମାନେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; ସେମାନେ ଶୀସ୍ ଶବ୍ଦ କରି ଓ ଯିରୂଶାଲମର କନ୍ୟାଆଡ଼େ ମସ୍ତକ ହଲାଇ କୁହନ୍ତି, ଯେଉଁ ନଗରକୁ ଲୋକେ ସୌନ୍ଦର୍ଯ୍ୟର ସିଦ୍ଧି ଓ ସମୁଦାୟ ପୃଥିବୀର ଆନନ୍ଦ ସ୍ୱରୂପ ବୋଲି କହିଲେ, ତାହା କି ଏହି?
16 Gbogbo àwọn ọ̀tá rẹ la ẹnu wọn gbòòrò sí ọ; wọ́n kẹ́gàn, wọ́n sì payínkeke wọ́n wí pé, “A ti gbé e mì tán. Èyí ni ọjọ́ tí a ti ń retí; tí a sì wá láti rí.”
ତୁମ୍ଭର ଶତ୍ରୁ ସକଳ ତୁମ୍ଭ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇ ପରିହାସ କରନ୍ତି; ସେମାନେ ଶୀସ୍ ଦିଅନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି; ସେମାନେ କହନ୍ତି, ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ; ଆମ୍ଭେମାନେ ଯେଉଁ ଦିନର ଅପେକ୍ଷା କଲୁ, ଏ ଅବଶ୍ୟ ସେହି ଦିନ; ଆମ୍ଭେମାନେ ତାହା ପାଇଅଛୁ, ଆମ୍ଭେମାନେ ତାହା ଦେଖିଅଛୁ।
17 Olúwa ti ṣe ohun tí ó pinnu; ó ti mú ọ̀rọ̀ rẹ̀ ṣẹ, tí ó sì pàṣẹ ní ọjọ́ pípẹ́. Ó ti ṣí ọ ní ipò láì láàánú, ó fún ọ̀tá ní ìṣẹ́gun lórí rẹ, ó ti gbé ìwo àwọn ọ̀tá rẹ̀ ga.
ସଦାପ୍ରଭୁ ଯାହା ସଂକଳ୍ପ କଲେ, ତାହା ସିଦ୍ଧ କରିଅଛନ୍ତି, ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି; ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି; ଆଉ, ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି, ସେ ତୁମ୍ଭ ବିପକ୍ଷଗଣର ଶୃଙ୍ଗ ଉନ୍ନତ କରିଅଛନ୍ତି।
18 Ọkàn àwọn ènìyàn kígbe jáde sí Olúwa. Odi ọmọbìnrin Sioni, jẹ́ kí ẹkún rẹ̀ sàn bí odò ní ọ̀sán àti òru; má ṣe fi ara rẹ fún ìtura, ojú rẹ fún ìsinmi.
ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ।
19 Dìde, kígbe sókè ní àṣálẹ́, bí ìṣọ́ òru ti bẹ̀rẹ̀ tú ọkàn rẹ̀ jáde bí omi níwájú Olúwa. Gbé ọwọ́ yín sókè sí i nítorí ẹ̀mí àwọn èwe rẹ̀ tí ó ń kú lọ nítorí ebi ní gbogbo oríta òpópó.
ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି।
20 “Wò ó, Olúwa, kí o sì rò ó. Ta ni ìwọ ti fìyà jẹ bí èyí. Ǹjẹ́ àwọn obìnrin yóò ha jẹ ọmọ wọn, àwọn ọmọ tí wọn ń ṣe ìtọ́jú fún? Ǹjẹ́ kí a pa olórí àlùfáà àti àwọn wòlíì ní ibi mímọ́ Olúwa?
ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, ତୁମ୍ଭେ କାହା ପ୍ରତି ଏପ୍ରକାର ବ୍ୟବହାର କରିଅଛ? ସ୍ତ୍ରୀଲୋକେ କି ଆପଣା ଗର୍ଭଫଳକୁ, ହସ୍ତରେ ଲାଳିତ ଶିଶୁମାନଙ୍କୁ ଭୋଜନ କରିବେ? ଯାଜକ ଓ ଭବିଷ୍ୟଦ୍ବକ୍ତା କି ପ୍ରଭୁଙ୍କର ପବିତ୍ର ସ୍ଥାନରେ ହତ ହେବେ?
21 “Ọmọdé àti àgbà ń sùn papọ̀ sínú eruku àwọn òpópó; àwọn ọ̀dọ́mọkùnrin àti ọ̀dọ́mọbìnrin mi ti ṣègbé nípa idà. Ìwọ pa wọ́n run ní ọjọ́ ìbínú rẹ, Ìwọ pa wọ́n láìní àánú.
ଯୁବକ ଓ ବୃଦ୍ଧ ଲୋକ ବାଟର ଭୂମିରେ ପଡ଼ିଅଛନ୍ତି; ଆମ୍ଭର କୁମାରୀ ଓ ଯୁବକଗଣ ଖଡ୍ଗରେ ହତ ହୋଇ ପଡ଼ିଅଛନ୍ତି; ତୁମ୍ଭେ ସେମାନଙ୍କୁ ଆପଣା କ୍ରୋଧର ଦିନରେ ବଧ କରିଅଛ; ତୁମ୍ଭେ ଦୟା ନ କରି ହତ୍ୟା କରିଅଛ।
22 “Bí ó ti ṣe ní ọjọ́ àsè, bẹ́ẹ̀ ni ó ṣe fi ẹ̀rù sí ẹ̀gbẹ́ mi. Ní ọjọ́ ìbínú Olúwa kò sí ẹni tí ó sálà tí ó sì yè; àwọn tí mo ti tọ́jú tí mo sì fẹ́ràn, ni ọ̀tá mi parun.”
ତୁମ୍ଭେ ମୋର ଚତୁର୍ଦ୍ଦିଗସ୍ଥ ଆଶଙ୍କାସକଳକୁ ମହାସଭା ଦିନର ନ୍ୟାୟ ଆହ୍ୱାନ କରିଅଛ। ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇ ନ ଥିଲେ, କି ଅବଶିଷ୍ଟ ରହି ନ ଥିଲେ; ଯେଉଁମାନଙ୍କୁ ମୁଁ ଲାଳନପାଳନ କରିଅଛି, ସେମାନଙ୍କୁ ମୋର ଶତ୍ରୁ ସଂହାର କରିଅଛି।