< Joshua 8 >
1 Nígbà náà ni Olúwa sọ fún Joṣua pé, “Má ṣe bẹ̀rù, kí àyà kí ó má ṣe fò ọ́. Kó gbogbo àwọn ọmọ-ogun pẹ̀lú rẹ, kí ẹ gòkè lọ gbógun ti Ai. Nítorí mo ti fi ọba Ai, àwọn ènìyàn rẹ̀, ìlú u rẹ̀ àti ilẹ̀ ẹ rẹ̀ lé ọ lọ́wọ́.
ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ; ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର; ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ।
2 Ìwọ yóò sì ṣe sí Ai àti ọba rẹ̀ gẹ́gẹ́ bí ìwọ ti ṣe sí Jeriko àti ọba rẹ̀, ohun ìkógun wọn àti ohun ọ̀sìn wọn ni kí ẹ̀yin mú fún ara yín. Rán ènìyàn kí wọ́n ba sí ẹ̀yìn ìlú náà.”
ତୁମ୍ଭେ ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କଲ, ଅୟ ଓ ତହିଁର ରାଜା ପ୍ରତି ସେରୂପ କରିବ; କେବଳ ତୁମ୍ଭେମାନେ ତହିଁର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବ; ତୁମ୍ଭେ ନଗରର ପଶ୍ଚାତ୍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ।”
3 Bẹ́ẹ̀ ní Joṣua àti gbogbo àwọn ọmọ-ogun jáde lọ láti dojúkọ Ai. Ó sì yan ẹgbàá mẹ́ẹ̀ẹ́dógún àwọn ọkùnrin ogun rẹ̀ ti ó yakin, ó sì rán wọn lọ ní òru.
ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ; ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ।
4 Pẹ̀lú àwọn àṣẹ wọ̀nyí: “Ẹ fi etí sílẹ̀ dáradára. Ẹ ba sí ẹ̀yìn ìlú náà. Ẹ má ṣe jìnnà sí i púpọ̀. Kí gbogbo yín wà ní ìmúrasílẹ̀.
ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ।
5 Èmi àti gbogbo àwọn tí ó wà pẹ̀lú mi yóò súnmọ́ ìlú náà, nígbà tí àwọn ọkùnrin náà bá jáde sí wa, gẹ́gẹ́ bí wọ́n ti ṣe ní ìṣáájú, àwa yóò sì sá kúrò níwájú u wọn.
ତହିଁ ଉତ୍ତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ, ତହିଁରେ ଯେତେବେଳେ ସେମାନେ ପୂର୍ବ ପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ।
6 Wọn yóò sì lépa wa títí àwa ó fi tàn wọ́n jáde kúrò ní ìlú náà, nítorí tí wọn yóò wí pé, wọ́n ń sálọ kúrò ní ọ̀dọ̀ wa gẹ́gẹ́ bí wọ́n tí ṣe ní ìṣáájú. Nítorí náà bí a bá sá kúrò fún wọn,
ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;
7 ẹ̀yin yóò dìde kúrò ní ibùba, ẹ ó sì gba ìlú náà. Olúwa Ọlọ́run yín yóò sì fi lé e yín lọ́wọ́.
ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
8 Nígbà tí ẹ bá ti gba ìlú náà, kí ẹ sì ti iná bọ̀ ọ́. Kí ẹ ṣe ohun tí Olúwa pàṣẹ. Mo ti fi àṣẹ fún un yín ná.”
ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି।”
9 Nígbà náà ni Joṣua rán wọn lọ. Wọ́n sì lọ sí ibùba, wọ́n sì sùn ní àárín Beteli àti Ai, ní ìwọ̀-oòrùn Ai. Ṣùgbọ́n Joṣua wá dúró pẹ̀lú àwọn ènìyàn ní òru ọjọ́ náà.
ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେ; ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବେଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ।
10 Ní kùtùkùtù òwúrọ̀ ọjọ́ kejì Joṣua kó àwọn ọmọ-ogun rẹ̀, òun àti àwọn olórí Israẹli, wọ́n wọ́de ogun lọ sí Ai.
ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ।
11 Gbogbo àwọn ọmọ-ogun tí ó wà pẹ̀lú u rẹ̀ sì gòkè lọ, wọ́n sì súnmọ́ tòsí ìlú náà, wọ́n sì dé iwájú u rẹ̀. Wọ́n sì pàgọ́ ní ìhà àríwá Ai. Àfonífojì sì wà ní agbede-méjì wọn àti ìlú náà.
ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ; ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା।
12 Joṣua sì ti fi bí ẹgbẹ̀rún márùn-ún ọmọ-ogun pamọ́ sí àárín Beteli àti Ai, sí ìwọ̀-oòrùn ìlú náà.
ପୁଣି ସେ ନ୍ୟୂନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବେଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ।
13 Wọ́n sì yan àwọn ọmọ-ogun sí ipò wọn, gbogbo àwọn tí ó wà ní ibùdó lọ sí àríwá ìlú náà àti àwọn tí ó sá pamọ́ sí ìwọ̀-oòrùn rẹ̀. Ní òru ọjọ́ náà Joṣua lọ sí àfonífojì.
ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକୁ ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ।
14 Nígbà tí ọba Ai rí èyí, òun àti gbogbo ọkùnrin ìlú náà yára jáde ní òwúrọ̀ kùtùkùtù láti pàdé ogun Israẹli ní pẹ̀tẹ́lẹ̀ aginjù. Ṣùgbọ́n kò mọ̀ pé àwọn kan wà ní ibùba ní ẹ̀yìn ìlú náà.
ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ; ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ।
15 Joṣua àti gbogbo àwọn Israẹli sì ṣe bí ẹni tí a lé padà níwájú wọn, wọ́n sì sá gba ọ̀nà aginjù.
ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇ ପ୍ରାନ୍ତର-ପଥ ଦେଇ ପଳାୟନ କଲେ।
16 A sì pe gbogbo àwọn ọkùnrin Ai jọ láti lépa wọn, wọ́n sì lépa Joṣua títí wọ́n fi tàn wọ́n jáde nínú ìlú náà.
ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ।
17 Kò sì ku ọkùnrin kan ní Ai tàbí Beteli tí kò tẹ̀lé Israẹli. Wọ́n sì fi ìlẹ̀kùn ibodè ìlú náà sílẹ̀ ní ṣíṣí, wọ́n sì ń lépa àwọn ará Israẹli.
ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବେଥେଲ୍ରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।
18 Nígbà náà ni Olúwa sọ fún Joṣua pé, “Na ọ̀kọ̀ tí ó wà lọ́wọ́ rẹ sí Ai, nítorí tí èmi yóò fi ìlú náà lé ọ ní ọwọ́.” Bẹ́ẹ̀ ni Joṣua sì na ọ̀kọ̀ ọwọ́ rẹ̀ sí Ai.
ସେତେବେଳେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଆପଣା ହସ୍ତସ୍ଥିତ ବର୍ଚ୍ଛା ଅୟ ନଗର ଆଡ଼େ ବିସ୍ତାର କର; କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରିବା।” ତହିଁରେ ଯିହୋଶୂୟ ଆପଣା ହସ୍ତସ୍ଥିତ ବର୍ଚ୍ଛା ନଗର ଆଡ଼େ ବିସ୍ତାର କଲେ।
19 Bí ó ti ṣe èyí tán, àwọn ọkùnrin tí ó ba sì dìde kánkán kúrò ní ipò wọn, wọ́n sáré síwájú. Wọn wọ ìlú náà, wọ́n gbà á, wọ́n sì yára ti iná bọ̀ ọ́.
ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ।
20 Àwọn ọkùnrin Ai bojú wo ẹ̀yìn, wọ́n rí èéfín ìlú náà ń gòkè lọ sí ọ̀run, ṣùgbọ́n wọn kò rí, ààyè láti sá àsálà lọ sí ibìkan kan, nítorí tí àwọn ará Israẹli tí wọ́n tí ń sálọ sí aginjù ti yípadà sí àwọn tí ń lépa wọn.
ଏଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।
21 Nígbà tí Joṣua àti gbogbo àwọn ará Israẹli rí i pé àwọn tí ó bá ti gba ìlú náà, tí èéfín ìlú náà sì ń gòkè, wọ́n yí padà wọ́n sì kọlu àwọn ọkùnrin Ai.
ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଅଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଯିହୋଶୂୟ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ।
22 Àwọn ọmọ-ogun tí ó ba náà sì yípadà sí wọn láti inú ìlú náà, bẹ́ẹ̀ ni wọ́n wà ní agbede-méjì àwọn ará Israẹli ní ìhà méjèèjì. Israẹli sì pa wọ́n, bẹ́ẹ̀ ni wọn kò sì jẹ́ kí ọ̀kan kí ó yè tàbí kí ó sálọ nínú wọn.
ଆଉ ଅନ୍ୟ ଦଳ ନଗରରୁ ବାହାରି ସେମାନଙ୍କ ବିରୁଦ୍ଧରେ ଆସିଲେ; ଏହିରୂପେ ସେମାନେ ଏପାଖେ କେତେକ ଓ ସେପାଖେ କେତେକ ହୋଇ ଇସ୍ରାଏଲ ମଧ୍ୟରେ ପଡ଼ିଲେ; ତେଣୁ ଇସ୍ରାଏଲ ସେମାନଙ୍କୁ ଏପରି ସଂହାର କଲେ ଯେ, ସେମାନଙ୍କ ମଧ୍ୟରୁ କେହି ଅବଶିଷ୍ଟ ରହିଲା ନାହିଁ, କି କେହି ପଳାଇ ପାରିଲା ନାହିଁ।
23 Ṣùgbọ́n wọ́n mú ọba Ai láààyè, wọ́n sì mu un tọ Joṣua wá.
ମାତ୍ର ସେମାନେ ଅୟର ରାଜାଙ୍କୁ ଜୀବିତ ଧରି ଯିହୋଶୂୟଙ୍କ ନିକଟକୁ ଆଣିଲେ।
24 Nígbà tí Israẹli parí pípa gbogbo àwọn ìlú Ai ní pápá àti ní aginjù ní ibi tí wọ́n ti lépa wọn lọ, tí gbogbo wọ́n sì ti ojú idà ṣubú, tí a fi pa gbogbo wọn tan, gbogbo àwọn Israẹli sì padà sí Ai, wọ́n sì fi ojú idà kọlù ú.
ଏହିରୂପେ ଯେଉଁ ପ୍ରାନ୍ତରରେ ଅୟ ନିବାସୀ ଲୋକମାନେ ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲେ, ସେହି କ୍ଷେତ୍ରରେ ଇସ୍ରାଏଲ ସେମାନଙ୍କୁ ନିଃଶେଷିତ ହେବା ପର୍ଯ୍ୟନ୍ତ ବଧ କରି ସାରିଲା ଉତ୍ତାରେ ସେମାନେ ମୃତ୍ୟୁବରଣ କଲେ, ତହିଁ ଉତ୍ତାରେ ସମଗ୍ର ଇସ୍ରାଏଲ ଫେରିଆସି ଅୟରେ ଥିବା ପ୍ରତ୍ୟେକ ଜଣଙ୍କୁ ସଂହାର କଲେ।
25 Ẹgbàá mẹ́fà ọkùnrin àti obìnrin ni ó kú ní ọjọ́ náà—gbogbo wọn jẹ́ àwọn ènìyàn Ai.
ପୁଣି ସେହି ଦିନ ଅୟ ନିବାସୀ ସମସ୍ତ ଲୋକ ସ୍ତ୍ରୀ ପୁରୁଷ ସର୍ବସୁଦ୍ଧା ବାର ହଜାର ଲୋକ ହତ ହେଲେ।
26 Nítorí tí Joṣua kò fa ọwọ́ rẹ̀ tí ó di ọ̀kọ̀ mú sí ẹ̀yìn, títí ó fi pa gbogbo àwọn tí ń gbé ìlú Ai run.
କାରଣ ଅୟ ନିବାସୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ଯାଏ ଯିହୋଶୂୟ ଆପଣାର ଯେଉଁ ହସ୍ତ ବର୍ଚ୍ଛା ଧରି ବିସ୍ତାର କରିଥିଲେ, ତାହା ସେ ସଙ୍କୁଚିତ କଲେ ନାହିଁ।
27 Ṣùgbọ́n Israẹli kó ẹran ọ̀sìn àti ìkógun ti ìlú yìí fún ara wọn, gẹ́gẹ́ bí Olúwa ti pàṣẹ fún Joṣua.
ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲୀୟ ଲୋକମାନେ କେବଳ ସେହି ନଗରର ପଶୁ ଓ ଲୁଟ ଦ୍ରବ୍ୟସବୁ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲେ।
28 Joṣua sì jó Ai, ó sì sọ ọ́ di ààtàn, àní ahoro di òní yìí.
ପୁଣି ଯିହୋଶୂୟ ଅୟ ନଗରକୁ ଅଗ୍ନିରେ ଦଗ୍ଧ କରି ଅନନ୍ତକାଳୀନ ଢିପି ଓ ଆଜିଯାଏ ଏକ ଶୂନ୍ୟସ୍ଥାନ କଲେ।
29 Ó sì gbé ọba Ai kọ́ orí igi, ó sì fi kalẹ̀ síbẹ̀ títí di ìrọ̀lẹ́. Bí oòrùn sì ti wọ̀ ni Joṣua pàṣẹ fún wọn láti sọ òkú rẹ̀ kalẹ̀ kúrò ní orí igi, kí wọn sì wọ́ ọ jù sí àtiwọ ẹnu ibodè ìlú náà. Wọ́n sì kó òkìtì òkúta ńlá lé e ní orí, èyí tí ó wà títí di òní yìí.
ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ୱାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ; ତାହା ଆଜିଯାଏ ଅଛି।
30 Nígbà náà ni Joṣua mọ pẹpẹ kan fún Olúwa Ọlọ́run Israẹli, ní òkè Ebali,
ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ।
31 gẹ́gẹ́ bí Mose ìránṣẹ́ Olúwa ti pàṣẹ fún àwọn ọmọ Israẹli. Ó sì kọ́ ọ́ gẹ́gẹ́ bí a ti kọ́ nínú ìwé òfin Mose, pẹpẹ odindi òkúta, èyí tí ẹnìkan kò fi ohun èlò irin kàn rí. Wọ́n sì rú ọrẹ ẹbọ sísun àti ọrẹ àlàáfíà ní orí rẹ̀ sí Olúwa.
ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥା-ଗ୍ରନ୍ଥର ଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେ; ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
32 Níbẹ̀, ní ojú àwọn ará Israẹli, Joṣua sì ṣe àdàkọ òfin Mose èyí tí ó ti kọ sí ara òkúta náà.
ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ୱାରା ଲିଖିତ ବ୍ୟବସ୍ଥା-ଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ।
33 Gbogbo Israẹli, àjèjì àti ọmọ ìlú, pẹ̀lú àwọn àgbàgbà, olórí àti onídàájọ́ dúró ní ẹ̀gbẹ́ méjèèjì àpótí ẹ̀rí Olúwa tí ó kọjú sí àwọn àlùfáà tí ó rù ú, tí wọ́n jẹ́ ọmọ Lefi. Ìdajì àwọn ènìyàn náà dúró ní òkè Gerisimu, àwọn ìdajì si dúró ni òkè Ebali, gẹ́gẹ́ bí Mose ìránṣẹ́ Olúwa ti pàṣẹ rí, pé kí wọn súre fún àwọn ènìyàn Israẹli.
ଏଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ।
34 Lẹ́yìn èyí, Joṣua sì ka gbogbo ọ̀rọ̀ inú òfin, ìbùkún àti ègún, gẹ́gẹ́ bí a ti kọ ọ́ nínú ìwé òfin.
ତହୁଁ ବ୍ୟବସ୍ଥା-ଗ୍ରନ୍ଥର ସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ।
35 Kò sí ọ̀rọ̀ kan nínú gbogbo èyí tí Mose pàṣẹ tí Joṣua kò kà ní iwájú gbogbo àjọ Israẹli, títí fi kan àwọn obìnrin àti àwọn ọmọ wọn, àti àwọn àjèjì tí ń gbé ní àárín wọn.
ଯିହୋଶୂୟ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣର ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କ ସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋଶାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନ ଥିଲା।