< Jude 1 >

1 Juda, ìránṣẹ́ Jesu Kristi àti arákùnrin Jakọbu, Sí àwọn tí a pè, olùfẹ́ nínú Ọlọ́run Baba, tí a pamọ́ fún Jesu Kristi:
ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ବରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
2 Kí àánú, àlàáfíà àti ìfẹ́ kí ó máa jẹ́ tiyín ní ọ̀pọ̀lọpọ̀.
ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ।
3 Ẹ̀yin ọ̀rẹ́ mi tòótọ́, bí ó tilẹ̀ jẹ́ pé èmí ní ìtara láti kọ̀wé sí i yín nípa ìgbàlà tí í ṣe ti gbogbo ènìyàn, n kò gbọdọ̀ má kọ̀wé sí yín, kí ń sì gbà yín ní ìyànjú láti máa jà fitafita fún ìgbàgbọ́, tí a ti fi lé àwọn ènìyàn mímọ́ lọ́wọ́ ní ẹ̀ẹ̀kan ṣoṣo.
ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି।
4 Nítorí àwọn ènìyàn kan ń bẹ tí wọ́n ń yọ́ wọlé, àwọn ẹni tí a ti yàn láti ìgbà àtijọ́ sí ẹ̀bi yìí, àwọn aláìwà-bí-Ọlọ́run, tí ń yí oore-ọ̀fẹ́ Ọlọ́run wa padà sí wọ̀bìà, tí wọn sì ń sẹ́ Olúwa wa kan ṣoṣo náà, àní, Jesu Kristi Olúwa.
କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ବରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି।
5 Nítòótọ́, ẹ ti mọ nǹkan wọ̀nyí ní ẹ̀ẹ̀kan rí, mo fẹ́ rán an yín létí pé, lẹ́yìn tí Olúwa ti gba àwọn kan là láti ilẹ̀ Ejibiti wá, lẹ́yìn náà ni ó run àwọn tí kò gbàgbọ́.
ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ।
6 Àti àwọn angẹli tí kò tọ́jú ipò ọlá wọn, ṣùgbọ́n tí wọn fi ipò wọn sílẹ̀, àwọn tí ó pamọ́ sínú ẹ̀wọ̀n àìnípẹ̀kun ní ìsàlẹ̀ òkùnkùn de ìdájọ́ ọjọ́ ńlá nì. (aïdios g126)
ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। (aïdios g126)
7 Àní bí Sodomu àti Gomorra, àti àwọn ìlú agbègbè wọn, ti fi ara wọn fún àgbèrè ṣíṣe, tí wọ́n sì ń tẹ̀lé ará àjèjì lẹ́yìn, àwọn ni ó fi lélẹ̀ bí àpẹẹrẹ, àwọn tí ó ń jìyà iná àìnípẹ̀kun. (aiōnios g166)
ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। (aiōnios g166)
8 Bákan náà ni àwọn wọ̀nyí ń sọ ara wọn di èérí nínú àlá wọn, wọ́n ń gan ìjòyè, wọn sì ń sọ̀rọ̀ búburú sí àwọn ọlọ́lá.
ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ଅଧିକାରୀମାନଙ୍କର ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି।
9 Ṣùgbọ́n Mikaeli, olórí àwọn angẹli, nígbà tí ó ń bá Èṣù jiyàn nítorí òkú Mose, kò sọ ọ̀rọ̀-òdì sí i; ṣùgbọ́n ó wí pé, “Olúwa bá ọ wí.”
କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
10 Ṣùgbọ́n àwọn wọ̀nyí n sọ̀rọ̀-òdì sí ohun gbogbo ti kò yé wọn: ṣùgbọ́n ohun gbogbo tí wọn mọ̀ nípa èrò ara ni, bí ẹranko tí kò ní ìyè, nípasẹ̀ nǹkan wọ̀nyí ni wọ́n di ẹni ìparun.
ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି, ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି।
11 Ègbé ni fún wọn! Nítorí tí wọ́n ti rìn ní ọ̀nà Kaini, wọ́n sì fi ìwọra súré sínú ìṣìnà Balaamu nítorí ère, wọn ṣègbé nínú ìṣọ̀tẹ̀ Kora.
ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଇଅଛନ୍ତି, ଅର୍ଥଲୋଭ ସକାଶେ ବିଲୀୟାମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି।
12 Àwọn wọ̀nyí ní ó jẹ́ àbàwọ́n nínú àsè ìfẹ́ yín, nígbà tí wọ́n ń bá yín jẹ àsè, àwọn olùṣọ́-àgùntàn ti ń bọ́ ara wọn láìbẹ̀rù. Wọ́n jẹ́ ìkùùkuu láìrọ òjò, tí a ń ti ọwọ́ afẹ́fẹ́ gbá kiri; àwọn igi aláìléso ní àkókò èso, wọ́n kú lẹ́ẹ̀méjì, a sì fà wọ́n tú tigbòǹgbò tigbòǹgbò.
ସେମାନେ ନିର୍ଭୟରେ ତୁମ୍ଭମାନଙ୍କ ସହିତ ଭୋଜନପାନ କରି ତୁମ୍ଭମାନଙ୍କ ପ୍ରେମଭୋଜିର କଳଙ୍କ ସ୍ୱରୂପ ଅଟନ୍ତି; ସେମାନେ ଆପଣା ଆପଣା ଉଦର ପରିପୂର୍ଣ୍ଣ କରନ୍ତି; ସେମାନେ ବାୟୁଚାଳିତ ଜଳଶୂନ୍ୟ ମେଘ ତୁଲ୍ୟ; ସେମାନେ ଦୁଇ ଥର ମୃତ, ମୂଳରୁ ଉତ୍ପାଟିତ ହେମନ୍ତ କାଳର ଫଳଶୂନ୍ୟବୃକ୍ଷ ସଦୃଶ;
13 Wọ́n jẹ́ ìjì líle ti ń ru ní ojú omi Òkun, ti ń hó ìfófó ìtìjú wọn jáde; alárìnkiri ìràwọ̀, àwọn tí a pa òkùnkùn biribiri mọ́ dè láéláé. (aiōn g165)
ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି। (aiōn g165)
14 Àwọn wọ̀nyí pẹ̀lú ni Enoku, ẹni keje láti ọ̀dọ̀ Adamu, sọtẹ́lẹ̀ nípa wọn pé, “Kíyèsi i, Olúwa ń bọ̀ pẹ̀lú ẹgbẹẹgbẹ̀rún ní ọ̀nà ẹgbẹ̀rún àwọn ènìyàn rẹ̀ mímọ́,
ଆଦମଙ୍କଠାରୁ ସପ୍ତମ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ,
15 láti ṣe ìdájọ́ gbogbo ènìyàn, láti dá gbogbo àwọn aláìwà-bí-Ọlọ́run lẹ́bi ní ti gbogbo iṣẹ́ àìwà-bí-Ọlọ́run wọn, ti wọ́n ti fi àìwà-bí-Ọlọ́run ṣe, àti ní ti gbogbo ọ̀rọ̀ líle tí àwọn ẹlẹ́ṣẹ̀ aláìwà-bí-Ọlọ́run ti sọ sí i.”
ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ, ପୁଣି, ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁସବୁ ଅଧର୍ମ କର୍ମ କରିଅଛନ୍ତି ଓ ଅଧାର୍ମିକ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁସବୁ କଟୁ କଥା କହିଅଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି।
16 Àwọn ènìyàn wọ̀nyí ní àwọn ti ń kùn, àwọn aláròyé, ti ń rìn nípa ìfẹ́kúfẹ̀ẹ́ ara wọn; wọn ń gbéraga nípa ara wọn, wọ́n sì ń ṣátá àwọn ènìyàn mìíràn fún èrè ara wọn.
ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି।
17 Ṣùgbọ́n ẹ̀yin olùfẹ́, ẹ rántí àwọn ọ̀rọ̀ tí a ti sọ ṣáájú láti ọwọ́ àwọn aposteli Olúwa wa Jesu Kristi.
କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁସବୁ କଥା କହିଅଛନ୍ତି, ସେହିସବୁ ସ୍ମରଣ କର;
18 Bí wọn ti wí fún yín pé, “Nígbà ìkẹyìn àwọn ẹlẹ́gàn yóò wà, tí wọn yóò máa rìn gẹ́gẹ́ bí ìfẹ́kúfẹ̀ẹ́ àìwà-bí-Ọlọ́run ti ara wọn.”
ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷକାଳରେ ଆପଣା ଆପଣା କୁଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ।
19 Àwọn ènìyàn wọ̀nyí ni àwọn ẹni tí ń ya ara wọn sí ọ̀tọ̀, àwọn ẹni ti ara, tí wọn kò ni Ẹ̀mí.
ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଈଶ୍ବରଙ୍କ ଆତ୍ମାବିହୀନ।
20 Ṣùgbọ́n ẹ̀yin, olùfẹ́, ti ẹ ń gbé ara yín ró lórí ìgbàgbọ́ yín tí ó mọ́ jùlọ, ti ẹ ń gbàdúrà nínú Ẹ̀mí Mímọ́.
କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର,
21 Ẹ máa pa ara yín mọ́ nínú ìfẹ́ Ọlọ́run, bí ẹ̀yin ti ń retí àánú Olúwa wa Jesu Kristi tí yóò mú yín dé ìyè àìnípẹ̀kun. (aiōnios g166)
ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ବରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ। (aiōnios g166)
22 Ẹ máa ṣàánú fún àwọn tí ń ṣe iyèméjì.
ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର।
23 Ẹ máa gba àwọn ẹlòmíràn là, nípa fífà wọ́n yọ kúrò nínú iná; kí ẹ sì máa ṣàánú pẹ̀lú ìbẹ̀rù kí ẹ sì kórìíra ẹ̀wù tí ara ti sọ di èérí.
ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର।
24 Ǹjẹ́ mo fi yín lé ẹni tí o lè pa yín mọ́ kúrò nínú ìkọ̀sẹ̀, tí o sì lè mú yín wá síwájú ògo rẹ̀ láìlábùkù pẹ̀lú ayọ̀ ńlá lọ́wọ́—
ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ,
25 tí Ọlọ́run ọlọ́gbọ́n nìkan ṣoṣo, Olùgbàlà wa, ní ògo àti ọláńlá, ìjọba àti agbára, nípasẹ̀ Jesu Kristi Olúwa wa, kí gbogbo ayé tó wà, nísinsin yìí àti títí láéláé! Àmín. (aiōn g165)
ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ବର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର। ଆମେନ୍‍। (aiōn g165)

< Jude 1 >