< Judges 15 >
1 Lẹ́yìn ìgbà díẹ̀, ní àkókò ìkórè alikama, Samsoni mú ọ̀dọ́ ewúrẹ́ kan láti bẹ ìyàwó rẹ̀ wò. Ó ní, “Èmi yóò wọ yàrá ìyàwó mi lọ.” Ṣùgbọ́n baba rẹ̀ kò gbà á láààyè láti wọlé.
ମାତ୍ର କିଛି ଦିନ ଉତ୍ତାରେ ଗହମ କଟା ସମୟରେ ଶାମ୍ଶୋନ୍ ଗୋଟିଏ ଛେଳିଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା; ଆଉ ସେ କହିଲା, “ମୁଁ ଅନ୍ତଃପୁରରେ ଭାର୍ଯ୍ୟା ନିକଟକୁ ଯିବି।” ମାତ୍ର ତାହାର ପିତା ତାହାକୁ ଭିତରକୁ ଯିବାକୁ ଦେଲା ନାହିଁ।
2 Baba ìyàwó dá a lóhùn pé, “Ó dá mi lójú pé o kórìíra rẹ̀, torí náà mo ti fi fún ọ̀rẹ́ rẹ, ṣe bí àbúrò rẹ̀ obìnrin kò ha lẹ́wà jùlọ? Fẹ́ ẹ dípò rẹ̀.”
ପୁଣି ତାହାର ପିତା କହିଲା, “ମୁଁ ନିଶ୍ଚୟ ବୋଧ କଲି ଯେ, ତୁମ୍ଭେ ତାହାକୁ ନିତାନ୍ତ ଘୃଣା କଲ; ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି; ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ? ବିନୟ କରୁଅଛି, ତାହା ବଦଳେ ତାହାକୁ ଗ୍ରହଣ କର।”
3 Samsoni dáhùn pé, “Ní àkókò yìí tí mo bá ṣe àwọn Filistini ní ibi èmi yóò jẹ́ aláìjẹ̀bi.”
ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, “ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।”
4 Samsoni sì jáde lọ, ó mú ọ̀ọ́dúnrún kọ̀lọ̀kọ̀lọ̀ ó so ìrù wọn mọ́ ara wọn ní méjì méjì. Ó mú ètùfù iná, ó so ó mọ́ àwọn ìrù tí ó so pọ̀.
ତହୁଁ ଶାମ୍ଶୋନ୍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।
5 Ó fi iná ran àwọn ètùfù tí ó so náà, ó sì jọ̀wọ́ wọn lọ́wọ́ lọ sínú àwọn oko ọkà àwọn Filistini. Ó jó àwọn pòpóòrò ọkà tí ó dúró àti àwọn tí a dì ní ìtí, ìtí, pẹ̀lú àwọn ọgbà àjàrà àti olifi.
ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା ଦ୍ରାକ୍ଷାକ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।
6 Nígbà tí àwọn Filistini béèrè pé, “Ta ni ó ṣe èyí?” Wọ́n dá wọn lóhùn pé, “Samsoni ará Timna ni, nítorí a gba ìyàwó rẹ̀ fún ọ̀rẹ́ rẹ̀.” Nítorí náà àwọn Filistini lọ wọ́n sì sun obìnrin náà àti baba rẹ̀.
ସେତେବେଳେ ପଲେଷ୍ଟୀୟମାନେ ପଚାରିଲେ, “ଏହା କିଏ କରିଅଛି?” ତହିଁରେ ଲୋକମାନେ କହିଲେ, “ତିମ୍ନୀୟର ଜୁଆଁଇ ଶାମ୍ଶୋନ୍, ଯେହେତୁ ସେ ତାହାର ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା।” ଏଥିରେ ପଲେଷ୍ଟୀୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ।
7 Samsoni sọ fún un pé, “Nítorí pé ẹ̀yin ṣe èyí, èmi ó gbẹ̀san lára yín, lẹ́yìn náà èmi yóò sì dẹ́kun.”
ତହୁଁ ଶାମ୍ଶୋନ୍ ସେମାନଙ୍କୁ କହିଲା, “ଯେବେ ତୁମ୍ଭେମାନେ ଏପରି କଲ, ତେବେ ଅବଶ୍ୟ ମୁଁ ତହିଁର ପରିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି।”
8 Ó kọlù wọ́n pẹ̀lú ìbínú àti agbára ńlá, ó sì pa ọ̀pọ̀lọpọ̀ nínú wọn. Lẹ́yìn náà ni ó lọ, ó sì dúró nínú ihò àpáta kan nínú àpáta Etamu.
ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା; ତହୁଁ ସେ ଯାଇ ଐଟମ୍ ଶୈଳର ସୁଡ଼ଙ୍ଗରେ ବାସ କଲା।
9 Àwọn ará Filistini sì dìde ogun sí Juda, wọ́n ti tan ara wọn ká sí agbègbè Lehi.
ତେଣୁ ପଲେଷ୍ଟୀୟମାନେ ଉପରକୁ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ।
10 Àwọn ọkùnrin Juda sì béèrè pé, “Èéṣe tí ẹ fi wá gbóguntì wá?” Ìdáhùn wọn ni pé, “A wá láti mú Samsoni ní ìgbèkùn, kí a ṣe sí i bí òun ti ṣe sí wa.”
ତହିଁରେ ଯିହୁଦାର ଲୋକମାନେ ପଚାରିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ବିରୁଦ୍ଧରେ ଆସିଅଛ?” ସେମାନେ କହିଲେ, “ଶାମ୍ଶୋନ୍କୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି, ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ।”
11 Nígbà náà ni ẹgbẹ̀rún mẹ́ta ọkùnrin láti Juda sọ̀kalẹ̀ lọ sí ihò àpáta nínú àpáta Etamu, wọ́n sì sọ fún Samsoni pé, “Kò ti yé ọ pé àwọn Filistini ní ń ṣe alákòóso lórí wa? Kí ni o ṣe sí wa?” Òun sì dáhùn pé, “Ohun tí wọ́n ṣe sí mi ni èmi náà ṣe sí wọn.”
ଏଥିରେ ଯିହୁଦାର ତିନି ହଜାର ଲୋକ ଐଟମ୍ ଶୈଳର ସୁଡ଼ଙ୍ଗକୁ ଯାଇ ଶାମ୍ଶୋନ୍କୁ କହିଲେ, “ପଲେଷ୍ଟୀୟମାନେ ଯେ ଆମ୍ଭମାନଙ୍କ କର୍ତ୍ତା ଅଟନ୍ତି, ଏହା କି ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?” ପୁଣି ସେ ସେମାନଙ୍କୁ କହିଲା, “ସେମାନେ ମୋʼ ପ୍ରତି ଯେପରି କଲେ, ମୁଁ ସେପରି ସେମାନଙ୍କୁ କଲି।”
12 Wọ́n wí pé, “Àwa wá láti dè ọ́, kí a sì fi ọ́ lé àwọn Filistini lọ́wọ́.” Samsoni wí pé, “Ẹ búra fún mi pé, ẹ̀yin kì yóò fúnra yín pa mí.”
ତହିଁରେ ସେମାନେ ତାହାକୁ କହିଲେ, “ପଲେଷ୍ଟୀୟମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମ୍ଭକୁ ବାନ୍ଧିବାକୁ ଆସିଅଛୁ।” ତହୁଁ ଶାମ୍ଶୋନ୍ ସେମାନଙ୍କୁ କହିଲା, “ତୁମ୍ଭେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର।”
13 “Àwa gbà,” ni ìdáhùn wọn. “Àwa yóò kàn dè ọ́, àwa yóò sì fi ọ́ lé wọn lọ́wọ́, àwa kì yóò pa ọ́.” Wọ́n sì dé pẹ̀lú okùn tuntun méjì, wọ́n sì mú u jáde wá láti ihò àpáta náà.
ପୁଣି ସେମାନେ ତାହାକୁ କହିଲେ, “ନା; କିନ୍ତୁ ଆମ୍ଭେମାନେ ତୁମ୍ଭକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ; ମାତ୍ର ଆମ୍ଭେମାନେ କେବେ ତୁମ୍ଭକୁ ବଧ କରିବୁ ନାହିଁ।” ତହୁଁ ସେମାନେ ତାହାକୁ ଦୁଇ ନୂଆ ଦଉଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ।
14 Bí ó ti súnmọ́ Lehi, àwọn Filistini ń pariwo bí wọ́n ṣe ń tò bọ̀. Ẹ̀mí Olúwa bà lé e pẹ̀lú agbára. Àwọn okùn ọwọ́ rẹ̀ dàbí òwú tí ó jóná, ìdè ọwọ́ rẹ̀ já kúrò ní ọwọ́ rẹ̀.
ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।
15 Nígbà tí ó rí egungun àgbọ̀n ìsàlẹ̀ kẹ́tẹ́kẹ́tẹ́ tuntun kan, ó mú un, ó sì fi pa ẹgbẹ̀rún ọkùnrin.
ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ପାଇ ହାତ ବଢ଼ାଇ ତାହା ନେଲା ଓ ତଦ୍ଦ୍ୱାରା ଏକ ହଜାର ଲୋକଙ୍କୁ ବଧ କଲା।
16 Samsoni sì wí pé, “Pẹ̀lú egungun àgbọ̀n ìsàlẹ̀ kẹ́tẹ́kẹ́tẹ́ kan, mo sọ wọ́n di òkìtì kẹ́tẹ́kẹ́tẹ́. Pẹ̀lú egungun àgbọ̀n ìsàlẹ̀ kẹ́tẹ́kẹ́tẹ́ kan, mo ti pa ẹgbẹ̀rún ọkùnrin.”
ତହୁଁ ଶାମ୍ଶୋନ୍ କହିଲା: - “ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି ହଜାର ଲୋକ ପଦା।”
17 Nígbà tí ó dákẹ́ ọ̀rọ̀ í sọ, ó ju egungun àgbọ̀n ìsàlẹ̀ náà nù, wọ́n sì pe ibẹ̀ ní Ramati-Lehi (ìtumọ̀ rẹ̀ jẹ́ egungun àgbọ̀n ìsàlẹ̀ pa).
ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍-ଲିହୀ ହେଲା।
18 Nítorí tí òǹgbẹ gbẹ ẹ́ gidigidi, ó ké pe Olúwa, wí pé, “Ìwọ ti fún ìránṣẹ́ ní ìṣẹ́gun tí ó tóbi yìí. Ṣé èmi yóò ha kú pẹ̀lú òǹgbẹ, kí èmi sì ṣubú sí ọwọ́ àwọn aláìkọlà ènìyàn?”
ଏଥିଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, “ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହା ଉଦ୍ଧାର ସାଧନ କରିଅଛ; ଏବେ ମୁଁ ତୃଷ୍ଣାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି।”
19 Nígbà náà ni Ọlọ́run la kòtò ìsun omi tí ó wà ní Lehi, omi sì tú jáde láti inú rẹ̀. Nígbà tí Samsoni mú mi tan, agbára rẹ̀ sì padà, ọkàn sì sọjí, fún ìdí èyí wọ́n pe ìsun omi náà ni. Ẹni Hakkore (orísun ẹni tí ó pe Ọlọ́run) èyí tí ó sì wà ní Lehi di òní.
ତହିଁରେ ପରମେଶ୍ୱର ଲିହୀସ୍ଥିତ ଏକ ଖାଲ ବିଦୀର୍ଣ୍ଣ କରନ୍ତେ, ତହିଁରୁ ଜଳ ନିର୍ଗତ ହେଲା, ପୁଣି ସେ ତାହା ପାନ କରନ୍ତେ, ତାହାର ଆତ୍ମା ଫେରି ଆସିଲା ଓ ସେ ସଚେତନ ହେଲା; ଏହେତୁ ସେହି ସ୍ଥାନର ନାମ ଐନ୍-ହକ୍କୋରୀ ଦେଲା, ତାହା ଆଜି ପର୍ଯ୍ୟନ୍ତ ଲିହୀରେ ଅଛି।
20 Samsoni ṣe ìdájọ́ Israẹli fún ogún ọdún ní àkókò àwọn ará Filistini.
ଆଉ ସେ ପଲେଷ୍ଟୀୟମାନଙ୍କ ସମୟରେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା।